ଟ୍ରମ୍ପ୍‌ଙ୍କୁ ଛାଡ଼ପତ୍ର ଦେବେ ମେଲାନିଆ: ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା !

ଓ୍ବାଶିଂଟନ,୮।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ ପରାଜିତ ହୋଇଛନ୍ତି। ଟ୍ରମ୍ପ୍‌ଙ୍କ ତୃତୀୟ ସ୍ତ୍ରୀ ମେଲାନିଆ ଟ୍ରମ୍ପ୍‌ ଏବେ ତାଙ୍କୁ ଛାଡ଼ପତ୍ର ଦେବାକୁ ଯୋଜନା କରିଥିବା ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ହେଉଛି। ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପରେ ମେଲାନିଆ ଏଭଳି କରିବେ ବୋଲି ଆମେରିକାର କେତେକ ଗଣମାଧ୍ୟମ ସଂସ୍ଥା ଜୋର୍‌ ଦେଉଛନ୍ତି। ହ୍ବାଇଟ୍‌ ହାଉସ୍‌ରୁ ବାହାରିବା ପରେ ମେଲାନିଆ ଏସମ୍ପର୍କିତ ଆଇନଗତ ପଦକ୍ଷେପ ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି। ୨୦୦୫ ଜାନୁୟାରୀ ୨୨ରେ ଟ୍ରମ୍ପ୍‌ ମେଲାନିଆଙ୍କୁ ବିବାହ କରିଥିଲେ। ମାତ୍ର ଏବେ ୧୫ ବର୍ଷର ବୈବାହିକ ଜୀବନର ପରିସମାପ୍ତି ହେବାକୁ ଯାଉଛି ବୋଲି ଟ୍ରମ୍ପ୍‌ଙ୍କ ପୂର୍ବତନ ରାଜନୈତିକ ସହଯୋଗୀ ଓମାରୋସା ମେନିଗୋଲ୍ଟ୍‌ ନ୍ୟୁମ୍ୟାନ୍‌ ଦାବି କରିଛନ୍ତି। ସେହିପରି ମେଲାନିଆଙ୍କ ବାନ୍ଧବୀ ଷ୍ଟିଫାନିଆ ଭୋଲକଫ୍‌ କହିଛନ୍ତି ଯେ,ଟ୍ରମ୍ପ୍‌ଙ୍କ ପୁଅ ବାରୋନ ଟ୍ରମ୍ପ୍‌ଙ୍କୁ ସମ୍ପତ୍ତିରୁ ଭାଗ ଦେବା ନେଇ ଦାବି କରାଯାଉଛି। ଟ୍ରମ୍ପ୍‌ ଏବଂ ମେଲାନିଆଙ୍କ ଶଯ୍ୟା ମଧ୍ୟ ପୃଥକ୍‌ ପୃଥକ୍‌ ରହିଥିବା ଷ୍ଟିଫାନିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲେନ୍‌ସ୍କିଙ୍କ ଚେତାବନି: ଖୁବଶୀଘ୍ର ନାଟୋ ଦେଶ ଉପରେ ରୁଷିଆ କରିବ ଆକ୍ରମଣ

କ୍ୱିଭ୍‌,୧୪ ।୩: ରୁଷିଆ ଏବେ ୟୁକ୍ରେନର ରାଜଧାନୀ କ୍ୱିଭ ଦଖଲ କରିବା ଯୋଜନାରେ ରହିଛି । କିଛି ସମୟର ଅସ୍ତ୍ର ବିରତି ପରେ ରୁଷିଆ ପୁଣିଥରେ...

ହୋଟେଲ କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଗିରଫ କଲା ପୋଲିସ

ଇସଲାମାବାଦ,୧୯।୧୦: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁ ସଫଦର ଏୱାନଙ୍କୁ ପୋଲିସ ଗିରଫ କରିଛି। ସେମାନେ ରହୁଥିବା ହୋଟେଲର କବାଟ ଭାଙ୍ଗି ପୋଲିସ ସଫଦରଙ୍କୁ...

ଶାସକ ଦଳରୁ ଓଲି ବିଦା

କାଠମାଣ୍ଡୁ, ୨୫ା୧: ନେପାଳ ରାଜନୀତି ସଙ୍କଟ ଦେଇ ଗତି କରୁଥିବାବେଳେ ଏବେ ପୁଣି ସୃଷ୍ଟି ହୋଇଛି ହଇଚଇ। କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କୁ...

ପୋଷା କୁକୁର ବିନା ୟୁକ୍ରେନ ଛାଡ଼ିବାକୁ ମନା କଲେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ,୨୭।୨: ଯୁଦ୍ଧରେ ଯର୍ଯରିତ ୟୁକ୍ରେନରେ ଫସିଥିବା ଜଣେ ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ର ପୋଷା କୁକୁର ବିନା ଦେଶ ଛାଡ଼ିବାକୁ ମନା କରି ଦେଇଛନ୍ତି। ଖାରକିଭ...

ଜନ୍ମ ପ୍ରମାଣପତ୍ରରେ ଗୋଟିଏ ପିଲାର ୩ ପିତା, ଖର୍ଚ୍ଚ ହୋଇଛି ୮୮ ଲକ୍ଷ

ଓ୍ବାଶିଂଟନ,୭।୩: ଆମେରିକାର ତିନିଜଣ ପୁରୁଷ ‘ପ୍ରଥମ ଥର ପାଇଁ ଗୋଟିଏ ପରିବାରର ପିତା’ ହୋଇ ଇତିହାସ ରଚିଛନ୍ତି। ଏଥିପାଇଁ ଏହି ୩ ପୁରୁଷଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ...

ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ମାଡ: ୫ ମୃତ୍ୟୁ, ୧୦ ଆହତ

ତେହରାନ,୧୭।୧୧: ଇରାନରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ସୁରକ୍ଷା ବାହିନୀ ତେହେରାନର ଏକ ମେଟ୍ରୋ ଷ୍ଟେଶନରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇ ଥିଲେ। ଏଥିରେ...

ଆଫଗାନିସ୍ତାନରୁ ୟୁକ୍ରେନ ବିମାନ ଅପହରଣ, ମନ୍ତ୍ରୀ କହିଲେ ହଁ-ସରକାରଙ୍କ ମନା…

କାବୁଲ,୨୪।୮: ୟୁକ୍ରେନର ଏକ ବିମାନକୁ ଆଫଗାନିସ୍ତାନରୁ ଅପହରଣ କରି ନିଆଯାଇଛି। ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ ୟେଭ୍‌ଜେନି ୟେନିନ୍‌ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ରବିବାର ବିମାନକୁ...

ଜିନ୍‌ପିଙ୍ଗ୍‌ଙ୍କ ଚେତାବନୀ, ଶୀତଳ ଯୁଦ୍ଧ ସ୍ଥିତି ସୃଷ୍ଟି ହେବା ଉଚିତ ନୁହେଁ…

ବେଜିଂ,୧୧।୧୧: ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଗୁରୁବାର ଚେତାବନୀ ଦେଇଛନ୍ତି ଯେ ଶୀତଳ ଯୁଦ୍ଧ ଭଳି ସ୍ଥିତି ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ସୃଷ୍ଟି ହେବା ଉଚିତ...

Advertisement
Archives

Model This Week