ଅନ୍ତର୍ଜାତୀୟ

ମାଡ଼ି ଆସୁଛି ବିପଦ: ୬୩ କୋଟିରୁ ଅଧିକଙ୍କୁ ମିଳିବନି ପିଇବା ପାଣି

ମାଦ୍ରିଦ୍‌,୨।୧: ଜଳବାୟୁ ପରିବର୍ତ୍ତନ, ଦ୍ରୁତ ଶିଳ୍ପାୟନ ଏବଂ ଜଙ୍ଗଲ ନଷ୍ଟ ହେବାର କୁପ୍ରଭାବ ପୃଥିବୀ ଉପରେ ପଡ଼ିବାକୁ ଯାଉଛି। ଆଉ ୨୦ ବର୍ଷ ପରେ ୨୦୪୦ ବେଳକୁ ପୃଥିବୀରେ ଜଳସଙ୍କଟ ଉତ୍କଟ ହେବାର ଆଶଙ୍କା ରହିଛି। ଏହାଯୋଗୁ ପୃଥିବୀର ଏକପଞ୍ଚମାଂଶ ଅର୍ଥାତ୍‌…

ୟୁଏନ୍‌ଏସ୍‌ସି ଅସ୍ଥାୟୀ ସଦସ୍ୟ ହେଲା ଭାରତ

ଜାତିସଂଘ, ୨।୧(ଆଇଏଏନ୍‌ଏସ୍‌): ସ୍ଥାୟୀ ସଦସ୍ୟତା ଦାବି କରିଆସୁଥିବା ଭାରତ ଶୁକ୍ରବାର ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଅସ୍ଥାୟୀ ସଦସ୍ୟ ହୋଇଛି। ଏବେ ସଦସ୍ୟ ଭାବେ ଭାରତ ଏହାର ‘ବସୁଧୈବ କୁଟୁମ୍ବକମ୍‌’ ବା ସାରା ବିଶ୍ୱ ଏକ ପରିବାର ନୀତିକୁ ପ୍ରସାର କରିପାରିବା…

ବିଦେଶୀଙ୍କୁ ରୋକିବାକୁ ଶେଷ ଉଦ୍ୟମ

ଓ୍ବାଶିଂଟନ, ୨।୧(ପି.ଟି.): ହ୍ବାଇଟ୍‌ ହାଉସ୍‌ ଛାଡ଼ିବାର ୨୦ ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଶରେ ବାହାର ଲୋକଙ୍କ ପ୍ରବେଶ ରୋକିବା ଲାଗି ଶେଷ ପଦକ୍ଷେପ ନେଇଛନ୍ତି। ଏଚ୍‌-୧ବି ଭିଜା ସହ ଅନ୍ୟାନ୍ୟ ଓ୍ବାର୍କିଂ ଭିଜା ଅଚଳ ଅବଧିକୁ ସେ…

ଫ୍ରାନ୍ସ ନାଗରିକତ୍ୱ ଚାହାନ୍ତି ବୋରିସ୍‌ଙ୍କ ପିତା

ପ୍ୟାରିସ୍‌, ୨।୧: ୟୁରୋପୀୟ ୟୁନିୟନରୁ ବ୍ରିଟେନ ଅଲଗା ହେବାପରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ପିତା ଷ୍ଟାନଲି ଜନସନ୍‌ ଫ୍ରାନ୍ସର ନାଗରିକ ହେବା ପାଇଁ ଇଚ୍ଛା କରିଛନ୍ତି। ଏଥିପାଇଁ ସେ ଆବେଦନ କରିଥିବା ଏକ ଫରାସୀ ରେଡିଓରେ ସାକ୍ଷାତ୍‌କାର ଦେବା ବେଳେ ପ୍ରକାଶ…

ପାକିସ୍ତାନରେ ନିର୍ମାଣ ହେବ ମନ୍ଦିର, ପାଣ୍ଠି ଯୋଗାଇବେ ସରକାର

କରାଚୀ,୧ା୧- ପାକିସ୍ତାନର ଉତ୍ତରପଶ୍ଚିମ ପ୍ରଦେଶ ଖାଇବର ପାଖତୁଖ୍ବାରେ ଚଳିତ ସପ୍ତାହରେ ମୁସଲମାନ ଗୋଷ୍ଠୀ ଏକ ମନ୍ଦିରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ଏହାକୁ କେନ୍ଦ୍ର କରି ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଘୋଷାଡ଼ି ଥିଲା ଭାରତ। ଏହାର…

ଧୂମ୍‌ଧାମରେ ନୂଆବର୍ଷ ପାଳିଲେ ଉହାନବାସୀ, ଏକଦା ଥିଲା କରୋନାର ଏନ୍ତୁଡ଼ିଶାଳ

ବେଜିଂ,୧।୧: କରୋନା ଭୂତାଣୁ ଯୋଗୁ ଅନେକ ଦେଶର ଲୋକେ ନୂତନ ବର୍ଷର ଉତ୍ସବରେ ଯୋଗ ଦେଇ ପାରି ନ ଥିଲେ। ତେବେ ଚାଇନାର ଉହାନ ସହର ଯେଉଁଠି କି ପ୍ରଥମେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା। ସେହି ସହରରେ ଗତ କିଛି…

କରୋନା ଆକ୍ରାନ୍ତଙ୍କ ସହ ଡାକ୍ତରଖାନାରେ ଶାରୀରିକ ସମ୍ପର୍କ ରଖିଲେ ସ୍ବାସ୍ଥ୍ୟକର୍ମୀ, ଫଟୋ ଭାଇରାଲ ପରେ…

ଜାକର୍ତ୍ତା,୧।୧: ଇଣ୍ଡୋନେସିଆରେ ଜଣେ ସ୍ବାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଘଟଣା ସାମ୍ନାକୁ ଆସିବା ପରେ ଏହି ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କୁ ନିଲମ୍ବନ କରାଯିବା ସହ ଗିରଫ କରାଯାଇଛି। ଖବର ଅନୁଯାୟୀ, ଡାକ୍ତରଖାନା ଶୌଚାଳୟରେ ଦୁଇଜଣ ସମ୍ପର୍କ ସ୍ଥାପନ କରିଥିଲେ।…

ଚାଇନାରେ କରୋନାର ନୂଆ ରୂପ

ବେଜିଂ,୧।୧: ଚାଇନାରେ କରୋନାର ଏକ ନୂଆ ରୂପ ଦେଖିବାକୁ ମିଳିଛି। ବ୍ରିଟେନରୁ ଫେରିଥିବା ଜଣେ ମହିଳା କରୋନାର ନୂଆ ଷ୍ଟ୍ରେନ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ମହିଳାଙ୍କ ଭିତରେ ନୂଆ ଷ୍ଟ୍ରେନ ଦେଖାଦେବା ପରେ ତାଙ୍କୁ ଏବେ କ୍ୱାରାଣ୍ଟାଇନ କରିଦିଆଯାଇଛି। ଏହାସହ ତାଙ୍କ…

କରୋନା ସମୟରେ ବଢିଛି ମୋଦିଙ୍କ ଲୋକପ୍ରିୟତା!

ନୂଆଦିଲ୍ଲୀ,୩୧ ।୧୨: କରୋନା ଭାଇରସ ସଂକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢିଛି । ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଦ୍ୱାରା କରାଯାଇଥିବା ଏକ ବିଶ୍ଲେଷଣରେ ଏହା ଜଣାପଡିଛି । କରୋନା ମହାମାରୀ ସମୟରେ ମୋଦିଙ୍କ ଆପ୍ରୁଭାଲ ରେଟିଂ ୫୫…

ହିନ୍ଦ ମହାସାଗରରେ ଚାଇନାର ଅଣ୍ଡରୱାଟର ଡ୍ରୋନ୍‌!

ନ୍ୟୁଜର୍ସି,୩୧ ।୧୨: ହିନ୍ଦ ମହାସାଗରରେ ଚାଇନା, ପାଣି ଭିତରେ ଡ୍ରୋନ୍ ସଜାଇ ରଖିଥିବା ଜଣାପଡିଛି । ଯାହା ମାସ ମାସ ଧରି କାମ କରିବ । ଏହି ଡ୍ରୋନ୍ ଖଞ୍ଜିବା ପଛର କାରଣ ହେଉଛି ଏହା ଚାଇନା ନୌସେନାକୁ ଗୁପ୍ତ ତଥ୍ୟ…

ପୁଣି ଭବିଷ୍ୟବାଣୀ କଲେ ବିଲ୍‌ ଗେଟ୍ସ, କହିଲେ ଏମିତି ରହିବ ୨୦୨୧ ବର୍ଷ

ଓ୍ବାଶିଂଟନ,୩୧ା୧୨: ବିଜ୍‌ନେସ ଟାଇକୁନ ଏବଂ ମାଇକ୍ରୋସଫ୍ଟ କର୍ପୋରେଶନର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ କରୋନା ମହାମାରୀ ସହ ମୁକାବିଲା କରୁଥିବା ବିଶ୍ୱ ପାଇଁ ନିଜର ମତ ପ୍ରକାଶ କରିଛନ୍ତି। ଭୂତାଣୁ ବିରୋଧରେ ଟିକା ହେତୁ ୨୦୨୧ ବର୍ଷ ଭଲ ଆଶା ବଢ଼ାଉଥିବା ବିଲ୍‌…

ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ: ୨୮ ଯାତ୍ରୀ ମୃତ

ଦାମାସକସ୍‌,୩୧।୧୨: ଦକ୍ଷିଣ ସିିରିଆର ଡେର୍‌ ଅଲ୍‌-ଜୌର ପ୍ରଦେଶରେ ଏକ ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ୨୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ପ୍ରଦେଶର କୋବାଜ୍ଜେପ୍‌ ଅଞ୍ଚଳରେ ବସ୍‌ ଉପରେ ଆକ୍ରମଣ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସିରିଆରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri