ଶେୟାର ବଜାରରେ ଭୂକମ୍ପ, ତଳମୁହାଁ ହେଲା ସେନସେକ୍ସ-ନିଫ୍ଟି , ୧୦୦୦ ଅଙ୍କ ଖସିଲା…

ମୁମ୍ବାଇ,୨୦।୧୨ : ବୁଧବାର, ବାଣିଜ୍ୟ ସପ୍ତାହର ତୃତୀୟ ଦିନରେ ଷ୍ଟକ ମାର୍କେଟରେ ଭୂକମ୍ପ ହୋଇଛି। ବଜାର ଖୋଲିବା ମାତ୍ରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଥିଲା। କାରବାରର ଶେଷ ଘଣ୍ଟାରେ ହଠାତ ଶେୟାର ବଜାର ଭୁଶୁଡି ପଡିଥିଲା । ସେନସେକ୍ସ ପ୍ରାୟ ୮୦୦ ଅଙ୍କ ହ୍ରାସ ପାଇଛି। ଏହା ସହିତ ନିଫ୍ଟି ମଧ୍ୟ ୨୦୦ରୁ ଅଧିକ ଅଙ୍କ ହ୍ରାସ ପାଇଛି।

ଅପରାହ୍ନ ୩ ଟା ପର୍ଯ୍ୟନ୍ତ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦-ଶେୟାର ଇଣ୍ଡେକ୍ସ ସେନସେକ୍ସ ୮୬୬.୫୯ ଅଙ୍କ ଅର୍ଥାତ୍‌ ୧.୨୧ ପ୍ରତିଶତ ହ୍ରାସ ସହିତ ୭୦,୫୭୦.୬୦ରେ କାରବାର କରିଥିଲା। ଏଥି ସହିତ, ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ୨୧,୧୭୦ ସ୍ତରରେ ୨୮୨.୮୦ଅଙ୍କ ହ୍ରାସ ସହିତ ୧.୩୨ ପ୍ରତିଶତ ହ୍ରାସ ପାଇଥିଲା। ୩୦ ଟି ଶେୟାରର ଷ୍ଟକରେ, ୨୯ ଟି ଶେୟାର ରେଡରେ ବନ୍ଦ ହୋଇଥିଲା।

ବିଶ୍ୱ ବଜାର ସୁଦୃଢ଼ ହେବା ସତ୍ତ୍ୱେ ସେନସେକ୍ସ ଏବଂ ନିଫ୍ଟିରେ ଏକ ବିରାଟ ପତନ ରେକର୍ଡ କରାଯାଇଛି। ଆଇଟି ଏବଂ ଏଫଏମସିଜି ଶେୟାର ବ୍ୟତୀତ ସମସ୍ତ ଶେୟାରରେ ହ୍ରାସ ଦେଖା ଦେଇଥିଲା।
୪୫୦ ଅଙ୍କ ବୃଦ୍ଧି ସହିତ ଷ୍ଟକ ମାର୍କେଟ ଏହାର ସର୍ବକାଳୀନ ସର୍ବୋଚ୍ଚ ୭୧,୯୧୩ ରେ ପହଞ୍ଚତ୍ଥିଲା କିନ୍ତୁ ବିଏସଇ ସେନ୍ସେକ୍ସ ପ୍ରାୟ ୧୦୦୦ ଅଙ୍କ ହ୍ରାସ ପାଇଥିଲା। ସେହି ସମୟରେ, ୫୨ ସପ୍ତାହ ଧରି ଉଚ୍ଚରେ ଚାଲୁଥିବା ନିଫ୍ଟି ୨୧,୫୯୩ ସ୍ତରରେ କାରବାର କରୁଥିଲ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କ’ଣ ଘଟିଲା ୮ ମାସରେ ୩୦ ବର୍ଷ ପୁରୁଣା ଗଡ଼ ହରାଇଲା ଭାଜପା: ପିକେ ସାଜିଲେ ଗେମଚେଞ୍ଜର

ପାଟନା,୩।୮: ଶେଷରେ ପିକେ ଓରଫ ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତି ପ୍ରଶାନ୍ତ କିଶୋର ପ୍ରମାଣ କରିଛନ୍ତି ଯେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୦ ଦିନରେ ୩ ସ୍ଥାନରେ ବଡ଼ଧରଣର ଲୁଟ୍‌କୁ ନେଇ ଖେଳିଗଲା ଆତଙ୍କ: ସିସିଟିଭି ଲଗାଇବାକୁ ପରାମର୍ଶ ଦେଲେ ଏସଡିପିଓ

ଦାରିଙ୍ଗବାଡି, ୩ ।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଲୁଟେରା ମାତିଛନ୍ତି । ୧୦ ଦିନ ମଧ୍ୟରେ ୩ଟି…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଲାଗୁ ହେଲା ପେଟ୍ରୋଲ-ଡିଜେଲର ନୂଆ ଦାମ୍‌

ନୂଆଦିଲ୍ଲୀ,୩।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲର ଦର ଏବଂ ତେଲ କମ୍ପାନୀଗୁଡ଼ିକର ରୋଜଗାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ରପ୍ତାନି ଉପରେ ଲାଗୁ…

ଭାଜପା ହାରିବାର ୫ ବଡ଼ କାରଣ, ଜାଣନ୍ତୁ…

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆସିସାରିଛି ଏବଂ ଏଠାରେ ୩୦ ବର୍ଷର ରେକର୍ଡ ଭାଙ୍ଗିଯାଇଛି। ଜନ ସୁରାଜ ପାର୍ଟିର ସଂସ୍ଥାପକ ତଥା…

ପିକେଙ୍କ ବିଜୟଠୁ ଭାଜପାର ପରାଜୟ କାହିଁକି ଚର୍ଚ୍ଚାରେ? ବାଙ୍କୀପୁର ଫଳାଫଳର ପ୍ରଭାବ ପଡ଼ିବ ଦିଲ୍ଲୀ ଗାଦି ଉପରେ!

ପାଟନା,୩।୮: ବାଙ୍କୀପୁରରେ ପ୍ରଶାନ୍ତ କିଶୋରଙ୍କ ବିଜୟ ରାଜନୀତିରେ ଏକ ନୂଆ କୌତୂହଳ ସୃଷ୍ଟି କରିଛି। ଆଜି ସକାଳ ପର୍ଯ୍ୟନ୍ତ ଯେଉଁ ବାଙ୍କୀପୁର ବିଧାନସଭା ଆସନକୁ ଭାଜପାର ଦୁର୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri