ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦରେ ମୋଦିଙ୍କ ଉଦ୍‌ବୋଧନ: କରୋନା ବିରୋଧୀ ଲଢ଼େଇ ଜନଆନ୍ଦୋଳନ ପାଲଟିଛି

ନୂଆଦିଲ୍ଲୀ,୧୭ା୭-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନ୍‌ଫରେନ୍ସ ଜରିଆରେ ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦ (ଇସିଓଏସ୍‌ଓସି)କୁ ଉଦ୍‌ବୋଧନ ଦେବା ଅବସରରେ ଅନ୍ତର୍ଜାତୀୟ ସଂଗଠନରେ ସଂସ୍କାର ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱ ସଦ୍‌ଭାବନା, ସାମାଜିକ-ଅର୍ଥନୈତିକ ସମାନତାରେ ଉନ୍ନତି, ପ୍ରାକୃତିକ ସନ୍ତୁଳନର ସୁରକ୍ଷା ପ୍ରତି ଆମେ ପ୍ରତିଶ୍ରୁତିବଦ୍ଧ। ଜାତିସଂଘ କାର୍ଯ୍ୟସୂଚୀକୁ ପୂର୍ଣ୍ଣ ସହାୟତା ଯୋଗାଇଦେବାରେ ଭାରତ ଏହାର ଭୂମିକା ନିଭାଇ ଆସିଛି। ବିଭିନ୍ନ ଦେଶର ନୀତି ମାଧ୍ୟମରେ ସ୍ଥାୟୀ ଶାନ୍ତି ଓ ସମୃଦ୍ଧି ହାସଲ ଉପରେ ଭାରତ ଦୃଢ଼ ବିଶ୍ୱାସ କରିଥାଏ। ଭାରତରେ କରୋନା ମୁକାବିଲା ଜନ ଆନ୍ଦୋଳନରେ ପରିଣତ ହୋଇଛି। ତୃଣମୂଳ ସ୍ତରର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ବେଶ୍‌ ସହାୟକ ହୋଇପାରିଛି। ଫଳରେ ଭାରତରେ ଆରୋଗ୍ୟ ହାର ସାରା ବିଶ୍ୱରେ ସର୍ବାଧିକ ରହିଛି। କୋଭିଡ୍‌ ବିରୋଧୀ ମିଳିତ ଲଢ଼େଇରେ ଭାରତ ୧୫୦ରୁ ଅଧିକ ଦେଶକୁ ସହାୟତା ଯୋଗାଇଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ସେହିପରି ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୨୦୨୨ ସୁଦ୍ଧା ପ୍ରତି ଭାରତୀୟଙ୍କୁ ସୁରକ୍ଷିତ ପକ୍କାଘର ଯୋଗାଇ ଦିଆଯିବା ଲକ୍ଷ୍ୟରେ ‘ହାଉସିଂ ଫର୍‌ ଅଲ୍‌’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି। ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଆମର ସିଦ୍ଧାନ୍ତ। ଗତବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ସାରା ଦେଶକୁ ସ୍ବଚ୍ଛ କରାଯିବା ଲକ୍ଷ୍ୟ ସଫଳ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ଉପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ; X ଠାରୁ ମାଗିଲା ଆକାଉଣ୍ଟ ବିବରଣୀ

ନୂଆଦିଲ୍ଲୀ,୨୯।୭: NEET ପେପର୍‌ ଲିକ ବିରୋଧରେ CJPଙ୍କ ପ୍ରତିବାଦ ସମୟରେ ଏବଂ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ ସାମ୍ବିଧାନିକ କାର୍ଯ୍ୟାଳୟକୁ ଟାର୍ଗେଟ କରି ସୋସିଆଲ…

ସ୍ତ୍ରୀଙ୍କୁ ହତ୍ୟାକରି ଶାଶୁଶ୍ୱଶୁରଙ୍କୁ ଭିଡିଓକଲ୍‌ରେ ଦେଖାଇଲେ ଜ୍ୱାଇଁ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବାଗଲକୋଟ୍‌, ୨୯।୭:କର୍ନାଟକର ବାଗଲକୋଟ୍‌ ଜିଲାରେ ପରକୀୟା ପ୍ରୀତି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ୩୨ ବର୍ଷୀୟା ସ୍ତ୍ରୀ ଭାଗ୍ୟଶ୍ରୀ ଜିଗାଲୁରଙ୍କୁ କାଠଫାଳିଆରେ ମାଡ଼ ମାରିବା ପରେ ଶାଢ଼ିରେ…

ଗାଁରେ ପଶିଲା ବନ୍ୟାଜଳ, ତହସିଲଦାର-ବିଡିଓ ପହଞ୍ଚି ଲୋକଙ୍କୁ…

ତିହିଡ଼ି,୨୯ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ୭ ପଞ୍ଚାୟତରେ ବନ୍ୟା ପରିସ୍ଥିତି ଉଦ୍‌ବେଗଜଣକ ହୋଇଛି। ସାଳନ୍ଦୀ ନଦୀରେ ଆସିଥିବା ବନ୍ୟାପାଣି ବିଭିନ୍ନ ଗାଁରେ ପ୍ରବେଶ…

୨୦୩୬ ସୁଦ୍ଧା ଟଙ୍କାର କୌଣସି ମୂଲ୍ୟ ରହିବ ନାହିଁ? ଏଲୋନ ମସ୍କଙ୍କ ଭବିଷ୍ୟବାଣୀର ଅର୍ଥ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ବିଶ୍ୱର ପ୍ରମୁଖ ଶିଳ୍ପପତିଙ୍କ ମଧ୍ୟରୁ ଜଣେ ଏଲୋନ ମସ୍କ ପୁଣି ଥରେ ତାଙ୍କ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ପରାମର୍ଶ ଦେଇଛନ୍ତି ଯେ ଆଗାମୀ…

ଡାକ୍ତର ଦମ୍ପତ୍ତିଙ୍କୁ କାଙ୍ଗାଳ କରିଦେଲେ ୨ ଭଉଣୀ: ୪.୫ କୋଟି ଟଙ୍କା ନେଇ…

ଚଣ୍ଡିଗଡ଼,୨୯।୭: ପଞ୍ଜାବର ପଠାଣକୋଟ ଜିଲାରେ ବିଶ୍ୱାସଘାତକତା ଏବଂ ଠକେଇର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଡାକ୍ତର ଡକ୍ଟର ଜସପାଲ ସିଂହ ଭିଣ୍ଡର ଏବଂ ତାଙ୍କ…

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ ଆରମ୍ଭ କରି ଠିକାଦାର ଫେରାର, ଯାତାୟାତ ପାଇଁ ଲୋକେ…

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ପଞ୍ଚାୟତର ମଶାଣିବନ୍ଧ ଗ୍ରାମର ଏମ୍‌ଇ ସ୍କୁଲ ନିକଟରେ ଆର୍‌ଡି ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାକାମ…

ରୁପ୍ରା ରୋଡ଼ ରେଳ ଷ୍ଟେଶନରେ ଟ୍ରେନ ରହଣି ପାଇଁ ତେଜୁଛି ଦାବି: ପ୍ରତିଶ୍ରୁତି ଦେଲେ ରେଳ ମହାପ୍ରବନ୍ଧକ

କେସିଙ୍ଗା/ନର୍ଲା, ୨୯।୭(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କୋଭିଡ ସମୟରେ ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନ ଅଧୀନ ରୁପ୍ରାରୋଡ଼ ରେଳ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ଗୁଡିକ ରହୁଥିଲା। ଏବେ କିନ୍ତୁ…

ଦିନ ହୋଇଯିବ ରାତି, ୨୭ ବର୍ଷ ପରେ ଅଗଷ୍ଟ ୧୨ରେ ଘଟିବାକୁ ଯାଉଛି ଏହି…

୨୭ ବର୍ଷ ପରେ ଏକ ଘଟଣା ଘଟିବାକୁ ଯାଉଛି। ଯାହା ଦିନ ରାତି ହୋଇଯିବ। ଏହା ୟୁରୋପ ଏବଂ ଆର୍କଟିକ୍‌ ଅଞ୍ଚଳରେ ପ୍ରଥମ ଘଟଣା ହେବ। ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri