Posted inଜାତୀୟ

ବେଦାନ୍ତ ବିଶ୍ୱବିଦ୍ୟାଳୟ ଭୂମି ଅଧିଗ୍ରହଣ ଅବୈଧ

ନୂଆଦିଲ୍ଲୀ,୧୩ା୪ : ଓଡ଼ିଶା ସରକାର ଓ ବେଦାନ୍ତ ଫାଉଣ୍ଡେଶନ୍‌କୁ ବୁଧବାର ବଡ଼ ଝଟକା ଲାଗିଛି। ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ କରାଯାଇଥିବା ସମ୍ପୂର୍ଣ୍ଣ ଭୂମି ଅଧିଗ୍ରହଣକୁ ଓଡ଼ିଶା ହାଇକୋର୍ଟ ବୈଧ ନୁହେଁ ବୋଲି ଦର୍ଶାଇ ରଦ୍ଦ କରିଦେଇଥିଲେ। ଉକ୍ତ ରାୟକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି। ଏଥିସହ ଦୁଇଜଣିଆ ଖଣ୍ଡପୀଠ ଅନିଲ ଅଗ୍ରଓ୍ବାଲ ଫାଉଣ୍ଡେଶନ୍‌କୁ ୫ ଲକ୍ଷ ଟଙ୍କା ଜରିମାନା ଆଦେଶ ମଧ୍ୟ ଦେଇଛନ୍ତି।
ଅନିଲ ଅଗ୍ରଓ୍ବାଲ ଫାଉଣ୍ଡେଶନ୍‌ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଦାଖଲ ଅପିଲକୁ ଜଷ୍ଟିସ୍‌ ଏମ୍‌.ଆର୍‌. ଶାହ ଏବଂ କ୍ରିଷ୍ଣା ମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ସମ୍ପୂର୍ଣ୍ଣ ଅଧିଗ୍ରହଣ ପ୍ରକ୍ରିୟା ପ୍ରିୟାପ୍ରୀତି ତୋଷଣ ଓ ମନ୍ଦ ଉଦ୍ଦେଶ୍ୟ ନେଇ କରାଯାଇଥିଲା। ଅନେକ ଦିଗକୁ ଅନୁଧ୍ୟାନ କଲେ ରାଜ୍ୟ ସରକାର ଏଥିରେ ନିଜ ବୁଦ୍ଧି ପ୍ରୟୋଗ କରି ନ ଥିବା ସ୍ପଷ୍ଟ ହେଉଛି ବୋଲି ଖଣ୍ଡପୀଠ କହିଛନ୍ତି। ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ପ୍ରଶାସନିକ, ପ୍ରବେଶିକା, ଫି’ ଢାଞ୍ଚା, ପାଠ୍ୟକ୍ରମ ଓ ଫାକଲ୍ଟି ଚୟନ ଆଦି କ୍ଷେତ୍ରରେ ସମ୍ପୂର୍ଣ୍ଣ ସ୍ବାୟତ୍ତତା ପ୍ରଦାନ ଲାଗି ଅହେତୁକ ସୁବିଧା ପ୍ରଦାନ କରାଯାଇଥିଲା। ଏପରି କି ବିଶ୍ୱବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ସଂରକ୍ଷଣ ଆଇନରୁ ସମ୍ପୂର୍ଣ୍ଣ ରିହାତି ଦିଆଯାଇଥିଲା। ଉକ୍ତ ୟୁନିଭର୍ସିଟି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏବଂ ଅଲ୍‌ ଇଣ୍ଡିଆ କାଉନ୍‌ସିଲ୍‌ ଫର୍‌ ଟେକ୍ନିକାଲ ଏଜୁକେଶନ୍‌ (ଏଆଇସିଟିଇ) ଭଳି ପ୍ରତିଷ୍ଠାନରୁ ନିୟାମକଠାରୁ ଅନୁମୋଦନ ହାସଲ ଲାଗି ସହାୟତା ପ୍ରଦାନ କରାଯାଇଥିଲା। ଏପରି କି ଗବେଷଣା ଓ ଉନ୍ନୟନ ଉପକରଣ, ଶୈକ୍ଷିକ ସାମଗ୍ରୀ, ଲ୍ୟାବ୍‌ ଉପକରଣ, ନିର୍ମାଣ ସାମଗ୍ରୀ ଆଦି କିଣାରେ ରାଜ୍ୟର ସମସ୍ତ କର/ଟିକସ/ ଶୁଳ୍କ ଛାଡ଼ କରିବେ ବୋଲି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ସମୟରେ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ବୋଲି ଖଣ୍ଡପୀଠ କହିଛନ୍ତି।
ଦୁଇଜଣିଆ ଖଣ୍ଡପୀଠ ଆହୁରି କହିଛନ୍ତି, ଗୋଟିଏ ଟ୍ରଷ୍ଟ/କମ୍ପାନୀକୁ ରାଜ୍ୟ ସରକାର ଏଭଳି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବା ପ୍ରଶଂସନୀୟ କାର୍ଯ୍ୟ ନୁହେଁ। ତେଣୁ ସମ୍ପୂର୍ଣ୍ଣ ଅଧିଗ୍ରହଣ ପ୍ରକ୍ରିୟା ଏବଂ ରାଜ୍ୟ ସରକାର ସୁବିଧା ଯୋଗାଇବା ପାଇଁ ଦେଇଥିବା ପ୍ରସ୍ତାବ ପ୍ରିୟାପ୍ରୀତି ତୋଷଣ ଉଦ୍ଦେଶ୍ୟରେ କରାଯାଇଥିଲା, ଯାହାକି ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲ୍ଲଂଘନ। ବିଶ୍ୱବିଦ୍ୟାଳୟ ପାଇଁ ହୋଇଥିବା ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଲ୍ୟାଣ୍ଡ ଆକ୍ୱିଜିଶନ୍‌ ଆକ୍ଟ, ୧୯୮୪ର ମଧ୍ୟ ଉଲ୍ଲଂଘନ କରାଯାଇଥିବା ସର୍ବୋଚ୍ଚ ଅଦାଲତ କହିଛନ୍ତି।
ଜମି ଅଧିଗ୍ରହଣକୁ ୩୮୩୮ ଏକରରେ ସୀମିତ କରିବା ପାଇଁ ପ୍ରସ୍ତୁତ ବୋଲି ଶୁଣାଣି ବେଳେ ଫାଉଣ୍ଡେଶନ୍‌ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା। ଏହା ଉପରେ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିବା ସହ କହିଛନ୍ତି, କେତେ ଏକର ଜମି ଆବଶ୍ୟକ ସେନେଇ କୌଣସି ଉପଯୁକ୍ତ ଯାଞ୍ଚ କରା ନ ଯିବା ଦୁର୍ଭାଗ୍ୟଜନକ। ପ୍ରାରମ୍ଭରେ ୧୫,୦୦୦ ଏକର ଜମି ଅଧିଗ୍ରହଣ ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ୩,୮୩୭ ଏକରରେ ସୀମିତ ରଖାଯିବାର ତାତ୍ପର୍ଯ୍ୟ ହେଉଛି ଏହି ଯୋଜନାରେ ଚାହିଦାକୁ ଅତିରଞ୍ଜିତ କରାଯାଇଥିଲା। ଏହା ହେଉଛି ଫାଉଣ୍ଡେଶନ୍‌ର ମନ୍ଦ ଉଦ୍ଦେଶ୍ୟ। ଅଧିଗ୍ରହଣ ପାଇଁ ଆବଶ୍ୟକ ଚାଷଜମି ୬,୦୦୦ ପରିବାରର ଜୀବିକା ଉପାର୍ଜନ ପାଇଁ ଏକମାତ୍ର ଉତ୍ସ ହୋଇଥିବାରୁ ଟଙ୍କା ଆକାରରେ ଏହାର କ୍ଷତିପୂରଣ କରାଯାଇପାରିବ ନାହିଁ। ତେଣୁ ବର୍ତ୍ତମାନ ଦିଆଯାଇଥିବା ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଭାବେ ଅଗ୍ରାହ୍ୟ କରାଯାଇଛି।
ସେହିପରି ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ପାଇଁ ଜମି ପ୍ରଦାନରେ ପରିବେଶଗତ ଦିଗଗୁଡ଼ିକ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ନିଜ ବୁଦ୍ଧି ନ ଖଟାଇବା ଅନୁଚିତ। ଉକ୍ତ ଜମି ଦେଇ ନୂଆନଈ ଓ ନାଳ ନଦୀ ପ୍ରବାହିତ ହେଉଛି। ଜମି ସଂଲଗ୍ନ ଅଞ୍ଚଳରେ ଏକ ବଣ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟ ରହିଛି। ହିତାଧିକାରୀ କମ୍ପାନୀକୁ ଏହି ଦୁଇ ନଦୀର ରକ୍ଷଣାବେକ୍ଷଣ ଦାୟିତ୍ୱ କିପରି ଦିଆଯାଇପାରିବ? ବଣ୍ୟପ୍ରାଣୀ ଅଭୟାରଣ୍ୟକୁ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବଡ଼ଧରଣର ନିର୍ମାଣ ବଣ୍ୟପ୍ରାଣୀ ଅଭୟାରଣ୍ୟ, ସମ୍ପୂର୍ଣ୍ଣ ଜୈବଶୃଙ୍ଖଳ ଏବଂ ସ୍ଥାନୀୟ ଜୈବିକ ପରିବେଶକୁ ମଧ୍ୟ ପ୍ରଭାବିତ କରିବ ବୋଲି ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ଫାଉଣ୍ଡେଶନ୍‌କୁ ୬ ସପ୍ତାହ ମଧ୍ୟରେ ୫ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଜମା ରାଶି ଓଡ଼ିଶା ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷଙ୍କ ନିକଟକୁ ହସ୍ତାନ୍ତର କରାଯିବ ବୋଲି ନିର୍ଦ୍ଦେଶ ରହିଛି।
ପ୍ରକାଶ ଯେ, ବେଦାନ୍ତ ଗ୍ରୁପ୍‌ ପକ୍ଷରୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୬,୦୦୦ ଏକର ଜମି ଅଧିଗ୍ରହଣ ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ୨୦୧୧ରେ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପୂର୍ବରୁ ୨୦୧୦ ନଭେମ୍ବର ୧୬ରେ ଓଡ଼ିଶା ହାଇକୋର୍ଟ ଉକ୍ତ ଜମି ଅଧିଗ୍ରହଣକୁ ଚ୍ୟାଲେଞ୍ଜ କରି ଦାଖଲ ଏକାଧିକ ଆବେଦନର ଶୁଣାଣି କରିଥିଲେ। ହାଇକୋର୍ଟ ୧୫ଟି କାରଣ ଦୃଷ୍ଟିରୁ ଅବୈଧ ଦର୍ଶାଇ ଅଧିଗ୍ରହଣକୁ ଖାରଜ କରିବା ସହ ମୂଳ ସ୍ବତ୍ୱାଧିକାରୀମାନଙ୍କୁ ଜମି ଫେରାଇବା ପାଇଁ ଫାଉଣ୍ଡେଶନକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?