ଜାତୀୟ

ଭାରତରେ ଗଣତାନ୍ତ୍ରିକ ସଂସ୍ଥାକୁ ଟାର୍ଗେଟ କରାଯାଉଛି : ରାହୁଲ

ଲଣ୍ଡନ,୯।୯: ଭାରତର ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକ ଉପରେ ବଡ଼ ଧରଣର ଆକ୍ରମଣ ଚାଲିଛି, ଯାହାକୁ ନେଇ ୟୁରୋପୀୟ ସଂଘ(ଇୟୁ) ଚିନ୍ତିତ ବୋଲି ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ତ୍ରିରାଷ୍ଟ୍ରୀୟ ୟୁରୋପ ଗସ୍ତରେ ଥିବା ରାହୁଲ ବେଲଜିୟମର ବ୍ରସେଲ୍ସ ପ୍ରେସ କ୍ଳବରେ…

ମୋଦିଙ୍କୁ ପ୍ରଶ୍ନ କରିବା ପାଇଁ ଆମେରିକୀୟ ଖବରଦାତାଙ୍କୁ ସୁଯୋଗ ନାହିଁ

ନୂଆଦିଲ୍ଲୀ,୯ା୯: ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ କେତେଜଣ ଖବରଦାତା ଭାରତ ଆସିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଇଡେନ୍‌ଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ବେଳେ ଉଭୟଙ୍କୁ ପ୍ରଶ୍ନ କରିବା ସୁଯୋଗ ସେମାନଙ୍କୁ…

ଇଣ୍ଡିଆ ମେଣ୍ଟ ୪, ଭାଜପା ୩

ଲକ୍ଷ୍ନୌ/ଅଗରତାଲା,୯ା୯(ପି.ଟି.): ଇଣ୍ଡିଆ ମେଣ୍ଟରେ ଥିବା କଂଗ୍ରେସ, ଜେଏମ୍‌ଏମ୍‌, ଟିଏମ୍‌ସି ଏବଂ ସମାଜବାଦୀ ପାର୍ଟି ଗୋଟିଏ ଲେଖାଏ ଆସନରେ ବିଜୟୀ ହୋଇଛନ୍ତି। ଭାଜପା ଉତ୍ତରାଖଣ୍ଡର ବାଗେଶ୍ୱର ଆସନ ଏବଂ ତ୍ରିପୁରାର ଧନପୁର ଆସନକୁ ବଜାୟ ରଖିଥିବାବେଳେ ଉତ୍ତରପୂର୍ବାଞ୍ଚଳ ରାଜ୍ୟର ବକ୍ସାନଗର ଆସନକୁ ସିପିଆଇ(ଏମ୍‌)ଠାରୁ…

ବିଶ୍ୱ ମଙ୍ଗଳ ପାଇଁ ବନ୍ଧୁତା

ନୂଆଦିଲ୍ଲୀ,୯ା୯: ବିଶ୍ୱ ମଙ୍ଗଳ ପାଇଁ ଭାରତ-ଆମେରିକା ବନ୍ଧୁତା ବଡ଼ ଭୂମିକା ନେବ ବୋଲି ୨ ଦିନିଆ ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶାବ୍ୟକ୍ତ…

ଦିନେଶ ଶର୍ମା ରାଜ୍ୟ ସଭାକୁ ନିର୍ବାଚିତ

ଲକ୍ଷ୍ନୌ,୮ା୯: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଉତ୍ତରପ୍ରଦେଶରୁ ଭାଜପା ପ୍ରାର୍ଥୀ ଭାବେ ରାଜ୍ୟ ସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ୧୫ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ କେବଳ ଭାଜପା ନେତା ଦିନେଶ ପ୍ରାର୍ଥତ୍ପତ୍ର ଦାଖଲ କରିଥିବାରୁ ତାଙ୍କୁ ନିର୍ଦ୍ୱନ୍ଦ୍ୱରେ…

ଉପନିର୍ବାଚନ: ଆଇ.ଏନ.ଡି.ଆଇ.ଏ ହାତେଇଲା ୪, ଭାଜପାକୁ ମିଳିଲା ୩

ନୂଆଦିଲ୍ଲୀ,୮।୯: ଦେଶରେ ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ୭ ବିଧାନସଭା ଆସନରୁ ବିରୋଧୀ ମେଣ୍ଟ ୪ ସିଟ୍‌ରେ ବିଜୟୀ ହୋଇଥିବାବେଳେ ଭାଜପା ୩ ଆସନ ଅକ୍ତିଆର କରିଛି। କେରଳ, ପଶ୍ଚିମବଙ୍ଗ…

ଦିଲ୍ଲୀକୁ ଏବେ ନୋ ଫ୍ଲାଇଙ୍ଗ୍‌ ଜୋନ୍‌ କରାଯାଇଛି, କେମିତି ଯିବି: ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାୟପୁର,୮।୯: ଜି-୨୦ ୨୦୨୩ ଶିଖର ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେଉଛି। ଏଥିପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବିଦେଶରୁ ଆସୁଥିବା ସମସ୍ତ ଅତିଥିଙ୍କ ଲାଗି ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାତ୍ରିଭୋଜନର ଆୟୋଜନ…

‘ଡାଲଖାଇ’ ଗୀତର ତାଳେ ତାଳେ ନାଚିଲେ ଆଇଏମ୍‌ଏଫ୍‌ ଏମ୍‌ଡି କ୍ରିଷ୍ଟାଲିନା

ନୂଆଦିଲ୍ଲୀ,୮।୯: ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ଅତିଥିମାନଙ୍କ ଆଗମନ ପ୍ରକ୍ରିୟା ଜାରି ରହିଛି। ଜଣେ ପରେ ଜଣେ ବିଦେଶୀ ଅତିଥି ଆସି ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚୁଛନ୍ତି। ଏହି କ୍ରମରେ ଗୁରୁବାର ଆଇଏମ୍‌ଏଫ୍‌ (ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି)ର…

ଜି୨୦ ସମ୍ମିଳନୀରେ ଚାଇନା ପ୍ରତିନିଧିଙ୍କ ଅଂଶଗ୍ରହଣକୁ ତିବ୍ବତୀୟଙ୍କ ବିରୋଧ

ନୂଆଦିଲ୍ଲୀ,୮।୯: ଜି୨୦ ସମ୍ମିଳନୀରେ ଚାଇନା ପ୍ରତିନିଧିଙ୍କ ଅଂଶଗ୍ରହଣକୁ ବିରୋଧ କରାଯାଇଛି। ଶୁକ୍ରବାର ଉତ୍ତର ଦିଲ୍ଲୀର ମଞ୍ଜୁକା ତିଲାଠାରେ ତିବ୍ବତୀୟ ଯୁବ କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ତିବ୍ବତୀୟମାନେ ବ୍ୟାନର ଧରି ଚାଇନା ବିରୋଧୀ ସ୍ଲୋଗାନ…

ପାରମ୍ପରିକ ଭାରତୀୟ ନୃତ୍ୟ ସହ ବାଇଡେନ୍‌ଙ୍କୁ ସ୍ବାଗତ, ବଜାଗଲା ‘ଚକ୍‌ ଦେ ଇଣ୍ଡିଆ’ ସଙ୍ଗୀତ

ନୂଆଦିଲ୍ଲୀ,୮।୯: ଜି୨୦ ୨୦୨୩ ଶିଖର ସମ୍ମିଳନୀ ଲାଗି ଭାରତରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ତାଙ୍କୁ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ(ଅବସରପ୍ରାପ୍ତ) ଭି.କେ. ସିଂହ ତାଙ୍କୁ ସ୍ବାଗତ କରିଛନ୍ତି। ଦିଲ୍ଲୀ ବିମାନବନ୍ଦରରେ ବାଇଡେନ୍‌ଙ୍କୁ ଭାରତୀୟ ପାରମ୍ପରିକ ନୃତ୍ୟ ସହ…

ଶସ୍ତା ହେଲା ସୋଲା, ମସୁର ଡାଲି

ନୂଆଦିଲ୍ଲୀ,୮।୯: ଭାରତ ସୋଲା, ମସୁର ଡାଲି ଓ ସେଓ ସମେତ ୬ଟି ଆମେରିକୀୟ ଉତ୍ପାଦ ଉପରେ ଅତିରିକ୍ତ ଟିକସ ହଟାଇ ଦେଇଛି। ବର୍ତ୍ତମାନ ଏହି ଜିନିଷଗୁଡ଼ିକ ଶସ୍ତା ମୂଲ୍ୟରେ ଭାରତରେ ଉପଲବ୍ଧ ହେବ। ଆମେରିକା ୨୦୧୯ରେ ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦ…

ଜି୨୦ ଲୋଗାରେ ରହିଛି ସ୍ବତନ୍ତ୍ର ବାର୍ତ୍ତା! ଜାଣନ୍ତୁ କିଏ କରିଛନ୍ତି ପ୍ରସ୍ତୁତ? କ’ଣ ଏହାର ଅର୍ଥ…

ନୂଆଦିଲ୍ଲୀ,୮।୯: ଜି୨୦ ଶିଖର ସମ୍ମିଳନୀକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି ଦେଶର ରାଜଧାନୀ । ଦିଲ୍ଲୀର କୋଣ ଅନୁକୋଣକୁ ସଜା ଯାଇଥିବା ବେଳେ ସ୍ଥାନେସ୍ଥାନେ ସମ୍ମିଳନୀକୁ ନେଇ ବଡ଼ ପୋଷ୍ଟର ଏବଂ ବ୍ୟାନର ଲଗାଯାଇଛି। ଏସବୁ ମଧ୍ୟରେ ସମ୍ମିଳନୀର ଲୋଗୋ ସମସ୍ତଙ୍କ ଦୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?