Posted inଜାତୀୟ

ମୋଦିଙ୍କୁ ପ୍ରଶ୍ନ କରିବା ପାଇଁ ଆମେରିକୀୟ ଖବରଦାତାଙ୍କୁ ସୁଯୋଗ ନାହିଁ

ନୂଆଦିଲ୍ଲୀ,୯ା୯: ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ କେତେଜଣ ଖବରଦାତା ଭାରତ ଆସିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଇଡେନ୍‌ଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ବେଳେ ଉଭୟଙ୍କୁ ପ୍ରଶ୍ନ କରିବା ସୁଯୋଗ ସେମାନଙ୍କୁ ଦିଆଯାଇ ନ ଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।
ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଜାକ୍‌ ସୁଲିଭାନ୍‌ କହିଛନ୍ତି, ଜି୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକର ପ୍ରୋଟୋକଲ ସେ ନିଜେ ସ୍ଥିର କରିଛନ୍ତି। ତେଣୁ ସାମ୍ବାଦିକମାନେ ଅଧିକ ପ୍ରଶ୍ନ କରିପାରିବେ ନାହିଁ।
ଭାରତରେ ନିରପେକ୍ଷ ରିପୋର୍ଟିଂକୁ ନେଇ ଗଣମାଧ୍ୟମ ଉପରେ କଟକଣାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚିତ ହୋଇଥିବା ମୋଦି କ୍ଷମତାକୁ ଆସିବା ପରଠୁ ପ୍ରାୟ କୌଣସି ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଉଚିତ ମଣିନାହାନ୍ତି। ଗତ ଜୁନ୍‌ରେ ମୋଦି ଆମେରିକା ଗସ୍ତ ବେଳେ ଉଭୟ ପକ୍ଷରୁ ବିସ୍ତୃତ ଆଲୋଚନା ପରେ ହ୍ବାଇଟ୍‌ ହାଉସ୍‌ରେ ଅନୁଷ୍ଠିତ ଏବଂ ଖବରଦାତା ସମ୍ମିଳନୀରେ ଯୋଗଦେବା ପାଇଁ ରାଜି ହୋଇଥିଲେ। ସେତେବେଳେ ପ୍ରେସ୍‌ କନ୍‌ଫରେନ୍ସ ଆୟୋଜନ ଲାଗି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଜୋର୍‌ ଦିଆଯିବାରୁ ଭାରତୀୟ ଅଧିକାରୀମାନେ ଏଥିରେ ବାଧା ଦେଇଥିଲେ। ଫଳରେ ମୋଦିଙ୍କ ଶାସନ କାଳରେ ଗଣମାଧ୍ୟମର ସ୍ବାଧୀନତା ଓ ମାନବୀୟ ପ୍ରସଙ୍ଗଗୁଡ଼ିକ ଉପରେ ମୋଦିଙ୍କୁ ସମାଲୋଚନା କରିବା ନେଇ ରାଷ୍ଟ୍ରପତିଙ୍କ ଆଗ୍ରହ ସମ୍ପର୍କରେ ବାଇଡେନ୍‌ ପ୍ରଶାସନ ତତ୍କାଳ ଇଙ୍ଗିତ କରିଥିଲା। ମୋଦିଙ୍କ ଏହି ଗସ୍ତ ସମୟରେ କଂଗ୍ରେସକୁ ଦେଇଥିବା ଉଦ୍‌ବୋଧନକୁ ୬ ଡେମୋକ୍ରାଟିକ୍‌ ଆଇନପ୍ରଣେତା ବର୍ଜନ କରିଥିଲେ। ଭାରତରେ ସଂଖ୍ୟାଲଘୁ ମୁସଲମାନଙ୍କ ପ୍ରତି ବ୍ୟବହାରକୁ ନେଇ କ୍ଷୁବ୍ଧ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ପ୍ରତିନିଧି ରାଶିଦା ତଲାଇବ୍‌, ଇହାନ୍‌ ଓମାର ଏବଂ ଆଲେକ୍‌ଜାଣ୍ଡ୍ରଆ ଓକାସିଓ-କୋର୍‌ଟେଜ୍‌ ଏହି ବର୍ଜନରେ ସାମିଲ ହୋଇଥିଲେ। କିନ୍ତୁ ବାଇଡେନ୍‌ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ହ୍ବାଇଟ୍‌ ହାଉସ୍‌କୁ ଭବ୍ୟ ସ୍ବାଗତ କରି ଏକ ଆନୁଷ୍ଠାନିକ ନୈଶଭୋଜିର ଆୟୋଜନ କରିଥିଲେ।
ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସେକ୍ରେଟାରି କେରିନ୍‌ ଜିନ୍‌-ପିଏରେ ଗୁରୁବାର ଖବରଦାତାମାନଙ୍କୁ କହିଛନ୍ତି, ବାଇଡେନ୍‌ଙ୍କ ଭାରତ ଗସ୍ତ ବେଳେ ଗଣମାଧ୍ୟମକୁ ଅଧିକ ସୁଯୋଗ ଦେବା ପାଇଁ ପ୍ରଶାସନ ପକ୍ଷରୁ ଯଥାସମ୍ଭବ ଉଦ୍ୟମ କରାଯାଉଛି। ସୁଲିଭାନ୍‌ଙ୍କ ସମେତ ହ୍ବାଇଟ୍‌ ହାଉସ୍‌ ଯୋଗାଯୋଗ ନିର୍ଦ୍ଦେଶକ ବେନ୍‌ ଲାବୋଲ୍ଟ, ଡେପୁଟି ଏନ୍‌ଏସ୍‌ଏ ଜନ୍‌ ଫିନର, ରାଷ୍ଟ୍ରପତିଙ୍କ ଡେପୁଟି ଆସିଷ୍ଟାଣ୍ଟ ତଥା ଇଣ୍ଡୋ-ପାସିଫିକ୍‌ କୋ-ଅର୍ଡିନେଟର କୁର୍ଟ କାମ୍ପବେଲ୍‌ଙ୍କ ଭଳି ଆଉ କେତେଜଣ ଅଧିକାରୀ ପ୍ରେସ୍‌କୁ ଅଧିକ ପ୍ରବେଶ ଅଧିକାର ନିମନ୍ତେ ଯୁକ୍ତି ବାଢ଼ିବା ପାଇଁ ସେମାନଙ୍କ ଭାରତୀୟ ପ୍ରତିପକ୍ଷମାନଙ୍କ ସହ ଯୋଗାଯୋଗ କରିଥିଲେ ହେଁ ତାହା ସମ୍ଭବ ହୋଇପାରି ନ ଥିଲା। ସମ୍ମିଳନୀ ଶେଷରେ ବାଇଡେନ୍‌ ନୂଆଦିଲ୍ଲୀ ପରିବର୍ତ୍ତେ ଭିଏଟ୍‌ନାମରେ ଖବରଦାତା ସମ୍ମିଳନୀ କରିବେ, ଯେଉଁଠି ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ତାଙ୍କୁ ସହଜ ହେବ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?