Posted inଜାତୀୟ

ବାବ୍ରି ମସଜିଦ ତାଲା ଖୋଲିବା ନେଇ ରାଜୀବଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ପ୍ରଣବ: ପ୍ରକାଶ କଲେ ଝିଅ ଶର୍ମିଷ୍ଠା…

ଲକ୍ଷ୍ନୌ,୨୦।୧୨ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି ୧୯୮୬ ମସିହାରେ ତାଙ୍କ ପିତା ପ୍ରଣବ ମୁଖାର୍ଜୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅଯୋଧ୍ୟାରେ ବାବ୍ରି ମସଜିଦ ତାଲା ଖୋଲିବାକୁ ଅନୁମତି ଦେବା ନେଇ ଅସନ୍ତୁଷ୍ଟ ହୋଇଥିଲେ। ସେ କହିଥିଲେ ଏହା କଂଗ୍ରେସର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବ ଏବଂ ଶାସନରେ ଧର୍ମ ଓ ଭୋଟ ବ୍ୟାଙ୍କ ରାଜନୀତିର ମିଶ୍ରଣର ଏକ ଖରାପ ଉଦାହରଣ ମଧ୍ୟ ସୃଷ୍ଟି କରିବ।

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଗୋମତିନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସର ପୂର୍ବତନ ମୁଖପାତ୍ର ଶର୍ମିଷ୍ଠା ମୁଖାର୍ଜୀ କହିଛନ୍ତି  ରାଜୀବ ଗାନ୍ଧୀ ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ କମଲାପତି ତ୍ରିପାଠୀଙ୍କ ଚିଠିକୁ ଅଣଦେଖା କରିଥିଲେ। ଚିଠିରେ ବିବାଦୀୟ ନିର୍ମାଣର ତାଲା ଖୋଲିବାକୁ ମନା କରାଯାଇଥିଲା। ମାତ୍ର ରାଜୀବ ଏହାକୁ ମାନି ନ ଥିଲେ। ତେବେ ରାଜୀବଙ୍କ କାର୍ଯ୍ୟକୁ ତାଙ୍କ ପିତା ପ୍ରଣବ ପସନ୍ଦ କରି ନ ଥିଲେ।

ପ୍ରଣବ ମୁଖାର୍ଜୀ ମସଜିଦ ଭାଙ୍ଗିବା କାରଣରୁ ଭବିଷ୍ୟତରେ କଂଗ୍ରେସକୁ ହିନ୍ଦୀ ବେଲ୍ଟରେ ବହୁ କ୍ଷତି ସହିବାକୁ ପଡିବ। ସେ ଏହି ଘଟଣାରେ ବହୁତ ବିରକ୍ତ ହୋଇଥିଲେ। କଂଗ୍ରେସର ପୂର୍ବତନ ମୁଖପାତ୍ର କହିଛନ୍ତି ତାଙ୍କ ପିତାଙ୍କ ଦ୍ୱାରା ଲେଖାଯାଇଥିବା ଡାଏରୀରେ ଗତ ୫୦ ବର୍ଷ ମଧ୍ୟରେ ଭାରତୀୟ ରାଜନୀତି ବିଷୟରେ ବିସ୍ତୃତ ଦୃଶ୍ୟ ରହିଛି। ସେ ଏ ବିଷୟରେ ‘ପ୍ରଣବ ମାଇଁ ଫାଦର’ ନାମକ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି।

ଶର୍ମିଷ୍ଠା କହିଛନ୍ତି ତାଙ୍କ ପିତା ମଧ୍ୟ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା କରିଥିଲେ। ସେ ଜାଣିଥିଲେ ଏହାର ସମ୍ଭାବନା ବହୁତ କମ। ସେ ଜଣେ ବୁଦ୍ଧିମାନ ବ୍ୟକ୍ତି ଥିଲେ ଏବଂ ତାଙ୍କର ଦୁର୍ବଳତା ବିିଷୟରେ ସେ ଜାଣିଥିଲେ।

ପରିସ୍ଥିତି ଆଧାରରେ ତାଙ୍କ ପିତା ଜରୁରୀକାଳୀନ ପରିସ୍ଥିତିକୁ ସମର୍ଥନ କରିଛନ୍ତି। ସେତେବେଳେ ଦଙ୍ଗା ଘଟୁଥିଲା, କେନ୍ଦ୍ର ମନ୍ତ୍ରୀଙ୍କୁ ହତ୍ୟା କରାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମହାଭିଯୋଗ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ମୋ ବାପା ବିଶ୍ୱାସ କରୁଥିଲେ ଯେ ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ ଅନ୍ୟ କୌଣସି ଉପାୟ ନ ଥିଲା। ତେବେ ପରେ ସେ ଅନୁଭବ କରିଥିଲେ ଇନ୍ଦିରା ଗାନ୍ଧୀ ଏବଂ ବିରୋଧୀ ଦଳର ନେତା ଜେପି ନାରାୟଣଙ୍କ ମଧ୍ୟରେ କଥାବାର୍ତ୍ତା ହେବା ଉଚିତ ଥିଲା। ଯାହା ଇତିହାସ ବଦଳାଇ ଦେଇଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୫।୯: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-Day Work Week) ସମେତ ଅନ୍ୟ କିଛି ଦାବିକୁ ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ୱର ୨୮ ରୁ ତିନି ଦିନିଆ…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?