ବୟସ ୧୪, ଉଚ୍ଚତା ୭ ଫୁଟ

ବେଜିଂ,୨୩ା୧୦: ଦକ୍ଷିଣ ପଶ୍ଚିମ ଚାଇନାର ସିଚୁଆନ ରାଜ୍ୟ ଲେଶାନ ସିଟିର ଜଣେ ୧୪ ବର୍ଷର ବାଳକଙ୍କ ଉଚ୍ଚତା ୭ ଫୁଟ। ଏହି ବାଳକ ବିଶ୍ୱର ସବୁଠୁ ଡେଙ୍ଗା ବାଳକ ଭାବରେ ପରିଗଣିତ ହୋଇଛନ୍ତି। ତାଙ୍କ ନାମ ରେନ୍‌ କିୟୁ। ରେନ୍‌ ତାଙ୍କ ସାଥୀମାନଙ୍କ ତୁଳନାରେ ପ୍ରାୟ ୨ ଫୁଟ ଅଧିକ।

ରବିବାର ରେନ ତାଙ୍କର ୧୪ତମ ଜନ୍ମଦିବସ ପାଳନ କରିଥିଲେ। ଏହିଦିନ ତାଙ୍କର ମାପ କରାଯାଇଥିଲା। ସେ ଏତେ ଲମ୍ବା ଯେ, ସହରର ଷ୍ଟ୍ରିଟ୍‌ ଲ୍ୟାମ୍ପ ସହ ସମାନ।

ରେନ୍‌ ଗିନିଜ ଓ୍ବାଲର୍‌ଡ ରେକର୍ଡ ସହିତ ବିଶ୍ୱରେ ବର୍ତ୍ତମାନ ଉଚ୍ଚତମ କିଶୋର ହେବାକୁ ଆବେଦନ କରିଛନ୍ତି। ରେନ୍‌ଙ୍କ ପୂର୍ବରୁ ଜଣେ ୧୬ ବର୍ଷୀୟ ଆମେରିକୀୟ ବାଳକଙ୍କ ଉଚ୍ଚତା ୭ ଫୁଟ ଥିଲା। ରେନ୍‌ଙ୍କ ଅଧିକ ଉଚ୍ଚତା ଯୋଗୁ ତାଙ୍କ ପାଇଁ ସ୍କୁଲରେ ସ୍ବତନ୍ତ୍ର ଡେସ୍କ, ବେଞ୍ଚ ତିଆରି କରାଯାଇଥାଏ॥ ତାଙ୍କ ଜେଜେମା ୟିୟୁ ମେ କୁହନ୍ତି, ପୂର୍ବରୁ ଠିକ୍‌ଠାକ୍‌ ଥିଲେ। ସେ ଗତ ଦୁଇ ବର୍ଷ ମଧ୍ୟରେ ବହୁତ ଲମ୍ବା ହୋଇ ଯାଇଛନ୍ତି।


ରେନ୍‌ କୁହନ୍ତି, ସ୍କୁଲରେ ସେ ସବୁଠୁ ଡେଙ୍ଗା ଛାତ୍ର। ଏଥିପାଇଁ ସହପାଠୀମାନେ ମଧ୍ୟ ତାଙ୍କୁ ଚିଡ଼ାଇଥାନ୍ତି। ଏକଥା ତାଙ୍କୁ ବହୁ ବିବ୍ରତ କରେ। ତେଣୁ ସେ ନିଷ୍ପତ୍ତି ନେଇଛନ୍ତି ଗିନିଜ୍‌ ରେକର୍ଡ କରି ଦେଖାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ଧୂଳି ଚଟେଇଲା ଭାରତ: ଏସିଆ କପ୍‌ରେ ଏକପାଖିଆ ବିଜୟ

ନୂଆଦିଲ୍ଲୀ,୧୦।୯: କ୍ରିକେଟ୍‌ରେ ସଫଳତା ପରେ ଭାରତର ଝିଅମାନେ ଏବେ ହକିରେ ମଧ୍ୟ ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିଛନ୍ତି। ମଙ୍ଗୋଲିଆରେ ଚାଲିଥିବା ମହିଳା ଜୁନିୟର ଏସିଆ କପ୍‌ରେ…

WHOରୁ ଇସ୍ତଫା ଦେଲେ ଶେଖ୍‌ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…

ଢାକା,୧୦ା୯: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଝିଅ ସାଇମା ଓ୍ବାଜେଦ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO)ର ଦକ୍ଷିଣ-ପୂର୍ବ ଏସିଆ କ୍ଷେତ୍ରୀୟ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି।…

ଓଡ଼ିଶା, ଆଇଏଚ୍‌ସି, ଆଦାନୀ ମଧ୍ୟରେ ୧୪ ନୂଆ ପ୍ରକଳ୍ପ ପାଇଁ ଏମ୍‌ଓୟୁ

ଭୁବନେଶ୍ୱର, ୧୦।୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ଦ୍ୱିତୀୟ ଦିନରେ ଓଡ଼ିଶା ବୈଦେଶିକ ନିବେଶ କ୍ଷେତ୍ରରେ ଏକ ବିରାଟ ସଫଳତା ହାସଲ କରିଛି।…

ଦୁର୍ଲଭ ସଂଯୋଗର ଚମକିବ ୪ ରାଶିର ମହିଳାଙ୍କ ଭାଗ୍ୟ! ଧନବର୍ଷା ସହ ଖୋଲିବ ସୌଭାଗ୍ୟର ଦ୍ୱାର, ଜାଣନ୍ତୁ ସେହି ରାଶି କିଏ…

ଏଥର ହରତାଳିକା ତୀଜ ଓ ଗଣେଶ ଚତୁର୍ଥୀର ସଂଯୋଗକୁ ଧାର୍ମିକ ଦୃଷ୍ଟିରୁ ବେଶ ବିଶେଷ ମନେ କରାଯାଉଛି। ହିନ୍ଦୁ ଧର୍ମରେ ଉଭୟ ପର୍ବର ରହିଛି ବିଶେଷ ମହତ୍ତ୍ୱ।…

ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ

ଖୋର୍ଦ୍ଧା,୧୦ା୯(ପ୍ରଭାତ ପାଣିଗ୍ରାହୀ): ଏମ୍‌ଏସ୍‌ଏମ୍‌ଇ ବିଭାଗର କମିଶନର-କମ୍‌-ସଚିବ ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା, ଖୋର୍ଦ୍ଧା ଜିଲାକୁ ଦ୍ୱିତୀୟ ଥର ଗସ୍ତରେ ଆସି ଏସ୍‌ଆଇଆର ସମ୍ପର୍କିତ କାର୍ଯ୍ୟର…

ସରକାରଙ୍କ ବଡ ଘୋଷଣା: ପ୍ରତ୍ୟେକ ମହିଳାଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ଲକ୍ଷ୍ନୌ,୧୦।୯: ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବହୁତ କମ ସମୟ ବାକି ଅଛି। ଫଳସ୍ବରୂପ ଭାଜପା ସମେତ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରସ୍ତୁତିକୁ…

ବାଇକ୍‌ରେ ମଦ ଲଦି ଏ ଦୋକାନରୁ ସେ ଦୋକାନକୁ ଚାଲାଣ

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯୁବକମାନେ ବାଇକ୍‌ରେ ଲଦି ମଦକୁ…

୪୭ ବର୍ଷରେ କମାଲ କଲେ ଏହି ବୋଲର: କ୍ରିକେଟ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: ମାତ୍ର ୮ ବର୍ଷର କ୍ୟାରିୟର ପରେ ଇମ୍ରାନ ତାହିର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାର କିଛି ବର୍ଷ ପରେ ମଧ୍ୟ ତାଙ୍କ ସ୍ପିନ ବୋଲିଂର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri