ଉପରାଷ୍ଟ୍ରପତି ପଦରେ ମୁଁ ପ୍ରଥମ ମହିଳା କିନ୍ତୁ ଶେଷ ନୁହେଁ: କମଲା

ୱାଶିଂଟନ,୮ ।୧୧: ଆମେରିକାର ୪୬ତମ ରାଷ୍ଟ୍ରପତି ପାଇଁ ନିର୍ବାଚନ ସରିଥିବା ବେଳେ ଫଳାଫଳ ବି ଆସି ଯାଇଛି । ଏଥିରେ ଡେମୋକ୍ରାଟିକ୍ ପାର୍ଟିର ଜୋସେଫ ଆର୍ ବାଇଡେନ୍ ବା ଜୋ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ଓ ଭାରତୀୟ ମୂଳ ବାସିନ୍ଦା କମଲା ହାରିସ୍ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ବିଜୟଲାଭ କରିବା ପରେ ହାରିସ୍ କହିଛନ୍ତି ଏହା ମହିଳାଙ୍କ ପାଇଁ କେବଳ ଏକ ଆରମ୍ଭ ମାତ୍ର । କାରଣ ଆମେରିକା ଇତିହାସରେ ଉପରାଷ୍ଟ୍ରପତି ପଦରେ ବସିବାରେ କମଲା ହେଉଛନ୍ତି ପ୍ରଥମ ମହିଳା । ହାରିସ୍ ଡୋଲାବେୟରରେ ଏକ ବିଜୟ ରାଲିକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି, ଯଦିଓ ଏହି ପଦରେ ପହଞ୍ଚିବାରେ ମୁଁ ପ୍ରଥମ ମହିଳା ହେଲେ ଶେଷ ନୁହେଁ । ଆଜି ଦେଖାଯାଉଥିବା ଗୋଟିଏ ଛୋଟ ଝିଅ ବି ଲାଗୁଛି ସେ ଦେଶର ଆଗାମୀ ସମ୍ଭାବନା । ଆମେରିକାବାସୀ ଏକ ନୂଆ ଦିନର ଆରମ୍ଭ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଆମ ଲୋକତନ୍ତ୍ରର ରକ୍ଷା ପାଇଁ ସଂଘର୍ଷ ହୋଇଥାଏ, ବଳିଦାନ ହୁଏ ହେଲେ ଏଥିରେ ଆନନ୍ଦ ଓ ପ୍ରଗତି ବି ଥାଏ । କାରଣ ଆମ ଦେଶ ନିକଟରେ ଭଲ ଭବିଷ୍ୟତ ଗଢିବାକୁ ଶକ୍ତି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ଅବସାଦ ଦୂର କରିବ ‘ଲଭ୍‌ ବେଟର’

ନ୍ୟୁଜିଲାଣ୍ଡ, ୨୩। ୩: ବର୍ତ୍ତମାନର ଯୁବପିଢ଼ିଙ୍କ କ୍ଷେତ୍ରରେ ବ୍ରେକ୍‌ଅପ୍‌ଜନିତ ଅବସାଦ ଅଧିକମାତ୍ରାରେ ବଢ଼ିଯାଇଛି। ପ୍ରେମରେ ପ୍ରତାରଣା ତଥା ପ୍ରେମୀ ଯୁଗଳଙ୍କ ମଧ୍ୟରେ ମତାନ୍ତର ହେବା ପରେ...

ୟୁକ୍ରେନକୁ ସହାୟତା କରିବ ଆମେରିକା

ଓ୍ବାଶିଂଟନ,୨୬ା୧: ରୁଷିଆ-ୟୁକ୍ରେନ ବିବାଦ ଦିନକୁ ଦିନ ଜଟିଳ ପରିସ୍ଥିତି ଆଡ଼କୁ ମୁହାଁଉଛି। ରୁଷିଆର ମୁକାବିଲା ଲାଗି ଯୁଦ୍ଧଜାହାଜ ଓ ଲଢୁଆ ବିମାନ ପଠାଇଛି ନାଟୋ। ସେପଟେ...

ଛଟେଇ ହେଉଛନ୍ତି ଗର୍ଭବତୀ

ଓ୍ବାଶିଂଟନ୍‌, ୯ା୩: କରୋନା ମହାମାରୀ ଯୋଗୁ ଅନେକ ଦେଶରେ ଲିଙ୍ଗଗତ ଅସମାନତା ବୃଦ୍ଧି ପାଇଛି। ମହିଳା ହିଂସା ବଢ଼ିବା ସହ ମାତ୍ର ୩ ଚତୁର୍ଥାଂଶ ମହିଳାଙ୍କ...

କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଝଟକା: ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ଲାଗି ଚାଇନାର ପରାମର୍ଶ

ବେଜିଂ,୧୦ା୧୦(ପି.ଟି.): ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଆସନ୍ତା ୧୧ ଓ ୧୨ ତାରିଖ ଦୁଇଦିନ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିତୀୟ...

୨୦ ଲକ୍ଷ ଛାଡ଼ିଲେ ଭିଟାମାଟି, ୮ ଲକ୍ଷ ଶିଶୁ ବି ସାମିଲ…

କ୍ୱିଭ୍‌/ମସ୍କୋ,୯।୩ : ୟୁକ୍ରେନଉପରେ ରୁଷିଆ ଆକ୍ରମଣ ଯୋଗୁ ଇତିମଧ୍ୟରେ ୨୦ ଲକ୍ଷ ଲୋକ ଭିଟାମାଟି ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୮ ଲକ୍ଷ ଶିଶୁ ମଧ୍ୟ ରହିଛନ୍ତି...

ସାମୁଦ୍ରିକ ଝଡ଼ ଗାବ୍ରିଏଲର ତାଣ୍ଡବ, ୨୫୦ କିଲୋମିଟର ବେଗରେ ବହିଲା ପବନ, ଜରୁରୀକାଳୀନ ପରିସ୍ଥିତି ଜାରି…

ଅକଲାଣ୍ଡ,୧୪।୨ : ନ୍ୟୁଜିଲାଣ୍ଡରେ ସମୁଦ୍ର ଝଡ଼ ଗାବ୍ରିଏଲର ତାଣ୍ଡବ ଆରମ୍ଭ ହୋଇଛି। ଝଡ ଯୋଗୁ ଅଧିକ ବିନାଶ ହେବାର ଆଶଙ୍କା ରହିଛି। ଏହି କାରଣରୁ ନ୍ୟୁଜିଲାଣ୍ଡ...

ବିଶେଷଜ୍ଞଙ୍କ ଚେତାବନୀ, ଓମିକ୍ରନ୍‌ରୁ ମୁକ୍ତି ପାଇଁ ଲକ୍‌ଡାଉନ୍‌ ଅପରିହାର୍ଯ୍ୟ…

ଆମଷ୍ଟରଡାମ୍‌/ଜେନେଭା/ନୂଆଦିଲ୍ଲୀ, ୧୮।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ଓମିକ୍ରନ ସମଗ୍ର ପୃଥିବୀରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।...

ନ୍ୟୁଜିଲାଣ୍ଡରେ ପ୍ରବଳ ବାତ୍ୟା: ୪ ମୃତ

ଓ୍ବେଲିଂଟନ,୧୨ା୨: ବିଶ୍ୱର କିଛି ଦେଶ ଏବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପଟେ ଭୂକମ୍ପ ତୁର୍କୀ ଏବଂ ସିରିଆରେ ବ୍ୟାପକ କ୍ଷତି ଘଟାଇଥିବା ବେଳେ...

Advertisement
Archives

Model This Week