ଜାତୀୟ

ପ୍ରାର୍ଥୀଙ୍କୁ ଭୋଟର ତାଲିକା ଯୋଗାଣ: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କୁ ନିର୍ବାଚନ କମିଶନ ଭୋଟର ତାଲିକାର ଦୁଇଟି କପି ଯୋଗାଇବା ବ୍ୟବସ୍ଥା ଭୋଟର ପଞ୍ଜିକରଣ ନିୟମାବଳୀ, ୧୯୬୦ରେ ରହିଛି। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିବା ବେଳେ ଏହା ଉପରେ କେନ୍ଦ୍ର ଓ ଅନ୍ୟ ପକ୍ଷଙ୍କୁ…

ମାଆ ସାମ୍ନାରେ ଶିଶୁକୁ ଝାମ୍ପିନେଲା ବାଘ: ଚିକିତ୍ସାଧୀନ ଅବସ୍ଥାରେ ମୃତ

ମୁମ୍ବାଇ,୨୬।୧୦: ମୁମ୍ବାଇର ଆରେ କଲୋନିରେ ସୋମବାର ଏକ କଲରାପତରିଆ ବାଘ ଆକ୍ରମଣରେ ଜଣେ ୧୬ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଇତିକା ଲୋଟ୍‌ ନାମ୍ନୀ ଶିଶୁଟି ତାଙ୍କ ମାଆଙ୍କ ସହ ମନ୍ଦିର ଯାଉଥିବା ବେଳେ ବାଘ ଆକ୍ରମଣରେ ଗୁରୁତର ହୋଇଥିଲେ। ହସ୍ପିଟାଲରେ…

ଏକ୍ସପ୍ରେସ୍‌ଓ୍ବେ ରାସ୍ତା ମରାମତିରେ ଦୁଇ ବର୍ଷ ବିଳମ୍ବ: କମ୍ପାନୀ ବିରୋଧରେ ନିଆଗଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୨୬।୧୦: ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସ୍‌ଓ୍ବେ ମରାମତିରେ ଦୁଇ ବର୍ଷ ବିଳମ୍ବ ହେବାରୁ କମ୍ପାନୀ ବିରୋଧରେ ନୋଏଡା ଅଥରିଟି ୧ କୋଟି ଟଙ୍କା ଜରିମାନା ଲଗାଯାଇଛି। ୭୦ କୋଟି ଟଙ୍କାର ରାସ୍ତା ମରାମତି ପ୍ରକଳ୍ପ ସମ୍ପୃକ୍ତ କମ୍ପାନୀକୁ ୨୦୧୯ରେ ଦିଆଯାଇଥିଲା। ଚୁକ୍ତି…

ଆଜି ଦାୟିତ୍ୱ ନେବେ ଖାର୍ଗେ

ନୂଆଦିଲ୍ଲୀ,୨୬।୧୦ (ପି.ଟି.): ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବୁଧବାର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ଉତ୍ସବ ଲାଗି ଏଆଇସିସି ମୁଖ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ୨୪ ବର୍ଷ ପରେ ଜଣେ ଅଣଗାନ୍ଧୀ ସର୍ବପୁରାତନ ଦଳର ନେତୃତ୍ୱ…

ସହାୟତା ମାଗିଲେ ବଳାତ୍କାର ପୀଡ଼ିତା, ଭିଡିଓ କଲେ ଦେଖଣାହାରୀ

କନୌଜ,୨୬।୧୦: ଉତ୍ତରପ୍ରଦେଶର କନୌଜରେ ଜଣେ ୧୨ ବର୍ଷର ବାଳିକା ବଳାତ୍କାରର ଶିକାର ହୋଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସହାୟତା ପାଇଁ ଚିତ୍କାର କରୁଥିବାବେଳେ ସେଠାରେ ଉପସ୍ଥିତ ଲୋକେ ସାହାଯ୍ୟର ହାତ ବଢ଼ାଇବା ପରିବର୍ତ୍ତେ ତାଙ୍କର ଭିଡିଓ ଶୁଟିଂ କରିବା ଭଳି ସମ୍ବେଦନଶୀଳ…

୨୦୨୪ ଜାନୁୟାରୀରେ ଭକ୍ତଙ୍କ ପାଇଁ ଖୋଲିବ ରାମମନ୍ଦିର

ଅଯୋଧ୍ୟା,୨୬।୧୦: ଅଯୋଧ୍ୟା ଦୀପୋତ୍ସବ ପାଳନ ପରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମଙ୍ଗଳବାର ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ମନ୍ଦିର ନିର୍ମାଣ ଦେଖାଇଛି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ପୂଜାର୍ଚ୍ଚନା ସହ ଦୀପୋତ୍ସବରେ ଭାଗ ନେଇଥିଲେ। ସେ ଯେଉଁ ମଞ୍ଚରୁ…

ଦଳିତ ଦମ୍ପତି ଓ ପୁଅଙ୍କୁ ଗୁଳିକରି ହତ୍ୟା

ଡାମୋହ,୨୬।୧୦: ମଧ୍ୟପ୍ରଦେଶର ଡାମୋହ ଜିଲା ଡେଭ୍ରାନ୍‌ ଗ୍ରାମରେ ଏକ ବିବାଦକୁ କେନ୍ଦ୍ରକରି ମଙ୍ଗଳବାର ସକାଳେ ଦଳିତ ଦମ୍ପତି ଓ ସେମାନଙ୍କ ୩୨ ବର୍ଷର ପୁଅଙ୍କୁ ଗୁଳିକରି ହତ୍ୟା କରାଯାଇଛି। ହତ୍ୟାକାଣ୍ଡରେ ୬ ଜଣ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଦମ୍ପତିଙ୍କ…

କେରଳରେ ଆଉ ୨ କୁଳପତିଙ୍କୁ କାରଣ ଦର୍ଶାଅ ନୋଟିସ

ଥିରୁଭାନନ୍ଥପୁରମ୍‌,୨୬।୧୦: କେରଳ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ ମଙ୍ଗଳବାର ଆଉ ୨ ଜଣ କୁଳପତିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି। ସେମାନଙ୍କର ନିଯୁକ୍ତି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିୟମାବଳୀର ଉଲ୍ଲଂଘନ କରୁଥିବାରୁ କେଉଁ ଆଇନଗତ ଅଧିକାର ବଳରେ ସେମାନେ ପଦବୀରେ…

ବିବାହରେ ପସନ୍ଦର ସ୍ବାଧୀନତା ଜରୁରୀ

ନୂଆଦିଲ୍ଲୀ,୨୬ା୧୦: ବିବାହରେ ପସନ୍ଦ କରିବା ସ୍ବାଧୀନତା ସମ୍ବିଧାନର ଅତି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଜୀବନ ସାଥୀ ବାଛିବା ସ୍ବାଧୀନତା ଉପରେ ଧର୍ମବିଶ୍ୱାସର ପ୍ରଶ୍ନର କୌଣସି ପ୍ରାସଙ୍ଗିକତା ନ ଥିବା ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ପରିବାର ସଦସ୍ୟଙ୍କ ସମେତ ଅନ୍ୟମାନଙ୍କଠାରୁ ବିପଦ ଥିବା ଉକ୍ତ…

୨୦୨୪ ପାଇଁ ପ୍ରସ୍ତୁତି: ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ଉଦ୍ଧବ-ପାଓ୍ବାର ସେନା…

ନୂଆଦିଲ୍ଲୀ,୨୫।୧୦ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ନଭେମ୍ବର ୭ରେ ମହାରାଷ୍ଟ୍ରରେ ପ୍ରବେଶ କରିବ। ପଦଯାତ୍ରାର ମହାରାଷ୍ଟ୍ର ପର୍ଯ୍ୟାୟ ବେଶ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଚର୍ଚ୍ଚା ହେଉଛି। ଏହି ପଦଯାତ୍ରାରେ ଉଦ୍ଧିବ ଠାକରେଙ୍କ ସେନା ଏବଂ ଶରଦ ପାଓ୍ବାରଙ୍କ ଏନସିପି…

ଫିଲ୍ମ ନିର୍ଦ୍ଦେଶକ ପିନାକି ଚୌଧୁରୀଙ୍କ ପରଲୋକ…

କୋଲକାତା,୨୫।୧୦ : ବଙ୍ଗଳା ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ପିନାକି ଚୌଧୁରୀଙ୍କର ସୋମବାର ପରଲୋକ ଘଟିଛି। କୋଲକାତାରେ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛିନ୍ତgି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ଦୀର୍ଘ…

ଗୁଗଲ ଉପରେ ୯୩୬ କୋଟିର ଜରିମାନା…

ନୂଆଦିଲ୍ଲୀ,୨୫।୧୦ : ସର୍ଚ୍ଚ ଇଞ୍ଜିନ ଗୁଗଲର ମନଇଛା ବେପରୁଆ କାର୍ଯ୍ୟକୁ ବନ୍ଦ କରିବା ପାଇଁ କମ୍ପିଟେଶନ କମିଶନ ଅଫ ଇଣ୍ଡିଆ (ସିସିଆଇ) ପୁଣି ଥରେ ଜରିମାନା ଲଗାଇଛି। ପ୍ଲେ ଷ୍ଟୋର ପଲିସିରେ ଏହାର ପ୍ରାଧାନ୍ୟ ପଦବୀର ଅପବ୍ୟବହାର କରିଥିବାରୁ ଗୁଗଲ ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri