ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ, ୨୦୦ ବର୍ଷ ପରେ ୪ ଗ୍ରହ ବକ୍ରି…

ନୂଆଦିଲ୍ଲୀ,୩୧।୧୦ : ସୂର୍ଯ୍ୟ ପରାଗ ପରେ ଏବେ ନଭେମ୍ବର ୮(ମଙ୍ଗଳବାର)ରେ ଦେବ ଦୀପାବଳିରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ସୂର୍ଯ୍ୟପରାଗର ୧୫ ଦିନ ପରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାକୁ ଯାଉଛି। ଚନ୍ଦ୍ରଗ୍ରହଣ ଯୋଗୁ ଦେବ ଦୀପାବଳି ଏକ ଦିନ ପୂର୍ବରୁ ଅର୍ଥାତ୍‌ ନଭେମ୍ବର ୭ (ସୋମବାର)ରେ କାଶୀରେ ଆୟୋଜିତ ହେବ। ଜ୍ୟୋତିଷଶାସ୍ତ୍ରୀଙ୍କ ଅନୁଯାୟୀ ଗୋଟିଏ ପକ୍ଷରେ ଦୁଇଟି ଗ୍ରହଣର ପ୍ରଭାବ ନକାରାତ୍ମକ। ଏହାଯୋଗୁ ପାଣିପାଗରେ ପରିବର୍ତ୍ତନ, ଭୂକମ୍ପ ଏବଂ ଆତଙ୍କବାଦୀ ଘଟଣା ସହିତ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।
କାଶୀର ଜ୍ୟୋତିଷାଚାର୍ଯ୍ୟ ଆଚାର୍ଯ୍ୟ ଦେବଜ୍ଞ କୃଷ୍ଣ ଶାସ୍ତ୍ରୀ କହିଛନ୍ତି ଯେ ମହାଭାରତ ଯୁଦ୍ଧ ସମୟରେ ହୋଇଥିବା ସୂର୍ଯ୍ୟପରାଗର ଦୁଇ ଶହ ବର୍ଷ ପରେ ସମାନ ସ୍ଥିତିର ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଚନ୍ଦ୍ରଗ୍ରହଣ ସମୟରେ ଚାରୋଟି ଗ୍ରହ ବକ୍ରି ରହିବେ।

ମଙ୍ଗଳ, ଶନି , ସୂର୍ଯ୍ୟ ଏବଂ ରାହୁ ମୁହାଁମୁହିଁ ସ୍ଥିତିରେ ରହିବେ। ଏହି ଅବସରରେ ଭାରତ ବର୍ଷର ରାଶିରେ ସୂର୍ଯ୍ୟ, ଚନ୍ଦ୍ର, ବୁଧ ଏବଂ ଶୁକ୍ରର ମିଳନ ଯୋଗ ତୁଳା ରାଶିରେ ସୃଷ୍ଟି ହେଉଛି। ଏହା ସହିତ ଶନି କୁମ୍ଭରେ ଏବଂ ପଞ୍ଚମ ମିଥୁନ ରାଶିରେ ନବମ ଘରେ ମଙ୍ଗଳ ଗ୍ରହର ସଂଯୋଗ ଏକ ବିପର୍ଯ୍ୟସ୍ତ ଯୋଗ ସୃଷ୍ଟି କରୁଛି। ଏଭଳି ଯୋଗ ପୃଥିବୀ ପାଇଁ ଭଲ ନୁହେଁ ।

ଶନି ଏବଂ ମଙ୍ଗଳ ମୁହାଁମୁହିଁ ହେବା କାରଣରୁ ଷଡ଼ାଷ୍ଟକ ଯୋଗ, ନୀଚରାଜ ଭଙ୍ଗ ଏବଂ ପ୍ରୀତି ଯୋଗ ସୃଷ୍ଟି ହେଉଛି। ବର୍ଷର ଏହି ଶେଷ ଚନ୍ଦ୍ରଗ୍ରହଣ ମେଷ ରାଶିରେ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଏହି ରାଶିର ଲୋକଙ୍କୁ ବିଶେଷ ସତର୍କ ହେବାକୁ ପଡ଼ିବ ।

ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟର ସଦସ୍ୟ ତଥା ଜ୍ୟୋତିଷ ପଣ୍ଡିତ ଦୀପକ ମାଲବ୍ୟ କହିଛନ୍ତି ଯେ ଦେବ ଦୀପାବଳି ଦିନ ଚନ୍ଦ୍ରଗ୍ରହଣ ହେଉଥିବାରୁ ଏହାର ଗୁରୁତ୍ୱ ଆହୁରି ବଢ଼ିଯାଉଛି। ନଅ ଘଣ୍ଟା ପୂର୍ବରୁ ଚନ୍ଦ୍ରଗ୍ରହଣର ସୂତକ ଆରମ୍ଭ ହେବ। ସକାଳ ୮ଟା ୨୦ରୁ ସୂତକ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୨୦ରେ ଶେଷ ହେବ।

ପଣ୍ଡିତ ମାଲବ୍ୟ କହିଛନ୍ତି ଯେ ଯଦି ୧୫ ଦିନ ମଧ୍ୟରେ ଦୁଇଟି ଗ୍ରହଣ ହୁଏ ତେବେ ପ୍ରାକୃତିକ ବିପର୍ଯ୍ୟୟ ଘଟେ କିମ୍ବା ପାଗରେ ହଠାତ ବଡ ପରିବର୍ତ୍ତନ ହୋଇପାରେ। ପ୍ରବଳ ପବନ ସହିତ ବଜ୍ରପାତ, ଭୂକମ୍ପ କିମ୍ବା ଭୂସ୍ଖଳନ ହେବାର ଆଶଙ୍କା ଅଛି । ଦେଶରେ ଆଶଙ୍କା ଏବଂ ଭୟର ବାତାବରଣ ମଧ୍ୟ ଦେଖା ଦେଇପାରେ। ସୀମାରେ ଉତ୍ତେଜନା ବୃଦ୍ଧି ପାଇପାରେ। ଆତଙ୍କବାଦୀ ଘଟଣା ବଢ଼ିପାରେ।

ସେ କହିଛନ୍ତି ଯେ କୌଣସି ବିଷୟରେ ପ୍ରଶାସନରେ ଅକାରଣ ଭୟ ସୃଷ୍ଟି ହେବ ଏବଂ କେତେକ ସ୍ଥାନରେ ଦୁର୍ଘଟଣା ବୃଦ୍ଧି ପାଇବ। ଶିଳ୍ପ ବିକାଶ କାର୍ଯ୍ୟ ହ୍ରାସ ହୋଇପାରେ। ବ୍ୟବସାୟୀଙ୍କ ଚିନ୍ତା ମଧ୍ୟ ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri