Posted inଜାତୀୟ

ବିରୋଧୀ ଏକାଠି କାର୍ଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ: ପାଓ୍ବାର

ମୁମ୍ବାଇ, ୧୨ା୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁରୁବାର ମୁମ୍ବାଇରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି। ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ବିରୋଧୀ ଦଳଗୁଡ଼ିକ ଏକାଠି କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଉଭୟ ନେତା ଜୋର୍‌ ଦେଇଥିଲେ। ନୀତୀଶଙ୍କ ସହ ଏକ ମିଳିତ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ପାଓ୍ବାର କହିଛନ୍ତି, ଦେଶର ସାମ୍ପ୍ରତିକ ସ୍ଥିତିକୁ ନଜରରେ ରଖି ଗଣତନ୍ତ୍ରର ସୁରକ୍ଷା ପାଇଁ ଏକାଠି କାର୍ଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ଏକତ୍ର କାର୍ଯ୍ୟ କରିବା ତେବେ ଦେଶ ଚାହୁଁଥିବା ବିକଳ୍ପ ପାଇଁ ସମର୍ଥନ ମିଳିବ ବୋଲି ଏନ୍‌ସିପି ଅଧ୍ୟକ୍ଷ କହିଛନ୍ତି। ବୁଧବାର କର୍ନାଟକ ବିଧାନସଭା ନିର୍ବାଚନ ଶେଷ ହୋଇଛି। ତାଙ୍କ ପାଖରେ ଥିବା ସୂଚନା ଅନୁଯାୟୀ କର୍ନାଟକ ଜନସାଧାରଣ ଭାଜପାକୁ କ୍ଷମତାରୁ ବାଦ୍‌ ଦେଇ ଏକ ଧର୍ମନିରପେକ୍ଷ ସରକାର ନିର୍ବାଚନ କରିଛନ୍ତି ବୋଲି ପାଓ୍ବାର କହିଥିଲେ। ଖବରଦାତା ସମ୍ମିଳନୀରେ ନୀତୀଶ ଭାଜପାକୁ ଜୋର୍‌ଦାର ସମାଲୋଚନା କରିଥିଲେ। ଭାଜପା ଦେଶର ସ୍ବାର୍ଥ ପାଇଁ କାର୍ଯ୍ୟ କରୁନାହିଁ। ଯେତେ ସଂଖ୍ୟାରେ ଅଧିକ ବିରୋଧୀ ଦଳ ଏକାଠି ହେବେ ଦେଶର ସ୍ବାର୍ଥ ପାଇଁ ସେତେ ଭଲ ହେବ। ଏନେଇ ବିଭିନ୍ନ ଦଳ ସହ କଥାବାର୍ତ୍ତା ଚାଲିଛି। ଆମେ ଏକାଠି ବସି ନିଷ୍ପତ୍ତି ନେବା ବୋଲି ନୀତୀଶ କହିଥିଲେ। ଶରଦ ପାଓ୍ବାର ବିରୋଧୀ ମେଣ୍ଟର ମୁଖ୍ୟ ଚେହେରା ହେବେ କି ବୋଲି ପ୍ରଶ୍ନ ହେବାରୁ ଏହାଠାରୁ ଅଧିକ ଖୁସି କଥା କିଛି ନାହିଁ ବୋଲି ବିହାର ମୁଖ୍ୟମନ୍ତ୍ରୀ କହିଥିଲେ। ପାଓ୍ବାର କେବଳ ନିଜ ଦଳ ପାଇଁ କାମ ନ କରି ସମଗ୍ର ଦେଶ ପାଇଁ କିଛି କରିବା ଆବଶ୍ୟକ ବୋଲି ନୀତୀଶ ଖବରଦାତା ସମ୍ମିଳନୀକୁ ସୂଚନା ଦେଇଛନ୍ତି। ଏହି ଆଲୋଚନା ବେଳେ ନୀତୀଶଙ୍କ ସହ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ବୀ ଯାଦବ ଉପସ୍ଥିତ ଥିଲେ। ସେମାନେ ମାତୋଶ୍ରୀରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri