କରୋନାକୁ ନିଷ୍ପ୍ରଭ କରିବ ବିକଶିତ ଟିକା
ରୋମ୍, ୭ା୫: ମହାମାରୀ କରୋନା ତାଣ୍ଡବ ବିଶ୍ୱବ୍ୟାପୀ ଜାରି ରହିଛି। ୨୧୨ ଦେଶର ଲୋକମାନେ ଏହାକୁ ନେଇ କୋକୁଆ ଭୟରେ ରହିଛନ୍ତି। ସାରା ବିଶ୍ୱରେ ଏବେ ପ୍ରାୟ ୩୮ ଲକ୍ଷ ଲୋକ କରୋନା ଭୂତାଣୁ ଜାଲରେ ଫସିଥିବା ବେଳେ ୨ ଲକ୍ଷ…
ଆସନ୍ତା ୫୦ ବର୍ଷ ମଧ୍ୟରେ ଭାରତରେ ଅନୁଭୂତ ହେବ ସାହାରା ମରୁଭୂମି ଭଳି ତାତି: ୧୨୦ କୋଟି ଭାରତୀୟ ହେବେ ପ୍ରଭାବିତ
ଲଣ୍ଡନ/ନୂଆଦିଲ୍ଲୀ,୬।୫: ସାରା ପୃଥିବୀରେ ବିଶ୍ୱତାପନ ଯୋଗୁ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି। ଏହାର ପ୍ରଭାବ ଯଦି ଜାରି ରୁହେ, ତେବେ ଆସନ୍ତା ୫୦ ବର୍ଷ ମଧ୍ୟରେ ଭାରତରେ ସାହାରା ମରୁଭୂମି ଭଳି ତାତି ଅନୁଭୂତ ହେବ। ଏହାଦ୍ୱାରା ୧୨୦ କୋଟି ଭାରତୀୟ…
ସାମାଜିକ ଦୂରତା ବଜାୟ ନ ରଖିବାରୁ ବୈଜ୍ଞାନିକ ଫର୍ଗୁସନ୍ଙ୍କୁ ଦେବାକୁ ପଡ଼ିଲା ଇସ୍ତଫା
ଲଣ୍ଡନ,୬।୫: ବ୍ରିଟେନ୍ରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଏଠାରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣ ଲୋକେ ସାମାଜିକ ଦୂରତା ବଜାୟ ରଖିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ଏପରିସ୍ଥଳେ ଏହି ନିଦ୍ଦେର୍ଶର…
ଜୁନ୍ରେ ଆମେରିକାରେ ପ୍ରତିଦିନ ୨ ଲକ୍ଷ ନୂଆ କରୋନା ସଂକ୍ରମିତ ହେବେ ଚିହ୍ନଟ: ମୃତକଙ୍କ ସଂଖ୍ୟା ପ୍ରତିଦିନ ଛୁଇଁବ ୩ ହଜାର
ଓ୍ବାଶିଂଟନ,୬।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ଅଚଳାବସ୍ଥା ଦେଖାଦେଇଛି। ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୩୭ ହଜାର ୬୩୩ ଥିବାବେଳେ ମୃତ୍ୟୁ ସଂଖ୍ୟା ୭୨ ହଜାର ୨୭୧ ରହିଛି। ଏହି ଧାରା ଜାରି ରହିଲେ ଆସନ୍ତା ଜୁନ୍…
କରୋନା ସଙ୍କଟ: ୮୬ ପ୍ରତିଶତ ଭାରତୀୟଙ୍କୁ ଘାରିଛି ଚାକିରି ହରାଇବା ଭୟ
ଓ୍ବାଶିଂଟନ,୬।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍ଡାଉନ୍ ଜାରି ରହିଛି। ପୃଥିବୀ ସହିତ ବହୁ ଦେଶର ଆର୍ଥିକ ମାନଦଣ୍ଡକୁ କରୋନା ଦୋହଲାଇ ଦେଇଛି। ଏପରିସ୍ଥଳେ ଭାରତର ୮୬ ପ୍ରତିଶତ ଲୋକଙ୍କ ମନରେ ଏବେ ଚାକିରି ହରାଇବା ଭୟ ଦେଖାଦେଇଛି।…
କରୋନା ମୃତ୍ୟୁ ସଂଖ୍ୟା ଛୁଇଁଲା ୨ ଲକ୍ଷ ୫୮ ହଜାର
ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୫: ପୃଥିବୀର ବିଭିନ୍ନ ଦେଶରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ପୃଥିବୀରେ ମୃତକଙ୍କ ସଂଖ୍ୟା ୨ ଲକ୍ଷ ୫୮ ହଜାର ୩୪୪ ଛୁଇଁଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୩୭ ଲକ୍ଷ ୨୭ ହଜାର ୯୪୭ରେ…
ତେଜୁଛି ଚାଇନା ବିରୋଧୀ ଚିନ୍ତାଧାରା
ବେଜିଂ,୬ା୫: କରୋନା ଭାଇରସ୍ ସାରା ବିଶ୍ୱକୁ ଭୟଙ୍କର ଭାବେ ଗ୍ରାସିଛି। ପ୍ରାୟ ୩୭ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ୱ ଆଖିବୁଜିଲେଣି। ଏଭଳି ପରିସ୍ଥିତି ପାଇଁ କରୋନାର ଉତ୍ପତ୍ତିସ୍ଥଳ ଚାଇନାକୁ ଦାୟୀ କରାଯାଉଛି। ବିଶେଷକରି ସବୁଠୁ ଅଧିକ…
ନବଜାତକକୁ ସ୍ବାଗତକଲେ ଏଲନ୍ ମସ୍କ, ଗର୍ଲଫ୍ରେଣ୍ଡ ଗ୍ରୀମ୍ସ
ନୂଆଦିଲ୍ଲୀ,୬।୫: ଟେସ୍ଲା ମୁଖ୍ୟ ଏଲନ୍ ମସ୍କ ଏବଂ ଗର୍ଲଫ୍ରେଣ୍ଡ ଗ୍ରୀମ୍ସ ସେମାନଙ୍କ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ୩୨ ବର୍ଷୀୟ ଗ୍ରୀମ୍ସଙ୍କ ପ୍ରକୃତ ନାମ କ୍ଲେୟାର ବାଉଚର। ଗର୍ଭବତୀ ଥିବା ଖବରକୁ ଗ୍ରୀମ୍ସ ଚଳିତ ବର୍ଷ ଜାନୁୟାରୀରେ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ।…
କରୋନାକୁ ପ୍ରଭାବହୀନ କରିବ ବିକଶିତ ଆଣ୍ଟିବଡି
ଜେରୁସଲମ୍, ୬ା୫: କରୋନା ଭୂତାଣୁ ବିଶ୍ୱବାସୀଙ୍କୁ ଆତଙ୍କିତ କରିପକାଇଛି। ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୨୧୨ ଦେଶର ସହସ୍ରାଧିକ ଲୋକ ଏଥିରେ ପ୍ରାଣ ହରାଇଲେଣି। ଏପର୍ଯ୍ୟନ୍ତ ଏହାର ସଫଳ ଔଷଧ ବାହାରି ନ ଥିବାବେଳେ କରୋନା ଭୂତାଣୁର…
ଇଟାଲୀକୁ ଟପିଲା ବ୍ରିଟେନ
ଓ୍ବାଶିଂଟନ/ଲଣ୍ଡନ/ରୋମ୍, ୬ା୫: ମହାମାରୀ କରୋନା ଉଗ୍ରରୂପ ନେବାରେ ଲାଗିଛି। ୨୧୨ ଦେଶର ୩୬.୮୭ ଲକ୍ଷ ଜଣ ଏହା ଜାଲରେ ପଡ଼ିଥିବାବେଳେ ୨.୫୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଭୂତାଣୁ ଆକ୍ରାନ୍ତରେ ଗଲାଣି। ମଙ୍ଗଳବାର ୪୪,୫୦୦ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨,୯୦୦…
ବିବାଦରେ ପୁଲିଜର ପୁରସ୍କାର
ନୂଆଦିଲ୍ଲୀ,୬ା୫(ଆଇଏଏନ୍ଏସ୍): ଏକ ବିବାଦୀୟ ଘଟଣାକ୍ରମରେ ପୁଲିଜର ପ୍ରାଇଜ ବୋର୍ଡ କଶ୍ମୀର ଉପରେ ଭାରତର ବୈଧତାକୁ ନେଇ ପ୍ରଶ୍ନ ଉଠାଇଛି। ଏହି ଉପତ୍ୟକାକୁ ସ୍ବାଧୀନତାରୁ ବଞ୍ଚତ୍ତ ଏକ ‘ବିବାଦୀୟ ଭୂଖଣ୍ଡ’ ଭାବେ ଅଭିହିତ କରିଛି। ସାମ୍ବାଦିକତା, ସାହିତ୍ୟ ଓ କଳା ଭଳି ୨୧ଟି…
ଗୋଟିଏ ପିପିଇକୁ ଶହେ ଥର ବ୍ୟବହାର କରିପାରିବେ ଡାକ୍ତର !
ଲଣ୍ଡନ,୫।୫: କରୋନା ଭାଇରସ ସହ ଲଢିବାକୁ ପିପିଇ(ପର୍ସନାଲ ପ୍ରୋଟେକ୍ସନ ଇକ୍ୟୁପମେଣ୍ଟ) ଡାକ୍ତରଙ୍କ ପାଇଁ ନିହାତି ଜରୁରୀ। ହେଲେ ଏହାର ପୁନଃ ବ୍ୟବହାର ନ ହେବା କାରଣରୁ ଏହାର ସଂଖ୍ୟା କମ୍ ହେବା ସହ ଯେତିକି ପିପିଇ ଆବଶ୍ୟକ ତାହା ମିଳିପାରୁ ନାହିଁ।…
Archives


