Posted inଜାତୀୟ

ଇଣ୍ଡିଆ ମେଣ୍ଟ ୪, ଭାଜପା ୩

ଲକ୍ଷ୍ନୌ/ଅଗରତାଲା,୯ା୯(ପି.ଟି.): ଇଣ୍ଡିଆ ମେଣ୍ଟରେ ଥିବା କଂଗ୍ରେସ, ଜେଏମ୍‌ଏମ୍‌, ଟିଏମ୍‌ସି ଏବଂ ସମାଜବାଦୀ ପାର୍ଟି ଗୋଟିଏ ଲେଖାଏ ଆସନରେ ବିଜୟୀ ହୋଇଛନ୍ତି। ଭାଜପା ଉତ୍ତରାଖଣ୍ଡର ବାଗେଶ୍ୱର ଆସନ ଏବଂ ତ୍ରିପୁରାର ଧନପୁର ଆସନକୁ ବଜାୟ ରଖିଥିବାବେଳେ ଉତ୍ତରପୂର୍ବାଞ୍ଚଳ ରାଜ୍ୟର ବକ୍ସାନଗର ଆସନକୁ ସିପିଆଇ(ଏମ୍‌)ଠାରୁ ଛଡ଼ାଇ ଆଣିଛି। ପଶ୍ଚିମବଙ୍ଗର ଧୁପଗୁରି ଆସନରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଜୟୀ ହୋଇଛି। ଝାଡ଼ଖଣ୍ଡର ଡୁମ୍ରି ଆସନରେ ଜେଏମ୍‌ଏମ୍‌ ପ୍ରାର୍ଥୀ ଜିତିଥିବାବେଳେ ଉତ୍ତରପ୍ରଦେଶର ଘୋସି ଆସନକୁ ସମାଜବାଦୀ ପାର୍ଟି ବଜାୟ ରଖିଛି। ଏହା ସକାରାତ୍ମକ ରାଜନୀତିର ବିଜୟ ଏବଂ ନକାରାତ୍ମକ ସାମ୍ପ୍ରଦାୟିକ ରାଜନୀତିର ପରାଜୟ। ଏହା ଇଣ୍ଡିଆ ବିଜୟର ଅୟମାରମ୍ଭ ବୋଲି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି। ଏହି ଉପନିର୍ବାଚନ ବିରୋଧୀ ମେଣ୍ଟ ଇଣ୍ଡିଆ ପାଇଁ ପ୍ରଥମ ନିର୍ବାଚନୀ ପରୀକ୍ଷା ଥିଲା। ଆସନ୍ତାବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ଭାଜପାକୁ ପରାଜିତ କରିବା ଲକ୍ଷ୍ୟରେ ୨୮ ବିରୋଧୀ ଦଳ ଏକାଠି ହୋଇ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ଗତ ୫ ତାରିଖରେ ୭ ବିଧାନସଭା ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେଥିରୁ ଭାଜପା ହାତରେ ୩ଟି ଆସନ ପୂର୍ବରୁ ଥିବାବେଳେ କଂଗ୍ରେସ, ଏସ୍‌ପି, ସିପିଆଇ(ଏମ୍‌) ଏବଂ ଜେଏମ୍‌ଏମ୍‌ ହାତରେ ଗୋଟିଏ ଲେଖାଏ ଆସନ ରହିଥିଲା। କେରଳରେ କଂଗ୍ରେସ-ୟୁଡିଏଫ୍‌ ମେଣ୍ଟ ପୁଥୁପାଲି ଆସନକୁ ବଜାୟ ରଖିଛି। ସେଠାରୁ ଚାଣ୍ଡି ଓମେନ୍‌ ବିଜୟୀ ହୋଇଛନ୍ତି। ସେ ୮୦,୧୪୪ ଭୋଟ ପାଇଥିବାବେଳେ ଶାସକ ଏଲ୍‌ଡିଏଫ୍‌ ପ୍ରାର୍ଥୀ ଜାକ୍‌ ସି. ଥୋମାସଙ୍କୁ ୪୨,୪୨୫ ଭୋଟ ମିଳିଛି। ଝାଡ଼ଖଣ୍ଡର ଡୁମ୍ରି ଆସନରେ ଜେଏମ୍‌ଏମ୍‌ର ବେବି ଦେବୀଏଜେଏସ୍‌ୟୁ ପ୍ରାର୍ଥୀ ଯଶୋଦା ଦେବୀଙ୍କୁ ୧୭ ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି। ଇଣ୍ଡିଆ ବ୍ଲକ୍‌ ପ୍ରତିନିଧି ବେବିଙ୍କୁ ୧,୩୫,୪୮୦ ଭୋଟ ମିଳିଥିବାବେଳେ ଯଶୋଦା ୧,୧୮,୩୮୦ ଭୋଟ ପାଇଛନ୍ତି। ପଶ୍ଚିମବଙ୍ଗ ଧୁପଗୁରି ଆସନରେ ଟିଏମ୍‌ସି ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ରାୟ ୪,୩୧୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ୯୬,୯୬୧ ଭୋଟ ପାଇଥିବାବେଳେ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ତାପସୀ ରାୟ ୯୨,୬୪୮ ଭୋଟ ପାଇଛନ୍ତି। ଉତ୍ତରାଖଣ୍ଡର ବାଗେଶ୍ୱର ଆସନରେ ଭାଜପାର ପରଓ୍ବତି ଦାସ୍‌ କଂଗ୍ରେସ ପ୍ରାର୍ଥୀ ବସନ୍ତ କୁମାରଙ୍କୁ ୨,୪୦୦ରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ୟୁପିର ଘୋଷିରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ସୁଧାକର ସିଂ ବିଜୟୀ ହୋଇଛନ୍ତି। ତ୍ରିପୁରାର ଧନପୁର ଆସନରେ ଭାଜପା ପ୍ରାର୍ଥୀ ବିନ୍ଦୁ ଦେବନାଥ ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୨ ଗିରଫ, ଏକାଧିକ ଚମ୍ପଟ

ଦାରିଙ୍ଗବାଡି, ୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଆଡକି ଜଙ୍ଗଲରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ…

କେସିଙ୍ଗା ଏନଏସିରୁ ବାଦ ପଡିଲେ ୧୪୩୨ ଭୋଟର: ସୂଚନା ଦେଲେ ଅଧିକାରୀ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାରେ ସ୍ବତନ୍ତ୍ର ସଘନ ସଂଶୋଧନ-୨୦୨୬ର ଭୋଟର୍ସଙ୍କ ତାଲିକା ଲିଷ୍ଟ ଇତି ମଧ୍ୟରେ ପ୍ରକାଶ ପାଇଛି। କେସିଙ୍ଗା ଏନଏସିର ସର୍ବମୋଟ ୧୪ହଜାର୮୬୮ ଜଣ ଭୋଟର…

ଯବାନଙ୍କ ସର୍ଚ୍ଚ ଅପରେଶନ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ

ନୂଆପଡ଼ା,୮।୭ (ମକାରୁ ବେମାଲ): ୨୦୨୬ ମାର୍ଚ୍ଚ ୩୧ରେ ସାରା ଦେଶକୁ ମାଓବାଦୀ ମୁକ୍ତ ଘୋଷଣା କରାଯାଇଥିଲା। ସେହି ଦିନଠାରୁ ମାଓବାଦୀ ଗତିବିଧି ଜଣାପଡି ନ ଥିଲା। ହେଲେ…

ନେହା ଡାଗା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ

ନୂଆପଡ଼ା,୮।୭ (ମକାରୁ ବେମାଲ) : ନୂଆପଡା ଜିଲା ଖରିଆର ରୋଡ ପାର୍ଶ୍ୱନାଥ (ଜୈନ) ଭବନଠାରେ ଭାରତୀୟ ଜନତା ମଜଦୁର ସେଲ୍‌ (ବିଜେଏମ୍‌ସି) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ…

ଲୋକଙ୍କ ଘରେ ପଶିଲା ମଇଳା ପାଣି, ଡ୍ରେନେଜ ସମସ୍ୟା ନେଇ ଜିଲାପାଳଙ୍କୁ …

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଞ୍ଚଳରେ ଡ୍ରେନେଜ ସମସ୍ୟା ସଙ୍ଗୀନ ହୋଇପଡ଼ିଛି। ଗତ କିଛିଦିନ ବର୍ଷା ଲାଗି ରହିବାରୁ ବିଭିନ୍ନ ୱାର୍ଡ଼ ଜଳମଗ୍ନ ହେବା ସହିତ…

ସରକାରୀ ଜମିରେ ବନବିଭାଗର ବୃକ୍ଷରୋପଣ ଉଦ୍ୟମ: ଗ୍ରାମବାସୀଙ୍କ ତୀବ୍ର ବିରୋଧ, ଗାଁ ମୁଣ୍ଡ ରାସ୍ତାରେ ଦେଲେ ଧାରଣା

ମହାକାଳପଡ଼ା,୮।୭( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କଣ୍ଡରା ପାଟିଆ ଗ୍ରାମ ଜୋରୀ…

ଜୀରାନଦୀରେ ରିଂ ରୋଡ୍‌ ନିର୍ମାଣ: ସମୟ ଗଡ଼ୁଛି, ବର୍ଷାରେ ଧୋଇ ଯାଉଛି

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ପାର୍ଶ୍ୱରେ ରିଂ ରୋଡ୍‌ ନିର୍ମାଣ ଚାଲିଛି। ବର୍ଷା ଓ ବନ୍ୟା ସମୟରେ ସହରକୁ ଜଳ ପ୍ଳାବନରୁ ରକ୍ଷା,…

ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ: ବାଲି ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଇ ଧରାପଡିଲେ…

ଜୟପୁର, ୮।୭(ପବନ ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ। ଜଣେ ବାଲି ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri