ଭାରତକୁ ଅପରିଚ୍ଛନ୍ନ କହିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୪ା୧୦: ଭାରତ ଅପରିଚ୍ଛନ୍ନ। ଭାରତ, ଚାଇନା ଓ ରୁଷିଆ ସେମାନଙ୍କ ପ୍ରଦୂଷିତ ବାୟୁର ଯନତ୍ ନେଉନାହାନ୍ତି ବୋଲି ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସମାଲୋଚନା କରିଛନ୍ତି। ଡେମୋକ୍ରାଟ ନୋମିନି ଜୋ ବିଡେନଙ୍କ ସହ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିତର୍କ ବେଳେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଉଠାଇ ଟ୍ରମ୍ପ୍‌ ଏପରି କହିଛନ୍ତି।
ନଭେମ୍ବର ୩ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନର ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ଓ ଜୋ ବିଡେନଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି। ନାଶଭିଲେରେ ଗୁରୁବାର ରାତିରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଅନ୍ତିମ ବିତର୍କରେ ଭାଗନେଇ ବିଭିନ୍ନ ପ୍ରସଙ୍ଗ ଉପରେ ନିଜ ନିଜ ମତାମତ ରଖିବା ସହ ପରସ୍ପରକୁ ଘେରିଥିଲେ। ଏହି ଅବସରରେ ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ବିଡେନଙ୍କ ଯୋଜନାକୁ ଟ୍ରମ୍ପ୍‌ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ, ଚାଇନାକୁ ଦେଖ, କେତେ ଅପରିଷ୍କୃତ। ରୁଷିଆ ଓ ଭାରତକୁ ମଧ୍ୟ ଦେଖ। ଏହି ଦେଶଗୁଡ଼ିକ ଅପରିଚ୍ଛନ୍ନ ଏବଂ ନିଜ ପ୍ରଦୂଷଣ ରୋକିବା ପାଇଁ କିଛି ପଦକ୍ଷେପ ନେଉନାହାନ୍ତି। ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ଏବଂ ପ୍ରତିରକ୍ଷା ସଚିବ ମାର୍କ ଏସ୍ପର ନୂଆଦିଲ୍ଲୀକୁ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ ଗସ୍ତ କରିବା ପୂର୍ବରୁ ଟ୍ରମ୍ପ୍‌ ଏପରି ମନ୍ତବ୍ୟ ଦେଇଛନ୍ତି।
ବେଳେ ଟ୍ରମ୍ପ୍‌ ବିଡେନଙ୍କ କ୍ଲାଇମେଟ୍‌ ପ୍ଲାନ୍‌କୁ ଟେକ୍ସାସ ଏବଂ ଓକ୍‌ଲାହୋମା ଭଳି ରାଜ୍ୟ ପାଇଁ ଏକ ‘ଅର୍ଥନୈତିକ ବିପର୍ଯ୍ୟୟ’ ଭାବେ ସମାଲୋଚନା କରିଥିଲେ। ରାଷ୍ଟ୍ରପତି ହେବା ପାଇଁ ଅଣ୍ଟାଭିଡ଼ୁଥିବା ବିଡେନ୍‌ କହିଥିଲେ, ଜଳବାୟୁ ପରିବର୍ତ୍ତନ ହେଉଛି ‘ମାନବ ଜାତି ପ୍ରତି ଏକ ବିଦ୍ୟମାନ ବିପଦ’। ଏହାର ମୁକାବିଲା କରିବା ଆମର ନୈତିକ ଦାୟିତ୍ୱ। ଆସନ୍ତା ୧୦ ବର୍ଷରେ ଆମେ ଏପରି ସମୟ ଦେଇ ଗତି କରିବାକୁ ଯାଉଛୁ, ଯେଉଁଠୁ କେହି ଫେରନ୍ତି ନାହିଁ। ପୃଥିବୀର ତାପମାତ୍ରା ପ୍ରାକ୍‌-ଶିଳ୍ପ ସ୍ତରରୁ ୧ ଡିଗ୍ରୀ ସେଲ୍‌ସିୟସ୍‌ (୩୪ ଡିଗ୍ରୀ ଫାରେନ୍‌ହିଟ) ବଢ଼ିସାରିଛି, ଯାହାକି ଘାତକ ତାପ ପ୍ରବାହ, ମରୁଡ଼ି ଓ ଗ୍ରୀଷ୍ମମଣ୍ଡଳୀୟ ଝଡ଼ ବୃଦ୍ଧି ପାଇଁ ପର୍ଯ୍ୟାପ୍ତ ବୋଲି ବିଡେନ କହିଥିଲେ।
ପ୍ରକାଶଯୋଗ୍ୟ, ୨୦୧୫ ପ୍ୟାରିସ୍‌ ଜଳବାୟୁ ଚୁକ୍ତିରୁ ଆମେରିକା ୨୦୧୭ରେ ଓହରିଯାଇଥିଲା। ସେତେବେଳେ ଟ୍ରମ୍ପ୍‌ ଯୁକ୍ତି ବାଢ଼ିଥିଲେ, ବିଶ୍ୱର ତାପମାତ୍ରାକୁ ୨ ଡିଗ୍ରୀ ହାସ କରିବା ପାଇଁ ଏହି ଆନ୍ତର୍ଜାତିକ ରାଜିନାମା ଆମେରିକାର ଶ୍ରମିକମାନଙ୍କ ହିତରେ ନୁହେଁ। ଭାରତ ଓ ଚାଇନା ଭଳି ଦେଶ ପ୍ୟାରିସ୍‌ ଏଗ୍ରିମେଣ୍ଟରୁ ଫାଇଦା ନେଉଛନ୍ତି ବୋଲି ଟ୍ରମ୍ପ୍‌ ଲଗାତର କହୁଥିଲେ। ସେ ଗତ ସପ୍ତାହରେ ମଧ୍ୟ ନର୍ଥ କାରୋଲିନାର ଏକ ସଭାରେ ନିଜ ଉଲ୍ଲସିତ ସମର୍ଥକମାନଙ୍କୁ ସମ୍ବୋଧିତ କରି ବିଶ୍ୱର ବାୟୁ ପ୍ରଦୂଷଣ ପାଇଁ ଚାଇନା, ଭାରତ ଓ ରୁଷିଆ ଭଳି ଦେଶକୁ ଦୋଷ ଦେଇଥିଲେ। ସୂଚନାଯୋଗ୍ୟ, ଚାଇନା ହେଉଛି ବିଶ୍ୱର ସବୁଠୁ ବେଶି ଅଙ୍ଗାରକାମ୍ଳ ଉର୍ତ୍ସଜନକାରୀ ଦେଶ। ଏହା ପଛକୁ ଅଛନ୍ତି ଆମେରିକା, ଭାରତ ଓ ୟୁରୋପୀୟ ସଂଘ।
ଟ୍ରମ୍ପ୍‌ କହିଲେ, କରୋନା ପାଇଁ ମୁଁ ଉତ୍ତରଦାୟୀ
ଜୋ ବିଡେନ ଟ୍ରମ୍ପ୍‌ଙ୍କୁ ଟାର୍ଗେଟ କରି କହିଲେ, ଆମେ କରୋନା ଭାଇରସ୍‌ ଯୋଗୁ ମରୁଛୁ। କିନ୍ତୁ ଟ୍ରମ୍ପ୍‌ ଏଥିପାଇଁ ନିଜକୁ ଉତ୍ତରଦାୟୀ କରୁନାହାନ୍ତି। ଏହାର ଜବାବରେ ଟ୍ରମ୍ପ୍‌ କହିଥିଲେ, ମୁଁ ନିଜକୁ ଉତ୍ତରଦାୟୀ କରୁଛି। କିନ୍ତୁ ଏହି ଭୂତାଣୁ ଚାଇନାରୁ ଆସିଛି। ଟ୍ରମ୍ପ୍‌ ଆମେରିକାରେ ଉନ୍ନତ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବା ନେଇ କହିଥିଲେ, ଆମ ଏଠାରେ ୯୯% ଯୁବପିଢ଼ି କରୋନାକୁ ହରାଇସାରିଛନ୍ତି।
ଘଣ୍ଟା ପ୍ରତି ବେତନ ୧୫ ଡଲାର କରିବୁ: ବିଡେନ
ଜୋ ବିଡେନ୍‌ ଟ୍ରମ୍ପ୍‌ଙ୍କ ସହ ବିତର୍କ ବେଳେ ଲୋକଙ୍କୁ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଥିଲେ, ଆମ ସରକାର ଆସିଲେ ଆମେରିକାରେ ଦିଆଯାଉଥିବା ଘଣ୍ଟା ପ୍ରତି ବେତନକୁ ୧୫ ଡଲାର ପର୍ଯ୍ୟନ୍ତ ବୃଦ୍ଧି କରିବୁ। ଏଥିରୁ କ୍ଷୁଦ୍ର ବ୍ୟବସାୟୀଙ୍କୁ କିଛି କ୍ଷତି ସହିବାକୁ ପଡ଼ିବ ନାହିଁ। ଟ୍ରମ୍ପ୍‌ ଏହାର ଜବାବରେ କହିଥିଲେ, ସର୍ବନିମ୍ନ ବେତନ କେତେ ହେବା ଦରକାର ତାହା ରାଜ୍ୟଗୁଡ଼ିକ ଉପରେ ଛାଡ଼ିଦେବା ଉଚିତ।

କିମ୍‌ଙ୍କ ସହ ସମ୍ପର୍କ କଥା ବି ଉଠିଲା
ଡେମୋକ୍ରାଟ ବିଡେନ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ସହ ସମ୍ପର୍କକୁ ନେଇ ଟାର୍ଗେଟ କରିଥିଲେ। ବିଡେନ କହିଥିଲେ, ଟ୍ରମ୍ପ୍‌ ଜଣେ ଠକ ନେତାଙ୍କ ସହିତ ବନ୍ଧୁତା କରିଛନ୍ତି। ସେ ଏପରି କୂଟନୀତିର ତୁଳନା ହିଟଲରଙ୍କ ସାଙ୍ଗରେ ବନ୍ଧୁତା ସହ କରି କହିଥିଲେ, ଟ୍ରମ୍ପ୍‌ ଏପର୍ଯ୍ୟନ୍ତ କିମ୍‌ଙ୍କ ସହ ସମ୍ପର୍କ ରଖି ଯୁଦ୍ଧ ଏଡ଼ାଇବା କଥା କହିଆସୁଛନ୍ତି। କିନ୍ତୁ କିମ୍‌ ଜଙ୍ଗ୍‌ ଉନ୍‌ ଜଣେ ବିଶ୍ୱାସଘାତକ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନ୍‌ ସଫେଇ ପରେ ରାସ୍ତାକଡ଼ରେ ସ୍ଲାବ୍‌, ବଢୁଛି ଟ୍ରାଫିକ୍‌ ଜାମ୍‌

