ଏହି ପଶୁର କ୍ଷୀରରୁ ତିଆରି ହେଉଛି ବିଶ୍ୱର ସବୁଠାରୁ ମହଙ୍ଗା ପନିର:ଏହି ଦାମ୍‌ରେ କିଣାଯାଇ ପାରିବ ସୁନା

ସାଧାରଣତଃ ଆମେ ଗାଈ କିମ୍ବା ମଇଁଷି କ୍ଷୀରରୁ ପନିର ତିଆରି କରିଥାଉ। ଯାହାର କିଲୋପ୍ରତି ଦାମ୍‌ ୩ଶହରୁ ୬ଶହ ଟଙ୍କା । ହେଲେ ଏମିତି ଏକ ପଶୁର କ୍ଷୀରରୁ ପନିର ତିଆରି ହେଉଛି ଯାହା ବିଶ୍ୱର ସବୁଠାରୁ ମହଙ୍ଗା ପନିର। ଏହି ପନିର ଦାମ୍‌ରେ ୧୫ ଗ୍ରାମ ସୁନା କିଣାଯାଇ ପାରିବ।

ସର୍ବିଆରେ ଗଧ କ୍ଷୀରରୁ ଏକ ସ୍ବତନ୍ତ୍ର ପନିର ତିଆରି କରାଯାଉଛି। ଏହି ପନିରର ବିଶେଷ ଗୁଣ ଯୋଗୁ ଏହାର ଚାହିଦା ମଧ୍ୟ ବହୁତ ଅଧିକ। ଏହାର ବିଶ୍ୱର ସବୁଠାରୁ ଦାମୀ ପନିର। ଏହି ୧ କେଜି ପନିରର ମୂଲ୍ୟ ପ୍ରାୟ ୭୮ ହଜାର ଟଙ୍କା। କୁହାଯାଏ, ମା’ କ୍ଷୀରରେ ରହିଥିବା ସମସ୍ତ ପ୍ରକାର ଗୁଣ ଏଥିରେ ରହିଛି। ତେଣୁ ଜନବଜାତ ଶିଶୁକୁ ପ୍ରଥମ ଦିନରୁ ଏହି କ୍ଷୀର ପିଇବାକୁ ଦିଆଯାଇ ପାରିବ ବୋଲି କୁହାଯାଉଛି। ଅନେକ ରୋଗ ପାଇଁ ଏହି କ୍ଷୀର ଲାଭଦାୟକ। ଏହି କାରଣରୁ ଏହି କ୍ଷୀରରୁ ତିଆରି ପନିରର ଦାମ୍‌ ଏତେ ଅଧିକ।
ସର୍ବିଆର ଜେସ୍‌ଭିକା ନାମକ ଏକ ଫାର୍ମରେ ଗଧକୁ ରଖି ତାର କ୍ଷୀରରେ ପନିର ତିଆରି କରାଯାଇଥାଏ। ଏଠାରେ ୨୦୦ରୁ ଅଧିକ ଗଧ ରହିଛନ୍ତି। ତେବେ ଗାଈ, ମଇଁଷି ତୁଳନାରେ ଗଧ କମ୍‌ କ୍ଷୀର ଦେଇଥାଏ। ଗୋଟିଏ ଗଧ ୧ ଲିଟରରୁ ବି କମ୍‌ କ୍ଷୀର ଦିଏ। ତେଣୁ ଦିନକୁ ଏହି ଫାର୍ମରୁ ବାହାରୁଥିବା କ୍ଷୀରରୁ ମାତ୍ର ୧୫ କେଜି ପନିର ତିଆରି ହୋଇପାରେ। ଆଜ୍‌ମା ରୋଗୀଙ୍କ ପାଇଁ ଏହି କ୍ଷୀର ଏବଂ ପନିଲ ଲାଭ ସବୁଠାରୁ ଲାଭଦାୟକ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

ଭୟଙ୍କର ଦୁର୍ଘଟଣା: ୨୭୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଏବେ ବି ଜାରିରହିଛି…

ଆଙ୍କରା,୩୦ା୮: ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri