Advertisement
Posted inଜାତୀୟ

ବିମୁଦ୍ରୀକରଣ ନିଷ୍ପତ୍ତି ଠିକ ଥିଲା: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨।୧ : କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ ଥିଲା ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ୨୦୧୬ ନଭେମ୍ବର ୮ରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ସରକାରଙ୍କ ପଦକ୍ଷେପକୁ ଉପଯୁକ୍ତ ଦର୍ଶାଇ ବିମୁଦ୍ରୀକରଣ ବିରୋଧରେ ଦାଖଲ ହୋଇଥିବା ସମସ୍ତ ୫୮ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ପାଞ୍ଚ ଜଣିଆ ବିଚାରପତି ସମ୍ବିଧାନ ବେଞ୍ଚ କହିଛନ୍ତି ଯେ ଏହା କାର୍ଯ୍ୟନିର୍ବାହୀଙ୍କର ଏକ ଅର୍ଥନତିକ ନୀତି ହୋଇଥିବାରୁ ଏହି ନିଷ୍ପତ୍ତିକୁ ରଦ୍ଦ କରାଯାଇପାରିବ ନାହିଁ।

ସୁପ୍ରିମକୋର୍ଟ କହିଛନ୍ତି ଯେ ବିମୁଦ୍ରୀକରଣ ପୂର୍ବରୁ କେନ୍ଦ୍ର ଏବଂ ଆରବିଆଇ ମଧ୍ୟରେ ପରାମର୍ଶ ହୋଇଥିଲା। ସୁପ୍ରିମକୋର୍ଟ କହିଛନ୍ତି ଯେ ଏଭଳି ପଦକ୍ଷେପ ନେବାରେ ଏକ ସମନ୍ବୟ ରହିଥିଲା। ଏହାଦ୍ୱାରା କୌଣସି ବେଆଇନ କାର୍ଯ୍ୟ ହୋଇନାହିଁ।

ଏହାପୂର୍ବରୁ, ଡିସେମ୍ବର ୭ ରେ, ୨୦୧୬ ରାୟ ସହ ଜଡିତ ସମସ୍ତ ରେକର୍ଡ ସେମାନଙ୍କୁ ହସ୍ତାନ୍ତର କରିବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ନିଷ୍ପତ୍ତି ସଂରକ୍ଷିତ ରଖାଯାଥିଲା। ଏହି ବେଞ୍ଚରେ ଜଷ୍ଟିସ ବି.ଆର. ଗବାଇ. ଏ.ଏସ.ବୋପନ୍ନା, ବି.ରାମ ସୁବ୍ରମଣ୍ୟମ,ବି.ବି. ନାଗରତ୍ନା. ଏସ.ଅବଦୁଲ ନାଜୀର ପ୍ରମୁଖ ସାମିଲ ଥିଲେ। ବେଞ୍ଚ ବରିଷ୍ଠ ଆଇନଜୀବୀ ପି ଚିଦାମ୍ବରମ ଏବଂ ଶ୍ୟାମ ଦଓ୍ବୋନ ଏବଂ ଆବେଦନକାରୀଙ୍କ ପରାମର୍ଶଦାତା ଆଟର୍ନି ଜେନେରାଲ ଆର ଭେଙ୍କଟାରମଣିଙ୍କ ସମେତ ଆରବିଆଇର ଆଇନଜୀବୀଙ୍କର ଯୁକ୍ତି ଶୁଣିଥିଲେ।

କେନ୍ଦ୍ର ଘୋଷଣା କରିଥିବା ବିମୁଦ୍ରୀକରଣକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୫୮ ଟି ପିଟିଶନ ଦାଖଲ ହୋଇଥିଲା। ଏହି ଆବେଦନ ଉପରେ ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ଚିଦାମ୍ବରମ ଯୁକ୍ତି ଦର୍ଶାଇଥିଲେ ଯେ ବିମୁଦ୍ରୀକରଣ ତ୍ରୁଟିପୂର୍ଣ୍ଣ। ସେ ଯୁକ୍ତି ଦର୍ଶାଇତତ୍ଲେ ଯେ ସରକାର ନିଜେ ଆଇନଗତ ଟେଣ୍ଡର ସମ୍ବନ୍ଧୀୟ କୌଣସି ରିଜୋଲ୍ୟୁସନ ଆରମ୍ଭ କରିପାରିବେ ନାହିଁ। ଏହା କେବଳ ଆରବିଆଇର କେନ୍ଦ୍ରୀୟ ବୋର୍ଡର ସୁପାରିଶ କ୍ରମେ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ କିମ୍‌କର୍ତ୍ତବ୍ୟମୂଢ଼

ନୂଆଦିଲ୍ଲୀ, ୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ କଂଗ୍ରେସ କିମ୍‌କର୍ତ୍ତବ୍ୟମୂଢ଼ ପାଲଟିଛି। ଏହାର ବିରୋଧରେ ରାଜନୈତିକ ଦଳଙ୍କୁ ଏକାଠି କରିବାକୁ ପ୍ରୟାସ ଜାରି ରଖିଛି। କଂଗ୍ରେସ...

ସହାୟତା ମାଗିଲେ ବଳାତ୍କାର ପୀଡ଼ିତା, ଭିଡିଓ କଲେ ଦେଖଣାହାରୀ

କନୌଜ,୨୬।୧୦: ଉତ୍ତରପ୍ରଦେଶର କନୌଜରେ ଜଣେ ୧୨ ବର୍ଷର ବାଳିକା ବଳାତ୍କାରର ଶିକାର ହୋଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସହାୟତା ପାଇଁ ଚିତ୍କାର କରୁଥିବାବେଳେ ସେଠାରେ ଉପସ୍ଥିତ...

ପର୍ନୋଗ୍ରାଫି ବନାମ ଏରୋଟିକା

ମୁମ୍ବାଇ/ନୂଆଦିଲ୍ଲୀ,୨୬ା୭: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବିଜ୍‌ନେସମ୍ୟାନ ସ୍ବାମୀ ରାଜ କୁନ୍ଦ୍ରା ପର୍ନୋଗ୍ରାଫି ପ୍ରଯୋଜନା ମାମଲାରେ ଗିରଫ ହେବା ପରଠୁ କେବଳ ବଲିଉଡ୍‌ ନୁହେଁ, ବରଂ ସାରା...

ଶିବାଜୀଙ୍କ ରାଜସଭା ଭଳି ହେବ ଉଦ୍ଧବଙ୍କ ଶପଥ ଗ୍ରହଣ ପେଣ୍ଡାଲ

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଶିବସେନା ଏବେ ଇତିହାସ ରଚିବାକୁ ଯାଉଛି। ପ୍ରଥମ କରି ଠାକରେ ପରିବାରର ସଦସ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି। ସନ୍ଧ୍ୟାରେ ହେବାକୁ...

ନିର୍ବାଚନ ପୂର୍ବରୁ ଆରଜେଡିକୁ ଝଟ୍‌କା: ଜେଡିୟୁରେ ସାମିଲ ହେବେ ଲାଲଙ୍କୁ ସମୁଦି

ପାଟନା,୧୯।୮: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ଅଦଳ ବଦଳ ନୀତି ଜୋରସୋରରେ ଚାଲିଛି। ନିକଟରେ...

ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ଦାବି ତାଲିକାରେ ୬ ରାଜ୍ୟ, ଧର୍ମ ସଂସଦରେ ଆଲୋଚନା ବିଫଳ …

ନାସିକ, ୧।୬ : ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ରରେ ଏବେ ବିବାଦ ଆରମ୍ଭ ହୋଇଛି। ହନୁମାନଙ୍କ ଜନ୍ମସ୍ଥାନ ସମ୍ପର୍କରେ ମଙ୍ଗଳବାର ନାସିକରେ ଏକ ଧର୍ମ...

ରାହୁଲଙ୍କ ଜଳଖିଆ ଚର୍ଚ୍ଚାରୁ ଏଏପି-ବିଏସ୍‌ପି ବାହାର…

ନୂଆଦିଲ୍ଲୀ,୩।୮: ଉତ୍ତରପ୍ରଦେଶ ନିର୍ବାଚନ ଏବଂ ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଦୃଷ୍ଟିରେ ରଖି ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ କଂଗ୍ରେସ ପୁଣି...

କରୋନା ସ୍ଥିତି ନେଇ ପୁଣି ଘନେଇଲା ସଙ୍କଟ, ସାପ୍ତାହିକ ବୃଦ୍ଧି ହାର ୩୫ ପ୍ରତିଶତ…

ନୂଆଦିଲ୍ଲୀ, ୧୮।୪ : କ୍ରମାଗତ ୧୧ ସପ୍ତାହ ହ୍ରାସ ପରେ, ଭାରତରେ ପୁଣିଥରେ ଚଳିତ ସପ୍ତାହରେ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଛି। ଦିଲ୍ଲୀ, ହରିୟାଣା,...

Advertisement
Archives

Model This Week