ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ, ୨୦୦ ବର୍ଷ ପରେ ୪ ଗ୍ରହ ବକ୍ରି…

ନୂଆଦିଲ୍ଲୀ,୩୧।୧୦ : ସୂର୍ଯ୍ୟ ପରାଗ ପରେ ଏବେ ନଭେମ୍ବର ୮(ମଙ୍ଗଳବାର)ରେ ଦେବ ଦୀପାବଳିରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ସୂର୍ଯ୍ୟପରାଗର ୧୫ ଦିନ ପରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାକୁ ଯାଉଛି। ଚନ୍ଦ୍ରଗ୍ରହଣ ଯୋଗୁ ଦେବ ଦୀପାବଳି ଏକ ଦିନ ପୂର୍ବରୁ ଅର୍ଥାତ୍‌ ନଭେମ୍ବର ୭ (ସୋମବାର)ରେ କାଶୀରେ ଆୟୋଜିତ ହେବ। ଜ୍ୟୋତିଷଶାସ୍ତ୍ରୀଙ୍କ ଅନୁଯାୟୀ ଗୋଟିଏ ପକ୍ଷରେ ଦୁଇଟି ଗ୍ରହଣର ପ୍ରଭାବ ନକାରାତ୍ମକ। ଏହାଯୋଗୁ ପାଣିପାଗରେ ପରିବର୍ତ୍ତନ, ଭୂକମ୍ପ ଏବଂ ଆତଙ୍କବାଦୀ ଘଟଣା ସହିତ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।
କାଶୀର ଜ୍ୟୋତିଷାଚାର୍ଯ୍ୟ ଆଚାର୍ଯ୍ୟ ଦେବଜ୍ଞ କୃଷ୍ଣ ଶାସ୍ତ୍ରୀ କହିଛନ୍ତି ଯେ ମହାଭାରତ ଯୁଦ୍ଧ ସମୟରେ ହୋଇଥିବା ସୂର୍ଯ୍ୟପରାଗର ଦୁଇ ଶହ ବର୍ଷ ପରେ ସମାନ ସ୍ଥିତିର ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଚନ୍ଦ୍ରଗ୍ରହଣ ସମୟରେ ଚାରୋଟି ଗ୍ରହ ବକ୍ରି ରହିବେ।

ମଙ୍ଗଳ, ଶନି , ସୂର୍ଯ୍ୟ ଏବଂ ରାହୁ ମୁହାଁମୁହିଁ ସ୍ଥିତିରେ ରହିବେ। ଏହି ଅବସରରେ ଭାରତ ବର୍ଷର ରାଶିରେ ସୂର୍ଯ୍ୟ, ଚନ୍ଦ୍ର, ବୁଧ ଏବଂ ଶୁକ୍ରର ମିଳନ ଯୋଗ ତୁଳା ରାଶିରେ ସୃଷ୍ଟି ହେଉଛି। ଏହା ସହିତ ଶନି କୁମ୍ଭରେ ଏବଂ ପଞ୍ଚମ ମିଥୁନ ରାଶିରେ ନବମ ଘରେ ମଙ୍ଗଳ ଗ୍ରହର ସଂଯୋଗ ଏକ ବିପର୍ଯ୍ୟସ୍ତ ଯୋଗ ସୃଷ୍ଟି କରୁଛି। ଏଭଳି ଯୋଗ ପୃଥିବୀ ପାଇଁ ଭଲ ନୁହେଁ ।

ଶନି ଏବଂ ମଙ୍ଗଳ ମୁହାଁମୁହିଁ ହେବା କାରଣରୁ ଷଡ଼ାଷ୍ଟକ ଯୋଗ, ନୀଚରାଜ ଭଙ୍ଗ ଏବଂ ପ୍ରୀତି ଯୋଗ ସୃଷ୍ଟି ହେଉଛି। ବର୍ଷର ଏହି ଶେଷ ଚନ୍ଦ୍ରଗ୍ରହଣ ମେଷ ରାଶିରେ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଏହି ରାଶିର ଲୋକଙ୍କୁ ବିଶେଷ ସତର୍କ ହେବାକୁ ପଡ଼ିବ ।

ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟର ସଦସ୍ୟ ତଥା ଜ୍ୟୋତିଷ ପଣ୍ଡିତ ଦୀପକ ମାଲବ୍ୟ କହିଛନ୍ତି ଯେ ଦେବ ଦୀପାବଳି ଦିନ ଚନ୍ଦ୍ରଗ୍ରହଣ ହେଉଥିବାରୁ ଏହାର ଗୁରୁତ୍ୱ ଆହୁରି ବଢ଼ିଯାଉଛି। ନଅ ଘଣ୍ଟା ପୂର୍ବରୁ ଚନ୍ଦ୍ରଗ୍ରହଣର ସୂତକ ଆରମ୍ଭ ହେବ। ସକାଳ ୮ଟା ୨୦ରୁ ସୂତକ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୨୦ରେ ଶେଷ ହେବ।

ପଣ୍ଡିତ ମାଲବ୍ୟ କହିଛନ୍ତି ଯେ ଯଦି ୧୫ ଦିନ ମଧ୍ୟରେ ଦୁଇଟି ଗ୍ରହଣ ହୁଏ ତେବେ ପ୍ରାକୃତିକ ବିପର୍ଯ୍ୟୟ ଘଟେ କିମ୍ବା ପାଗରେ ହଠାତ ବଡ ପରିବର୍ତ୍ତନ ହୋଇପାରେ। ପ୍ରବଳ ପବନ ସହିତ ବଜ୍ରପାତ, ଭୂକମ୍ପ କିମ୍ବା ଭୂସ୍ଖଳନ ହେବାର ଆଶଙ୍କା ଅଛି । ଦେଶରେ ଆଶଙ୍କା ଏବଂ ଭୟର ବାତାବରଣ ମଧ୍ୟ ଦେଖା ଦେଇପାରେ। ସୀମାରେ ଉତ୍ତେଜନା ବୃଦ୍ଧି ପାଇପାରେ। ଆତଙ୍କବାଦୀ ଘଟଣା ବଢ଼ିପାରେ।

ସେ କହିଛନ୍ତି ଯେ କୌଣସି ବିଷୟରେ ପ୍ରଶାସନରେ ଅକାରଣ ଭୟ ସୃଷ୍ଟି ହେବ ଏବଂ କେତେକ ସ୍ଥାନରେ ଦୁର୍ଘଟଣା ବୃଦ୍ଧି ପାଇବ। ଶିଳ୍ପ ବିକାଶ କାର୍ଯ୍ୟ ହ୍ରାସ ହୋଇପାରେ। ବ୍ୟବସାୟୀଙ୍କ ଚିନ୍ତା ମଧ୍ୟ ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?