Posted inଜାତୀୟ

ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲଢ଼ି ପାରନ୍ତି ନୀତିଶ କୁମାର, ପ୍ରିୟଙ୍କା ଗାନ୍ଧୀ!

ନୂଆଦିଲ୍ଲୀ,୨୦।୧୨: ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରପ୍ରଦେଶର ବାରାଣସୀରୁ କେଉଁ ବଡ଼ ନେତା ଚ୍ୟାଲେଞ୍ଜ କରିବେ ସେ ଚିନ୍ତା କରୁଛି ବିରୋଧୀଙ୍କ ଇଣ୍ଡିଆ ବ୍ଲକ୍। ୧୯୯୧ ପରଠାରୁ ୨୦୦୪ ବ୍ୟତୀତ ବାରାଣସୀରେ ଭାଜପା ଭାଜପା ଜିତି ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଏବଂ ୨୦୧୯ ରେ ସେଠାରୁ ବିଜୟ ଲାଭ କରିଛନ୍ତି। ଯେଉଁଠାରୁ ତାଙ୍କୁ ୬୦ ପ୍ରତିଶତରୁ ଅଧିକ ଭୋଟ ମିଳିଥିଲା।

ଏହି ଆସନକୁ ୧୯୫୨ ପରଠାରୁ ଦଶନ୍ଧି ଧରି କଂଗ୍ରେସ କବଜାରେ ରହିଥିଲା। କିନ୍ତୁ ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷିତ ଆସନ ଛଡ଼ାଇନେବା ଇଣ୍ଡିଆ ବ୍ଲକ ପାଇଁ ପ୍ରାୟ ଅସମ୍ଭବ ଲାଗୁଛି। ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ କଂଗ୍ରେସ ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନାଁ ଏଥିପାଇଁ ଚର୍ଚ୍ଚାକୁ ଆସିଛି।

ଗୋଟିଏ ସମୟରେ ଭାଜପାର ସହଯୋଗୀ ଥିବା ନୀତିଶ କୁମାର ବର୍ତ୍ତମାନ ଭାଜପାର ବିରୋଧୀ ମାନଙ୍କ ମଧ୍ୟରୁ ଅନ୍ୟତମ। ଇଣ୍ଡିଆ ବ୍ଲକର ପ୍ରତିଷ୍ଠାତା ମାନଙ୍କ ମଧ୍ୟରୁ ସେ ଅନ୍ୟତମ। ଏହା ସହିତ ସେ ଏହି ଗୋଷ୍ଠୀର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ମଧ୍ୟ ଆଲୋଚନା ହେଉଛି। ଏହାପୂର୍ବରୁ ୨୦୧୪ ନିର୍ବାଚନ ସମୟରେ ମଧ୍ୟ ତାଙ୍କର ନାଁ ଏହି ପାଦ ପାଇଁ ଚର୍ଚ୍ଚାରେ ଥିଲା, ସେ ସମୟରେ ସେ ଭାଜପା ସହିତ ଥିଲେ।

ଅନ୍ୟପକ୍ଷେ ପ୍ରିୟଙ୍କା ଗାନ୍ଧୀ ରହିଛନ୍ତି, ଯିଏ ଏପର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢ଼ି ନାହାନ୍ତି। ୨୦୧୯ ରେ ମଧ୍ୟ ସମାନ ପ୍ରୀୟଙ୍କାଙ୍କୁ ନେଇ ସମାନ ଚର୍ଚ୍ଚା ହୋଇଥିଲା, କିନ୍ତୁ ଅଜୟ ରାୟଙ୍କୁ କଂଗ୍ରେସ ଏଠାରୁ ପ୍ରାର୍ଥୀ କରିଥିଲା ଏବଂ ସେ ନିର୍ବାଚନ ଫଳାଫଳରେ ତୃତୀୟରେ ରହିଥିଲେ। ଚାରି ବର୍ଷ ପୂର୍ବେ ବାରାଣାସୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ପ୍ରଶ୍ନରେ ପ୍ରିୟଙ୍କା ଗାନ୍ଧୀ କହିଥିଲେ ଯେ, ଯେତେବେଳେ ବି ଦଳ ନିଷ୍ପତ୍ତି ନେବେ ସେ ନିର୍ବାଚନରେ ​​ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି! D ଏରିଆରେ ପ୍ରବେଶ କଲେ ୩ ସନ୍ଦିଗ୍ଧ

ମୋତିହାରୀ,୧୮।୭: ମୋତିହାରୀର ଗାନ୍ଧୀ ମଇଦାନରେ ଶୁକ୍ରବାର ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ସମୟରେ କଡ଼ା ସୁରକ୍ଷା ମଧ୍ୟରେ, ସନ୍ଦେହଜନକ ପରିସ୍ଥିତିରେ ତିନି ଜଣ ବ୍ୟକ୍ତି...

ଇନ୍‌କମ୍‌ ଟ୍ୟାକ୍ସ ଦେବା ଏବେ ଆହୁରି ହେଲା ସହଜ, ଅନ୍‌ଲାଇନ୍‌ରେ ଏମିତି ପୂରଣ କରିପାରିବେ ITR-2 ଫର୍ମ

ନୂଆଦିଲ୍ଲୀ,୧୮ା୭: ଆୟକର ବିଭାଗ ୧୮ ଜୁଲାଇ ୨୦୨୫ରୁ ଅନ୍‌ଲାଇନ୍‌ରେ ITR-୨ ଫର୍ମ ଦାଖଲ କରିବାର ସୁବିଧା ଆରମ୍ଭ କରିଛି। ଏବେ ଯେଉଁ ବେତନଭୋଗୀ କରଦାତାମାନଙ୍କର ପୁଞ୍ଜି...

ସୌମ୍ୟାଶୀଙ୍କ ମୃତ୍ୟୁ ଘଟଣା: ପୁଣି ବଡ଼ ଘୋଷଣା କରିଦେଲେ ଭକ୍ତ, ହେବ…

ଭୁବନେଶ୍ୱର,୧୮।୭: ଆସନ୍ତା ୨୧ ତାରିଖରେ ବିଜେଡି ଆରଡିସି ସ୍ତରୀୟ ବିକ୍ଷୋଭ ପାଇଁ ଘୋଷଣା କରିଥିବା ବେଳେ କଂଗ୍ରେସ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଫ୍‌ଏମ୍‌...

ଶ୍ରାବଣ ମାସରେ KFC ବନ୍ଦ, ହିନ୍ଦୁ ସଂଗଠନର କଡା ଚେତାବନୀ

ଗାଜିଆବାଦ,୧୮।୭: ଉତ୍ତରପ୍ରଦେଶର ଗାଜିଆବାଦର ବସୁନ୍ଧରା ଅଞ୍ଚଳରେ ଶୁକ୍ରବାର ହିନ୍ଦୁ ରକ୍ଷା ଦଳର ସଦସ୍ୟମାନେ ଶ୍ରାବଣ ମାସ ଓ କାଉଡିଆ ଯାତ୍ରା ଚାଲିଥିବା ବେଳେ ଦୁଇଟି ଲୋକପ୍ରିୟ...

ଯୌତୁକ ନିର୍ଯାତନାରେ ମହିଳାଙ୍କ ଆତ୍ମହତ୍ୟା: ହାତ, ଗୋଡ଼, ପେଟରେ ଲେଖିଲେ ଦୁଃଖଦ ସୁଇସାଇଡ ନୋଟ

ନୂଆଦିଲ୍ଲୀ,୧୮।୭: ଉତ୍ତରପ୍ରଦେଶର ବାଘପତରେ ଯୌତୁକ ନିର୍ଯାତନାର ଶିକାର ହୋଇ ଜଣେ ୨୮ ବର୍ଷୀୟା ମହିଳା ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ରାତିରେ ମନୀଷା ନାମକ ଏହି ମହିଳା...

ବିହାରରେ ଚନ୍ଦ୍ର ଶେଖରଙ୍କ ଏଣ୍ଟ୍ରି, ବିଗାଡିବେ କି ଖେଳ

ପାଟଣା,୧୮।୭: ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ନିର୍ବାଚନ ତାତି ବଢିବାରେ ଲାଗିଛି। ଇତି ମଧ୍ୟରେ ବିହାର ନିର୍ବାଚନରେ ଏଣ୍ଟ୍ରି କରିଛନ୍ତି ଚନ୍ଦ୍ର ଶେଖର...

ସୋନିଆ ଗାନ୍ଧୀଙ୍କ ଜ୍ୱାଇଁଙ୍କର ୩୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତି: ରାହୁଲ କହିଲେ ମୋ ଭିଣୋଇ…

ନୂଆଦିଲ୍ଲୀ,୧୮।୭: ଜମି କାରବାରରେ ହେର୍‌ଫେର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ...

କେନ୍ଦ୍ରାପଡ଼ାରେ ବନ୍ୟା ବିଭୀଷିକା ଭିତରେ କୁମ୍ଭୀର ଭୟ, ରାତିରେ ଘରୁ ବାହାରିବା ମୁସ୍କିଲ

ଭୁବନେଶ୍ୱର,୧୮ା୭: କେନ୍ଦ୍ରାପଡ଼ା ଜିଲାରେ ଚାଲିଥିବା ବନ୍ୟା ବିଭୀଷିକା ମଧ୍ୟରେ ଏବେ କୁମ୍ଭୀର ଭୟ ଲୋକଙ୍କୁ ଆତଙ୍କିତ କରିଛି। ବ୍ରାହ୍ମଣୀ ନଦୀର ପାଣି ଗାଁ ଭିତରକୁ ପଶିଯିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri