ଝିଅ ବାହାଘରରେ ୪୮୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ, ଏବେ ଚଳିବାକୁ ଟଙ୍କା ନାହିଁ

ଲଣ୍ଡନ,୨୩।୧୦:ପ୍ରସିଦ୍ଧ ଇସ୍ପାତ ବ୍ୟବସାୟୀ ଲକ୍ଷ୍ମୀ ମିତ୍ତଲଙ୍କ ସାନଭାଇ ପ୍ରମୋଦ ମିତ୍ତଲ ତାଙ୍କ ଝିଅର ବିବାହରେ ପ୍ରାୟ ୪୮୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ଏବେ ସେ ବ୍ରିଟେନର ସବୁଠୁ ବଡ ଦେବାଳିଆ ହୋଇଯାଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ ପାଖାପାଖି ୨୫୪ କୋଟି ଋଣ ଅଛି ଏବଂ ସେ ତାଙ୍କ ସ୍ତ୍ରୀଙ୍କ ଖର୍ଚ୍ଚରେ ଚଳୁଛନ୍ତି। ଲଣ୍ଡନର ଇନ୍ସସଭ୍ଲେନ୍ସି ଏବଂ କମ୍ପାନୀ କୋର୍ଟ ଦ୍ୱାରା ୬୪ ବର୍ଷିୟ ମିତ୍ତଲଙ୍କୁ ଏହି ଦେବାଳିଆ ଘୋଷଣା କରାଯାଇଛି। ସେ କହିଛନ୍ତି ଯେ ତାଙ୍କର ମୋଟ ଋଣ ୨୫୪ କୋଟି ପାଉଣ୍ଡ (ପ୍ରାୟ ୨୫ ହଜାର କୋଟି ଟଙ୍କା) ରହିଛି। ଏଥିରେ ୧୭ କୋଟି ପାଉଣ୍ଡ ଋଣ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ସେ ତାଙ୍କ ୯୪ ବର୍ଷୀୟ ପିତାଙ୍କଠାରୁ ଋଣ ନେଇଥିଲେ। ସେହିଭଳି ସେ ସ୍ତ୍ରୀ ସଂଗୀତାଙ୍କ ଠାରୁ ୧୧ ଲକ୍ଷ ପାଉଣ୍ଡ, ପୁଅ ଦିବ୍ୟଶଙ୍କ ଠାରୁ ୨୪ ଲକ୍ଷ ପାଉଣ୍ଡ ଏବଂ ସମ୍ପର୍କୀୟ ଅମିତ ଲୋହିଆଙ୍କଠାରୁ ୧୧ ଲକ୍ଷ ପାଉଣ୍ଡ ଋଣ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ତାଙ୍କ ପାଖରେ ମାତ୍ର ୧.୧୦ ଲକ୍ଷ ପାଉଣ୍ଡ ସମ୍ପତ୍ତି ବାକି ଅଛି ଏବଂ ତାଙ୍କର କୌଣସି ଆୟ ନାହିଁ। ମିତ୍ତଲ ତାଙ୍କ ଋଣଗ୍ରହୀମାନଙ୍କୁ ଏକ ଅଳ୍ପ ଅଂଶ ଦେବାକୁ ଇଚ୍ଛୁକ ଏବଂ ସେ ଆଶା କରିଛନ୍ତି ଯେ ସେ ଏହି ଦେବାଳିଆ ସମସ୍ୟାର ସମାଧାନ ପାଇବେ। ସେ ବ୍ରିଟିଶ ଭର୍ଜିନ ଆଇଲାଣ୍ଡର କମ୍ପାନୀ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଲିମିଟେଡରୁ ସର୍ବାଧିକ ଋଣ ନେଇଛନ୍ତି। ଏବେ ଏହି କାମ୍ପାନୀକୁ ତାଙ୍କୁ ପ୍ରାୟ ୧୦୦ ନିୟୁତ ପାଉଣ୍ଡ ପରିଶୋଧ କରିବାକୁ ପଡିବ।
ପ୍ରମୋଦ ମିତ୍ତଲ ତାଙ୍କ ଝିଅ ସୃଷ୍ଟିି ୨୦୧୩ ରେ ପୁଞ୍ଜିନିବେଶକାରୀ ଗୁଲରାଜ ବହଲଙ୍କୁ ବିବାହ କରିଥିଲେ। ଏହି ବିବାହରେ ସେ ତାଙ୍କ ଭାଇ ଲକ୍ଷ୍ମୀ ମିତ୍ତଲଙ୍କ ଝିଅ ଭାନିଶାଙ୍କ ବିବାହ ଅପେକ୍ଷା ୫ କୋଟି ପାଉଣ୍ଡରୁ ଅଧିକ (ପ୍ରାୟ ୪୮୫ କୋଟି) ଅଧିକ ଖର୍ଚ୍ଚ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

ଇରାନ ଉପରେ ଆକ୍ରମଣ କଲା ଆମେରିକା, ହେଲେ ଛାଡିଲାନି ତେହରାନ

ତେହରାନ,୩୧।୮: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ ଜଳି ଉଠିଛି। ରବିବାର (ଅଗଷ୍ଟ ୩୦) ରେ, ଆମେରିକୀୟ ସେନା ଇରାନର ଲାରାକ ଦ୍ୱୀପରେ…

ପୋତାଗଲା ଚିହ୍ନଟ ହୋଇ ନ ଥିବା ମୃତଦେହ

କାଠମାଣ୍ଡୁ,୩୧ା୮: ନେପାଳ ବନ୍ୟାଜନିତ ମୃତ୍ୟୁସଂଖ୍ୟା ରବିବାର ସନ୍ଧ୍ୟା ସୁଦ୍ଧା ୭୯୪ରେ ପହଞ୍ଚତ୍ଛି। ମୃତଦେହ ରଖିବା ପାଇଁ ହସ୍ପିଟାଲଗୁଡ଼ିକରେ ସ୍ଥାନାଭାବ ଦେଖାଦେଇଛି। ସେପଟେ ମୃତଦେହଗୁଡ଼ିକ ଚିହ୍ନଟ ହୋଇ ନ…

ଆର୍‌ଏସ୍‌ଏସ୍‌ ମୁଖ୍ୟ ଭୁଆଁ ବୁଲାଉଛନ୍ତି: ବିରୋଧୀ

ନୂଆଦିଲ୍ଲୀ,୩୧ା୮(ପି.ଟି.): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଆମେରିକାରେ ବିବିଧତା ଉପରେ ଦେଇଥିବା ମନ୍ତବ୍ୟ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ବୋଲି ବିରୋଧୀ ନେତାମାନେ…

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri