କୁଳଭୂଷଣଙ୍କୁ ତୃତୀୟ କନ୍ସୁଲାର ଆକ୍ସେସ୍ ମିଳିବ
ଇସ୍ଲାମାବାଦ,୧୮ା୭(ପି.ଟି.): ମୃତ୍ୟୁଦଣ୍ଡାଦେଶ ପାଇ ପାକିସ୍ତାନ ଜେଲ୍ରେ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ପ୍ରଦାନ କରାଯାଇଥିବା ଦ୍ୱିତୀୟ କନ୍ସୁଲାର ଆକ୍ସେସ୍ (ଦୂତାବାସ ମାଧ୍ୟମରେ ଆଇନଗତ ସହାୟତା)ର କୌଣସି ଅର୍ଥ କିମ୍ବା ବିଶ୍ୱସନୀୟତା ନାହିଁ ବୋଲି ନୂଆଦିଲ୍ଲୀ କହିଛି।...
ମହାରାଣୀଙ୍କ ନାତୁଣୀ ଗୋପନରେ ବାହାହେଲେ
ଲଣ୍ଡନ,୧୮ା୭: ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ନାତୁଣୀ ପ୍ରିନ୍ସେସ୍ ବିଟ୍ରାଇସ୍ ଗୋପନରେ ବାହା ହୋଇଛନ୍ତି। ସେ ତାଙ୍କ ପ୍ରେମିକ ତଥା କୋଟିପତି ପ୍ରପର୍ଟି ଟାଇକୁନ୍ ଏଡୋଆର୍ଡୋ ମାପେଲି ମୋଜିଙ୍କ ସହ ଶୁକ୍ରବାର ଓ୍ବିଣ୍ଡସରଠାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବ୍ରିଟେନର...
ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦରେ ମୋଦିଙ୍କ ଉଦ୍ବୋଧନ: କରୋନା ବିରୋଧୀ ଲଢ଼େଇ ଜନଆନ୍ଦୋଳନ ପାଲଟିଛି
ନୂଆଦିଲ୍ଲୀ,୧୭ା୭-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନ୍ଫରେନ୍ସ ଜରିଆରେ ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦ (ଇସିଓଏସ୍ଓସି)କୁ ଉଦ୍ବୋଧନ ଦେବା ଅବସରରେ ଅନ୍ତର୍ଜାତୀୟ ସଂଗଠନରେ ସଂସ୍କାର ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱ ସଦ୍ଭାବନା, ସାମାଜିକ-ଅର୍ଥନୈତିକ ସମାନତାରେ ଉନ୍ନତି, ପ୍ରାକୃତିକ...
କରୋନା କବଳରେ ଦେଶର ୯୮ ପ୍ରତିଶତ ଅଞ୍ଚଳ: ରିପୋର୍ଟ
ଲଣ୍ଡନ/ଓ୍ବାଶିଂଟନ,୧୭।୭: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରି ସାରିଲାଣି। ସେହିପରି ଦେଶରେ କରୋନା ସଂକ୍ରମଣରେ ମୃତକଙ୍କ ସଂଖ୍ୟା ମଧ୍ୟ ୨୫ ହଜାର ପାର...
ପାପୁଆ ନ୍ୟୁ ଗିନିରେ ଭୂକମ୍ପ ଝଟ୍କା ଅନୁଭୂତ
ପୋର୍ଟ ମୋର୍ସି,୧୭।୭: ପାପୁଆ ନ୍ୟୁ ଗିନିର ଉପକୂଳବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ପାପୁଆ ନ୍ୟୁ ଗିନିର ଉତ୍ତର-ଉତ୍ତର-ପଶ୍ଚିମ ପପୋନାଡେଟାରେ ହୋଇଥିବା ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୭.୨ ରହିଛି। ଏହାର କେନ୍ଦ୍ରସ୍ଥଳ ୮୦ କିଲୋମିଟର ଦୂରରେ...
ଇତିହାସରେ ପ୍ରଥମ, ଏମିତି କରି ଦେଖାଇଲା ନାସା
ନ୍ୟୁୟର୍କ,୧୭।୭: ଆମେରିକାର ସ୍ପେସ ଏଜେନ୍ସି ନାସା ଏବଂ ୟୁରୋପୀୟ ସ୍ପେସ ଏଜେନ୍ସି ମିଳିତ ଭାବରେ ଏକ ସୋଲାର ଅର୍ବିଟର ପଠାଇଥିଲେ। ଯାହା ସୂର୍ଯ୍ୟଙ୍କ ଅତି ନିକଟରୁ ଫଟୋ ଉଠାଇଛି। ପ୍ରଥମଥର ପାଇଁ ସୂର୍ଯ୍ୟଙ୍କ ଏହା ଅତି ନିକଟତମ ଫଟୋ ବୋଲି...
ଖାଦ୍ୟ ଲାଳସାକୁ ନିୟନ୍ତ୍ରଣକରେ ମସ୍ତିଷ୍କ କୋଷିକା
ଲୋଓ୍ବା: ମିଠା ଏବଂ ସ୍ବାଦଯୁକ୍ତ ଖାଦ୍ୟପ୍ରତି କେତେକଙ୍କର ଅଧିକ ଲାଳସା ରହିଥାଏ। ତେବେ ଏଭଳି ଲାଳସାକୁ ମସ୍ତିଷ୍କର ଏକ ପ୍ରକାର କୋଷିକା ନିୟନ୍ତ୍ରିତ କରିଥାଏ। ଏସମ୍ପର୍କରେ ଆମେରିକାର ଲୋଓ୍ବା ବିଶ୍ୱବିଦ୍ୟାଳୟର କାର୍ଭର ମେଡ଼ିସିନ୍ କଲେଜରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛି।...
ଭାରତର ଜନସଂଖ୍ୟା କମିଯିବ ୨୬ କୋଟି
ଓ୍ବାଶିଂଟନ, ୧୬।୭: ଆଗାମୀ ୨୧୦୦ ବେଳକୁ ଭାରତର ଜନସଂଖ୍ୟା ୩୨ ପ୍ରତିଶତ କମିଯିବ। ଏନେଇ ଲାସେଣ୍ଟ୍ ପ୍ରତିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ୨୦୪୮ ବେଳକୁ ଭାରତର ଜନସଂଖ୍ୟା ୧୬୦ କୋଟିରେ ପହଞ୍ଚିବାର ସମ୍ଭାବନା ରହିଛି। ତେବେ ପରବର୍ତ୍ତୀ ସମୟରେ...
ବିଲ୍ ଗେଟସ୍-ଜେଫ୍ ବେଜୋସ୍-ଏଲନ ମସ୍କ୍ଙ୍କ ଟୁଇଟର ଆକାଉଣ୍ଟ୍ ହ୍ୟାକ୍
ଓ୍ବାଶିଂଟନ, ୧୬।୭: ବିଲ୍ ଗେଟସ୍,ଜେଫ୍ ବେଜୋସ୍ ଏବଂ ଏଲନ ମସ୍କ୍ଙ୍କ ସମେତ ବହୁ ଶିଳ୍ପପତି ତଥା ରାଜନେତାଙ୍କ ଟୁଇଟର ଆକାଉଣ୍ଟ୍କୁ ହ୍ୟାକ୍ କରାଯାଇଛି। ଏହାକୁ କିଙ୍ଗ୍ ବିଟ୍କ୍ୱାଇନ୍ ସ୍କାମ୍ କୁହାଯାଉଛି। ଏସବୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଆକାଉଣ୍ଟ ହ୍ୟାକ୍ କରି ଏହା...
ଜବାବୀ କାର୍ଯ୍ୟାନୁଷ୍ଠାନ ନେବ ଚାଇନା
ବେଜିଂ,୧୬ା୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଏହି ପଦକ୍ଷେପ ପରେ ବୁଧବାର ଚାଇନା ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଛି। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନିଙ୍ଗ୍ କହିଛନ୍ତି, ଆମେରିକା ଏହାକୁ କାର୍ଯ୍ୟକାରୀ କରିବା ଅନୁଚିତ। ନିଜ ଭୁଲ୍କୁ...
ହଂକଂକୁ ସ୍ବତନ୍ତ୍ର ସୁବିଧା ବାତିଲ
ଓ୍ବାଶିଂଟନ,୧୬ା୭(ପି.ଟି.): ହଂକଂରେ ଚାଇନା ନୂଆ ଆଇନ ଲାଗୁ କରିବା ପରେ ଏବେ ଆମେରିକା ଏହି ସହରର ସ୍ବତନ୍ତ୍ର ମାନ୍ୟତାକୁ ଶେଷ କରିଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଙ୍ଗଳବାର ହଂକଂ ସ୍ବାୟତ୍ତତା ଆଇନରେ ସ୍ବାକ୍ଷର କରିଛନ୍ତି। ଏହାସହ ହଂକଂକୁ ଆମେରିକାଠାରୁ...
ଚାଇନାରୁ ଆମେରିକାରେ ପହଞ୍ଚିଲା ଏହି ରୋଗ, ଚିନ୍ତାରେ ବୈଜ୍ଞାନିକ
ନ୍ୟୁୟର୍କ,୧୫।୭:ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ସାରା ବିଶ୍ୱରେ କାୟା ବିସ୍ତାର କରିଛି। ଏବେ ଚାଇନାରୁ ଆଉ ଏକ ରୋଗ ଆମେରିକା ମୁହାଁ ହୋଇଛି। ଆମେରିକାର କୋଲୋରାଡୋ ଏକ ଗୁଣ୍ଡୁଚି ମୂଷା ବ୍ୟୁବୋନିକ୍ ପ୍ଲେଗ୍ ରୋଗରେ ସଂକ୍ରମିତ ହୋଇଥିବା ଜଣାପଡିଛି।...
Archives


