୨୧ ଜେଏନ୍.୧ ସବ୍ଭାରିଆଣ୍ଟ ଚିହ୍ନଟ
ନୂଆଦିଲ୍ଲୀ,୨୧ା୧୨(ପି.ଟି.): ବର୍ତ୍ତମାନ ସୁଦ୍ଧା ଭାରତର ୩ ରାଜ୍ୟରୁ କୋଭିଡ୍-୧୯ର ସବ୍ଭାରିଆଣ୍ଟ ଜେଏନ୍.୧ର ୨୧ ମାମଲା ଚିହ୍ନଟ ହେଲାଣି। ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭି.କେ. ପଲ୍ ବୁଧବାର ଏହି ସୂଚନା ଦେଇଥିବାବେଳେ ଭୟଭୀତ ହେବାର କାରଣ ନ ଥିବା କହିଛନ୍ତି।…
ବିରୋଧୀ ନ ଥାଇ ବିଲ୍ ପାସ୍
ନୂଆଦିଲ୍ଲୀ,୨୧ା୧୨: ଲୋକ ସଭାରୁ ବୁଧବାର ସିପିଆଇଏମ୍ର ଏ.ଏମ୍. ଆରିଫ୍ ଏବଂ କେରଳ କଂଗ୍ରେସ (ମଣି)ର ଥୋମାସ୍ ଚାଝିକାଦନଙ୍କୁ ନିଲମ୍ବନ କରାଯାଇଛି। ଏହି ଦୁଇ ଏମ୍ପିଙ୍କୁ ମିଶାଇ ଲୋକ ସଭାରୁ ନିଲମ୍ବିତ ସଦସ୍ୟଙ୍କ ସଂଖ୍ୟା ୯୭ରେ ପହଞ୍ଚତ୍ଛି। ଏହାବାଦ୍ ରାଜ୍ୟ ସଭାରୁ ଏଯାଏ…
ଲୋକଙ୍କୁ ଟଙ୍କା ଫେରାଇବା ପାଇଁ ସାହାରା ବିରୁଦ୍ଧରେ ପୁଣି ସୁପ୍ରିମକୋର୍ଟ ଯିବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୨୦ା୧୨: ସାହାରା ଗ୍ରୁପରୁ ଅଧିକ ଟଙ୍କା ପାଇବାକୁ ଏବଂ ଏହାକୁ ନିବେଶକଙ୍କ ନିକଟକୁ ଫେରାଇବାକୁ ସରକାର ପୁଣି ଥରେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବେ। ତିନି କୋଟି ନିବେଶକ କମ୍ପାନୀର ସମବାୟ ସମିତିରେ ଅଟକି ରହିଥିବା ୮୦,୦୦୦ କୋଟି ଟଙ୍କା ଫେରସ୍ତ କରିବାକୁ…
ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲଢ଼ି ପାରନ୍ତି ନୀତିଶ କୁମାର, ପ୍ରିୟଙ୍କା ଗାନ୍ଧୀ!
ନୂଆଦିଲ୍ଲୀ,୨୦।୧୨: ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରପ୍ରଦେଶର ବାରାଣସୀରୁ କେଉଁ ବଡ଼ ନେତା ଚ୍ୟାଲେଞ୍ଜ କରିବେ ସେ ଚିନ୍ତା କରୁଛି ବିରୋଧୀଙ୍କ ଇଣ୍ଡିଆ ବ୍ଲକ୍। ୧୯୯୧ ପରଠାରୁ ୨୦୦୪ ବ୍ୟତୀତ ବାରାଣସୀରେ ଭାଜପା ଭାଜପା ଜିତି ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଏବଂ ୨୦୧୯…
‘ଆମେରିକାର ଚେତାବନୀ ପରେ ବଦଳିଲା ସ୍ୱର’, ପୁଣି ଭାରତକୁ ଟାର୍ଗେଟ କଲେ କାନାଡ଼ା ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୨୦।୧୨: ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପନ୍ତ ସିଂହ ପାନୁ ହତ୍ୟା ମାମଲାରେ ପୁଣି ଭାରତକୁ ଟାର୍ଗେଟ କରିଛନ୍ତି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ବୁଧବାର ସେ କହିଛନ୍ତି ଯେ, ‘ଏହି ମାମଲାରେ ସମ୍ପୃକ୍ତି ନେଇ ଆମେରିକା ଚେତାବନୀ ଦେବା ପରେ ଭାରତର…
ଟାଟା ମୋଟର୍ସର ଏହି ଦୁଇ କାରକୁ ସୁରକ୍ଷା ବର୍ଗରେ ମିଳିଲା ପ୍ରଥମ ବିଏନସିଏପି ଫାଇଭ ଷ୍ଟାର ମାର୍କ
ନୂଆଦିଲ୍ଲୀ,୧୯।୧୨: କେନ୍ଦ୍ର ସରକାରଙ୍କ ଭାରତ ନିଉ କାର୍ ଆସେସମେଣ୍ଟ ପ୍ରୋଗ୍ରାମ୍(ଭାରତ ଏନସିଏପି)ର ପ୍ରଥମ ପର୍ଯ୍ୟାୟ ସୁରକ୍ଷା ମାନଦଣ୍ଡ ପରୀକ୍ଷାରେ ଟାଟା ମୋଟର୍ସର ସଫାରୀ ଏବଂ ଟାଟା ହାରିଅରକୁ ମିଳିଛି ଫାଇଭ ଷ୍ଟାର ମାର୍କ। ଭାରତରେ କାର୍ ଗୁଡିକର ସୁରକ୍ଷା ମାଣଦଣ୍ଡକୁ ମାପିବା…
ଲୋକସଭାରେ ପାସ୍ ହେଲା ତିନି ଆପରାଧିକ ଆଇନ ସଂଶୋଧନ ବିଲ୍
ନୂଆଦିଲ୍ଲୀ,୧୯।୧୨: ଆପରାଧିକ ଆଇନ ସହ ଜଡିତ ତିନୋଟି ବିଲ୍ ଲୋକସଭାରେ ପାରିତ ହୋଇଛି। ଏହାପୂର୍ବରୁ ବୁଧବାର ଏହି ବିଲ୍ ଉପରେ ଆଲୋଚନା ପରେ ବାଚନିକା ଭୋଟରେ ଏଗୁଡିକ ପାରିତ ହୋଇଛି। ଆତଙ୍କବାଦ, ମହିଳାଙ୍କ ପ୍ରତି ଅପରାଧ, ଦେଶଦ୍ରୋହ ଏବଂ ଭିଡ଼ ହିଂସା…
ବାବ୍ରି ମସଜିଦ ତାଲା ଖୋଲିବା ନେଇ ରାଜୀବଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ପ୍ରଣବ: ପ୍ରକାଶ କଲେ ଝିଅ ଶର୍ମିଷ୍ଠା…
ଲକ୍ଷ୍ନୌ,୨୦।୧୨ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି ୧୯୮୬ ମସିହାରେ ତାଙ୍କ ପିତା ପ୍ରଣବ ମୁଖାର୍ଜୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅଯୋଧ୍ୟାରେ ବାବ୍ରି ମସଜିଦ ତାଲା ଖୋଲିବାକୁ…
ପୁଣି ୨ଏମପି ନିଲମ୍ବିତ
ନୂଆଦିଲ୍ଲୀ,୨୦।୧୨: ସଂସଦ ତାତି ଥମି ନ ଥିବାବେଳେ ପୁଣି ୨ଏମପିଙ୍କୁ ନିଲମ୍ବିତ କରାଯାଇଛି। ବୁଧବାର, ଗୃହ ଅବମାନନା ମାମଲାରେ ବାଚସ୍ପତି ଦୁଇ ବିରୋଧୀ ଦଳ ନେତା ସି ଥମାସ ଏବଂ ଏ ଏମ ଆରିଫଙ୍କୁ ସଂସଦ ଅଧିବେଶନ ସରିବା ପର୍ଯ୍ୟନ୍ତ ନିଲମ୍ବିତ…
ଭଗବାନଙ୍କ ନାମରେ ଜାରି ହେଲା ଏଣ୍ଟ୍ରି ପାସ…
ପ୍ରୟାଗରାଜ,୨୦।୧୨ : ଶ୍ରୀକୃଷ୍ଣ ଜନ୍ମଭୂମି-ଇଦଗାହା ବିବାଦର ଶୁଣାଣି ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଭଗବାନ କେଶବଙ୍କ ନାମରେ ଏକ ଏଣ୍ଟ୍ରି ପାସ ଜାରି କରିଛନ୍ତି। ଅଭିଯୋଗକାରୀଙ୍କ ଅନୁଯାୟୀ କୋର୍ଟ ଏହି ପାସ ଜାରି କରିଛନ୍ତି। ଏହି ପାସ ରେ ମୋବାଇଲ ନମ୍ବର, କେସ…
ଶେୟାର ବଜାରରେ ଭୂକମ୍ପ, ତଳମୁହାଁ ହେଲା ସେନସେକ୍ସ-ନିଫ୍ଟି , ୧୦୦୦ ଅଙ୍କ ଖସିଲା…
ମୁମ୍ବାଇ,୨୦।୧୨ : ବୁଧବାର, ବାଣିଜ୍ୟ ସପ୍ତାହର ତୃତୀୟ ଦିନରେ ଷ୍ଟକ ମାର୍କେଟରେ ଭୂକମ୍ପ ହୋଇଛି। ବଜାର ଖୋଲିବା ମାତ୍ରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଥିଲା। କାରବାରର ଶେଷ ଘଣ୍ଟାରେ ହଠାତ ଶେୟାର ବଜାର ଭୁଶୁଡି ପଡିଥିଲା । ସେନସେକ୍ସ ପ୍ରାୟ…
ସଂସଦ ସୁରକ୍ଷାରେ ତ୍ରୁଟି: ଭାଜପା ଏମପିଙ୍କୁ କାହିଁକି କରାଯାଉନି ପଚରାଉଚରା, ପ୍ରଶ୍ନ କଲା କଂଗ୍ରେସ…
ନୂଆଦିଲ୍ଲୀ,୨୦।୧୨ : ସଂସଦର ଶୀତକାଳୀନ ଅଧିବେଶନରେ ୧୪୧ ଏମପିଙ୍କୁ ନିଲମ୍ବନ ପ୍ରସଙ୍ଗ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ସଂସଦର ସୁରକ୍ଷା ତ୍ରୁଟି ମାମଲା ସମ୍ପର୍କରେ ପରବର୍ତ୍ତୀ ରଣନୀତି ସ୍ଥିର କରିବାକୁ କଂଗ୍ରେସ ବୁଧବାର ଏକ ସଂସଦୀୟ ଦଳ ବୈଠକ ଡାକିଥିଲା। ଏହି…

