Posted inଜାତୀୟ

ରାଜନୀତିକୁ ପ୍ରତ୍ୟାବର୍ତନ କଲେ ଭି.କେ ଶଶିକଳା, କଲେ ବଡ଼ ଘୋଷଣା

ଚେନ୍ନାଇ,୧୭ା୬: ଏଆଇଏଡିଏମକେ’ରୁ ତଡ଼ା ଖାଇଥିବା ମହିଳା ନେତ୍ରୀ ଭି.କେ ଶଶିକଳା ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତ ସମ୍ପର୍କରେ ବଡ଼ ଘୋଷଣା କରିଛନ୍ତି। ଏକଦା ତାମିଲନାଡୁ ରାଜନୀତିରେ ଆଧିପତ୍ୟ ଚଳାଇଥିବା ଶଶିକଳା ପୁଣିଥରେ ରାଜନୀତିରେ ନିଜର ଗୋଟି ଚଳାଇବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଅବସରରେ ସେ କହିଛନ୍ତ ଯେ, ”ପାର୍ଟିରେ ତାଙ୍କର ପୁନଃ ‘ପ୍ରବେଶ’ ଆରମ୍ଭ ହୋଇଥିବାରୁ ଏଆଇଏଡିଏମକେ’କୁ କେହି ଅଟକାଇ ପାରିବେ ନାହିଁ।”

ରବିବାର ଚେନ୍ନାଇସ୍ଥିତ ବାସଭବନରେ ଶଶିକଳା କହିଛନ୍ତି ଯେ, ”ଏଆଇଏଡିଏମକେ ଏକଦା ଦେଶର ତୃତୀୟ ବୃହତ୍ତମ ଦଳ ଥିଲା, କିନ୍ତୁ ଦଳ ଗତ ଲୋକ ସଭା ନିର୍ବାଚନରେ ​​କେତେକ ନିର୍ବାଚନମଣ୍ଡଳୀରେ ତୃତୀୟ ତଥା ଚତୁର୍ଥ ସ୍ଥାନକୁ ଖସି ଆସିଛି। “କିନ୍ତୁ ଏଆଇଏଡିଏମକେ ଏହାର ଏହାର ସମାପ୍ତି ଆଡ଼କୁ ଗତି କରୁଛି ବୋଲି କେହି କହିପାରିବେ ନାହିଁ, କାରଣ ମୋର ପ୍ରବେଶ ବର୍ତ୍ତମାନ ଆରମ୍ଭ ହୋଇଛି।”

ଶଶିକଳାଙ୍କ ଏହି ବୟାନ ଏଆଇଏଡିଏମକେ ବିଦ୍ରୋହୀ ବା ତଡ଼ା ଖାଇଥିବା ଗୋଷ୍ଠୀକୁ ଏକଜୁଟ କରିବାର ପ୍ରୟାସର ପୃଷ୍ଠଭୂମିରେ ଆସିଛି।

ଶଶିକଳା ଅଭିଯୋଗ କରିଛନ୍ତି ଯେ ଜାତି ରାଜନୀତି ଏଆଇଏଡିଏମକେ’ରେ ପ୍ରବେଶ କରିଛି। ସେ କହିଛନ୍ତି, “ଆମ୍ମା (ଜୟଲଳିତା) ଜଣେ ଉଚ୍ଚ ଜାତିର ଥିଲେ। କିନ୍ତୁ ସେ ମୋତେ ତାଙ୍କ ନିକଟତର କରିଥିଲେ। ସେହିଭଳି ମୁଁ ଯଦି ଜାତି ପ୍ରତି ଗୁରୁତ୍ୱ ଦେଇଥାନ୍ତି ତେବେ ମୁଁ ତାଙ୍କୁ (ପଲାନିସ୍ୱାମୀ) ମୁଖ୍ୟମନ୍ତ୍ରୀ କରି ନ ଥା’ନ୍ତି।” ତେବେ ଦଳ ଭିତରେ ଏକ ନିର୍ଦ୍ଦିଷ୍ଟ ବିଭାଗକୁ ଗୁରୁତ୍ୱ ଦିଆଯାଉଥିବା ମୁଁ ଜାଣିଛି ବୋଲି ଶଶିକଳା କହିଛନ୍ତି। ଏଆଇଏଡିଏମକେ ସାଧାରଣ ସମ୍ପାଦକ ଏଡାପାଡି କେ ପାଲାନିସ୍ୱାମୀଙ୍କୁ ପରୋକ୍ଷ ଟାର୍ଗେଟ କରି ସେ କହିଛନ୍ତି ଯେ, ସେମାନେ ଦଳ ସହିତ ନିଜର ମଧ୍ୟ କ୍ଷତି କରିଛନ୍ତି।”

”ଏଆଇଏଡିଏମକେ ପୁଣି ଦୃଢ ଭାବେରେ ଉଭା ହେବା ଏବଂ ତାମିଲନାଡୁର ଲୋକଙ୍କୁ ଡିଏମକେ କବଳରୁ ରକ୍ଷା କରିବାକୁ ପଡିବ” ବୋଲି ସେ କହିଛନ୍ତି। ତେବେ ତାଙ୍କ ପାଇଁ ଅନେକ ଅସମାପ୍ତ କାର୍ଯ୍ୟ ଅଛି ଏବଂ ଦଳକୁ ମଜବୁତ କରିବାକୁ ସେ ଶପଥ ନେଇଥିବା କହିଛନ୍ତି।”


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?