ଅନ୍ତର୍ଜାତୀୟ

କରୋନା ସଂକ୍ରମଣ ରୋକିପାରେ ନିକୋଟିନ

ପ୍ୟାରିସ,୨୫ା୪: ଫ୍ରାନ୍ସରେ ହୋଇଥିବା ଏକ ସଦତ୍ୟମ ଅନୁସନ୍ଧାନ ଅନୁଯାୟୀ, ନିକୋଟିନ ଲୋକଙ୍କୁ କରୋନା ଭାଇରସ୍‌ରୁ ରକ୍ଷା କରିପାରିବ। ହେଲେ ମହାମାରୀ କରୋନାକୁ ରୋକିବା କିମ୍ବା ଚିକିତ୍ସା ପାଇଁ ନିକୋଟିନ ବ୍ୟବହାର କରାଯାଇପାରିବ କି ନାହିଁ ସେନେଇ ପରବର୍ତ୍ତୀ ପରୀକ୍ଷଣ ନିମନ୍ତେ ଯୋଜନା…

ମହାମାରୀରୁ ହେବ ଯୁଗ ନିର୍ଦ୍ଧାରଣ

ଓ୍ବାଶିଂଟନ,୨୫ା୪ : କୋଭିଡ୍‌-୧୯ ହେଉଛି ପ୍ରଥମ ଆଧୁନିକ ମହାମାରୀ, ଯାହା ଏହି ଯୁଗର ସଂଜ୍ଞା ନିରୂପଣ କରିବ। ଏହି ସମୟ ଦେଇ ଗତି କରୁଥିବା କୌଣସି ବ୍ୟକ୍ତି ମହାମାରୀକୁ ଭୁଲିପାରିବେ ନାହିଁ ବୋଲି ଆମେରିକାର ବିଶିଷ୍ଟ ଜନହିତୈଷୀ ଶିଳ୍ପପତି ବିଲ୍‌ ଗେଟ୍ସ…

ବ୍ରୋନକ୍ସ ଜୁ’ରେ ୪ ବାଘ, ୩ ସିଂହଙ୍କୁ କରୋନା

ନ୍ୟୁୟର୍କ,୨୪ା୪: ନ୍ୟୁୟର୍କର ବ୍ରୋନକ୍ସ ଜୁ’ରେ ଗୋଟିଏ ବାଘୁଣୀ କରୋନା ସଂକ୍ରମିତ ହେବାର ପାଖାପାଖି ୩ ସପ୍ତାହ ପରେ ବୁଧବାର ସେଠାରେ ଆଉ ୪ଟି ବାଘ ଓ ୩ଟି ସିଂହ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡିଛି। ଚିଡ଼ିଆଖାନାର ଦେଖାଶୁଣା…

ବ୍ରିଟେନ: ଅନ୍ୟ ସମୁଦାୟଠାରୁ ଭାରତୀୟ ଅଧିକ ପ୍ରଭାବିତ

ଲଣ୍ଡନ,୨୪ା୪: କରୋନା ଭୂତାଣୁ ସଂକ୍ରମଣରେ ବ୍ରିଟେନରେ ଗୁରୁବାର ସୁଦ୍ଧା ୧୮,୭୩୮ ଲୋକଙ୍କ ମୃତ୍ୟୁ ଘଟିଲାଣି। ସେହିପରି ୧ ଲକ୍ଷ ୩୮ ହଜାରରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଛନ୍ତି। ହେଲେ ଚିନ୍ତାର ବିଷୟ ଯେ, ବ୍ରିଟେନର କୃଷ୍ଣକାୟ, ଏସୀୟ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ(ବିଏଏମ୍‌ଇ)…

ମିସୋରିରେ ଚାଇନା ବିରୋଧରେ ମାମଲା

ଓ୍ବାଶିଂଟନ,୨୪ା୪: ଆମେରିକୀୟ ରାଜ୍ୟ ମିସୋରି ଚାଇନା ବିରୋଧରେ ମାମଲା ରୁଜୁ କରିଛି। ଚାଇନା ସତକୁ ଚପାଇ, ହ୍ବିସିଲ୍‌ବ୍ଲୋୟରଙ୍କୁ ଗିରଫ କରିବା ସହ କରୋନା ଭାଇରସ୍‌ର ସଂକ୍ରାମକତାକୁ ଅସ୍ବୀକାର କରିଥିବାରୁ ବିଶ୍ୱର ବହୁ ଦେଶକୁ ଅପୂରଣୀୟ କ୍ଷତି ସହିବାକୁ ପଡ଼ିଛି। ମିସୋରିର ଆଟର୍ନି…

‘କରୋନା ଫ୍ଲୁ ନୁହେଁ, ଏକ ଆକ୍ରମଣ’

