ଜାତୀୟ

ଏଣିକି ମାଫିଆ କାହାକୁ ଭୟଭୀତ କରାଇପାରିବେ ନାହିଁ: ଯୋଗୀ

ଲକ୍ଷ୍ନୌ,୧୮।୪: ଅତିିକ୍‌ ଅହମ୍ମଦଙ୍କ ହତ୍ୟା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ପ୍ରଥମ ଥର ପାଇଁ ଏକ ପ୍ରାୟାଗରାଜର ସାଧାରଣ କାର୍ଯ୍ୟକ୍ରମରେ ନଜର ଆସିଛନ୍ତି। ଏହି ସମୟରେ ସେ ହତ୍ୟାକାଣ୍ଡ ପରେ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ପ୍ରଥମ ପ୍ରତିକ୍ରିୟା…

ଡରାଇଲାଣି କରୋନା: ଦିଲ୍ଲୀରେ ପ୍ରତି ୧୦୦ଟେଷ୍ଟରେ ୩୨ସଂକ୍ରମିତ

ନୂଆଦିଲ୍ଲୀ,୧୮।୪: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ ଅନୁଯାୟୀ ଗତ ୨୪ ଘଣ୍ଟାରେ ସାରା ଦେଶରେ ୭,୬୩୩ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏତଦ୍‌ ବ୍ୟତୀତ କରୋନାଜନିତ ୧୧ଜଣଙ୍କ ମୃତ୍ୟୁ ହୋଇଛି।…

କୋର୍ଟଙ୍କ ରାୟ ପୂର୍ବରୁ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୧୮।୪: ମଙ୍ଗଳବାର ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ପ୍ରଦାନ ଉପରେ ଶୁଣାଣି ଆରମ୍ଭ ହେବ। ସର୍ବୋଚ୍ଚ ଅଦାଲତର ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବେ। ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି ଏବଂ…

ସୁଦାନରେ ସେନା-ଅର୍ଦ୍ଧସାମରିକ ବଳଙ୍କ ମଧ୍ୟରେ ସଂଘର୍ଷରେ ଏବେ ପର୍ଯ୍ୟନ୍ତ ୧୦୮ ଜଣଙ୍କ ମୃତ୍ୟୁ, ଭାରତ ପୁଣି ଜାରିକଲା ଚେତାବନୀ

ନୂଆଦିଲ୍ଲୀ,୧୮।୪: ସୁଦାନ ଉପରେ ନିୟନ୍ତ୍ରଣକୁ ନେଇ ଦେଶର ସେନା ତଥା ଏକ ଶନ୍ତିଶାଳୀ ଅର୍ଦ୍ଧସାମରିକ ବଳଙ୍କ ମଧ୍ୟରେ ସୋମବାର ଲଗାତାର ତୃତୀୟ ଦିନରେ ବି ସଂଘର୍ଷ ଜାରି ରହିଥିଲା। ଏହି ସଂଘର୍ଷରେ ଏବେ ପର୍ଯ୍ୟନ୍ତ ପ୍ରାୟ ୧୦୮ ଜଣଙ୍କ ମତ୍ୟୁ ହେଲାଣି।…

ଅତିକ୍‌- ଅଶ୍ରଫ୍‌ ହତ୍ୟା ମାମଲା: ଏପ୍ରିଲ ୨୪ରେ ଶୁଣାଣି

ନୂଆଦିଲ୍ଲୀ,୧୮।୪: ଗ୍ୟାଙ୍ଗଷ୍ଟର ଅତିକ୍‌ ଅହମ୍ମଦ- ଅଶ୍ରଫ୍‌ ଅହମ୍ମଦଙ୍କ ହତ୍ୟା ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନର ଶୁଣାଣି ଏପ୍ରିଲ ୨୪ରେ ହେବ ବୋଲି ଜଣାପଡିଛି। ଆବେଦନକାରୀ ବିଶାଲ ତିୱାରୀ ସୁପ୍ରିମକୋର୍ଟଙ୍କୁ…

ଭାଜପାରେ ଯୋଗ ଦେବେ ଅଜିତ ପାଓ୍ବାର!

ମୁମ୍ବାଇ,୧୮।୪: ମହାରାଷ୍ଟ୍ର ରାଜନୀତିରେ ପୁଣି ଉଷ୍ମତା ଦେଖାଦେଇଛି। ଶୁଣିବାକୁ ମିଳୁଛି କି ଅଜିତ ପାଓ୍ବାର ଭାରତୀୟ ଜନତା ପାର୍ଟି(ଭାଜପା) ସହ ଯାଇ ପାରନ୍ତି। ଅଜିତଙ୍କ ସହ ୧୧-୧୨ ବିଧାୟକ ରହିଛନ୍ତି। ଅଜିତଙ୍କୁ ନେଇ ଅନୁମାନ କରାଯାଉଛି କି ମହାରାଷ୍ଟ୍ର ରାଜନୀତିରେ ବଡ…

ସମଲିଙ୍ଗୀ ବିବାହ ମାମଲା: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ,୧୮।୪: ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ପ୍ରଦାନ ଉପରେ ମଙ୍ଗଳବାର ୫ ଜଣିଆ ଖଣ୍ଡପୀଠରେ ଶୁଣାଣି ହେବ। ତେବେ ସୁପ୍ରିମକୋର୍ଟର ଶୁଣାଣିକୁ ନେଇ କେନ୍ଦ୍ର ବିରୋଧ କରି କହିଛି ଯେ, କୋର୍ଟଙ୍କୁ ଏହା ଉପରେ ଶୁଣାଣି କରିବା ଉଚିତ୍‌ ନୁହେଁ। ଏଥିସହ…

ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସାମ୍ନାରେ ଭଙ୍ଗାରୁଜା, ଏନଆଇଏ କରିବ ଯାଞ୍ଚ, ପାକ-ଖଲିସ୍ତାନ ଷଡଯନ୍ତ୍ରର କରିବ ଅନୁସନ୍ଧାନ

ଲଣ୍ଡନ/ନୂଆଦିଲ୍ଲୀ,୧୮।୪: ବ୍ରିଟେନର ରାଜଧାନୀ ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସାମ୍ନାରେ ହୋଇଥିବା ପ୍ରଦର୍ଶନ ମାମଲାର ଯାଞ୍ଚ ଏବେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏନଆଇଏ କରିବ। ସୂଚନାଯୋଗ୍ୟ, ପ୍ରଦର୍ଶନ ମାମଲାରେ ପାକିସ୍ତାନ ଓ ଖଲିସ୍ତାନ ସମର୍ଥକ ଜଡିତ ଥିବା ଇନପୁଟ ମିଳିଛି। ଏହାପରେ…

ମିଳିଳାନି ଟିକେଟ୍‌, ଅସନ୍ତୋଷ ପ୍ରକାଶ କଲେ ରାମଦାସ

ବେଙ୍ଗାଲୁରୁ,୧୮।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ତିନୋଟି ତାଲିକାରେ ଭାଜପା ୨୨୨ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳରେ ଅସନ୍ତୋଷ ଓ ବିଦ୍ରୋହ ମଧ୍ୟରେ ତିନିଜଣ ବରିଷ୍ଠ ନେତାଙ୍କ ପରିବାର ସଦସ୍ୟଙ୍କୁ ସ୍ଥାନ ଦିଆଯାଇଛି। ତେବେ ମୈଶୁର ସହରର କୃଷ୍ଣରାଜ ନିର୍ବାଚନମଣ୍ଡଳୀରୁ…

ଅଦାଲତ ଅବମାନନା ମାମଲା ବନ୍ଦ ହେବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୪: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ଧର୍ମଘଟ ଓ ପିକେଟିଂରେ ସାମିଲ ହୋଇଥିବା ଓକିଲମାନଙ୍କ ବିରୋଧରେ ଅଦାଲତ ଅବମାନନା ବିଚାର ପ୍ରକ୍ରିୟା ବନ୍ଦ କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ସମସ୍ତଙ୍କୁ ସତ୍ୟପାଠ ଦାଖଲ ଲାଗି ସୁଯୋଗ ଦିଆଯାଉ…

ଟିଏମ୍‌ସି ନେତା ମୁକୁଲ ରୟ ନିଖୋଜ, ଅଭିଯୋଗ ଆଣିଲେ ପୁଅ

କୋଲକାତା,୧୮।୪: ପୂର୍ବତନ ରେଳମନ୍ତ୍ରୀ ତଥା ବରିଷ୍ଠ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ମୁକୁଲ ରୟ ନିଖୋଜ ହୋଇଯାଇଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ମୁକୁଲଙ୍କ ପୁଅ ଶୁଭ୍ରାଂଶୁ ରାୟ। ସେ କହିଛନ୍ତି, ସୋମବାର ସାରେ ଇଣ୍ଡିଗୋ ବିମାନ ଯୋଗେ ଦିଲ୍ଲୀ ଯାଇଥିଲେ। ରାତି ୯.୫୫ରେ…

ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ

ନୂଆଦିଲ୍ଲୀ,୧୮।୪: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ନିଜେ ସିନ୍ଧିଆ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏଥିସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କୋଭିଡ ପରୀକ୍ଷା କରାଇବାକୁ ସେ ପରାମର୍ଶ ଦେଇଛନ୍ତି। କିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri