କୁଳଭୂଷଣଙ୍କୁ ତୃତୀୟ କନ୍‌ସୁଲାର ଆକ୍ସେସ୍‌ ମିଳିବ

ଇସ୍‌ଲାମାବାଦ,୧୮ା୭(ପି.ଟି.): ମୃତ୍ୟୁଦଣ୍ଡାଦେଶ ପାଇ ପାକିସ୍ତାନ ଜେଲ୍‌ରେ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ପ୍ରଦାନ କରାଯାଇଥିବା ଦ୍ୱିତୀୟ କନ୍‌ସୁଲାର ଆକ୍ସେସ୍‌ (ଦୂତାବାସ ମାଧ୍ୟମରେ ଆଇନଗତ ସହାୟତା)ର କୌଣସି ଅର୍ଥ କିମ୍ବା ବିଶ୍ୱସନୀୟତା ନାହିଁ ବୋଲି ନୂଆଦିଲ୍ଲୀ କହିଛି। ଭାରତର ଏହି ଅଭିଯୋଗ ପରେ ଇସ୍‌ଲାମାବାଦ କୁଳଭୂଷଣଙ୍କୁ ତୃତୀୟ କନ୍‌ସୁଲାର ଆକ୍ସେସ୍‌ ଯୋଗାଇଦେବାକୁ ଚାହେଁ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶି ଶୁକ୍ରବାର କହିଛନ୍ତି।
ଗୁପ୍ତଚର ବୃତ୍ତି ଓ ଆତଙ୍କବାଦ ସହ ସମ୍ପୃକ୍ତ ଅଭିଯୋଗରେ ପାକିସ୍ତାନୀ ସାମରିକ ଅଦାଲତ ୨୦୧୭ ଏପ୍ରିଲରେ କୁଳଭୂଷଣଙ୍କୁ ଦୋଷୀସାବ୍ୟସ୍ତ କରି ମୃତ୍ୟୁଦଣ୍ଡାଦେଶ ଦେଇଥିଲା। ଗୁରୁବାର ପାକିସ୍ତାନ ତାଙ୍କୁ ଦ୍ୱିତୀୟ କନ୍‌ସୁଲାର ଆକ୍ସେସ୍‌ ଦେଇଥିଲେ ହେଁ ତାହାର କୌଣସି ମୂଲ୍ୟ ନ ଥିଲା। କୁଳଭୂଷଣଙ୍କୁ ଚାପରେ ରଖାଯାଇଥିବା ସ୍ପଷ୍ଟ ହୋଇଥିଲା ବୋଲି ତାଙ୍କୁ ସାକ୍ଷାତ କରିବାକୁ ଯାଇଥିବା ଅଧିକାରୀ କହିଥିଲେ। କନ୍‌ସୁଲାର ଅଧିକାରୀଙ୍କୁ ଅବାଧ ତଥା ନିଃସର୍ତ୍ତ ଭେଟିବା ସୁଯୋଗ ଦିଆଯାଇ ନ ଥିଲା ବୋଲି ନୂଆଦିଲ୍ଲୀରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଥିଲେ। ଅନ୍ୟପକ୍ଷରେ କୁରେଶି କହିଛନ୍ତି, ନୂଆଦିଲ୍ଲୀ ଚାହିଁବା ଅନୁଯାୟୀ କୁଳଭୂଷଣଙ୍କୁ ଭାରତୀୟ ଅଧିକାରୀଙ୍କ ସହ ମିଶିବାର ସୁଯୋଗ ଦିଆଯାଇଥିଲା। ସାକ୍ଷାତ ବେଳେ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିକୁ ସେମାନେ ବିରୋଧ କରୁଛନ୍ତି। ସୁରକ୍ଷା ଅଧିକାରୀଙ୍କୁ ହଟାଇଦେବାକୁ ପାକ୍‌ ପ୍ରସ୍ତୁତ। ଭାରତ ଯଦି ତୃତୀୟ କନ୍‌ସୁଲାର ଆକ୍ସେସ୍‌ ଚାହେଁ ତେବେ ତାହା ଯୋଗାଇଦେବାକୁ ଇସ୍‌ଲାମାବାଦ ଆଗ୍ରହୀ ବୋଲି କୁରେଶି କହିଛନ୍ତି। ତେବେ ଏହି ନିଷ୍ପତ୍ତି ନୂଆଦିଲ୍ଲୀକୁ ଜଣାଯିବା ସମ୍ପର୍କରେ ଭାରତ କିମ୍ବା ପାକିସ୍ତାନ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ନେତାଙ୍କୁ ମିଳିବନି ଜେଟ୍‌ ସୁବିଧା

ଲଣ୍ଡନ, ୧୩ା୯:ମହାରାଣୀ ଏଲିଜାବେଥ୍‌ ୨ୟଙ୍କ ଶେଷକୃତ୍ୟ ପାଇଁ ବ୍ରିଟେନ ପ୍ରସ୍ତୁତ ହେଉଥିବାବେଳେ ଏହି ଐତିହାସିକ ଦିନରେ ବିଶ୍ୱନେତାମାନେ ଯୋଗଦେବେ। ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ...

କ୍ରିମିଆ ବ୍ରିଜ ବିସ୍ଫୋରଣକୁ ୟୁକ୍ରେନର ଗୁଇନ୍ଦା ସେବା କହିବା ସହ ଏହାକୁ ନିନ୍ଦା କରିଛନ୍ତି ପୁଟିନ

ମସ୍କୋ,୧୦ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେ ଏକ ଭୟଙ୍କର ପରିସ୍ଥିତିରେ ପହଞ୍ଚିଛି । ଏବେ ରୁଷିଆ ସେନା ଲାଗାତାର କ୍ଷତିର ସାମ୍ନା କରି ଚାଲିଛନ୍ତି ।...

ଆମେରିକାକୁ ପ୍ରତ୍ୟର୍ପିତ ହେବେ ଆସେଞ୍ଜ

ଲଣ୍ଡନ, ୨୧ା୪: ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍‌ ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ ନିମନ୍ତେ ବ୍ରିଟେନ୍‌ର ଏକ କୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି...

ରାଷ୍ଟ୍ରପତି ଘାନୀଙ୍କ ନିର୍ବାଚନୀ ସଭାରେ ବିସ୍ଫୋରଣ

କାବୁଲ,୧୭।୯ : ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘାନୀଙ୍କ ନିର୍ବାଚନୀ ସଭାରେ ମଙ୍ଗଳବାର ବିସ୍ଫୋରଣ ଘଟିଛି। ପରଓ୍ବାନ ପ୍ରଦେଶରେ ଘାନିଙ୍କ ନିର୍ବାଚନୀ ସଭାରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିବା...

ରୁଷିଆରୁ ତେଲ କ୍ରୟ ବନ୍ଦ କରିବ ୟୁରୋପ

ବ୍ରସେଲ୍ସ, ୫ା୫: ୟୁକ୍ରେନ୍‌ ଆକ୍ରମଣ ପାଇଁ ରୁଷିଆକୁ ଦଣ୍ଡିତ କରିବାକୁ ୟୁରୋପୀୟ ସଂଘ(ଇୟୁ) ଏହାର ଅର୍ଥନୀତିକୁ ଟାର୍ଗେଟ କରୁଛି। ରୁଷିଆ ଆୟର ବଡ଼ ଭାଗ ଅଶୋଧିତ...

ବନ୍ଦ ହେଲା ଇଣ୍ଟରନେଟ୍‌ ଏକ୍ସପ୍ଲୋରର

ଓ୍ବାଶିଂଟନ୍‌, ୧୬ା୬: ମାଇକ୍ରୋସଫ୍ଟର ସର୍ବପୁରାତନ ବ୍ରାଉଜର ଇଣ୍ଟରନେଟ୍‌ ଏକ୍ସପ୍ଲୋରର୍‌ (ଆଇଇ) ଦୀର୍ଘ ୨୭ ବର୍ଷ ଧରି ସେବା ଯୋଗାଇବା ପରେ ବୁଧବାର ମଧ୍ୟ ରାତ୍ରିରେ ଅବସର...

ବ୍ରିଟିଶ ସେନାରେ ଓବିସିଟି-ଡାଇବେଟିସ-ବ୍ଳଡପ୍ରେସର ଆତଙ୍କ…

ଲଣ୍ଡନ,୯।୧ : ସମ୍ପ୍ରତି ବ୍ରିଟିଶ ସେନା ଏହାର ସୈନିକମାନଙ୍କର ଓଜନ ବଢ଼ିବା ଯୋଗୁ ଅସୁବିଧାରେ ପଡ଼ିଛି। ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟର ଆକଳନ ଅନୁଯାୟୀ ବ୍ରିଟେନ ସୈନ୍ୟବାହିନୀର...

ପାଶ୍ଚାତ୍ୟରେ ‘ଅଣୁ ଅସ୍ତ୍ର’ ଛନକା

ମସ୍କୋ/କିଭ୍‌,୭ା୧୧: ୟୁକ୍ରେନ୍‌ ଉପରେ ଆକ୍ରମଣ କରି ହରଡ଼ଘଣାରେ ପଡ଼ିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିକଟରେ ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ଇମାନ୍ବେଲ ମାକ୍‌ରଁଙ୍କ ସହ କଥା...

Advertisement
Archives

Model This Week