Posted inଜାତୀୟ

ଜି୨୦ ଲୋଗାରେ ରହିଛି ସ୍ବତନ୍ତ୍ର ବାର୍ତ୍ତା! ଜାଣନ୍ତୁ କିଏ କରିଛନ୍ତି ପ୍ରସ୍ତୁତ? କ’ଣ ଏହାର ଅର୍ଥ…

ନୂଆଦିଲ୍ଲୀ,୮।୯: ଜି୨୦ ଶିଖର ସମ୍ମିଳନୀକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି ଦେଶର ରାଜଧାନୀ । ଦିଲ୍ଲୀର କୋଣ ଅନୁକୋଣକୁ ସଜା ଯାଇଥିବା ବେଳେ ସ୍ଥାନେସ୍ଥାନେ ସମ୍ମିଳନୀକୁ ନେଇ ବଡ଼ ପୋଷ୍ଟର ଏବଂ ବ୍ୟାନର ଲଗାଯାଇଛି। ଏସବୁ ମଧ୍ୟରେ ସମ୍ମିଳନୀର ଲୋଗୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଆସନ୍ତୁ ଜାଣିବା ଏନେଇ ସବିଶେଷ…

ଜି୨୦ ୨୦୨୩ର ଲୋଗୋ କ’ଣ?
ଧ୍ୟାନର ସହ ଦେଖିଲେ ଏହି ଲୋଗୋରେ ପଦ୍ମ ଫୁଲ ଏବଂ ପୃଥିବୀ ନଜର ଆସୁଛି। ଏହାସହ ସମ୍ପୂର୍ଣ୍ଣ ଲୋଗୋକୁ ତ୍ରିରଙ୍ଗା ରଙ୍ଗ ଦିଆଯାଇଛି। ଲୋଗୋର ନିମ୍ନ ଭାଗରେ ଦେବନାଗରୀ ଲିପିରେ ‘ଭାରତ’ ଲେଖାଯାଇଛି। ଏହି ଲୋଗୋକୁ ଖ୍ୟାତନାମା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଡିଜାଇନ୍‌ କରିଛନ୍ତି।

ଜି୨୦ ଲୋଗୋରେ କାହିଁକି ରହିଛି ତ୍ରିରଙ୍ଗାର ରଙ୍ଗ?
ଜି୨୦ ଲୋଗୋରେ ତ୍ରିରଙ୍ଗାର ରଙ୍ଗ ରହିବା ପଛରେ କାରଣଟି ହେଉଛି ଏଥର ସମ୍ମିଳନୀ ଭାରତରେ ହେଉଛି। ଏଣୁ ଏହା ତ୍ରିରଙ୍ଗାରୁ ପ୍ରେରିତ ହୋଇଛି।

ଲୋଗୋରେ ଥିବା ପଦ୍ମ ଏବଂ ପୃଥିବୀର ଅର୍ଥ କ’ଣ?
ଭାରତ ସରକାରଙ୍କ ଜି୨୦ ଓ୍ବେବ୍‌ସାଇଟ୍‌ ମୁତାବକ, ଜି୨୦ ଲୋଗୋରେ ଭାରତର ଜାତୀୟ ଫୁଲ ପଦ୍ମକୁ ପୃଥିବୀ ଗ୍ରହ ସହ ପ୍ରସ୍ତୁତ କରାଯାଇଛି। ଏହା ସଂଘର୍ଷ ମଧ୍ୟରେ ବିକାଶକୁ ଦର୍ଶାଉଛି। ଏହାଛଡ଼ା ପୃଥିବୀରେ ଥିବା ଜୀବନ ପ୍ରତି ଭାରତର ପର୍ଯ୍ୟାବରଣ ଅନୁକୂଳ ଦୃଷ୍ଟିକୋଣକୁ ମଧ୍ୟ ଦର୍ଶାଉଛି। ଏହାର ପ୍ରକୃତି ସହ ପୂର୍ଣ୍ଣମାତ୍ରାରେ ସାମଞ୍ଜସ୍ୟ ରହିଛି।

ଜି୨୦ର ଥିମ୍‌ କ’ଣ?
ଏହି ସମ୍ମିଳନୀର ଥିମ୍‌ ହେଉଛି ‘ବସୁଧୈବ କୁଟୁମ୍ବକମ୍‌’ ଅର୍ଥାତ ‘ଗୋଟିଏ ପୃଥିବୀ, ଗୋଟିଏ କୁଟୁମ୍ବ, ଗୋଟିଏ ଭବିଷ୍ୟତ’। ଏହାର ପ୍ରେରଣା ପ୍ରାଚୀନ ସସ୍କୃତ ପାଠରୁ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା: ୧୫ ଅଗଷ୍ଟରେ ହେବ… ଶୁଣିକି ସରକାର ଛାନିଆ

ନୂଆଦିଲ୍ଲୀ, ୧୧।୮: କକ୍ରୋଚ ଜନତା ପାର୍ଟି (ସିଜେପି.) NEET ପେପର୍‌ ଲିକ୍‌ ବିରୋଧୀ ଆନ୍ଦୋଳନର ସଫଳତାରୁ ପ୍ରେରଣା ପାଇ ଏକ ନୂତନ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛି।…

ଛାତ୍ରଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦରେ ଭାଜପାର ବଡ଼ ଘୋଷଣା: ଆଜି ବନ୍ଦ ରହିବ…

ନୂଆଦିଲ୍ଲୀ, ୧୧।୮: ଝାଡ଼ଖଣ୍ଡ ଆଜି ବନ୍ଦ ରହିବ, କାରଣ ଭାଜପା ପ୍ରଦର୍ଶନକାରୀ ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ ଅଶ୍ରୁଗ୍ୟାସ ଆକ୍ରମଣ କରାଯିବା ପ୍ରତିବାଦରେ ବନ୍ଦ ଆହୱାନ କରିଛି। ଏହି…

ସ୍ବାଧୀନତା ଦିବସ ପାଇଁ ତଦାରଖ କଲେ ବିଡିଓ: ଛାତ୍ରୀଛାତ୍ରଙ୍କ ପ୍ରତିଯୋଗିତା-ଚୟନକୁ ଗୁରୁତ୍ୱ

ଦାରିଙ୍ଗବାଡି,୧୧।୮(ଅରୁଣ ସହୁ):ଆସନ୍ତା ଶନିବାର ସ୍ବାଧୀନତା ଦିବସ ପାଳନ ହେବ। ଏଥିପାଇଁ ଚାରିଆଡେ ଏବେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ…

ବାଲିଘାଟରୁ ଶ୍ରମିକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା : ଚାଳକଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ

ଦେବଗଡ,୧୧ା୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବ୍ଲକ ସିଂହଶାଳ ଗ୍ରାମ ପଂଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର ଘଟଣାରେ ବାରକୋଟ ଥାନା ପୋଲିସ ଏକ ହତ୍ୟା ମାମଲା…

ଗଞ୍ଜାମ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ଉଦଘାଟନ ଫଳକରେ ନାହିଁ ଏମପିଙ୍କ ନାମ, ତେଜିଲା ଅସନ୍ତୋଷ

ଗଞ୍ଜାମ,୧୧।(ବିଦ୍ୟାଧର ସାହୁ ): ଗଞ୍ଜାମ ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଉଦଘାଟନ ହୋଇଥିବା ନୂତନ ସମ୍ମିଳନୀ କକ୍ଷର ଫଳକରେ ବ୍ରହ୍ମପୁର ଏମପିଙ୍କ ନାମ ନଥିବା ନେଇ ଚର୍ଚ୍ଚା ଜୋର…

Ethanol Blended Diesel : ଇଥାନଲ ମିଶ୍ରିତ ଡିଜେଲ ସେପ୍ଟି ଟେଷ୍ଟରେ ଫେଲ; ସରକାର କହିଲେ…

ନୂଆଦିଲ୍ଲୀ,୧୧।୮: ପେଟ୍ରୋଲ ଭଳି ବ୍ୟବହାର କରିବାକୁ ଡିଜେଲରେ ଇଥାନଲ ମିଶ୍ରଣ କରିବାର ସରକାରଙ୍କ ଯୋଜନା ବିଫଳ ହୋଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ…

ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୁଷ୍ଟ: ସମସ୍ୟା ସମାଧାନ ନ କଲେ…

ମହାକାଳପଡ଼ା, ୧୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଗତ ୨ତାରିଖରୁ ଆରମ୍ଭ ହୋଇଛି। ହେଲେ ଚଳିତ ବର୍ଷ ଯେଉଁମାନଙ୍କ ନାମରେ ଆର୍‌ଓଆର୍‌ ବା…

ପ୍ରେମରେ ବିଫଳ ପରେ ପ୍ରେମିକର ଭୟଙ୍କର ଷଡ଼ଯନ୍ତ୍ର; ବରଘରକୁ ପଠାଇଲେ ଯୁବତୀଙ୍କ ଅଶ୍ଳୀଳ ଫଟୋ, ତାପରେ….

ଜମନକିରା,୧୧।୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କ ଭାଙ୍ଗିଯିବା ଓ ଅନ୍ୟତ୍ର ବାହାଘର ଠିକ୍‌ ହେବା ପରେ ପ୍ରତିଶୋଧ ପରାୟଣ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri