ବାଇଡେନଙ୍କ ସହ “ଚ୍ୟାମ୍ପ-ମେଜର”ବି ଯାଇପାରନ୍ତି ହ୍ୱାଇଟ ହାଉସ: ସହଧର୍ମିଣୀ ଦେଇଥିଲେ ଉପହାର

ୱାଶିଂଟନ,୮ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି ଜୋ ବାଇଡେନଙ୍କ ବିଜୟ ପରେ ଏବେ ହ୍ୱାଇଟ ହାଉସକୁ କୁକୁରଙ୍କ ପ୍ରବେଶ ହୋଇପାରେ ବୋଲି ଅନୁମାନ କରାଯାଉଛି । ନ୍ୟୁୟର୍କ ପୋଷ୍ଟର ସୂଚନା ଅନୁଯାୟୀ, ଜୋ ବାଇଡେନ ଓ ତାଙ୍କ ସହଧର୍ମିଣୀ ଜିଲ ବାଇଡେନଙ୍କୁ କୁକୁର ବହୁତ ପସନ୍ଦ । ପ-ଲିସି ଆଡଭାଇଜର୍ସ ଭାବେ ହ୍ୱାଇଟ ହାଉସରେ ତାଙ୍କର ଦୁଇଟି ଜର୍ମାନ ଶେଫର୍ଡ ଚ୍ୟାମ୍ପ ଓ ମେଜରଙ୍କୁ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ଏମିତି ହେଲେ ବହୁ ବର୍ଷ ପରେ ପୁଣିଥରେ ଆମେରିକାରେ କୁକୁର ରଖିବାର ପରମ୍ପରା ପୁର୍ନଜୀବିତ ହେବ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ଜର୍ଜ ୱାଶିଂଟନ ପ୍ରଥମ ରାଷ୍ଟ୍ରପତି ଥିଲେ ଯିଏ ହ୍ୱାଇଟ ହାଉସରେ କୁକୁର ରଖିଥିଲେ । ତାଙ୍କ ପରେ ହ୍ୱାଇଟ ହାଉସରେ କୁକୁର ରଖିବା ମନା ଥିଲା । କିଛିଦିନ ତଳେ ଜୋ ବାଇଡେନଙ୍କ ଏକ ଭିଡିଓ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ କହିଥିଲେ ହ୍ୱାଇଟ ହାଉସରେ ବିନା କୁକୁରରେ ବୁଲିବା ତାଙ୍କୁ ଭଲ ଲାଗିବ ନାର୍ହି । ତେଣୁ କୁହାଯାଉଛି କି ବାଇଡେନ ଯେତେବେଳେ ହ୍ୱାଇଟ ହାଉସ ଯିବେ ସେତେବେଳେ ତାଙ୍କସହ ତାଙ୍କର ଦୁଇଟି ପୋଷା କୁକୁର ମଧ୍ୟ ଯିବେ । ସୂଚନାଯୋଗ୍ୟ, ୨୦୦୮ରେ ବାଇଡେନଙ୍କ ସହଧର୍ମିଣୀ ତାଙ୍କୁ ଚ୍ୟାମ୍ପ ଓ ମେଜର ନାମକ ଦୁଇଟି କୁକୁର ଉପହାର ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଖରାରେ ବୁଲୁଥିବାରୁ ତାଗିଦ କଲେ ମା’, ରାଗିଯାଇ ଝୁଲିପଡିଲେ ପୁଅ

କେନ୍ଦୁଝର,୨୫।୫ ( ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତ ଜେନାଦାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମା’ ତାଗିଦ୍ କରିବାରୁ ପୁଅର ଆତ୍ମହତ୍ୟା…

ଗର୍ଲଫ୍ରେଣ୍ଡ ରୁମରେ ପତ୍ନୀଙ୍କୁ ହତ୍ୟା କଲେ ସ୍ବାମୀ, ବିବାହର ୩ ମାସ ପରେ…

ଚଣ୍ଡିଗଡ, ୨୫।୫: ହରିୟାଣାର ଗୁରୁଗ୍ରାମର ମାନେସରରୁ ଏକ ହୃଦୟବିଦାରକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ନବବିବାହିତା ମହିଳାଙ୍କୁ ତାଙ୍କ ବିବାହର ମାତ୍ର ତିନି…

ଗୁଲମାର୍ଗରେ ଅଟକିଲା ରୋପଓ୍ବେ; ଫସିଲେ ୩୦୦ ପର୍ଯ୍ୟଟକ, ଆଉ ତାପରେ…

ଶ୍ରୀନଗର,୨୫।୫: ଜମ୍ମୁ କଶ୍ମୀରର ପ୍ରସିଦ୍ଧ ଗୁଲମାର୍ଗ ଗୋଣ୍ଡୋଲାରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଶହ ଶହ ପର୍ଯ୍ୟଟକ ଫସି ରହିଛନ୍ତି । ଖବର ଲେଖାଯିବା ସୁଦ୍ଧା…

ଆଉ ପାଦେ ଆଗକୁ ବଢିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ର: ଏଣିକି ପର୍ଯ୍ୟଟଙ୍କୁ ମିଳିବ…

ଦାରିଙ୍ଗବାଡି, ୨୫।୫ (ଅରୁଣ ସାହୁ):ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡି। ରାଜ୍ୟ ପର୍ଯ୍ୟଟନ ବିଭାଗର ମାନଚିତ୍ରରେ ରହିଥିବା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରକୁ ରାଜ୍ୟ ସରକାର…

ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ: ଏସଆଇଆର୍‌ ଉପରେ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଭଞ୍ଜନଗର ଉପଖଣ୍ଡର ବୁଥସ୍ତରୀୟ ଅଫିସର୍‌ ଏବଂ ସୁପରଭାଇଜରମାନଙ୍କୁ ନେଇ ସ୍ବତନ୍ତ୍ର ସଘନ ସଂଶୋଧନ ତାଲିମ କାର୍ଯ୍ୟକ୍ରମ…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ଏମିତି କାମ କରି ପ୍ରଶଂସା ସାଉଁଟିଲେ ବସନ୍ତ: ଜିଲାପାଳଙ୍କ ଅଭିଯୋଗ ଶୁଣାଣିବେଳେ…

ଦାରିଙ୍ଗବାଡି, ୨୫।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ଲୋକଙ୍କ…

ଅଘଟଣ; ପାଣିରେ ବୁଡି ୨ ବର୍ଷର ଶିଶୁ, ବିଷ ପିଇ ଚତୁର୍ଥ ଶ୍ରେଣୀ ଛାତ୍ର ମୃତ

ହାଟଡିହି/ଛେନାପଦୀ/ଆନନ୍ଦପୁର,୨୫।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ସୋସୋ ଥାନା ଥାନା ଅଞ୍ଚଳରେ ଗତ ରବିବାର ଦୁଇଟି ଦୁଃଖଦ ଘଟଣା ଘଟିଛି । ପୋଡାସିଙ୍ଗିଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri