Posted inଜାତୀୟ

ବିମୁଦ୍ରୀକରଣ ନେଇ ନାଗରତ୍ନାଙ୍କ ଅସହମତି: ଖଣ୍ଡପୀଠ ଦୁଇଭାଗ…

ନୂଆଦିଲ୍ଲୀ,୨।୧ : ବିମୁଦ୍ରୀକରଣ ନେଇ ସୁପ୍ରିମ୍‌ କୋର୍ଟର ଏହି ମାମଲାର ବିଚାର ପାଇଁ ଗଠିତ ସାମ୍ବିଧାନୀକ ପୀଠ ଦୁଇଭାଗ ହୋଇଛି। ଜଷ୍ଟିସ ବି.ଆର. ଗବାଇ. ଏ.ଏସ.ବୋପନ୍ନା, ବି.ରାମ ସୁବ୍ରମଣ୍ୟମ,ବି.ବି. ନାଗରତ୍ନା. ଏସ.ଅବଦୁଲ ନାଜୀର ପ୍ରମୁଖ ପୀଠରେ ସାମିଲ ଥିଲେ। ମାତ୍ର ବିଚାରପତି ନାଗରତ୍ନା କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ବେଆଇନ ବୋଲି ସେ କହିଥିଲେ। ଜଷ୍ଟିସ ନାଗରତ୍ନା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ସମସ୍ତ ସିରିଜ ନୋଟକୁ ପ୍ରଚଳନରୁ ପ୍ରତ୍ୟାହାର କରିବା ଏକ ଗୁରୁତର ବିଷୟ।

ଏହା ସହିତ ଜଷ୍ଟିସ କହିଛନ୍ତି ଯେ ବିମୁଦ୍ରୀକରଣର ନିଷ୍ପତ୍ତି ଏକ ବିଲ ମାଧ୍ୟମରେ ହେବା ଉଚିତ ଥିଲା। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିରେ ନୁହେଁ, ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସଂସଦରେ ରଖାଯିବା ଜରୁରୀ ଥିଲା। ଆରବିଆଇ ଦେଇଥିବା ରେକର୍ଡରୁ ଏହା ସ୍ପଷ୍ଟ ହୋଇଛି ଯେ ରିଜର୍ଭ ବ୍ୟାଙ୍କ ସ୍ବତଃସ୍ପୃତ ଭାବରେ କୌଣସି ନିଷ୍ପତ୍ତି ନେଇ ନାହିଁ, କିନ୍ତୁ କେନ୍ଦ୍ର ସରକାରଙ୍କ ଇଚ୍ଛା ଅନୁଯାୟୀ ସବୁକିଛି ଘଟିଛି। ବିମୁଦ୍ରୀକରଣର ନିଷ୍ପତ୍ତି ମାତ୍ର ୨୪ ଘଣ୍ଟା ମଧ୍ୟରେ ନିଆଯାଇଥିଲା ।

ଜଷ୍ଟିସ ନାଗରତ୍ନା ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଉପରେ ରିଜର୍ଭ ବ୍ୟାଙ୍କ ଦେଇଥିବା ପରାମର୍ଶକୁ ଆଇନ ଅନୁଯାୟୀ ଦିଆଯାଇଥିବା ସୁପାରିଶ ଭାବରେ ବିବେଚନା କରାଯାଇପାରିବ ନାହିଁ। ଆଇନରେ ଆରବିଆଇକୁ ଦିଆଯାଇଥିବା କ୍ଷମତା ଅନୁଯାୟୀ, କୌଣସି ମୁଦ୍ରାର ସମସ୍ତ ସିରିଜ ଉପରେ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ କାରଣ ଧାରା ୨୬ (୨) ଅନୁଯାୟୀ କୌଣସି ସିରିଜର ଅର୍ଥ ସମସ୍ତ ସିରିଜ ନୁହେଁ। ତେବେ ପୀଠର ଅନ୍ୟ ୪ ଜଣ ବିଚାରପତି ବିମୁଦ୍ରୀକରଣ ଉପରେ ପ୍ରତିବନ୍ଧକ ପାଇଁ ଦାଖଲ ହୋଇଥିବା ୫୮ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ବିମୁଦ୍ରୀକରଣକୁ ଆଇନଗତ ବୋଲି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri