ଭାକ୍ସିନ ନେଇ ୩୨ ମୃତ

ସିଓଲ୍‌,୨୪ା୧୦:ଦକ୍ଷିଣ କୋରିଆରେ ଫ୍ଲୁ’ଜନିତ ସ୍ବାସ୍ଥ୍ୟ ସଙ୍କଟ ଦୂର କରିବା ପାଇଁ ସରକାର ଟିକାକରଣ କାର୍ଯ୍ୟକ୍ରମ ଚଳାଇଥିବାବେଳେ ଆଉ ଏକ ବିପଦ ମାଡ଼ିଆସିଛି। ‘କୋଭିଡ୍‌-୧୯’ ଏବଂ ‘ଇନ୍‌ଫ୍ଳୁଏଞ୍ଜା’କୁ ଦେଶରେ ‘ଟ୍ବିନଡେମିକ୍‌’ ବା ଯଁାଳା ମହାମାରୀ ବୋଲି ଅଭିହିତ କରାଯାଉଛି। ଏହି ଟ୍ବିନଡେମିକ୍‌ର ଗୋଷ୍ଠୀ ସଂକ୍ରମଣକୁ ଏଡ଼ାଇବା ପାଇଁ ଭାକ୍ସିନ ଦିଆଯାଉଛି। ଉକ୍ତ ଭାକ୍ସିନ ନେଇ ଅଦ୍ୟାବଧି ୩୨ ଜଣଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟପକ୍ଷେ ଦକ୍ଷିଣ କୋରିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିକା ଯୋଗୁ ଲୋକଙ୍କ ଜୀବନ ଯାଉଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଭାକ୍ସିନେଶନ ପ୍ରୋଗ୍ରାମ ଜାରି ରହିବ ବୋଲି ସ୍ପଷ୍ଟ କରିଛି। ପ୍ରଧାନମନ୍ତ୍ରୀ ଚୁଙ୍ଗ୍‌ ସ୍ୟେ-କ୍ୟୁନ୍‌ ଶୁକ୍ରବାର ଭାକ୍ସିନ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ଦକ୍ଷିଣ କୋରିଆରେ ଗତ ମାସରୁ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଚାଲିଛି। ଦେଶର ମୋଟ ଜନସଂଖ୍ୟା ୫୨ ନିୟୁତ ହୋଇଥିବାବେଳେ ୩୦ ନିୟୁତ ଯୋଗ୍ୟ ଲୋକ (ସ୍ବଳ୍ପ ବୟସ୍କ ଓ ବୃଦ୍ଧ)ଙ୍କୁ ଏହି ଟିକା ବିନା ମୂଲ୍ୟରେ ଦିଆଯିବା ପାଇଁ ସ୍ଥିର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୩ ନିୟୁତ ଲୋକ ଏହି ଟିକା ନେଇସାରିଲେଣି ବୋଲି କୋରିଆ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ଏଜେନ୍ସି ପକ୍ଷରୁ କୁହାଯାଇଛି। ଘରୋଇ ଟିକା ପ୍ରସ୍ତୁତକାରୀ କମ୍ପାନୀ ଜିସି ଫାର୍ମା, ଏସ୍‌କେ
ବାୟୋସାଇନ୍ସ, କୋରିଆ ଭାକ୍ସିନ ଓ ବୋରିୟୁଙ୍ଗ୍‌ ବାୟୋଫାର୍ମାକୁ ଭାକ୍ସିନ ଯୋଗାଣ ପାଇଁ ଦାୟିତ୍ୱ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଟିକାକରଣ କାର୍ଯ୍ୟକ୍ରମ ଚାଲିଥିବାବେଳେ ଇତିମଧ୍ୟରେ ୩୨ ଜଣ ଭାକ୍ସିନ ନେଇ ପ୍ରାଣ ହରାଇଥିବା କୁହାଯାଉଛି। ତେବେ ଉପରୋକ୍ତ ୪ କମ୍ପାନୀ ଏନେଇ କିଛି ମନ୍ତବ୍ୟ ଦେଇନାହାନ୍ତି। ଅନ୍ୟପକ୍ଷେ ଦକ୍ଷିଣ କୋରିଆ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ କହିଛନ୍ତି, ସନ୍ଦିଗ୍ଧ ମୃତ୍ୟୁସଂଖ୍ୟା ବଢ଼ିଚାଲିଥିଲେ ମଧ୍ୟ ଏହି ଅଭିଯାନକୁ ବନ୍ଦ କରାଯିବ ନାହିଁ। କାରଣ ଫ୍ଲୁ ଶଟ୍ସ ସହିତ ମୃତ୍ୟୁର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ।
ନିକଟରେ ଭାକ୍ସିନ ନେଇଥିବା ଲୋକଙ୍କ ମଧ୍ୟରୁ ଗୁରୁବାର ଅପରାହ୍ନ ୪ଟା ସୁଦ୍ଧା ୨୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଗତ ସପ୍ତାହରୁ ଲୋକଙ୍କ ଜୀବନ ଯିବା ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ମୃତ୍ୟୁସଂଖ୍ୟା ୩୨ ଛୁଇଁଛି। ଭାକ୍ସିନ ନେଇ ପ୍ରାଣ ହରାଇଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ଜଣେ ୧୭ ବର୍ଷୀୟ କିଶୋର। ଫ୍ଲୁ ଶଟ୍ସ ନେବାର ଦୁଇଦିନ ପରେ ତାଙ୍କ ମୃତ୍ୟୁ ଘଟିଛି। ନ୍ୟାଶନାଲ ଫରେନ୍ସିକ୍‌ ସର୍ଭିସ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରିବା ପରେ ଜାଣିବାକୁ ପାଇଛି ଯେ, ଭାକ୍ସିନ ସହିତ ତାଙ୍କ୍‌ ମୃତ୍ୟୁର କିଛି ସମ୍ପର୍କ ନାହିଁ। ଏହାସତ୍ତ୍ୱେ ଟିକା ନେବା ପରେ ହିଁ ଏହି ଲୋକମାନଙ୍କ ଜୀବନ ଯାଉଥିବାରୁ ଭାକ୍ସିନ ଦେବା ବନ୍ଦ କରାଯାଉ ବୋଲି ରାଜନେତା ଓ ଡାକ୍ତରମାନେ ଦାବି କରିଛନ୍ତି। ଭାକ୍ସିନ ନେଇଥିବା ଆଉ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଲୋକେ ଆଶଙ୍କା କରୁଛନ୍ତି। ଏହାର ଜବାବରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଭାକ୍ସିନ ସହି ମୃତ୍ୟୁର ସମ୍ପର୍କ ଥିବା ନେଇ କିଛି ପ୍ରମାଣ ନାହିଁ। ତେଣୁ ସରକାର ନିର୍ଦ୍ଧାରିତ ଟାର୍ଗେଟ ପୂରଣ ପାଇଁ ଟିକା ପ୍ରଦାନ କାର୍ଯ୍ୟକ୍ରମ ଜାରି ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସ ଆକାଉଣ୍ଟ ପାଇଁ ଦେବାକୁ ପଡିବ ଅର୍ଥ!

ଓ୍ବାଶିଂଟନ,୧୬।୪: ଏଲନ ମସ୍କ ଟୁଇଟର ଟେକ ଓଭର କରିବାପରେ ଏହି ପ୍ଲାଟଫର୍ମରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମସ୍କ ଏହାର ନାମ ବଦଳାଥିଲେ। ବର୍ତ୍ତମାନ...

ଅକ୍ଷୟ ପାତ୍ର ଫାଉଣ୍ଡେଶନର ଦାବି, ୨୦୪୭ ପୂର୍ବରୁ ଭାରତ ହେବ କ୍ଷୁଧା ମୁକ୍ତ

ଓ୍ବାଶିଂଟନ,୧୬।୪: ଅକ୍ଷୟ ପାତ୍ର ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ଚଞ୍ଚଲପତି ଦାସ ଦାବି କରିଛନ୍ତି ଯେ ୨୦୪୭ ପୂର୍ବରୁ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇଥିଲେ ମଧ୍ୟ...

ଏବେ ହେବ ମହାସଂଗ୍ରାମ! ଇରାନକୁ ମିଳିବ କଡା ଜବାବ…ଆକ୍ସନ ମୋଡରେ ନେତାନ୍ୟାହୁ

ଜେରୁଜେଲମ,୧୬।୪: ଇରାନ ଆକ୍ରମଣ ପରେ ଇସ୍ରାଏଲ ଏହାର ପ୍ରତିଶୋଧ ନେବାକୁ ଚିନ୍ତା କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କଠାରୁ ଆରମ୍ଭ କରି ଇସ୍ରାଏଲ ସେନା ପର୍ଯ୍ୟନ୍ତ ଇରାନର...

ଆଫଗାନିସ୍ତାନରେ ବନ୍ୟା, ୩୩ ମୃତ

କାବୁଲ, ୧୬।୪: ଆଫଗାନିସ୍ତାନରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ବନ୍ୟା ବିଭୀଷିକା ଘଟି ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବନ୍ୟାରେ ୨୭...

ଇରାନ୍‌ର ୮୦ ୟୁଏଭିକୁ ଧ୍ୱଂସ କରିଛି ଆମେରିକା

ଓ୍ବାଶିଂଟନ,୧୬ା୪ (ପି.ଟି.): ଇସ୍ର୍ରାଏଲ ଉପରେ ଆକ୍ରମଣ ବେଳେ ଇରାନ ଛାଡ଼ିଥିବା ୮୦ରୁ ଊର୍ଦ୍ଧ୍ୱ ୟୁଏଭି ଏବଂ ଅନୂ୍ୟନ ୬ଟି ବାଲିଷ୍ଟିକ୍‌ ମିଶାଇଲ୍‌କୁ ଆମେରିକା ଧ୍ୱଂସ କରିଦେଇଥିବା ପେଣ୍ଟାଗନ...

ପଦ ଛାଡିବେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ

ସିଙ୍ଗାପୁର,୧୫।୪: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ ଲୁଙ୍ଗ ସୋମବାର କହିଛନ୍ତି ଯେ ସେ ଆସନ୍ତା ୧୫ମେ’ ରେ ନିଜ ପଦରୁ ଇସ୍ତଫା ଦେବେ। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ...

ଓମାନରେ ପ୍ରଳୟଙ୍କରୀ ବନ୍ୟା, ଏବେ ପର୍ଯ୍ୟନ୍ତ ୧୩ ମୃତ

ମସ୍କଟ,୧୫।୪: ପ୍ରକୃତି ବର୍ତ୍ତମାନ ମଧ୍ୟ ପୂର୍ବର ଓମାନ ସହରରେ ତାଣ୍ଡବ ସୃଷ୍ଟି କରୁଛି। ସୋମବାର ପ୍ରବଳ ବର୍ଷା ଯୋଗୁଁ ସେଠାରେ ୧୩ ଜଣଙ୍କର ମୃତ୍ୟୁ ହେଲାଣି।...

ଏହି ୫ ସୁରକ୍ଷା କବଚ ସହାୟତାରେ ଇରାନକୁ ପାଣି ପିଆଇଲା ଇସ୍ରାଏଲ

ଜେରୁଜେଲମ୍‌,୧୫ା୪:୬ ମାସ ଧରି ଲାଗି ରହିଥିବା ହମାସ୍‌ ବିରୋଧୀ ଯୁଦ୍ଧ ବେଳେ ଇସ୍ରାଏଲ୍‌ର ଏୟାର ଡିଫେନ୍ସ ସିଷ୍ଟମ୍‌ ରକେଟ, ଡ୍ରୋନ୍‌ ଓ ମିଶାଇଲ୍‌ ଆକ୍ରମଣକୁ ପ୍ରତିହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri