Posted inଜାତୀୟ

ଫାଶୀ ଦିଆଯିବାର ଦୃଶ୍ୟ ରିହର୍ସାଲ ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ

ଚିତ୍ରଦୁର୍ଗ,୩୧।୧୦: ସ୍କୁଲରେ ହେବାକୁ ଥିବା ନାଟକ ଭଗତ୍‌ ସିଂଙ୍କୁ ଫାଶୀ ଦିଆଯିବାର ଦୃଶ୍ୟ ଅଭ୍ୟାସ କରୁଥିବା ବେଳେ କର୍ନାଟକ ଚିତ୍ରଦୁର୍ଗ ଜିଲାରେ ରବିବାର ରାତିରେ ଏକ ଅଘଟଣ ଘଟିଛି। ଏଥିରେ ସପ୍ତମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସଞ୍ଜୟ ଗୌଡ଼ା(୧୨)

ସୂଚନା ଯୋଗ୍ୟ, ନଭେମ୍ବର ୧ରେ କନ୍ନଡ ରାଜ୍ୟ ଉତ୍ସବ ଅବସରରେ ଚିତ୍ରଦୁର୍ଗ ଜିଲାର ଏକ ସ୍କୁଲରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଥିଲା। ଏନେଇ ଛାତ୍ର ସଞ୍ଜୟ ସଂଗ୍ରାମୀ ଭଗତ ସିଂଙ୍କ ଜୀବନୀ ଉପରେ ଅଭିନୟ କରିବା ପାଇଁ ଭାଗ ନେଇଥିଲେ। ଏପରିକି ସ୍କୁଲରେ ମଧ୍ୟ ରିହର୍ସାଲ କରାଯାଉଥିଲା। ହେଲେ ରବିବାର ଘରେ ଏକାକୀ ଥିବା ବେଳେ ସଞ୍ଜୟ ଫାଶୀ ଦିଆଯିବାର ଦୃଶ୍ୟ ଅଭ୍ୟାସ କରୁଥିଲେ।

ଅନ୍ୟପକ୍ଷେ ସଞ୍ଜୟଙ୍କ ମା’, ବାପା ତାଙ୍କ ହୋଟେଲରେ ଥିଲେ। ରାତି ପ୍ରାୟ ୯ଟା ବେଳେ ସଞ୍ଜୟଙ୍କ ମା’ ଘରକୁ ଆସି କବାଟ ଖୋଳିବାକୁ ଡାକିଥିଲେ। ହେଲେ ସଞ୍ଜୟ କୌଣସି ଉତ୍ତର ଦେଇ ନ ଥିଲେ। ଘର ଝରକା ପଟେ ଦେଖିଲା ବେଳକୁ ସଞ୍ଜୟ ପଙ୍ଖାରେ ଫାଶୀ ଲଗାଇ ଓହଳି ଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଞ୍ଜୟଙ୍କ ବାପା ଥାନାରେ କରିଥିବା ଅଭିଯୋଗ ମୁତାବକ, ରାଜ୍ୟ ଉତ୍ସବ ପାଳନ ନିମନ୍ତେ ସ୍କୁଲ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଞ୍ଜୟ ଭଗତ୍‌ ସିଂଙ୍କ ଭୂମିକାରେ ଅଭିନୟ କରିଥାଆନ୍ତେ। ହେଲେ ଅଭିନୟ ନେଇ ଅଭ୍ୟାସ ବେଳେ ଏଭଳି ଘଟଣା ଘଟିଥିବା କହିଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri