ଟାଟା ମୋଟର୍ସର ଏହି ଦୁଇ କାରକୁ ସୁରକ୍ଷା ବର୍ଗରେ ମିଳିଲା ପ୍ରଥମ ବିଏନସିଏପି ଫାଇଭ ଷ୍ଟାର ମାର୍କ

ନୂଆଦିଲ୍ଲୀ,୧୯।୧୨: କେନ୍ଦ୍ର ସରକାରଙ୍କ ଭାରତ ନିଉ କାର୍ ଆସେସମେଣ୍ଟ ପ୍ରୋଗ୍ରାମ୍(ଭାରତ ଏନସିଏପି)ର ପ୍ରଥମ ପର୍ଯ୍ୟାୟ ସୁରକ୍ଷା ମାନଦଣ୍ଡ ପରୀକ୍ଷାରେ ଟାଟା ମୋଟର୍ସର ସଫାରୀ ଏବଂ ଟାଟା ହାରିଅରକୁ ମିଳିଛି ଫାଇଭ ଷ୍ଟାର ମାର୍କ।

ଭାରତରେ କାର୍ ଗୁଡିକର ସୁରକ୍ଷା ମାଣଦଣ୍ଡକୁ ମାପିବା ପାଇଁ ବିଏନସିଏପି ହେଉଛି ଏକ ଭାରତୀୟ ଟେକ୍ନୋଲୋଜି। ଏହା ବିଶ୍ୱ ସ୍ତରୀୟ ମାନକ ପାଇଁ ମାନଦଣ୍ଡ ହୋଇଛି ଏବଂ ଭାରତ ଏନସିଏପି ଯାନ ମୂଲ୍ୟାୟନ ବ୍ୟବସ୍ଥା ବାଧ୍ୟତାମୂଳକ ନିୟମାବଳୀ ବ୍ୟତୀତ ସଡକ ସୁରକ୍ଷା ଏବଂ ଯାନ ସୁରକ୍ଷା ମାନକୁ ଆଗକୁ ବଢାଇବା ପାଇଁ ଡିଜାଇନ୍ କରାଯାଇଛି ବୋଲି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି।

ବୁଧବାର ନିତିନ ଗଡକରୀ ଏକ ଟୁଇଟ କରି କହିଛନ୍ତି, “ମୁଁ ଆନନ୍ଦିତ ଯେ ଆଜି ଟାଟାର ଦୁଇ କାର ସର୍ବାଧିକ ସୁରକ୍ଷିତ ଅର୍ଥାତ ଫାଇଭ ଷ୍ଟାର ମାର୍କ ପାଇଛି। ଏହି ଅବସରରେ ମୁଁ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କଳରିବା ସହିତ ସୁରକ୍ଷା ଦିଗରେ ସେମାନଙ୍କ ପ୍ରତିବଦ୍ଧତାକୁ ସମୃଦ୍ଧ କରିବା ପାଇଁ ଅଭିନନ୍ଦନ ଜଣାଉଛି।”

ଟାଟା ସଫାରୀ ଏବଂ ହାରିଅରରେ ଥିବା ପ୍ରମୁଖ ସୁରକ୍ଷା ଉପାଦାନ ଗୁଡ଼ିକ ହେଉଛି।

  • ୭ଟି ଏୟାରବ୍ୟାଗ ରହିଛି ଯେତେବେଲେକି ମାନଦଣ୍ଡ ପାଇଁ ୬ ଟି ଆବଶ୍ୟକ।
  • ମାନଦଣ୍ଡ ଅନୁଯାୟୀ ଇଲେକ୍ଟ୍ରୋନିକ ଷ୍ଟାବିଲିଟି କଣ୍ଟ୍ରୋଲ।
  • ସମସ୍ତ ଧାଡିରେ ୩-ପଏଣ୍ଟ୍ ସିଟ୍ ବେଲ୍ଟ।
  • ସମସ୍ତ ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ସତର୍କ ସୂଚନା।
  • ଆଇସୋଫିକ୍ସ ଟେଥର୍ସ।
  • ସିଟ୍ ବେଲ୍ଟ ସହିତ ରିଟ୍ରାକ୍ଟର, ପ୍ରିଟେନସର୍, ଲୋଡ୍ ଲିମିଟର ଏବଂ ଆଙ୍କର୍ ପ୍ରିଟେନ୍ସର।
  • ସମୃଦ୍ଧ କ୍ୟାବିନ ସଂରଚନା ସମୃଦ୍ଧ କ୍ରାସ୍ କାର୍ୟ୍ୟଦକ୍ଷତା ଏବଂ ଯାହା ଗାଡିକୁ ସ୍ଥିରତା ପ୍ରଦାନ କରିବ।

Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri