ଜାତୀୟ

ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ମାମଲାରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୨।୫: ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ପ୍ରସଙ୍ଗରେ ସମ୍ବିଧାନ ବେଞ୍ଚର ନିଷ୍ପତ୍ତିର ପରଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଶୁକ୍ରବାର ପୁଣି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଏହି ସମୟରେ କେଜ୍‌ରିଓ୍ବାଲ ସେବା ସଚିବଙ୍କ ସ୍ଥାନାନ୍ତର ପ୍ରସଙ୍ଗ ସୁପ୍ରିମକୋର୍ଟରେ ଉଠାଇଛନ୍ତି ଏବଂ କହିଛନ୍ତି…

ଜୁନ ୨ ପର୍ଯ୍ୟନ୍ତ ସିସୋଡିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ,୧୨।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ଆମ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଅଡୁଆ ବଢିବାରେ ଲାଗିଛି। ଶୁକ୍ରବାର ସିବିଆଇ ମାମଲାର ଶୁଣାଣି କରି ରୌଜ୍‌ ଏଭିନ୍ୟୁ କୋର୍ଟ ସିସୋଡିଆଙ୍କ…

ଏକନାଥ ଶିନ୍ଦେ, ଭାଜପାକୁ ଚ୍ୟାଲେଞ୍ଜ କଲେ ଉଦ୍ଧବ ଠାକରେ

ମୁମ୍ବାଇ,୧୨।୫: ଶିବସେନା(ୟୁଟିବି) ଅଧ୍ୟକ୍ଷ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଉଦ୍ଧବ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଓ ସରକାରର ସହଯୋଗୀ ଦଳ ଭାଜପାକୁ ନିର୍ବାଚନର ସାମ୍ନା କରିବାକୁ…

ଦିଲ୍ଲୀ ପୋଲିସ ସାମ୍ନାରେ ହାଜର ହେଲେ ବ୍ରିଜ ଭୂଷଣ, ରେକର୍ଡ କଲେ ବୟାନ, ଅଭିଯୋଗକୁ ଖଣ୍ଡନ

ନୂଆଦିଲ୍ଲୀ,୧୨।୫: ମହିଳା ରେସଲରଙ୍କୁ ଯୌନ ଶୋଷଣ ଅଭିଯୋଗରେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂ ଶୁକ୍ରବାର ଦିଲ୍ଲୀ ପୋଲିସ ନିକଟରେ ହାଜର ହୋଇଛନ୍ତି। ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣଙ୍କ ବୟାନ ରେକର୍ଡ କରିଛି। ଏହା ସହିତ…

ବଜରଙ୍ଗ ପୁନିଆଙ୍କ ଅଭିଯୋଗ, ‘ଆମ ଫୋନ ନମ୍ବର କରାଯାଉଛି ଟ୍ରାକ’

ନୂଆଦିଲ୍ଲୀ,୧୨।୫: ଦିଲ୍ଲୀର ଜନ୍ତର ମନ୍ତରରେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା କୁସ୍ତି ଯୋଦ୍ଧାମାନେ କଳା ପଟି ପିନ୍ଧିଥିବାର ନଜର ଆସିଥିଲେ। କୁସ୍ତିଯୋଦ୍ଧାମାନେ ଗୁରୁବାର ଅର୍ଥାତ ୧୧ ମେକୁ କଳା ଦିନ…

ମସଜିଦରେ ନମାଜ ପଢିବାକୁ ହିନ୍ଦୁ ମହିଳାଙ୍କୁ ସୁରକ୍ଷା ଦେଲେ ହାଇକୋର୍ଟ

ପ୍ରୟାଗରାଜ,୧୨।୫: ଉତ୍ତରାଖଣ୍ଡ ହାଇକୋର୍ଟ ଗୁରୁବାର ଜଣେ ୨୨ ବର୍ଷର ଯୁବତୀଙ୍କୁ ମସଜିଦରେ ନମାଜ ପଢିବାକୁ ନେଇ ପୋଲିସ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ୨୨ ବର୍ଷର ହିନ୍ଦୁ ଯୁବତୀ ଉତ୍ତରାଖଣ୍ଡ ହାଇାକୋର୍ଟରେ ଅପିଲ କରିଥିଲେ କି ତାଙ୍କୁ ମସଜିଦରେ ନମାଜ…

ବାତ୍ୟା ମୋଚାକୁ ନେଇ ପଶ୍ଚିମବଙ୍ଗରେ ଆଲର୍ଟ

ନୂଆଦିଲ୍ଲୀ/କୋଲକାତା,୧୨।୫: ଦକ୍ଷିଣ ପୂର୍ବ ଏବଂ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋଚା’ ଘନୀଭୂତ ହୋଇ ଶୁକ୍ରବାର ଉଗ୍ର ରୂପ ନେବାରେ ଲାଗିଛି। ଏହାର ପ୍ରଭାବରେ ଉତ୍ତର-ପୂର୍ବ ରାଜ୍ୟ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା…

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ,୧୨ା୫: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ମୋଟ୍‌ ୧୭ ଲକ୍ଷ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ମୋଟ୍‌ ପାସ୍‌ ହାର ୮୭.୩୩ ପ୍ରତିଶତ ରହିଛି। ଗତଥର ଅପେକ୍ଷା ଚଳିତ…

ଆଜି ଭୟଙ୍କର ରୂପ ନେବ ବାତ୍ୟା ‘ମୋଚା’, ଏହି ରାଜ୍ୟଗୁଡ଼ିକୁ ସତର୍କ ସୂଚନା

ନୂଆଦିଲ୍ଲୀ,୧୨ା୫: ସାମୁଦ୍ରିକ ଝଡ଼ ‘ମୋଚା’ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଦ୍ରୁତ ଗତିରେ ମୁହାଁଇଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି। ବାତ୍ୟା ବାଂଲାଦେଶର କାକ୍ସ ବଜାର ଏବଂ ମ୍ୟାନ୍‌ମାରର କ୍ୟୋକୟୁ ପାର୍‌ ହେବାର ସମ୍ଭାବନା ରହିଛି।…

ବିରୋଧୀ ଏକାଠି କାର୍ଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ: ପାଓ୍ବାର

ମୁମ୍ବାଇ, ୧୨ା୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁରୁବାର ମୁମ୍ବାଇରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି। ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ବିରୋଧୀ ଦଳଗୁଡ଼ିକ ଏକାଠି କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଉଭୟ ନେତା ଜୋର୍‌ ଦେଇଥିଲେ।…

ଦୁର୍ନୀତି ବିରୋଧରେ ୫ ଦିନିଆ ଯାତ୍ରା ଆରମ୍ଭ କଲେ ସଚିନ

ଜୟପୁର, ୧୨ା୫: ଚଳିତ ବର୍ଷ ଶେଷ ଭାଗରେ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଦଳର ଶୀର୍ଷ ନେତୃତ୍ୱକୁ ଚ୍ୟାଲେଞ୍ଜ କରି ଅସନ୍ତୁଷ୍ଟ କଂଗ୍ରେସ ନେତା ସଚିନ ପାଇଲଟ୍‌ ଗୁରୁବାର ୫ ଦିନିଆ ଜନସଂଘର୍ଷ ଯାତ୍ରା…

ସମଲିଙ୍ଗୀ ବିବାହ ମାମଲା ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୧୨ା୫(ପି.ଟି.): ସମଲିଙ୍ଗୀ ବିବାହକୁ ଆଇନଗତ ବୈଧତା ପ୍ରଦାନ ଦାବିରେ ଏକାଧିକ ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ ଗୁରୁବାର ରାୟ ସଂରକ୍ଷିତ ରଖିଛନ୍ତି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ପୀଠ ଉକ୍ତ ମାମଲା ଉପରେ ୧୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri