ଭାକ୍ସିନ ନେଇ ୩୨ ମୃତ

ସିଓଲ୍‌,୨୪ା୧୦:ଦକ୍ଷିଣ କୋରିଆରେ ଫ୍ଲୁ’ଜନିତ ସ୍ବାସ୍ଥ୍ୟ ସଙ୍କଟ ଦୂର କରିବା ପାଇଁ ସରକାର ଟିକାକରଣ କାର୍ଯ୍ୟକ୍ରମ ଚଳାଇଥିବାବେଳେ ଆଉ ଏକ ବିପଦ ମାଡ଼ିଆସିଛି। ‘କୋଭିଡ୍‌-୧୯’ ଏବଂ ‘ଇନ୍‌ଫ୍ଳୁଏଞ୍ଜା’କୁ ଦେଶରେ ‘ଟ୍ବିନଡେମିକ୍‌’ ବା ଯଁାଳା ମହାମାରୀ ବୋଲି ଅଭିହିତ କରାଯାଉଛି। ଏହି ଟ୍ବିନଡେମିକ୍‌ର ଗୋଷ୍ଠୀ ସଂକ୍ରମଣକୁ ଏଡ଼ାଇବା ପାଇଁ ଭାକ୍ସିନ ଦିଆଯାଉଛି। ଉକ୍ତ ଭାକ୍ସିନ ନେଇ ଅଦ୍ୟାବଧି ୩୨ ଜଣଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟପକ୍ଷେ ଦକ୍ଷିଣ କୋରିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିକା ଯୋଗୁ ଲୋକଙ୍କ ଜୀବନ ଯାଉଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଭାକ୍ସିନେଶନ ପ୍ରୋଗ୍ରାମ ଜାରି ରହିବ ବୋଲି ସ୍ପଷ୍ଟ କରିଛି। ପ୍ରଧାନମନ୍ତ୍ରୀ ଚୁଙ୍ଗ୍‌ ସ୍ୟେ-କ୍ୟୁନ୍‌ ଶୁକ୍ରବାର ଭାକ୍ସିନ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ଦକ୍ଷିଣ କୋରିଆରେ ଗତ ମାସରୁ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଚାଲିଛି। ଦେଶର ମୋଟ ଜନସଂଖ୍ୟା ୫୨ ନିୟୁତ ହୋଇଥିବାବେଳେ ୩୦ ନିୟୁତ ଯୋଗ୍ୟ ଲୋକ (ସ୍ବଳ୍ପ ବୟସ୍କ ଓ ବୃଦ୍ଧ)ଙ୍କୁ ଏହି ଟିକା ବିନା ମୂଲ୍ୟରେ ଦିଆଯିବା ପାଇଁ ସ୍ଥିର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୩ ନିୟୁତ ଲୋକ ଏହି ଟିକା ନେଇସାରିଲେଣି ବୋଲି କୋରିଆ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ଏଜେନ୍ସି ପକ୍ଷରୁ କୁହାଯାଇଛି। ଘରୋଇ ଟିକା ପ୍ରସ୍ତୁତକାରୀ କମ୍ପାନୀ ଜିସି ଫାର୍ମା, ଏସ୍‌କେ
ବାୟୋସାଇନ୍ସ, କୋରିଆ ଭାକ୍ସିନ ଓ ବୋରିୟୁଙ୍ଗ୍‌ ବାୟୋଫାର୍ମାକୁ ଭାକ୍ସିନ ଯୋଗାଣ ପାଇଁ ଦାୟିତ୍ୱ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଟିକାକରଣ କାର୍ଯ୍ୟକ୍ରମ ଚାଲିଥିବାବେଳେ ଇତିମଧ୍ୟରେ ୩୨ ଜଣ ଭାକ୍ସିନ ନେଇ ପ୍ରାଣ ହରାଇଥିବା କୁହାଯାଉଛି। ତେବେ ଉପରୋକ୍ତ ୪ କମ୍ପାନୀ ଏନେଇ କିଛି ମନ୍ତବ୍ୟ ଦେଇନାହାନ୍ତି। ଅନ୍ୟପକ୍ଷେ ଦକ୍ଷିଣ କୋରିଆ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ କହିଛନ୍ତି, ସନ୍ଦିଗ୍ଧ ମୃତ୍ୟୁସଂଖ୍ୟା ବଢ଼ିଚାଲିଥିଲେ ମଧ୍ୟ ଏହି ଅଭିଯାନକୁ ବନ୍ଦ କରାଯିବ ନାହିଁ। କାରଣ ଫ୍ଲୁ ଶଟ୍ସ ସହିତ ମୃତ୍ୟୁର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ।
ନିକଟରେ ଭାକ୍ସିନ ନେଇଥିବା ଲୋକଙ୍କ ମଧ୍ୟରୁ ଗୁରୁବାର ଅପରାହ୍ନ ୪ଟା ସୁଦ୍ଧା ୨୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଗତ ସପ୍ତାହରୁ ଲୋକଙ୍କ ଜୀବନ ଯିବା ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ମୃତ୍ୟୁସଂଖ୍ୟା ୩୨ ଛୁଇଁଛି। ଭାକ୍ସିନ ନେଇ ପ୍ରାଣ ହରାଇଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ଜଣେ ୧୭ ବର୍ଷୀୟ କିଶୋର। ଫ୍ଲୁ ଶଟ୍ସ ନେବାର ଦୁଇଦିନ ପରେ ତାଙ୍କ ମୃତ୍ୟୁ ଘଟିଛି। ନ୍ୟାଶନାଲ ଫରେନ୍ସିକ୍‌ ସର୍ଭିସ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରିବା ପରେ ଜାଣିବାକୁ ପାଇଛି ଯେ, ଭାକ୍ସିନ ସହିତ ତାଙ୍କ୍‌ ମୃତ୍ୟୁର କିଛି ସମ୍ପର୍କ ନାହିଁ। ଏହାସତ୍ତ୍ୱେ ଟିକା ନେବା ପରେ ହିଁ ଏହି ଲୋକମାନଙ୍କ ଜୀବନ ଯାଉଥିବାରୁ ଭାକ୍ସିନ ଦେବା ବନ୍ଦ କରାଯାଉ ବୋଲି ରାଜନେତା ଓ ଡାକ୍ତରମାନେ ଦାବି କରିଛନ୍ତି। ଭାକ୍ସିନ ନେଇଥିବା ଆଉ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଲୋକେ ଆଶଙ୍କା କରୁଛନ୍ତି। ଏହାର ଜବାବରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଭାକ୍ସିନ ସହି ମୃତ୍ୟୁର ସମ୍ପର୍କ ଥିବା ନେଇ କିଛି ପ୍ରମାଣ ନାହିଁ। ତେଣୁ ସରକାର ନିର୍ଦ୍ଧାରିତ ଟାର୍ଗେଟ ପୂରଣ ପାଇଁ ଟିକା ପ୍ରଦାନ କାର୍ଯ୍ୟକ୍ରମ ଜାରି ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ପରେ ଏବେ ସଂସଦ…, କେସି ଭେନୁଗୋପାଳଙ୍କ ବଡ଼ ଦାବି, କହିଲେ-କ୍ଷମା ମାଗନ୍ତୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ପ୍ରତିବାଦ କରୁଥିବା ଛାତ୍ରଙ୍କ ଉପରେ ପୋଲିସର କଥିତ ବର୍ବରତା ପ୍ରସଙ୍ଗରେ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି। ସୂତ୍ର ଅନୁଯାୟୀ,…

ଇରାନର ଭୟ ନା ଅନ୍ୟ କିଛି? ତୁର୍କୀ ଅଭିମୁଖେ ଯାତ୍ରା କରିବା ସମୟରେ ଟ୍ରମ୍ପଙ୍କ ବିମାନ ଗତିପଥ ବଦଳାଇ ଦେଇଥିଲା

ଓ୍ବାଶିଂଟନ,୨୬।୭: ତୁର୍କୀ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନ-ସମର୍ଥିତ…

ଲୋୟର ସୁକତେଲର ୩ ଗେଟ୍‌ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର,୨୬ା୭(ସୁନିଲ କୁମାର ମହାନ୍ତି): ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମର ୩ଟି ଗେଟ୍‌ ଖୋଲାଯାଇଛି। ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…

ବିରାଟକାୟ ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଅନ୍ଧାରରେ ଗାଁ

ଦାରିଙ୍ଗବାଡ଼ି,୨୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ଲଘୁଚାପ ଜନିତ ବର୍ଷା ଜାରି ରହିଛି ଏଥିପାଇଁ ଅଞ୍ଚଳର ଦୁର୍ଗମ ଗ୍ରାମଗଡ଼ିକ ଅଧିକ…

ଡ୍ରେନ୍‌ ସଫେଇ ପରେ ରାସ୍ତାକଡ଼ରେ ସ୍ଲାବ୍‌, ବଢୁଛି ଟ୍ରାଫିକ୍‌ ଜାମ୍‌

ତିହିଡ଼ି,୨୬ା୭(କାଳନ୍ଦୀ ବେହେରା): ଭଦ୍ରକ-ଆରଡ଼ି ମୁଖ୍ୟ ରାସ୍ତାର ଆରଡ଼ି ଛକ ନିକଟରେ ଡ୍ରେନ୍‌ ସଫେଇ କରାଯିବା ପରେ ଡ୍ରେନ୍‌ ଉପରେ ଥିବା ସ୍ଲାବ୍‌ଗୁଡ଼ିକୁ ରାସ୍ତାପାର୍ଶ୍ୱରେ ରଖି ଦିଆଯାଇଥିବାରୁ ଯାତାୟାତରେ…

ନୂଆ ପିଢ଼ି, ନୂଆ ଆଭିମୁଖ୍ୟ: କୌଣସି ପଞ୍ଜିକୃତ ଦଳ ନାହିଁ, କୌଣସି ତୃଣମୂଳ ସ୍ତରର ଆଧାର ନାହିଁ, ତଥାପି ଏକାଠି ହେଲେ ଯୁବପିଢ଼ି, ଦୋହଲିଗଲା…

ନୂଆଦିଲ୍ଲୀ,୨୬।୭: ‘କକ୍ରୋଚ ଜନତା ପାର୍ଟି’ (CJP), ଯୁବପିଢ଼ିଙ୍କ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ‘କକ୍ରୋଚ’ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଜନ୍ମିତ – ମାତ୍ର ୩୬ ଦିନର ଆନ୍ଦୋଳନ…

ହଜିଥିବା ମୋବାଇଲ ହିତାଧିକାରୀଙ୍କୁ ହସ୍ତାନ୍ତର: ୬ ମାସରେ ମିଳିଲାଣି ୧୬୫ ମୋବାଇଲ

ଭଞ୍ଜନଗର,୨୬ା୭(ବାବୁଲା ପ୍ରଧାନ): ଦିନ ଥିଲା ମୋବାଇଲ ହଜିଲେ ଏବଂ ଚୋରି ହେଲେ ହିତାଧିକାରୀଙ୍କ ଚିନ୍ତା ବଢ଼ିଯାଉଥିଲା। କିନ୍ତୁ ସମୟ ବଦଳିବା ସହ ବୈଜ୍ଞାନିକମାନଙ୍କ ନୂଆ ନୂଆ ବୈଷୟିକ…

ବାର୍‌ହା ଆକ୍ରମଣରେ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆହତ

ଢେଙ୍କାନାଳ,୨୬ା୭(ରତନ ନାୟାର): ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁରେ ବାର୍‌ହା ଆତଙ୍କ। ବାର୍‌ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଇନ୍ଦିପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri