ଜାତୀୟ

ବ୍ରିଜ୍‌ ତଳକୁ ଖସିପଡିଲା ବସ୍‌: ୧୫ ମୃତ

ଭୋପାଳ,୯।୫: ମଧ୍ୟପ୍ରଦେଶର ଖାର୍ଗୋନ ଜିଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବୋରାଡ ନଦୀ ବ୍ରିଜରୁ ମଙ୍ଗବଳାର ଏକ ଯାତ୍ରୀବାହୀ ବସ୍‌ ଖସିପଡିଛି। ଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ସବିଶେଷ ତଥ୍ୟ ଅନୁଯାୟୀ,…

ଟେରର ଫଣ୍ଡିଂ ବିରୋଧରେ ଏନଆଇଏର ବଡ କାର୍ଯ୍ୟାନୁଷ୍ଠାନ, କଶ୍ମୀରରୁ ତାମିଲନାଡୁ ପର୍ଯ୍ୟନ୍ତ ଚଢାଉ

ନୂଆଦିଲ୍ଲୀ,୯।୫: ଟେରର ପଣ୍ଡିଂକୁ ନେଇ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ) ଆକ୍ସନରେ। ଜମ୍ମୁ-କଶ୍ମୀରର କିଛି ସ୍ଥାନରେ ମଙ୍ଗଳବାର ଏନଆଇଏ ଦ୍ୱାରା ଚଢାଉ କରାଯାଇଛି। ଶ୍ରୀନଗର, ଅନନ୍ତନାଗ, କୁପଓ୍ବାଡା, ଶୋପିଆନ, ରାଜୌରି ଓ ପୁଞ୍ଛରେ ଏନଆଇଏ ଟିମ ଚଢାଉ ପାଇଁ ପହଞ୍ଚିଛନ୍ତି। ହେଲେ ଏବେ…

ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କଲା ପୋଲିସ

ମୁମ୍ବାଇ,୯।୫: ଅଭିନେତା ସଲମାନ ଖାନଙ୍କୁ କିଛି ଦିନ ହେବ ଧମକ ଦିଆଯାଉଛି। ନିକଟରେ ଅଭିନେତାଙ୍କୁ ହତ୍ୟା କରିବା ପାଇଁ ଜଣେ ବ୍ୟକ୍ତି ପୋଲିସକୁ ଧମକପୂର୍ଣ୍ଣ ମେଲ ପଠାଇ ଥିଲେ। ଯାହା ପରେ ପୋଲିସ ସେହି ବ୍ୟକ୍ତିଙ୍କୁ ଖୋଜିବା ପାଇଁ ତଦନ୍ତ ଚଳାଇଥିଲା।…

‘ଆପ୍‌କା ସଙ୍କଳ୍ପ, ମେରା ସଙ୍କଳ୍ପ’… ନିର୍ବାଚନ ପୂର୍ବରୁ କର୍ନାଟକବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୯।୫: ବୁଧବାର ଅର୍ଥାତ୍‌ ୧୦ ମେ’ରେ କର୍ନାଟକରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଭିଡିଓ ଭାଜପାର ଟୁଇଟର ହ୍ୟାଣ୍ଡେଲରେ ଅପଲୋଡ…

ବୁଧବାର ଜଳନ୍ଧର ଉପନିର୍ବାଚନ: ସ୍କୁଲ, କଲେଜ ଛୁଟି ଘୋଷଣା

ଜଳନ୍ଧର,୯।୫: ଜଳନ୍ଧର ଲୋକ ସଭା ଉପନିର୍ବାଚନ ବୁଧବାର ଅନୁଷ୍ଠିତ ହେବ। ତେବେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ସୋମବାର ନିର୍ବାଚନୀ ପ୍ରଚାର ଶେଷ ହୋଇଛି। ବର୍ତ୍ତମାନ କେବଳ ୪ ଜଣଙ୍କ ସହିତ ଡୋର ଟୁ ଡୋର ପ୍ରଚାର କରାଯାଇପାରିବ। ୧୦…

କୁନୋ ଜାତୀୟ ଉଦ୍ୟାନରେ ଆଉ ୫ ଚିତାଙ୍କୁ ଅବାଧ ବିଚରଣ ପାଇଁ ଛଡ଼ାଯିବ

ନୂଆଦିଲ୍ଲୀ, ୯ା୫: ବର୍ଷାଋତୁ ପୂର୍ବରୁ ୫ ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ମୁକ୍ତ ବିଚରଣ ଲାଗି ଛାଡ଼ିଦିଆଯିବ। ସେମାନଙ୍କୁ ନାମିବ୍ୟାରୁ ଅଣାଯିବା ପରେ ସ୍ଥାନୀୟ ବାତାବରଣ ସହ ଖାପ ଖୁଆଇବା ପାଇଁ ଅନୁକୂଳନ କ୍ୟାମ୍ପ୍‌ରେ ରଖାଯାଇଥିଲା। ପ୍ରୋଜେକ୍ଟ ଚିତାର ବର୍ତ୍ତମାନର…

ୟୁପିରେ ‘ଦ କେରଲା ଷ୍ଟୋରି’ ଟିକସମୁକ୍ତ, କ୍ୟାବିନେଟ ସହ ଫିଲ୍ମ ଦେଖିବେ ଯୋଗୀ

ଲକ୍ଷ୍ନୌ,୯।୫: ଫିଲ୍ମ ‘ଦ କେରଲା ଷ୍ଟୋରି’ ନେଇ ଦେଶର ଅନେକ ସ୍ଥାନରେ ବିବାଦ ଲାଗି ରହିଛି। କେତେକ ରାଜ୍ୟରେ ଫିଲ୍ମକୁ ବ୍ୟାନ କରାଯାଇଥିବା ବେଳେ ବର୍ତ୍ତମାନ ଉତ୍ତରପ୍ରଦେଶରେ ଟିକସମୁକ୍ତ କରାଯାଇଛି। ଏଥିସହ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ କ୍ୟାବିନେଟ ସହିତ…

‘ଦ କେରଲା ଷ୍ଟୋରି’ ନିର୍ଦ୍ଦେଶକଙ୍କୁ ଧମକ

ମୁମ୍ବାଇ,୯।୫: ଫିଲ୍ମ ‘ଦ କେରଲା ଷ୍ଟୋରି’ ନେଇ ଦେଶର ଅନେକ ସ୍ଥାନରେ ବିବାଦ ଲାଗି ରହିଛି। ଏହି କାରଣରୁ ପଶ୍ଚିମବଙ୍ଗରେ ଫିଲ୍ମ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ହୋଇଥିବାବେଳେ ତାମିଲନାଡୁରେ ଏହି ଶୋ ବାତିଲ କରାଯାଇଛି। ଏହି ସମୟରେ ଫିଲ୍ମର ନିର୍ଦ୍ଦେଶକ ସୁଦୀପ୍ତୋ…

ଡୋଭାଲଙ୍କୁ ଭେଟିଲେ ଆମେରିକା ଏନ୍‌ଏସ୍‌ଏ

ନୂଆଦିଲ୍ଲୀ,୯ା୫ : ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍‌ ସୁଲିଭାନ ରବିବାର ସାଉଦି ଆରବରେ ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲଙ୍କୁ ଭେଟି ଦ୍ୱିପାକ୍ଷିକ ଓ ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଚଳିତ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା…

ଟିକେଟ ବୁକିଂ ବନ୍ଦ ରଖିବାକୁ ଗୋ ଫାଷ୍ଟକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୯ା୫: ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତୁରନ୍ତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଟିକେଟ ବୁକିଂ ଏବଂ ବିକ୍ରି ବନ୍ଦ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଗୋ ଫାଷ୍ଟକୁ ସୋମବାର ନିର୍ଦ୍ଦେଶ ଦେଇଛି। ସୁରକ୍ଷିତ ବିମାନ ସେବା ଯୋଗାଇବାରେ…

କର୍ନାଟକରେ ବୁଧବାର ଭୋଟ

ବେଙ୍ଗାଲୁରୁ, ୯ା୫: କର୍ନାଟକର ୨୨୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ଲାଗି ବୁଧବାର ମତଦାନ ହେବାକୁ ଥିବାବେଳେ ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ସବୁ ଦଳ ପକ୍ଷରୁ ଜୋର୍‌ଦାର ପ୍ରଚାର କରାଯାଇଥିଲା। ବୁଧବାର ଭୋଟରମାନେ ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।…

ସ୍ବର୍ଣ୍ଣ ମନ୍ଦିର ନିକଟରେ ପୁଣି ବିସ୍ଫୋରଣ

ଅମୃତସର, ୯।୫: ପଞ୍ଜାବ ସ୍ବର୍ଣ୍ଣ ମନ୍ଦିର ନିକଟରେ ସୋମବାର ସକାଳେ ପୁଣି ବିସ୍ଫୋରଣ ଘଟି ଜଣେ ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଉଦ୍ଦେଶ୍ୟମୂଳକ ଭାବେ କୌଣସି ବ୍ୟକ୍ତି ଏପରି କରିଥିବା ସନ୍ଦେହ କରାଯାଉଥିବାବେଳେ ଆତଙ୍କବାଦୀ ଦିଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?