ଚାଇନାରେ ଆଉ ଏକ ଅଜଣା ରୋଗର ଶିକାର ଆମେରିକୀୟ ଅଧିକାରୀ, ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ଟ୍ରମ୍ପ ପ୍ରଶାସନ

ଓ୍ବାଶିଂଟନ,୨୨ା୧୦: ଚାଇନାରେ ଆମେରିକାର ଅଧିକାରୀମାନେ ହଠାତ୍‌ ଏକ ଅଜଣା ରୋଗର ଶିକାର ହେବା ପରେ ଟ୍ରମ୍ପ୍‌ ପ୍ରଶାସନ ଚାଇନା ଏନେଇ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଆଣିଛନ୍ତି। ଆମେରିକା ସରକାର ଏହି ଅଭିଯୋଗ ଏଥିପାଇଁ ଲଗାଇଛନ୍ତି କାରଣ ଚାଇନାର ଗାଙ୍ଗ୍‌ଝୋଉରେ ଆମେରିକାର ବୈଦେଶିକ ବିଭାଗରେ କାର୍ଯ୍ୟରତ ଅଧିକାରୀ ଲେନଜୀ ଏବଂ ତାଙ୍କ ସ୍ତ୍ରୀ ଯେତେବେଳେ ନିଦରୁ ଉଠିଲେ ସେମାନେ ଆଖି ଖୋଲିପାରିଲେନି। କେବଳ ଏତିକି ନୁହେଁ, ତାଙ୍କ ମୁଣ୍ଡ ଖୁବ୍‌ ଦରଜ ଲାଗିଲା। ତାଙ୍କ ପିଲାଙ୍କ ନାକ ମଧ୍ୟରୁ ରକ୍ତସ୍ରାବ ହେବାରେ ଲାଗିଲା। ଅଧିକାରୀ ଏବଂ ତାଙ୍କ ପରିବାରଙ୍କୁ ପ୍ରଥମେ ବାୟୁ ପ୍ରଦୂଷଣ କାରଣ ଯୋଗୁ ଏହା ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଥିଲା। ମାତ୍ର କିଛିଦିନ ପରେ ତାଙ୍କ ସ୍ମରଣଶକ୍ତି ହ୍ରାସ ପାଇଲା। ଚାଇନାରେ ଲେନ୍‌ଜୀ ପ୍ରଥମ ଆମେରିକୀୟ ଅଧିକାରୀ ନୁହନ୍ତି, ଯାହାଙ୍କର ଏମିତି ସମସ୍ୟା ହେଉଛ, ଏହା ପୂର୍ବରୁ ୨୦୧୮ରୁ ଆଜିପର୍ଯ୍ୟନ୍ତ ୧୨ ଜଣରୁ ଅଧିକ ଆମେରିକୀୟ ଅଧିକାରୀ ଏହି ଅଜଣା ରୋଗର ଶିକାର ହୋଇସାରିଛନ୍ତି। ଯାହା ପରେ ଟ୍ରମ୍ପ୍‌ ପ୍ରଶାସନ ଏହା ଚାଇନାର ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ଆଣିଛନ୍ତି।
ଆମେରିକା ବ୍ୟତୀତ ଋଷିଆ, କ୍ୟୁବାରେ ମଧ୍ୟ ଏହି ରହସ୍ୟମୟ ରୋଗ ଦେଖାଯାଇଛି। ଏହା ପରେ ରାସାୟନିକ ଆକ୍ରମଣର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ଟ୍ରମ୍ପ୍‌ ସରକାରଙ୍କ କହିବା ଅନୁସାରେ, ଚାଇନାରେ ଯେପରି ବୈଦେଶିକ ଅଧିକାରୀମାନେ ଅଜଣା ରୋଗର ଶିକାର ହେଉଛନ୍ତି, ତାହା ହାଭାନା ସିଣ୍ଡ୍ରୋମ ପରି। ୨୦୧୬-୧୭ରେ କ୍ୟୁବାର ରାଜଧାନୀ ହାଭାନାରେ ୨୦ରୁ ଅଧିକ ଆମେରିକୀୟ ଅଧିକାରୀ ଏହି ଅଜଣା ରୋଗର ଶିକାର ହୋଇଥିଲେ। ଏଥିରେ ସିଆଇଏର ଅଧିକାରୀ ମଧ୍ୟ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?