ଦୁର୍ଗା ଟୁଇଟ୍‌କୁ ନେଇ ଫସିଲେ ହାରିସ୍‌

ଓ୍ବାଶିଂଟନ,୨୩ା୧୦:ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବାବେଳେ ସେଠାରେ ଥିବା ହିନ୍ଦୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଉଭୟ ରିପବ୍ଲିକାନ ଓ ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ ଜୋର୍‌ଦାର ଉଦ୍ୟମ ଚାଲିଛି। ଏହି ପରିପ୍ରେକ୍ଷୀରେ ଡେମୋକ୍ରାଟ୍‌ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ ଦୁର୍ଗା ଦେବୀଙ୍କ ଏକ ଟୁଇଟ୍‌କୁ ନେଇ ବିବାଦରେ ଫସିଛନ୍ତି। ଏହା ହିନ୍ଦୁମାନଙ୍କ ଧର୍ମୀୟ ଭାବାବେଗକୁ ଆଘାତ ଦେଇଥିବା ଦର୍ଶାଇ ହିନ୍ଦୁ ଆମେରିକାନ୍‌ ଫାଉଣ୍ଡେଶନ କମଲାଙ୍କୁ କ୍ଷମା ମାଗିବାକୁ କହିଛି।
ଭାରତୀୟ ବଂଶୋଦ୍ଭବ ତଥା କାଲିଫର୍ନିଆ ସିନେଟର କମଲା ହାରିସ୍‌ଙ୍କ ଝିଆରୀ ମୀନା ହାରିସ୍‌(୩୫) ପେସାରେ ଜଣେ ଆଇନଜୀବୀ, ଲେଖିକା ଓ ଫେନୋମେନାନ୍‌ ଓ୍ବିମେନ ଆକ୍ସନ କ୍ୟାମ୍ପେନର ପ୍ରତିଷ୍ଠାତ୍ରୀ। କମଲା ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପରଠାରୁ ମୀନା ତାଙ୍କ ପାଇଁ ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି। କିଛିଦିନ ତଳେ ମୀନା ଏକ ଫଟୋ ଟୁଇଟ୍‌ କରିଥିଲେ। ଏଥିରେ କମଲାଙ୍କୁ ଦୁର୍ଗା ଦେବୀ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ମହିଷାସୁର
ଭାବେ ଦର୍ଶାଯାଇଥିଲା। ଫଟୋରେ କମଲା ଏକ ସିଂହ ଉପରେ ବସିଥିବାବେଳେ ରିପବ୍ଲିକାନ୍‌ ଟ୍ରମ୍ପ୍‌ଙ୍କୁ ତ୍ରିଶୂଳରେ ବଧ କରୁଛନ୍ତି। ବାହନ ସିଂହ ମୁହଁରେ ଡେମୋକ୍ରାଟ ପ୍ରେସିଡେନ୍ସିଆଲ ନୋମିନି ଜୋ ବିଡେନଙ୍କ ଫଟୋ ରହିଛି। ଉକ୍ତ ଫଟୋକୁ କମଲା ରିଟୁଇଟ୍‌ କରିଥିଲେ। ପରେ ବିବାଦ ହେବାରୁ ଉଭୟେ ତାକୁ ଡିଲିଟ୍‌ କରିଦେଇଥିଲେ। କିନ୍ତୁ ସେତେବେଳକୁ ତାହା ଭାଇରଲ ହୋଇଯାଇଥିଲା। ଅନେକଙ୍କ ମୋବାଇଲରେ ଏବେ ମଧ୍ୟ ତା’ର ସ୍କ୍ରିନ୍‌ ଶଟ ରହିଛି। ଏହାକୁ ନେଇ ଉଭୟ କମଲା ଓ ବିଡେନ ଦୁଃଖ ପ୍ରକାଶ କରିଛନ୍ତି। କିନ୍ତୁ ହିନ୍ଦୁ ସଙ୍ଗଠନଗୁଡ଼ିକ ସେମାନେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ଏହାର ଜବାବରେ ବିଡେନ୍‌-କମଲା ଯୋଡ଼ି ଏକ ନୂଆ ବିଜ୍ଞାପନ ଦେଇ ଭାରତୀୟ-ଆମେରିକୀୟଙ୍କ ବିରୋଧରେ ଘୃଣା ଓ ଭେଦଭାବର ଅନ୍ତ ଘଟାଇବାକୁ ଅନୁରୋଧ କରିଛନ୍ତି। ଉକ୍ତ ବିଜ୍ଞାପନରେ ଜଣେ ହିନ୍ଦୁ, ମୁସ୍‌ଲିମ ଓ ଶିଖ୍‌ଙ୍କ ମିଳିତ ଫଟୋ ରହିଛି। କ୍ୟାପ୍ସନ ଲେଖାଯାଇଛି, ବିଡେନ୍‌-ହାରିସ୍‌ ପ୍ରଶାସନ ସବୁ ଧର୍ମର ଭାରତୀୟ-ଆମେରିକୀୟଙ୍କ ବିରୋଧରେ ଘୃଣା ଓ ବୈଷମ୍ୟକୁ ଶେଷ କରିଦେବ।
ଆମେରିକାରେ ମୋଟ ୧.୮ ନିୟୁତ ଭାରତୀୟ ବଂଶୋଦ୍ଭବ ଯୋଗ୍ୟ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୬୫% ମତଦାତା ଡେମୋକ୍ରାଟ୍ସଙ୍କ ଆଡ଼କୁ ଢଳୁଥିବା ଇଣ୍ଡିଆନ୍‌-ଆମେରିକାନ୍‌ ଆଟିଟ୍ୟୁଡ୍‌ ସର୍ଭେ (ଆଇଏଏଏସ୍‌) ଏବଂ ୨୦୨୦ ଏସିଆନ୍‌ ଆମେରିକାନ୍‌ ଭୋଟର ପକ୍ଷରୁ କରାଯାଇଥିବା ସଦ୍ୟ ସର୍ବେକ୍ଷଣରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଦାବି

ଉମରକୋଟ, ୨୬।୦୭ (ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ହଷ୍ଟେଲ ଛାତ୍ରୀଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାକୁ…

ମୋଦିଙ୍କ ମନ କି ବାତ: କାରଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ, ପ୍ରତି ମାସର ଶେଷ ରବିବାର ସକାଳ ୧୧ ଟାର ବିଶେଷ ଗୁରୁତ୍ୱ ରହିଛି। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ…

ଛାତ୍ରମାନଙ୍କୁ ପିଟିବାକୁ କିଏ ଦେଇଥିଲା ନିର୍ଦ୍ଦେଶ? ଅମିତ ଶାହାଙ୍କୁ ଚିଠି ଲେଖି ରାହୁଲ ପଚାରିଲେ ଏମିତି ତୀକ୍ଷ୍ଣ ପ୍ରଶ୍ନ

ନୂଆଦିଲ୍ଲୀ,୨୬ା୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛାତ୍ର ପ୍ରତିବାଦ ସମ୍ପର୍କରେ ଏକ ଚିଠି ଲେଖିଛନ୍ତି। ସେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶ୍ନ କରିଛନ୍ତି ଯେ,…

ରାଜଧାନୀରେ ମୁଣ୍ଡବିହୀନ ମୃତଦେହ : ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ

ଭୁବନେଶ୍ୱର, ୨୬।୭: ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସମ୍ମୁଖ ରାସ୍ତାରୁ ରବିବାର ଭୋର ସମୟରେ ଏକ ମୁଣ୍ଡବିହୀନ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାଟି ଅଞ୍ଚଳରେ…

ସଙ୍ଗୀତ ଶିକ୍ଷାର ମହତ୍ତ୍ୱ , ସଂସ୍କାର ଗଠନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା…

ଭଞ୍ଜନଗର,୨୬।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଭଞ୍ଜନଗର ସଙ୍କୁଳ ପକ୍ଷରୁ ଆୟୋଜିତ ଦୁଇଦିନିଆ ସଙ୍ଗୀତ କର୍ମଶାଳା ଶନିବାର ଉଦ୍‌ଘାଟିତ ହୋଇଯାଇଛି।…

ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି: କଂଗ୍ରେସ ପକ୍ଷରୁ କୁଶପୁତ୍ତଳିକା ଦାହ

ଭଞ୍ଜନଗର, ୨୬/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସର ପଶ୍ଚିମ ସାଂଗଠନିକ ଜିଲା କମିଟି ପକ୍ଷରୁ ଶନିବାର ସନ୍ଧ୍ୟାରେ ଭଞ୍ଜନଗର ସହରରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା।…

ବିଦ୍ୟୁତ କାଟ ଘୋଷଣାର ୬ ଘଣ୍ଟା ପୂର୍ବରୁ ବିଦ୍ୟୁତ ସେବା ଅଚଳ ଅନ୍ଧାରରେ ଦାରିଙ୍ଗବାଡି ଅଞ୍ଚଳ

ଦାରିଙ୍ଗବାଡି, ୨୬/୭ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ଠପ୍ ହୋଇଯାଇଛି। ବିଳମ୍ବିତ ରାତିଠାରୁ ଉକ୍ତ ବ୍ଲକରେ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ ଅନ୍ନା ହଜାରେ, କିଏ ହାରିଲା…

ନୂଆଦିଲ୍ଲୀ,୨୬ା୭: NEET ପେପର୍‌ ଲିକ୍ ମାମଲାକୁ ନେଇ ସାରା ଦେଶରେ ହୋଇଥିବା ଛାତ୍ର ଆନ୍ଦୋଳନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସମାଜସେବୀ ଅନ୍ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri