ପରାଜୟ ପରେ ବି ହ୍ବାଇଟ୍‌ ହାଉସ୍‌ ଛାଡି ନ ଥିଲେ ଆମେରିକାର ଏହି ରାଷ୍ଟ୍ରପତି

ଚାରି ଦିନର ସଂଘର୍ଷ ପରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ବିଜୟର ରାସ୍ତା ସ୍ପଷ୍ଟ ହୋଇଯାଇଛି। ଡେମୋକ୍ରାଟିକ ପାର୍ଟିର ବାଇଡେନ ଏହି ନିର୍ବାଚନରେ ଜିତିଛନ୍ତି ଏବଂ ସେ ଦେଶର ୪୬ତମ ରାଷ୍ଟ୍ରପତି ହେବେ। ୧୮୦୦ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସହ ଜଡିତ ଏକ ମଜାଦାର ଉପନ୍ୟାସ ରହିଛି। ୧୮୦୦ର ନିର୍ବାଚନରେ ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ଜନ ଆଡାମସ ପରାସ୍ତ ହୋଇଥିଲେ। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଥୋମାସ ଜେଫରସନ ଜିତିଥିଲେ। କିନ୍ତୁ ପରାଜିତ ହେବା ସତ୍ତ୍ୱେ ଜନ ତାଙ୍କ କାର୍ଯ୍ୟ ଥୋମାସଙ୍କୁ ହସ୍ତାନ୍ତର କରିବାକୁ ମନା କରିଦେଲେ। କେବଳ ସେତିକି ନୁହେଁ, ଥୋମାସଙ୍କ ଶପଥ ଗ୍ରହଣ ସମାରୋହରେ ଜନ ଯୋଗ ଦେଇ ନ ଥିଲେ। ଏପରିକି ହ୍ବାଇଟ ହାଉସର କର୍ମଚାରୀମାନେ ମଧ୍ୟ ଏହି ସମାରୋହରେ ଯୋଗ ଦେଇପାରି ନ ଥିଲେ। ଜନ ଆଡାମସ ଜିଦ ଧରିଥିଲେ। ଏଭଳି ପରିସ୍ଥିତିରେ ସେ ହ୍ବାଇଟ ହାଉସ ଛାଡି ନ ଥିଲେ କି ଥୋମାସଙ୍କୁ ତାଙ୍କ ଦାୟିତ୍ୱ ନ୍ୟସ୍ତ କରି ନ ଥିଲେ। ଏହା ପରେ, ତାଙ୍କ ସହିତ ଯାହା ଘଟିଥିଲା ତାହା କଳ୍ପନା କରାଯାଇ ନ ଥିଲା। ରାଷ୍ଟ୍ରପତିଙ୍କ କର୍ମଚାରୀ ଜନଙ୍କ ନିର୍ଦ୍ଦେଶ ନେବା ବନ୍ଦ କରିଦେଲେ ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ମଧ୍ୟ ହଟାଗଲା। କେବଳ ଏତିକି ନୁହେଁ ତାଙ୍କର ସମସ୍ତ ସୁରକ୍ଷା ମଧ୍ୟ ହଟାଇ ଦିଆଯାଇଥିଲା। ନିର୍ବାଚନରେ ହାରିଯିବା ପରେ ହ୍ବା୍‌ଇଟ ହାଉସରେ ଥିବା ଜନଙ୍କୁ ସେନା, ସିଆଇଏ, ଏଫବିଆଇ ଏବଂ ହ୍ବାଇଟ ହାଉସର କର୍ମଚାରୀମାନେ ଅବହେଳା କରିବା ଆରମ୍ଭ କରିଥିଲେ। ଶେଷରେ, ନିଜକୁ ଅପମାନିତ ଦେଖି ଜନ ପରାଜୟ ଗ୍ରହଣ କଲେ। ସେ ଆନୁଷ୍ଠାନିକ ଭାବରେ ୧୮୦୧, ମାର୍ଚ୍ଚ ୪ରେ ଥୋମାସଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡବ୍ଲୁଏଚଓ ନକ୍ସାରେ ଜମ୍ମୁ-କଶ୍ମୀର ପାକ ଓ ଚାଇନାର ଅଂଶ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ,୩୧ ।୧: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ର ୱେବସାଇଟ ନକ୍ସାରେ ଭାରତର ଜମ୍ମୁ-କଶ୍ମୀର ପାକିସ୍ତାନ ଓ ଚାଇନାର ଅଂଶ ବୋଲି ଦର୍ଶାଯାଇଛି । ଡବ୍ଲୁଏଚଓ ଭଳି ଅନ୍ତରାଷ୍ଟ୍ରୀୟ...

ଭୂତାଣୁ ସଂକ୍ରମଣ ପରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହୁଏ ବୃଦ୍ଧି: କରୋନା କ୍ଷେତ୍ରରେ ବି ଏହା ସମ୍ଭବ !

ଓ୍ବାଶିଂଟନ,୧୫।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ମାନବ ସମାଜରୁ ଏହି ମହାମାରୀକୁ ଦୂରେଇବା ପାଇଁ ନାନା ପ୍ରକାର ଗବେଷଣା ଜାରି ରହିଛି। ଏହି...

ବାଇକ୍‌ ମୁଣ୍ଡରେ ରଖି ବସ୍‌ ଉପରକୁ ଚଢ଼ିଗଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି କିଛି ଭିଡିଓ ଶେୟାର କରାଯାଇଥାଏ, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି।...

ବିଶେଷଜ୍ଞଙ୍କ ଚେତାବନୀ, ଓମିକ୍ରନ୍‌ରୁ ମୁକ୍ତି ପାଇଁ ଲକ୍‌ଡାଉନ୍‌ ଅପରିହାର୍ଯ୍ୟ…

ଆମଷ୍ଟରଡାମ୍‌/ଜେନେଭା/ନୂଆଦିଲ୍ଲୀ, ୧୮।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ଓମିକ୍ରନ ସମଗ୍ର ପୃଥିବୀରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।...

ବ୍ୟକ୍ତିତ୍ୱ: ମ୍ୟାନ୍‌ ବୁକର ଆଓ୍ବାର୍ଡ ବିଜେତା ଅରବିନ୍ଦ ଆଡ଼ିଗା

‘ଦ ହ୍ବାଇଟ୍‌ ଟାଇଗର’ ଉପନ୍ୟାସ ପାଇଁ ଆଡ଼ିଗାଙ୍କୁ ମିଳିଥିଲା ୨୦୦୮ ମସିହାର ସମ୍ମାନଜନକ ମ୍ୟାନ୍‌ ବୁକର ଆଓ୍ବାର୍ଡ। ଏକ ବିଷମ ସନ୍ଧିକ୍ଷଣରେ ଅଟକି ଯାଇଥିବା ଭାରତର...

ମାଛ ଖେଳୁଛନ୍ତି ଫୁଟବଲ, ଗୋଲ୍‌ ଦେଖିଲେ ଟିଣ ହୋଇଯିବ ମୁଣ୍ଡ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଇ ଥାଏ ତ ଆଉ କେତେକ...

ସ୍ବଚ୍ଛତାର ଅଜବ ତରିକା

କାନପୁର: ସ୍ବଚ୍ଛ ଭାରତ ଯୋଜନାକୁ କେମିତି ସଫଳତା ମିଳିବ ତାହା ପାଇଁ ସରକାରୀ ତଥା ବ୍ୟକ୍ତିଗତ ସ୍ତରରେ ଦେଶର ସବୁଆଡେ ଚେଷ୍ଟା କରାଯାଉଛି। କିନ୍ତୁ ଛତିଶଗଡ଼...

ପୁଟିନ୍‌ଙ୍କୁ ଝଟ୍‌କା, ସ୍ବିଡ଼େନ୍‌-ଫିନଲାଣ୍ଡ ନାଟୋରେ ହେବେ ସାମିଲ…

ମସ୍କୋ, ୧୮।୫ : ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର ପୁଟିନ୍‌ଙ୍କୁ ବଡ଼ ଝଟ୍‌କା ଲାଗିଛି। ୧୮ ମେ’ରେ ନାଟୋ ମିଳିତ ମଞ୍ଚରେ ଯୋଗଦେବା ପାଇଁ ଫିନଲାଣ୍ଡ ଏବଂ...

Advertisement
Archives

Model This Week