ସମଲିଙ୍ଗୀ ସମ୍ପର୍କରେ ମୁହଁ ଖୋଲିଲେନି ନବୀନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୨ା୫: ଦେଶରେ ସମଲିଙ୍ଗୀ ବିବାହକୁ ଆଇନତଃ ସ୍ବୀକୃତି ପ୍ରଦାନ କରିବା ନେଇ ବିଭିନ୍ନ ବର୍ଗରୁ ଦାବି ହୋଇ ଆସୁଛି। ଗୁରୁବାର ଏପ୍ରସଙ୍ଗରେ ବିଜେଡିର କ’ଣ ଆଭିମୁଖ୍ୟ ରହିଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା କରାଯାଇଥିବା ପ୍ରଶ୍ନ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବତା ରକ୍ଷା କରିଛନ୍ତି। ଏସମ୍ପର୍କରେ ସେ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି। ଏପରି କି ସମଲିଙ୍ଗୀ ବିବାହ ସମ୍ପର୍କରେ ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କୌଣସି ଆଲୋଚନା ହୋଇ ନ ଥିବା କହିଛନ୍ତି।
ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏପରି କି ପୁରୀଠାରେ ଶ୍ରୀଜଗନ୍ନାଥ ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦର ସମ୍ପର୍କରେ ଆଲୋଚନା କରିଥିଲେ। ମୋଦିଙ୍କ ସହ ଆଲୋଚନା ପରେ ନବୀନ ଗଣମାଧ୍ୟମ ନିକଟରେ ନିଜର ପ୍ରତିକ୍ରିୟା ରଖିଥିଲେ। ଏହି ସମୟରେ ତାଙ୍କୁ ସମଲିଙ୍ଗୀ ବିବାହକୁ ସ୍ବୀକୃତି ସମ୍ପର୍କରେ ବିଜେଡିର ଆଭିମୁଖ୍ୟ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ହେଲେ ନବୀନ ଏସମ୍ପର୍କରେ କୌଣସି ଉତ୍ତର ନ ଦେଇ ମୋଦିଙ୍କ ସମୟ କୌଣସି ଆଲୋଚନା ହୋଇ ନ ଥିବା କହିଥିଲେ।
ପ୍ରକାଶ ଯେ, ସମଲିଙ୍ଗୀ ବିବାହକୁ ସ୍ବୀକୃତି ପ୍ରଦାନ ପାଇଁ ୧୮ଟି ସମଲିଙ୍ଗୀ ଯୋଡ଼ି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଗତ ଏପ୍ରିଲ୍‌ରେ ଏହି ମାମଲାର ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ଯେହେତୁ ଏହି ପ୍ରସଙ୍ଗ ସମସ୍ତ ରାଜ୍ୟ ସହିତ ଜଡ଼ିତ, ତେଣୁ ସେ ଏସମ୍ପର୍କରେ ସମସ୍ତ ରାଜ୍ୟଗୁଡ଼ିକଠାରୁ ମତ ସଂଗ୍ରହ କରିବାକୁ ଚିଠି କରିଥିବା କହିଥିଲେ। ଏପରି କି ବୁଧବାର ହୋଇଥିବା ଶୁଣାଣି ସମୟରେ ଆସାମ, ଆନ୍ଧ୍ରପ୍ରଦେଶ ଏବଂ ରାଜସ୍ଥାନ ସରକାର ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ପ୍ରସଙ୍ଗକୁ ବିରୋଧ କରିଥିବାବେଳେ ଆଉ ୪ଟି ରାଜ୍ୟ ଏସମ୍ପର୍କରେ ମତ ଦେବା ନେଇ ଅଧିକ ସମୟ ଲୋଡ଼ିଛନ୍ତି। ତେବେ ଓଡ଼ିଶାଠାରୁ ଏସମ୍ପର୍କରେ କୌଣସି ମତ ମିଳି ନ ଥିବା ସଲିସିଟର ଜେନେରାଲ୍‌ ସତ୍ୟପାଠ ମାଧ୍ୟମରେ କୋର୍ଟରେ ଜଣାଇଥିଲେ। ଅପରପକ୍ଷରେ ବିଜେଡି ରାଜ୍ୟ ସଭା ସଦସ୍ୟ ତଥା ଆଇନଜୀବୀ ସସ୍ମିତ ପାତ୍ର ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ୨ଟି ସଂଗଠନ ପକ୍ଷରୁ ମାମଲା ଲଢ଼ୁଛନ୍ତି। ବୁଧବାର ଶୁଣାଣି ସମୟରେ ସସ୍ମିତ ସମଲିଙ୍ଗୀ ବିବାହ ସ୍ବୀକୃତି ପ୍ରସଙ୍ଗକୁ ପାର୍ଲାମେଣ୍ଟକୁ ପଠାଇବା ସପକ୍ଷରେ ନିଜର ମତ ରଖିଥିଲେ। ସେ କହିଥିଲେ ଯେ, ପର୍ସନାଲ୍‌ ଲ’କୁ ଛାଡ଼ି ସମଲିଙ୍ଗୀ ବିବାହ ସମ୍ପର୍କରେ କୌଣସି ଆଲୋଚନା କରିବା ଉଚିତ ହେବ ନାହିଁ। ଧରାଯାଉ କୋର୍ଟ ଏନେଇ ଘୋଷଣା କରିଦେଲେ, ତେବେ ଏହାକୁ କାର୍ଯ୍ୟକାରୀ କିପରି କରାଯିବ। ଯେହେତୁ ଏହି ପ୍ରସଙ୍ଗରେ ପାର୍ଲାମେଣ୍ଟରେ କିଛି ଆଲୋଚନା ହୋଇ ନାହିଁ, କୋର୍ଟ ଘୋଷଣା କରିଦେବାପରେ ତାହା ପାର୍ଲାମେଣ୍ଟରେ ଆଇନରେ ସହଜରେ ପରିଣତ ହୋଇପାରିବ ନାହିଁ ବୋଲି ପାତ୍ର କହିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ୧୫ମିନିଟ ଧରି ଆଲୋଚନା ହୋଇଥିଲା। ଏହି ସମୟରେ ରାଜ୍ୟରେ ୨୦୧୭-୧୮ରେ ଆରମ୍ଭ ହୋଇଥିବା ୮ଟି ଜାତୀୟ ରାଜପଥ ପ୍ରକଳ୍ପକୁ ଶେଷ କରିବାକୁ ନବୀନ ଅନୁରୋଧ କରିଥିଲେ। ଏପରି କି ୩୯୫୪ ଗ୍ରାମପଞ୍ଚାୟତରେ ଅଧିକ ବ୍ୟାଙ୍କ ଶାଖା ଖୋଲିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ। ଉଦ୍ୟମୀ ଯୋଜନାରେ ଭାରତ ନେଟ ଫେଜ୍‌ -୨ ଜରିଆରେ ପ୍ରତି ଗ୍ରାମପଞ୍ଚାୟତରେ ୫ଟି ମାଗଣା ସଂଯୋଗ ପ୍ରଦାନ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ। ତେବେ ୨୦୨୪ରେ ରାଜନୈତିକ ଆଲିଆନ୍ସ ନେଇ କୌଣସି ଆଲୋଚନା ହୋଇ ନାହିଁ। ବିଜେଡି ଏକାକୀ ନିର୍ବାଚନ ଲଢ଼ିବ ବୋଲି ନବୀନ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?