ଜାତୀୟ

ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଅଫିସ ଯାଇଥିଲେ ସ୍ବାମୀ, କାମ ସାରି କଲେ ଆତ୍ମସମର୍ପଣ

ମୁମ୍ବାଇ,୧୪।୩: ମହାରାଷ୍ଟ୍ରରେ ଏକ ହତ୍ୟାକାଣ୍ଡର ଅଜବ ମାମଲା ସାମ୍ନାକୁ ଆସିଛି। ସୋମବାର ପାଲଘର ଜିଲାର ନାଲାସୋପାରାଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ସ୍ବାମୀ ଏଭଳି କାଣ୍ଡ…

ପୁଣି ବଢୁଛି କରୋନା ସଂକ୍ରମଣ: ଗତ ୨୪ ଘଣ୍ଟାରେ ୪୦୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୪।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ଶହେରୁ କମ୍‌ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦୨ ନୂଆ କରୋନା ମାମଲା ଚିହ୍ନଟ…

ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ଗୃହରେ ହଙ୍ଗାମା: ଅପରାହ୍ନ ୨ଟା ଯାଏ ଲୋକ ସଭା ସ୍ଥଗିତ

ନୂଆଦିଲ୍ଲୀ,୧୪।୩: ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ସଂସଦରେ ହଟ୍ଟଗୋଳ ହୋଇଛି। ଲୋକ ସଭାରେ ପ୍ରଶ୍ନକାଳ ଆରମ୍ଭରୁ  ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ବିରୋଧୀ ହଙ୍ଗମା କରିଥିଲେ। ଯାହା ଫଳରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରି ନ ଥିଲା। ଏହାପରେ ଲୋକ ସଭାକୁ…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭଗବାନ କୃଷ୍ଣଙ୍କ ସହ ତୁଳନା କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୪।୩: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭଗବାନ କୃଷ୍ଣଙ୍କ ସହ ତୁଳନା କରିଛନ୍ତି। ଏଥିସହ କେନ୍ଦ୍ର ମନ୍ତ୍ରୀ ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଛନ୍ତି। ଭଗବତ ଗୀତାରେ…

ଭଗବାନ ଶ୍ରୀକୃଷ୍ଣଙ୍କୁ ବିବାହ କଲେ ଯୁବତୀ

ଲକ୍ଷ୍ନୌ,୧୪।୩: ଉତ୍ତରପ୍ରଦେଶର ଅରୌୟା ଜିଲାରେ ଜଣେ ଯୁବତୀ ଭଗବାନ କୃଷ୍ଣଙ୍କୁ ବିବାହ କରିଛନ୍ତି। ସମସ୍ତ ରୀତିନୀତି ସହିତ ବିବାହ ସମ୍ପନ୍ନ ହୋଇଛି। ଅରୌୟା ନିବାସୀ ରକ୍ଷା ସୋଲାଙ୍କିଙ୍କ କୃଷ୍ଣଙ୍କ ପ୍ରତି ଭଲ ପାଇବା ବେଶ୍‌ ନିଆରା। ଏଥିପାଇଁ ସେ ଶ୍ରୀକୃଷ୍ଣଙ୍କୁ ବିବାହ…

ଆଜି ସଂସଦ ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ନୂଆଦିଲ୍ଲୀ,୧୪।୩: ସଂସଦ ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଜମ୍ମୁ-କଶ୍ମୀରର ବଜେଟ ଉପସ୍ଥାପନ କରିପାରନ୍ତି। ଅନ୍ୟପକ୍ଷରେ ଉଭୟ ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ କରିବେ ବିରୋଧୀ। ତେବେ ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ…

ଜମ୍ମୁ-କଶ୍ମୀରର ଅନେକ ସ୍ଥାନରେ ଏନ୍‌ଆଇଏ ଚଢାଉ

ଶ୍ରୀନଗର,୧୪।୩: ଜମ୍ମୁ-କଶ୍ମୀରର ଅନେକ ସ୍ଥାନରେ ମଙ୍ଗଳବାର ସକାଳୁ ଏନ୍‌ଆଇଏ ଚଢାଉ ହୋଇଛି। ଶ୍ରୀନଗର, ଶୋପିଆନ, ପୁଲୱାମା, ଅନନ୍ତନାଗ ଏବଂ କୁଲଗାମ ସମେତ କାଶ୍ମୀରର ଅନେକ ସ୍ଥାନରେ ଏନଆଇଏ ଟିମ ଚଢାଉ କରୁଛନ୍ତି। ଏହି ଚଢାଉ ଆତଙ୍କବାଦୀ ପାଣ୍ଠି ଏବଂ ଅନ୍ୟାନ୍ୟ ଆତଙ୍କବାଦୀ…

ହୃଦ୍‌ଘାତରେ କରଣୀ ସେନା ପ୍ରତିଷ୍ଠାତାଙ୍କ ପରଲୋକ

ଜୟପୁର,୧୪।୩:କରଣୀ ସେନାର ପ୍ରତିଷ୍ଠାତା ଲୋକେନ୍ଦ୍ର ସିଂ କଲଭିଙ୍କ ହୃଦଘାତରେ ଦେହାନ୍ତ ହୋଇଛି। ଜୟପୁର ସ୍ଥିତ ଏସଏମଏସ ହସ୍ପିଟାଲର ଡାକ୍ତରମାନେ ଏହା ନିଶ୍ଚିତ କରିଛନ୍ତି। ତାଙ୍କର ମୃତଦେହ ଶେଷ ଦର୍ଶନ ପାଇଁ ରାଜପୁତ ଭବନ ଜୟପୁରରେ ରଖାଯିବ। ଏହାପରେ ତାଙ୍କ ଜନ୍ମ ଗାଁ…

ବାବରି ମସଜିଦ ନୁହେଁ, ଆମକୁ ଦରକାର ରାମ ଜନ୍ମଭୂମି: ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୪ ।୩: ଆସମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କର୍ନାଟକରେ କନକଗିରିରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଶାସନ କ୍ଷମତା ଦେବାକୁ ଅପିଲ କରି କହିଛନ୍ତି, ଆମକୁ ଏବେ ବାବରି ମସଜିଦ ନୁହେଁ, ରାମ ଜନ୍ମଭୂମି ଦରକାର । ଆମକୁ ଭାଜପାକୁ ଶାସନ…

ଆସାମରେ ବାଲ୍ୟ ବିବାହ ମାମାଲା, ୮୭୭୩ ଚାର୍ଜସିଟରୁ ୪୯୪ ଦୋଷୀ

ଗୁଆହାଟି,୧୪ ।୩: ଆସାମରେ ବାଲ୍ୟ ବିବାହ ଓ ପୋକ୍‌ସୋ ମାମଲାରେ ଚାର୍ଜସିଟ କରାଯାଇଥିବା ୮,୭୭ ଲୋକଙ୍କ ମଧ୍ୟରୁ ମାତ୍ର ୪୯୪ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଏହି ସୂଚନା ସୋମବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଦେଇଛନ୍ତି ।…

୫ ବର୍ଷ ସହମତିରେ ଯୌନ ସମ୍ପର୍କ ବଳାତ୍କାର ନୁହେଁ: ହାଇକୋର୍ଟ

ବେଙ୍ଗାଲୁରୁ, ୧୪ା୩: ଦୀର୍ଘ ୫ ବର୍ଷ ସହମତିରେ ଯୌନ ସମ୍ପର୍କ ରଖିବା ପରେ ଏହାକୁ ଇଚ୍ଛା ବିରୋଧରେ ବୋଲି କୁହାଯାଇପାରିବ ନାହିଁ। କର୍ନାଟକ ହାଇକୋର୍ଟ ଏହା କହିବା ସହ ଏକ ବଳାତ୍କାର ଅଭିଯୋଗ ମାମଲାକୁ ଖାରଜ କରିଦେଇଛନ୍ତି। ଅଲଗା ରହୁଥିବା ଜଣେ…

ସିବିଆଇ ତଦନ୍ତ ଅଟକାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୪ା୩: ଭାରତର ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ର କେତେଜଣ ବିଧାୟକଙ୍କୁ କିଣିବା ପାଇଁ ଉଦ୍ୟମ ପଛରେ ଆପରାଧିକ ଷଡ଼ଯନ୍ତ୍ର ଥିବା ଭାଜପାର ଅଭିଯୋଗ ଉପରେ ତଦନ୍ତକୁ ସ୍ଥଗିତ ରଖିବା ନିମନ୍ତେ ସୁପ୍ରିମକୋର୍ଟ ସୋମବାର ସିବିଆଇକୁ କହିଛନ୍ତି। ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri