Posted inଜାତୀୟ

ଟ୍ରେନ ଦୁର୍ଘଟଣାକୁ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ସୋସିଆଲ ମିଡ଼ିଆରେ ଷଡ଼ଯନ୍ତ୍ର, ଇସକନ ମନ୍ଦିରକୁ ଦର୍ଶାଯାଇଛି ମସଜିଦ୍‌: ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କହିଲା ପ୍ରଶାସନ…

ନୂଆଦିଲ୍ଲୀ,୪।୬ : ବାହନଗା ଟ୍ରେନ ଦୁର୍ଘଟଣା ସମ୍ପର୍କରେ ଗୁଜବକୁ ଏଡ଼ାଇବାକୁ ଓଡିଶା ପୋଲିସ ଲୋକଙ୍କୁ ପରାମର୍ଶ ଦେଇଛି। ପୋଲିସ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି, ଏହା ଦେଖିବାକୁ ମିଳିଛି କିଛି ସୋସିଆଲ ମିଡିଆ ୟୁଜରମାନେ ଏହି ଯନ୍ତ୍ରଣାଦାୟକ ଟ୍ରେନ ଦୁର୍ଘଟଣାକୁ ସାମ୍ପ୍ରଦାୟିକ ରଙ୍ଗ ଦେଉଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ରବିବାର ପୋଲିସ ପକ୍ଷରୁ ଗୋଟିଏ ପରେ ଗୋଟିଏ ଟୁଇଟ କରାଯାଇଥିଲା। ଏଥିରେ କୁହାଯାଇଛି ଦୁର୍ଘଟଣାର କାରଣ ତଥା ଅନ୍ୟାନ୍ୟ ଦିଗ ଜିଆରପି ଓଡିଶା ଦ୍ୱାରା ଅନୁସନ୍ଧାନ କରାଯାଉଛି। ଅନ୍ୟ ଏକ ଟୁଇଟରେ ପୋଲିସ କହିଛି, ଆମେ ସମସ୍ତ ଲୋକଙ୍କୁ ଏପରି ମିଥ୍ୟା ଏବଂ ଦୁର୍ଭାବନାପୂର୍ଣ୍ଣ ପୋଷ୍ଟ ଶେୟାର ନ କରିବାକୁ ନିବେଦନ କରୁଛୁ। ଗୁଜବ ପ୍ରଚାର କରି ସାମ୍ପ୍ରଦାୟିକ ସଦଭାବନା ବିଗାଡ଼ିବାର ଯେଉଁମାନେ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କୋଲକାତାର ୨୫୦ କିଲୋମିଟର ଦକ୍ଷିଣରେ ଏବଂ ଭୁବନେଶ୍ୱରର ୧୭୦ କିଲୋମିଟର ଉତ୍ତରରେ ଥିବା ବାଲେଶ୍ୱର ନିକଟ ବାହାନଗା ବଜାର ଷ୍ଟେଶନଠାରେ ଏହି ଦୁର୍ଘଟଣା ଘଟିଛି। ଶୁକ୍ରବାର ଘଟିଥିବା ଏହି ଦୁର୍ଘଟଣା ରେଳ ଇତିହାସରେ ସବୁଠାରୁ ବଡ ଦୁର୍ଘଟଣା । ରେଳ ଦୁର୍ଘଟଣାର ଚିତ୍ର ଏବଂ ଭିଡିଓ ଭୁଲ ଭାବରେ ଶେୟାର କରାଯାଉଥିବା ବେଳେ ପୋଲିସ ଏହି ଆବେଦନ କରିଛି। କିଛି ଲୋକ ଏହି ଦୁର୍ଘଟଣାରେ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କରୁଛନ୍ତି। ଦୁର୍ଘଟଣାସ୍ଥଳ ନିକଟରେ ଏକ ମସଜିଦ ଥିଲା ବୋଲି ସୋସିଆଲ ମଡ଼ିଆରେ ମିଥ୍ୟା ପ୍ରଚାର କରାଯାଉଛି।

ଟୁଇଟର ୟୁଜର ରାଣ୍ଡମ ଇଣ୍ଡିଆନ (@ ରାଣ୍ଡମସେନା) ମାଧ୍ୟମରେ ନିଆଯାଇଥିବା ଏକ ଚିତ୍ର ପୋଷ୍ଟ କରାଯାଇଛି। ଏହା ଘଟଣା ସ୍ଥଳର ଏକ ଡ୍ରୋନ ଦ୍ୱାରା ନିଆଯାଇଥିବା ଦୃଶ୍ୟ ଦେଖାଉଛି। ଫଟୋରେ ଥିବା ତୀର ଏକ ଧଳା କୋଠାକୁ ସୂଚାଇଛି। ଯାହା ଏକ ମସଜିଦ ମିଥ୍ୟାରେ କୁହାଯାଇଛି। ୟୁଜର ଫଟୋର କ୍ୟାପଶନରେ ଲେଖିଛନ୍ତି ଗତକାଲି ଶୁକ୍ରବାର ଥିଲା। ପ୍ରକୃତରେ, ସମ୍ପୃକ୍ତ ୟୁଜରଙ୍କ ପକ୍ଷରୁ ଏହି ଦୁଃଖଦ ଘଟଣା ପାଇଁ ମୁସଲମାନମାନେ ଦାୟୀ ବୋଲି କହିବାକୁ ଚେଷ୍ଟା କରାଯାଇଛି। ଏହି ଟୁଇଟ ଏକ ସୂତ୍ରର ଏକ ଅଂଶ ଯେଉଁଠାରେ ଟ୍ରେନ ଦୁର୍ଘଟଣାକୁ ମୁସଲମାନମାନଙ୍କ ଦ୍ୱାରା ହୋଇଥିବା ଆକ୍ରମଣ ଭାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରାଯାଇଛି।

ତେବେ, ଫ୍ୟାକ୍ଟ-ଚେକିଂ ୱେବସାଇଟ ବୁମ ଫ୍ୟାକ୍ଟ ଚେକ ଏହି ଦାବିକୁ ଖଣ୍ଡନ କରିଛି । ଏହା ଅନୁଯାୟୀ, ଦୁର୍ଘଟଣାସ୍ଥଳ ନିକଟରେ ଏକ ମସଜିଦ ଅବସ୍ଥିତ ବୋଲି ଦାବି ମିଥ୍ୟା ଅଟେ। ଭାଇରାଲ ପୋଷ୍ଟରେ ତୀର ଦ୍ୱାରା ପ୍ରଦର୍ଶିତ କୋଠାଟି ପ୍ରକୃତରେ ଇସକନ ମନ୍ଦିର ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?