ତିହିଡ଼ି,୨୬ା୭(କାଳନ୍ଦୀ ବେହେରା): ଭଦ୍ରକ-ଆରଡ଼ି ମୁଖ୍ୟ ରାସ୍ତାର ଆରଡ଼ି ଛକ ନିକଟରେ ଡ୍ରେନ୍‌ ସଫେଇ କରାଯିବା ପରେ ଡ୍ରେନ୍‌ ଉପରେ ଥିବା ସ୍ଲାବ୍‌ଗୁଡ଼ିକୁ ରାସ୍ତାପାର୍ଶ୍ୱରେ ରଖି ଦିଆଯାଇଥିବାରୁ ଯାତାୟାତରେ…

ଧର୍ମେନ୍ଦ୍ର ପ୍ରଧାନ ନିଜେ ଦୁଇଥର ଦେଇଥିଲେ ଇସ୍ତଫା ପ୍ରସ୍ତାବ? ହେଲେ ସରକାର…ସାଂଘାତିକ ଖୁଲାସା

ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଶନିବାର ଇସ୍ତଫା ଦେଇଥିବା ଧର୍ମେନ୍ଦ୍ର ପ୍ରଧାନ କଥିତ ଭାବରେ NEET ପେପର ଲିକ୍‌ ବିବାଦ ଏବଂ ଛାତ୍ରମାନଙ୍କ ପ୍ରତିବାଦ ସମୟରେ…

ନୂଆ ପିଢ଼ି, ନୂଆ ଆଭିମୁଖ୍ୟ: କୌଣସି ପଞ୍ଜିକୃତ ଦଳ ନାହିଁ, କୌଣସି ତୃଣମୂଳ ସ୍ତରର ଆଧାର ନାହିଁ, ତଥାପି ଏକାଠି ହେଲେ ଯୁବପିଢ଼ି, ଦୋହଲିଗଲା…

ନୂଆଦିଲ୍ଲୀ,୨୬।୭: ‘କକ୍ରୋଚ ଜନତା ପାର୍ଟି’ (CJP), ଯୁବପିଢ଼ିଙ୍କ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ‘କକ୍ରୋଚ’ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଜନ୍ମିତ – ମାତ୍ର ୩୬ ଦିନର ଆନ୍ଦୋଳନ…

ହଜିଥିବା ମୋବାଇଲ ହିତାଧିକାରୀଙ୍କୁ ହସ୍ତାନ୍ତର: ୬ ମାସରେ ମିଳିଲାଣି ୧୬୫ ମୋବାଇଲ

ଭଞ୍ଜନଗର,୨୬ା୭(ବାବୁଲା ପ୍ରଧାନ): ଦିନ ଥିଲା ମୋବାଇଲ ହଜିଲେ ଏବଂ ଚୋରି ହେଲେ ହିତାଧିକାରୀଙ୍କ ଚିନ୍ତା ବଢ଼ିଯାଉଥିଲା। କିନ୍ତୁ ସମୟ ବଦଳିବା ସହ ବୈଜ୍ଞାନିକମାନଙ୍କ ନୂଆ ନୂଆ ବୈଷୟିକ…

Dharmendra Pradhan Resignation: ଇସ୍ତଫା ପରେ କେନ୍ଦ୍ରମନ୍ତ୍ରୀଙ୍କୁ କେତେ ମିଳେ ପେନସନ୍? ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୬ା୭:ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌କୁ ନେଇ ଚାପ ବଢ଼ିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଛନ୍ତି। ଧର୍ମେନ୍ଦ୍ରଙ୍କ ଇସ୍ତଫା କକ୍‌ରୋଚ ଜନତା ପାର୍ଟି (ସିଜେପି)…

ବାର୍‌ହା ଆକ୍ରମଣରେ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆହତ

ଢେଙ୍କାନାଳ,୨୬ା୭(ରତନ ନାୟାର): ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁରେ ବାର୍‌ହା ଆତଙ୍କ। ବାର୍‌ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଇନ୍ଦିପୁର…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଦାୟିତ୍ୱ ନେଲେ ନୂଆ ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ

ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲେ।…

ସମୁଦ୍ର ନୁହେଁ, ମରୁଭୂମିରୁ ମିଳିଲା ୫୦୦ ବର୍ଷ ପୁରୁଣା ଜାହାଜ; ଭିତରୁ ବାହାରିଲା କୋଟି କୋଟି ଟଙ୍କାର ଖଜଣା

ନୂଆଦିଲ୍ଲୀ,୨୬ା୭: କଳ୍ପନା କରନ୍ତୁ, ଯେଉଁଠି ଚାରିଆଡ଼େ କେବଳ ବାଲି ହିଁ ବାଲି, ସେଠାରେ ଅଚାନକ ଏକ ପୁରୁଣା ଜାହାଜ ମିଳିଗଲେ କେମିତି ଲାଗିବ? ଏପରି ହିଁ ଘଟିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri