ଜାତୀୟ

ବଠିଣ୍ଡା ମିଲିଟ୍ରି ଷ୍ଟେଶନରେ ଆଉ ଜଣେ ଯବାନ ମୃତ: ସେନା କହିଲା ଆକ୍ସିଡେଣ୍ଟ

ଜୟପୁର,୧୩।୪: ବଠିଣ୍ଡା ମିଲିଟ୍ରି ଷ୍ଟେଶନରେ ଆଉ ଜଣେ ଯବାନଙ୍କର ଗୁଳି ବାଜି ମୃତ୍ୟୁ ହୋଇଛି। ଭାରତୀୟ ସେନା ପକ୍ଷରୁ ଏହାକୁ ଏକ ଆକ୍ସିଡେଣ୍ଟ ବୋଲି କୁହାଯାଇଛି। ସେନା କହିଛି ଯେ ଅସ୍ତ୍ରଶସ୍ତ୍ର ରଖିବା ସମୟରେ ଏହି ଦୁର୍ଘଟଣା ହୋଇଛି। ବଠିଣ୍ଡା କ୍ୟାଣ୍ଟ…

ଅତିକଙ୍କ ଭାଇ ଅଶରଫଙ୍କର ହଜିଲା ନିଦ, ବିଳମ୍ବିତ ରାତିରେ ଜେଲରେ ମାଗିଲେ ଧାର୍ମିକ ପୁସ୍ତକ

ପ୍ରୟାଗରାଜ,୧୩।୪: ନୌନି ସେଣ୍ଟ୍ରାଲ ଜେଲରେ ବନ୍ଦ ଥିବା ଅତିକ ଅହମଦଙ୍କ ଭାଇ ଅଶରଫ ଅହମଦଙ୍କର ନିଦ ହଜି ଯାଇଛି। ବିଳମ୍ବିତ ରାତିରେ ସେ ଧାର୍ମିକ ପୁସ୍ତକ ମାଗିଥିବା ଜଣାପଡିଛି। କୁହାଯାଉଛି କି ଅଶରଫ ରୋଜା ରଖିଛନ୍ତି। ତାଙ୍କର ଏହି ଦାବିକୁ ପୂରଣ…

ଆଜି ୭୧ ହଜାର ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ଲକ୍ଷ କର୍ମଚାରୀଙ୍କ ପାଇଁ ‘ରୋଜଗାର ମେଳା’ ଅଧୀନରେ ଗୁରୁବାର ୭୧ ହଜାର ନିଯୁକ୍ତିପତ୍ର ପ୍ରଦାନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜାରିଆରେ ଯୁବତୀ ଯୁବକମାନଙ୍କୁ ସମ୍ବୋଧିତ କରିବେ। ପିଏମଓ ପକ୍ଷରୁ କୁହାଯାଇଛି…

ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କଲେ ସାବରକରଙ୍କ ନାତି

ନୂଆଦିଲ୍ଲୀ,୧୨।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ ପୁଣି ବଢିଲା। ହିନ୍ଦୁତ୍ୱ ବିଚାରକ ବିନାୟକ ଦାମୋଦର ସାବରକରଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଛନ୍ତି ସାବରକରଙ୍କ ନାତି। ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ…

କରୋନା ଅଣାୟତ୍ତ : ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ସକ୍ରିୟ ମାମଲା ୪୪ ହଜାରରୁ ଅଧିକ…

ନୂଆଦିଲ୍ଲୀ, ୧୩।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…

ସମ୍ପୂର୍ଣ୍ଣ ରାୟ ନ ଲେଖି ଚୂଡ଼ାନ୍ତ ଭାଗ ଶୁଣାଇବା ମନା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩ା୪: ଜଣେ ବିଚାରପତି କୌଣସି ମାମଲାର ସମ୍ପୂର୍ଣ୍ଣ ରାୟ ପ୍ରସ୍ତୁତ ନ କରି କୋର୍ଟରେ ଚୂଡ଼ାନ୍ତ ଭାଗ ଶୁଣାଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କର୍ନାଟକ ହାଇକୋର୍ଟ ଡିଭିଜନ୍‌ ବେଞ୍ଚର ଜଣେ ବିଚାରପତି ଶୁଣାଇଥିବା ଏକ ରାୟକୁ ରେଜିଷ୍ଟ୍ରାର ଜେନେରାଲ ସୁପ୍ରିମକୋର୍ଟରେ…

‘ସବୁ ମୋଦି ଚୋର’ ମନ୍ତବ୍ୟ: ରାହୁଲଙ୍କୁ ପାଟନା କୋର୍ଟ ନୋଟିସ

ପାଟନା,୧୩ା୪: ମୋଦି ଉପନାମଧାରୀ ସମସ୍ତ ବ୍ୟକ୍ତି ଚୋର ବୋଲି ମନ୍ତବ୍ୟ ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଲୋକ ସଭା ସଦସ୍ୟତା ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପାଟନାର ଏକ କୋର୍ଟ ନୋଟିସ କରିଛନ୍ତି। ଭାଜପାର ରାଜ୍ୟ ସଭା ସଦସ୍ୟ…

ନଦୀ ଭିତରେ ଗଡ଼ିଲା ମେଟ୍ରୋ

କୋଲକାତା, ୧୩।୪: କୋଲକାତା ମେଟ୍ରୋ ଇତିହାସ ସୃଷ୍ଟି କରିଛି। ଦେଶରେ ପ୍ରଥମଥର ଲାଗି ନଦୀ ତଳେ ନିର୍ମାଣ ଟନେଲ୍‌ରେ ମେଟ୍ରୋ ଟ୍ରେନ୍‌ ଗଡ଼ିଛି। ଏଥିରେ ବସି ବିଭାଗୀୟ ଅଫିସର ଏବଂ ଇଞ୍ଜିନିୟର ଜଗଳିରୁ କୋଲକାତା ହାଓଡା ଯାଇଥିଲେ। ମେଟ୍ରୋ ରେଳବାଇ ଜେନେରାଲ…

ବେଦାନ୍ତ ବିଶ୍ୱବିଦ୍ୟାଳୟ ଭୂମି ଅଧିଗ୍ରହଣ ଅବୈଧ

ନୂଆଦିଲ୍ଲୀ,୧୩ା୪ : ଓଡ଼ିଶା ସରକାର ଓ ବେଦାନ୍ତ ଫାଉଣ୍ଡେଶନ୍‌କୁ ବୁଧବାର ବଡ଼ ଝଟକା ଲାଗିଛି। ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ କରାଯାଇଥିବା ସମ୍ପୂର୍ଣ୍ଣ ଭୂମି ଅଧିଗ୍ରହଣକୁ ଓଡ଼ିଶା ହାଇକୋର୍ଟ ବୈଧ ନୁହେଁ ବୋଲି ଦର୍ଶାଇ ରଦ୍ଦ କରିଦେଇଥିଲେ। ଉକ୍ତ ରାୟକୁ…

ବିରୋଧୀ ଦଳକୁ ଏକାଠି କରିବା ଅଭିଯାନରେ କେଜ୍‌ରିଓ୍ବାଲଙ୍କୁ ଭେଟିଲେ ନୀତୀଶ

ନୂଆଦିଲ୍ଲୀ,୧୨।୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ବୁଧବାର ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ନୀତୀଶ କୁମାର ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ।…

୯୯ ପ୍ରତିଶତ ଜଗଦୀଶ ଶେଟ୍ଟାରଙ୍କୁ ମିଳିବ ଟିକେଟ୍‌: ୟେଦୁରପ୍ପା

ବେଙ୍ଗାଲୁରୁ,୧୨।୪: ଆସନ୍ତା ମେ’୧୦ କର୍ନାଟକ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମଙ୍ଗଳବାର ଭାଜପା ୧୮୯ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥର ୫୨ଜଣ ନୂଆ ମୁହଁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଏଥିରେ ୮ ଜଣ ମହିଳାଙ୍କୁ ସୁଯୋଗ ଦିଆଯାଇଛି।…

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ହଜାରରୁ ଅଧିକ ସଂକ୍ରମଣ, ୯ ମୃତ

ମୁମ୍ବାଇ,୧୨।୪: ଦେଶର ଅନେକ ସ୍ଥାନରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ମହାରାଷ୍ଟ୍ରରେ କରୋନାକୁ ନେଇ ଚିନ୍ତା ବଢିଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୧,୧୧୫ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୯ ଜଣଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?