ଓ୍ବାଶିଂଟନ,୨୪ା୪: କରୋନା ସଂକ୍ରମଣ ରୋକିବା ପାଇଁ ବିପୁଳ ଡଲାର ଢାଳିଦେବା ପରିବର୍ତ୍ତେ ଆଉ କିଛି ବିକଳ୍ପ ନାହିଁ। ଏହି ଭାଇରସ୍‌ ଏକ ଫ୍ଲୁ ନୁହେଁ, ବରଂ ଏକ ଆକ୍ରମଣ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ଏକ…

ସତ ଲୁଚାଉଛି ଚାଇନା

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪ା୪: କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଉହାନ ଭିତରକୁ ଯିବା ପାଇଁ ଆମେରିକୀୟ ବୈଜ୍ଞାନିକମାନଙ୍କୁ ମନା କରିଦେଇଛି ଚାଇନା। ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି କିମ୍ବା ଚାଇନାର ଅନ୍ୟ କୌଣସି ସ୍ଥାନକୁ ତଦନ୍ତ ନିମନ୍ତେ ଆମେରିକାର କେହି ଯାଇପାରିବେ ନାହିଁ ବୋଲି…

ମାନବ ଶରୀରରେ କରୋନା ଟିକାର ପରୀକ୍ଷା ଆରମ୍ଭ: ଆସନ୍ତା ବର୍ଷ ପର୍ଯ୍ୟନ୍ତ ଉପଲବ୍ଧ ହୋଇ ନ ପାରେ

ଲଣ୍ଡନ,୨୪।୪: ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ପ୍ରସ୍ତୁତ କୋଭିଡ୍‌-୧୯ ଟିକାର ମାନବ ଶରୀରରେ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି। ତେବେ ଏହା ବ୍ୟବହାର ଲାଗି ଉପଲବ୍ଧ ହେବାକୁ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଲାଗିଯିବ ବୋଲି କୁହାଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୮ରୁ ୫୫…

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏଭରେଷ୍ଟ ଶୃଙ୍ଗ ଭଳି ଗ୍ରହାଣୁପିଣ୍ଡ: ଏପ୍ରିଲ୍‌ ୨୯ରେ ହେବ ନିକଟବର୍ତ୍ତୀ

ଓ୍ବାଶିଂଟନ,୨୩।୪: ଏପ୍ରିଲ୍‌ ୨୯ରେ ପୃଥିବୀ ସହିତ ଗ୍ରହାଣୁପିଣ୍ଡ ୧୯୯୮-ଓଆର୍‌-୨(୫୨୭୬୮) ଧକ୍କା ଦେବ ବୋଲି କେତେକ ଗୁଜବ କରୁଛନ୍ତି। ତେବେ ଏହା ମିଛ ବୋଲି ନାସାର ମହାକାଶବିଜ୍ଞାନୀ ମତ ଦେଇଛନ୍ତି। ଲକ୍ଷ ଲକ୍ଷ ବର୍ଷ ତଳେ ଏଭଳି ଏକ ଗ୍ରହାଣୁପିଣ୍ଡ ପୃଥିବୀକୁ ଧକ୍କା…

ଆଶ୍ୱସ୍ତ ହେଲେ ଇମ୍ରାନ

ଇସ୍‌ଲାମାବାଦ,୨୩।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ପାକିସ୍ତାନର ସ୍ବାସ୍ଥ୍ୟମନ୍ତ୍ରୀ ଜଫର ମିର୍ଜା ଟୁଇଟ କରି ଏହି ସୂଚନା ଦେଇଛନ୍ତି। କିଛିଦିନ ପୂର୍ବେ ଇମ୍ରାନ ଜଣେ କରୋନା ପଜିଟିଭଙ୍କ…

ଅଶୋଧିତ ତେଲ ଦାମ ଟଏଲେଟ୍‌ ପେପରଠାରୁ ବି କମ !

ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ବହୁ ଦେଶରେ ଲକ୍‌ ଡାଉନ୍‌ ଯୋଗୁ ଧୀରେଧୀରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିିଛି। ଏପରିସ୍ଥଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦାମ କମିବାରେ ଲାଗିଛି। ଆମେରିକାରେ ବ୍ୟାରେଲ ପିଛା ଅଶୋଧିତ…

କରୋନା ପରେ ଆମାଜନ-ଆପଲ୍‌-ଫେସ୍‌ବୁକ୍‌-ଗୁଗଲର ବ୍ୟବସାୟ ସୁଦୃଢ଼ ହେବାର ଆଶା

ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କେତେକ ଦେଶରେ ଲକ୍‌ ଡାଉନ୍‌ ଯୋଗୁ ଆର୍ଥିକ ସ୍ଥିତି ଉତ୍କଟ ହେବାରେ ଲାଗିଛି। କରୋନା ପରେ ବହୁ ବ୍ୟବସାୟିକ ସଂସ୍ଥାର କାରବାରରେ ସୁଧାର ଆସିବା ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri