Posted inଜାତୀୟ

ବିମୁଦ୍ରୀକରଣ ନେଇ ନାଗରତ୍ନାଙ୍କ ଅସହମତି: ଖଣ୍ଡପୀଠ ଦୁଇଭାଗ…

ନୂଆଦିଲ୍ଲୀ,୨।୧ : ବିମୁଦ୍ରୀକରଣ ନେଇ ସୁପ୍ରିମ୍‌ କୋର୍ଟର ଏହି ମାମଲାର ବିଚାର ପାଇଁ ଗଠିତ ସାମ୍ବିଧାନୀକ ପୀଠ ଦୁଇଭାଗ ହୋଇଛି। ଜଷ୍ଟିସ ବି.ଆର. ଗବାଇ. ଏ.ଏସ.ବୋପନ୍ନା, ବି.ରାମ ସୁବ୍ରମଣ୍ୟମ,ବି.ବି. ନାଗରତ୍ନା. ଏସ.ଅବଦୁଲ ନାଜୀର ପ୍ରମୁଖ ପୀଠରେ ସାମିଲ ଥିଲେ। ମାତ୍ର ବିଚାରପତି ନାଗରତ୍ନା କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ବେଆଇନ ବୋଲି ସେ କହିଥିଲେ। ଜଷ୍ଟିସ ନାଗରତ୍ନା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ସମସ୍ତ ସିରିଜ ନୋଟକୁ ପ୍ରଚଳନରୁ ପ୍ରତ୍ୟାହାର କରିବା ଏକ ଗୁରୁତର ବିଷୟ।

ଏହା ସହିତ ଜଷ୍ଟିସ କହିଛନ୍ତି ଯେ ବିମୁଦ୍ରୀକରଣର ନିଷ୍ପତ୍ତି ଏକ ବିଲ ମାଧ୍ୟମରେ ହେବା ଉଚିତ ଥିଲା। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିରେ ନୁହେଁ, ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସଂସଦରେ ରଖାଯିବା ଜରୁରୀ ଥିଲା। ଆରବିଆଇ ଦେଇଥିବା ରେକର୍ଡରୁ ଏହା ସ୍ପଷ୍ଟ ହୋଇଛି ଯେ ରିଜର୍ଭ ବ୍ୟାଙ୍କ ସ୍ବତଃସ୍ପୃତ ଭାବରେ କୌଣସି ନିଷ୍ପତ୍ତି ନେଇ ନାହିଁ, କିନ୍ତୁ କେନ୍ଦ୍ର ସରକାରଙ୍କ ଇଚ୍ଛା ଅନୁଯାୟୀ ସବୁକିଛି ଘଟିଛି। ବିମୁଦ୍ରୀକରଣର ନିଷ୍ପତ୍ତି ମାତ୍ର ୨୪ ଘଣ୍ଟା ମଧ୍ୟରେ ନିଆଯାଇଥିଲା ।

ଜଷ୍ଟିସ ନାଗରତ୍ନା ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଉପରେ ରିଜର୍ଭ ବ୍ୟାଙ୍କ ଦେଇଥିବା ପରାମର୍ଶକୁ ଆଇନ ଅନୁଯାୟୀ ଦିଆଯାଇଥିବା ସୁପାରିଶ ଭାବରେ ବିବେଚନା କରାଯାଇପାରିବ ନାହିଁ। ଆଇନରେ ଆରବିଆଇକୁ ଦିଆଯାଇଥିବା କ୍ଷମତା ଅନୁଯାୟୀ, କୌଣସି ମୁଦ୍ରାର ସମସ୍ତ ସିରିଜ ଉପରେ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ କାରଣ ଧାରା ୨୬ (୨) ଅନୁଯାୟୀ କୌଣସି ସିରିଜର ଅର୍ଥ ସମସ୍ତ ସିରିଜ ନୁହେଁ। ତେବେ ପୀଠର ଅନ୍ୟ ୪ ଜଣ ବିଚାରପତି ବିମୁଦ୍ରୀକରଣ ଉପରେ ପ୍ରତିବନ୍ଧକ ପାଇଁ ଦାଖଲ ହୋଇଥିବା ୫୮ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ବିମୁଦ୍ରୀକରଣକୁ ଆଇନଗତ ବୋଲି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri