ରାଜନୀତିକୁ ପ୍ରତ୍ୟାବର୍ତନ କଲେ ଭି.କେ ଶଶିକଳା, କଲେ ବଡ଼ ଘୋଷଣା
ଚେନ୍ନାଇ,୧୭ା୬: ଏଆଇଏଡିଏମକେ’ରୁ ତଡ଼ା ଖାଇଥିବା ମହିଳା ନେତ୍ରୀ ଭି.କେ ଶଶିକଳା ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତ ସମ୍ପର୍କରେ ବଡ଼ ଘୋଷଣା କରିଛନ୍ତି। ଏକଦା ତାମିଲନାଡୁ ରାଜନୀତିରେ ଆଧିପତ୍ୟ ଚଳାଇଥିବା ଶଶିକଳା ପୁଣିଥରେ ରାଜନୀତିରେ ନିଜର ଗୋଟି ଚଳାଇବାକୁ ପ୍ରସ୍ତୁତ ହେଉଛନ୍ତି। ଏହି…
କାଞ୍ଚନଜଙ୍ଗା ଏକ୍ସପ୍ରେସ୍କୁ ଧକ୍କା ଦେଲା ମାଲ୍ବାହୀ ଟ୍ରେନ୍: କିଛି ବଗି ଲାଇନ୍ଚ୍ୟୁତ, ଉଦ୍ଧାର କାର୍ଯ୍ୟ ଜାରି
କୋଲକାତା,୧୭ା୬: ସୋମବାର ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି। ଜଲପାଇଗୁଡ଼ିରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍କୁ ମାଲ୍ବାହୀ ଟ୍ରେନ୍ ଧକ୍କା ଦେଇଛି। ଫଳରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍ର କିଛି ବଗି ଲାଇନ୍ଚ୍ୟୁତ ହୋଇଥିବା ଜଣାପଡ଼ିଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଏହି…
ରାଜଭବନ ଖାଲି କରିବାକୁ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ
କୋଲକାତା,୧୭।୬: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ସୋମବାର ସକାଳେ ରାଜଭବନରେ ନିୟୋଜିତ କୋଲକାତା ପୋଲିସ କର୍ମଚାରୀଙ୍କୁ ତୁରନ୍ତ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି, ବୋଷ ରାଜଭବନର ଉତ୍ତର ଫାଟକ…
ସରକାରଙ୍କ ବଡ଼ ଘୋଷଣା: ୨ ଲକ୍ଷ ପର୍ଯ୍ୟନ୍ତ ଋଣ ଛାଡ
ନୂଆଦିଲ୍ଲୀ,୧୭।୬: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି,ତାଙ୍କ ମିଳିତ ସରକାର କୃଷି ଋଣ ଛାଡ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ କୋଟାକୁ ୨୦୦ ୟୁନିଟକୁ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି।…
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ହେବ ଅସଲ ଖେଳ
ମୁମ୍ବାଇ,୧୭ା୬: ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟର ଦମ୍ଦାର ପ୍ରଦର୍ଶନ ବିରୋଧୀ ଦଳ ମଧ୍ୟରେ ନୂଆ ଉତ୍ସାହ ଭରି ଦେଇଛି। ଲୋକ ସଭା ନିର୍ବାଚନର ଫଳାଫଳ ଦେଖି ଶରଦ ପାଓ୍ବାରଙ୍କ ଛୋଟ ପାର୍ଟିର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ଏବଂ ସେମାନେ ତାଙ୍କୁ ସମର୍ଥନ କରିବାକୁ…
ପାର୍ଲାମେଣ୍ଟ ପରିସରରେ ପ୍ରତିମୂର୍ତ୍ତି ସ୍ଥାନାନ୍ତରକୁ କଂଗ୍ରେସର ନିନ୍ଦା
ନୂଆଦିଲ୍ଲୀ,୧୭।୬(ପି.ଟି.): ପାର୍ଲାମେଣ୍ଟ ପରିସରରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଘଟଣାକୁ କଂଗ୍ରେସ ନିନ୍ଦା କରିଛି। କେନ୍ଦ୍ର ସରକାର ଏକତରଫା ଭାବେ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଛନ୍ତି। ପାର୍ଲାମେଣ୍ଟକୁ ଲାଗି ରହିଥିବା ଗଣତାନ୍ତ୍ରିକ ବିକ୍ଷୋଭ ଅଧିକାରର ପାରମ୍ପରିକ ସ୍ଥଳରେ…
ଅଂଶୁଘାତରେ ଚାଲିଗଲା ୧୯ ହଜ୍ ଯାତ୍ରୀଙ୍କ ଜୀବନ
ନୂଆଦିଲ୍ଲୀ,୧୬ା୬: ହଜ୍ ଯାତ୍ରାରେ ସାଉଦି ଆରବ ଆସିଥିବା ଅନୂ୍ୟନ ୧୯ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସେମାନେ ଜୋର୍ଡାନ ଏବଂ ଇରାନରୁ ଆସିଥିଲେ। ଜୋର୍ଡାନ ବହିର୍ବ୍ୟାପାର ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ ହଜ୍ ଯାତ୍ରା ବେଳେ ତାଙ୍କ ଦେଶର ୧୪ ଯାତ୍ରୀଙ୍କ ମୃତ୍ୟୁ ଘଟିବା…
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଲେ ରିଜିଜୁ
ନୂଆଦିଲ୍ଲୀ,୧୬ା୬:ନୂଆ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବାର ସପ୍ତାହେ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ରବିବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ତାଙ୍କ ୧୦ ରାଜାଜୀ ମାର୍ଗ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ୍ କରିଛନ୍ତି। ସଂଖ୍ୟାବଳକୁ ନେଇ ସରକାର…
ଉପବାଚସ୍ପତି ପଦ ନ ମିଳିଲେ ଏମିତି ପଦକ୍ଷେପ ନେବ ବିରୋଧୀ ମେଣ୍ଟ
ନୂଆଦିଲ୍ଲୀ,୧୬ା୬:ଅଷ୍ଟାଦଶ ଲୋକ ସଭାର ବାଚସ୍ପତି ପଦ ଲାଗି ଆସନ୍ତା ୨୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ବିରୋଧୀ ଇଣ୍ଡିଆ ବ୍ଲକ୍ ଉପବାଚସ୍ପତି ପଦ ଉପରେ ନଜର ରଖିଛି। ଯଦି ଏହାକୁ ଉପବାଚସ୍ପତି ପଦ ନ ମିଳେ ତେବେ ବିରୋଧୀ ଦଳଗୁଡ଼ିକ…
ସରକାରୀ ଚାକିରିରେ କିନ୍ନରଙ୍କୁ ଦିଆଯାଉ ୧ ପ୍ରତିଶତ ସଂରକ୍ଷଣ: ହାଇକୋର୍ଟଙ୍କ ନିର୍ଦ୍ଦେଶ
କୋଲକାତା,୧୬।୬: ରାଜ୍ୟର ସମସ୍ତ ସରକାରୀ ଚାକିରିରେ ଟ୍ରାନ୍ସଜେଣ୍ଡର ବା କିନ୍ନରଙ୍କ ପାଇଁ ଏକ ପ୍ରତିଶତ ସଂରକ୍ଷଣ ନିଶ୍ଚିତ କରିବାକୁ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଦର୍ଶାଇଛନ୍ତି ଯେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସମାନ…
ମାଆଙ୍କୁ ଭେଟିବାକୁ ଏମ୍ସ ପହଞ୍ଚିଲେ ଯୋଗୀ ଆଦିତ୍ୟନାଥ
ଋଷିକେଶ,୧୬।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଏମ୍ସ ଋଷିକେଶରେ ପହଞ୍ଚିଛନ୍ତି। ଏମ୍ସରେ, ସେ ତାଙ୍କ ମାତା ସାବିତ୍ରୀ ଦେବୀଙ୍କୁ ଭେଟି ଷଷ୍ଠ ମହଲାରେ ଥିବା ଜେରିଆଟ୍ରିକ ୱାର୍ଡରେ ପହଞ୍ଚିିଥିଲେ ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରିଥିଲେ। ଏହା ପରେ ସେ…
୪୦୦ ପାର୍ ହୋଇଥିଲେ ଭାରତ ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ ହୋଇଥାନ୍ତା: ଭାଜପା ନେତାଙ୍କ ବିସ୍ଫୋରକ ମନ୍ତବ୍ୟ
ପୁଣେ,୧୬।୬: ମହାରାଷ୍ଟ୍ରର ଥାନେ ନିକଟସ୍ଥ ଭିଓ୍ବାଣ୍ଡିରେ ଭାଜପା ନେତା ଟି ରାଜ ସିଂ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଏକ ହିନ୍ଦୁ ଧର୍ମ ସଭାର ମୁଖ୍ୟ ମାର୍ଗଦର୍ଶକ ଭାବରେ ତେଲଙ୍ଗାନା ବିଧାୟକ ଟି ରାଜ ସିଂଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ…

