ପଶ୍ଚିମବଙ୍ଗ ରାମନବମୀ ହିଂସାର ତଦନ୍ତ କରିବ ଏନ୍ଆଇଏ
ନୂଆଦିଲ୍ଲୀ,୨୫ା୭: ପଶ୍ଚିମବଙ୍ଗ ରାମନବମୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସାକାଣ୍ଡର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) କରିବାକୁ କାଲ୍କାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ସୋମବାର ଉକ୍ତ ରାୟକୁ କାଏମ ରଖିଛନ୍ତି। ରାମନବମୀ ପାଳନ ବେଳେ ପଶ୍ଚିମବଙ୍ଗର ହାଓଡ଼ା, ଦଲଖୋଲା ଜିଲା ସମେତ…
ହିଂସା ମଧ୍ୟରେ ମଣିପୁରରେ ୭୦୦ରୁ ଅଧିକ ମିଆଁମାର ନାଗରିକ କରିଛନ୍ତି ଅନୁପ୍ରବେଶ: ରିପୋର୍ଟ ମାଗିଲେ ସରକାର
ଇମ୍ଫାଲ,୨୫।୭: ମଣିପୁରରେ ହିଂସା ଘଟଣା ମଧ୍ୟରେ ଏବେ ଆଉ ଏକ ଚିନ୍ତା ରାଜ୍ୟ ସରକାରଙ୍କୁ ଘାରିଛି। ଜୁଲାଇ ୨୨ ଏବଂ ୨୩ରେ ମିଆଁମାରର ୭୦୦ରୁ ଅଧିକ ନାଗରିକ ମରିପୁରରେ ଅନୁପ୍ରବେଶ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆସାମ ରାଇଫଲ୍ସରୁ…
ସିଙ୍ଗାପୁରର ୭ ସାଟେଲାଇଟ୍ ଲଞ୍ଚ୍ କରିବ ଇସ୍ରୋ
ବେଙ୍ଗାଲୁରୁ,୨୫।୭: ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଜୁଲାଇ ୩୦ରେ ସିଙ୍ଗାପୁରର ୭ ସାଟେଲାଇଟ୍ ଲଞ୍ଚ କରିବ। ଇସ୍ରାଏଲ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ (ଆଇଏଆଇ) ଦ୍ୱାରା ବିକଶିତ ସାଟେଲାଇଟ୍ରେ ସିନ୍ଥେଟିକ୍ ଆପରାରଚର ରାଡାର (ଏସ୍ଏଆର୍) ପେଲୋଡ୍ ଖଞ୍ଜାଯାଇଛି, ଯାହା ଯେ କୌଣସି ପାଣିପାଗରେ…
ଇସିଙ୍କ କ୍ଷମତାର ସାମ୍ବିଧାନିକ ବୈଧତା ଯାଞ୍ଚ ହେବ
ନୂଆଦିଲ୍ଲୀ,୨୫ା୭ (ପି.ଟି.): ନିର୍ବାଚନ କମିଶନ ଆସାମର ଲୋକ ସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଚଳାଇଥିବାବେଳେ ଏହା ଉପରେ ସ୍ଥଗିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ଏହି ପ୍ରସଙ୍ଗରେ ଏକାଧିକ ପିଟିଶନକୁ ନେଇ ସର୍ବୋଚ୍ଚ ଅଦାଲତ…
ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା: ଆଉ ଜଣେ ଅଭିଯୁକ୍ତ ଗିରଫ
ଇମ୍ଫାଲ,୨୫।୭: ମଣିପୁରରେ ମହିଳାମାନଙ୍କୁ ଉଲଗ୍ନ କରି ପରେଡ କରାଯିବା ଘଟଣା ସମଗ୍ର ଦେଶକୁ ଲଜ୍ଜାଜନକ କରିଛି। ଏହି ଘଟଣା ମେ ୪ରେ ଘଟିଥିଲା। ଯାହାର ଭିଡିଓ ଜୁଲାଇ ୧୯ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ପୋଲିସ ଆଉ ଜଣଙ୍କୁ…
ଅଜିତ ପାଓ୍ବାରଙ୍କ ଗୋଷ୍ଠୀର ନେତାଙ୍କୁ ଆଲିଙ୍ଗନ କଲେ ଶରଦଙ୍କ ବିଶ୍ୱସ୍ତ ଜୟନ୍ତ ପାଟିଲ: ଚର୍ଚ୍ଚା ଆରମ୍ଭ
ମୁମ୍ବାଇ,୨୫।୭: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଦୁଇ ଗୋଷ୍ଠୀ ନେତାଙ୍କ ମଧ୍ୟରେ ସାକ୍ଷାତକୁ ନେଇ ଏବେ ଚର୍ଚ୍ଚା ହେଉଛି। ବିଧାନ ଭବନରେ ଶରଦ ପାୱାର ଦଳର ନେତା ଜୟନ୍ତ ପାଟିଲ ଏବଂ ଅଜିତ ପାୱାର ଦଳର…
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରକୁ ପଥର ମାଡ଼
ଶିଲଂ,୨୪।୭: ମେଘାଳୟର ସହର ତୁରାକୁ ଶୀତକାଳୀନ ରାଜଧାନୀ ଘୋଷଣା ଦାବି ତେଜୁଛି। ଏହାକୁ ଦେଇ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ ହେଉଛି। ବିକ୍ଷୋଭକାରୀ ମେଘାଳୟର ମୁଖ୍ୟମନ୍ତ୍ରୀ କର୍ନଡ ସାଙ୍ଗମାଙ୍କ କାର୍ଯ୍ୟାଳୟ ଉପରକୁ ପଥର ଫିଙ୍ଗିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ।…
ମଣିପୁର ହିଂସାକୁ ନେଇ ବିଧାନସଭାରେ ନିନ୍ଦା ପ୍ରସ୍ତାବ ଆଣିବ ଟିଏମସି
କୋଲକାତା,୨୪।୭: ମଣିପୁର ପ୍ରସଙ୍ଗକୁ ନେଇ ସଡ଼କରୁ ସଂସଦ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିଛି। ଏବେ ପଶ୍ଚିମବଙ୍ଗରେ ଟିଏମସି ମଧ୍ୟ ମଣିପୁର ଉପରେ ଏକ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଚଳାଇଛି। ଟିଏମସି ବିଧାନସଭା ଅଧିବେଶନରେ ମଣିପୁର ଉପରେ ଏକ ପ୍ରସ୍ତାବଆଣିବ। ଯାହାର ତାରିଖ…
ଆସାମ ନିର୍ବାଚନ ମଣ୍ଡଳୀ ପୁନଃନିର୍ଦ୍ଧାରଣରେ ରୋକ ଲଗାଇଲେନି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୪ା୭ (ପି.ଟି.): ନିର୍ବାଚନ କମିଶନ ଆସାମର ଲୋକ ସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଚଳାଇଥିବାବେଳେ ଏହା ଉପରେ ସ୍ଥଗିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ଏହି ପ୍ରସଙ୍ଗରେ ଏକାଧିକ ପିଟିଶନକୁ ନେଇ ସର୍ବୋଚ୍ଚ ଅଦାଲତ…
କୁକି ମହିଳାଙ୍କୁ ଉଲଗ୍ନ ପରେଡ୍ରେ ସମ୍ପୃକ୍ତ ଆଉ ୧୪ ଚିହ୍ନଟ
ନୂଆଦିଲ୍ଲୀ,୨୪ା୭: ମଣିପୁର ହିଂସା ବେଳେ କୁକି ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାର ଭିଡିଓ ପଦାକୁ ଆସିବା ପରେ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଉକ୍ତ ଭିଡିଓରୁ ଆଉ ୧୪ ଜଣଙ୍କୁ ଚିହ୍ନଟ କରିଛି। ମେ’ ୪ରେ ମଣିପୁରର…
ଅଜିତ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କ’ଣ କହିଲେ ଫଡନଭିସ
ମୁମ୍ବାଇ,୨୪।୭: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ବିରୋଧୀ ଦଳର ନେତାଙ୍କ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନର ଦାବିକୁ ପ୍ରତ୍ୟାଖ୍ୟାନ କରି ଏହାର ଜବାବ ଦେଇଛନ୍ତି। ସୋମବାର ଦେବେନ୍ଦ୍ର ଫଡନଭିସ କହିଛନ୍ତି ଯେ, ଆଜିକାଲି ବହୁ ବରିଷ୍ଠ ନେତା ବିଭିନ୍ନ କଳ୍ପନାଜଳ୍ପନା କରୁଛନ୍ତି। ସେହି କଳ୍ପନାଜଳ୍ପନାରେ…
ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ଏନଆଇଏ ହିଁ କରିବ ରାମନବମୀ ହିଂସାର ଯାଞ୍ଚ
ନୂଆଦିଲ୍ଲୀ,୨୪।୭: ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ରାମନବମୀରେ ହିଂସା ଏବଂ ବୋମା ବିସ୍ଫୋରଣ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟ ବଡ଼ ଝଟକା ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ କେବଳ ଏନଆଇଏ ମାମଲାର ତଦନ୍ତ କରିବ। କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି।…
Archives


