ମହାରାଣୀଙ୍କ ନାତୁଣୀ ଗୋପନରେ ବାହାହେଲେ

ଲଣ୍ଡନ,୧୮ା୭: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ନାତୁଣୀ ପ୍ରିନ୍ସେସ୍‌ ବିଟ୍ରାଇସ୍‌ ଗୋପନରେ ବାହା ହୋଇଛନ୍ତି। ସେ ତାଙ୍କ ପ୍ରେମିକ ତଥା କୋଟିପତି ପ୍ରପର୍ଟି ଟାଇକୁନ୍‌ ଏଡୋଆର୍ଡୋ ମାପେଲି ମୋଜିଙ୍କ ସହ ଶୁକ୍ରବାର ଓ୍ବିଣ୍ଡସରଠାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବ୍ରିଟେନର ପ୍ରଭାବଶାଳୀ ରାଜ ପରିବାରକୁ ମହାମାରୀ କରୋନା କିପରି ପ୍ରଭାବିତ କରିଛି ତାହା ଉକ୍ତ ବିବାହୋତ୍ସବରୁ ସ୍ପଷ୍ଟ ହେଉଛି ବୋଲି ସେଠାକାର ଗଣମମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।
ନାତୁଣୀଙ୍କ ବାହାଘରରେ ୯୪ ବର୍ଷୀୟା କୁଇନ୍‌ ଏଲିଜାବେଥ ଓ ତାଙ୍କର ୯୯ ବର୍ଷୀୟ ସ୍ବାମୀ ତଥା ଏଡିନ୍‌ବର୍ଗର ଡ୍ୟୁକ୍‌ ପ୍ରିନ୍ସ ଫିଲିପ୍‌ ଯୋଗଦେଇଥିଲେ। କୋଭିଡ୍‌ ୧୯କୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବେ ଆୟୋଜିତ ଏହି ବିବାହ ଉତ୍ସବରେ ପ୍ରାୟ ୨୦ ଜଣ ଅତିଥି ସାମିଲ ହୋଇଥିଲେ। ସମସ୍ତ ସରକାରୀ କଟକଣାକୁ ଉତ୍ସବରେ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା। ଏଥିରେ ମହାରାଣୀଙ୍କ ପୁଅ ତଥା ବିଟ୍ରାଇସ୍‌ଙ୍କ ବାପା ପ୍ରିନ୍ସ ଆଣ୍ଡ୍ର୍ୟୁ (୬୦) ମଧ୍ୟ ଉପସ୍ଥିତ ଥିଲେ ବୋଲି ବକିଂହାମ ପ୍ୟାଲେସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି।
୩୧ ବର୍ଷୀୟା ବିଟ୍ରାଇସ୍‌ ଏବଂ ୩୭ ବର୍ଷୀୟ ମୋଜି ଲଣ୍ଡନର ସେଣ୍ଟ ଜେମ୍ସ ପ୍ୟାଲେସସ୍ଥିତ ଚାପେଲ ରୟାଲରେ ଗତ ମେ’ ୨୯ରେ ବାହାହେବାର ଥିଲା। ଉକ୍ତ ଉତ୍ସବରେ ୧୫୦ ଅତିଥି ଯୋଗଦେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ କରୋନା ଭାଇରସ୍‌ ଲକ୍‌ଡାଉନ ଯୋଗୁ ଉକ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। ତେବେ ବିନା କୌଣସି ପ୍ରାକ୍‌ ସୂଚନାରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ହଠାତ୍‌ ଏହି ବାହାଘର କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିବାହ ଉତ୍ସବକୁ ବାହାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା। ଏଥିରେ କେବଳ ରାଜ ପରିବାର ସଦସ୍ୟ ଯୋଗଦେଇଥିଲେ। ବ୍ରିଟେନରେ ଗତ ମାର୍ଚ୍ଚ ମାସରେ ଲକ୍‌ଡାଉନ ଜାରି ହେବା ପରଠାରୁ ସମ୍ରାଜ୍ଞୀ ଓ ପ୍ରିନ୍ସ ଫିଲିପ୍‌ ଓ୍ବିଣ୍ଡସର୍‌ କ୍ୟାଶେଲରେ ରହୁଛନ୍ତି। ରାଜ ଦମ୍ପତି ସେଠାରୁ ଗ୍ରେଟ ପାର୍କ ଦେଇ ବିବାହ ଅନୁଷ୍ଠିତ ହୋଇଥିବା ଏକ ଚର୍ଚ୍ଚକୁ ଯାଇଥିଲେ। ବିବାହ ବେଳର ଫଟୋ ମଧ୍ୟ ସାର୍ବଜନୀନ କରାଯାଇ ନାହିଁ ବୋଲି ‘ଦି ସନ୍‌’ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।
ୟୋର୍କ ଡ୍ୟୁକ୍‌ ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କୁ ଏକ ଆପରାଧିକ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ରାଜକୀୟ ଦାୟିତ୍ୱରୁ ହଟାଇବା ପରଠୁ ଚାପରେ ଅଛନ୍ତି। ତେଣୁ ସେ ନିଜ ଝିଅଙ୍କ ବାହାଘରରେ ଯୋଗଦେବେ କି ନାହିଁ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ତେବେ ରୟାଲ ଲଜ୍‌ରେ ବ୍ରିଟାଇସ୍‌ ବାପା ଆଣ୍ଡ୍ର୍ୟୁ ଓ ମା’ ସାରା ଫର୍ଗୁସନଙ୍କ ସହ ରାତ୍ରିଯାପନ କରିବା ପରେ ବିଟ୍ରାଇସ୍‌ ବିବାହ ପାଇଁ ଚର୍ଚ୍ଚକୁ ଆସିଥିଲେ। ଏହା ପୂର୍ବରୁ ବିଟ୍ରାଇସ୍‌ ଏବଂ ଡାଭେ କ୍ଲାର୍କ ୧୦ ବର୍ଷ ଧରି ପରସ୍ପରକୁ ଭଲ ପାଉଥିଲେ। ୨୦୧୬ରେ ବ୍ରେକ୍‌ଅପ୍‌ ହେବା ପରେ ବିଟ୍ରାଇସ୍‌ ଓ ମୋଜିଙ୍କ ମଧ୍ୟରେ ୨୦୧୮ ସେପ୍ଟେମ୍ବରରେ ଇଟାଲୀରେ ନିର୍ବନ୍ଧ ହୋଇଥିଲା। ସେବେଠୁ ଉଭୟେ ପରସ୍ପରକୁ ଡେଟିଂ କରିଆସୁଥିଲେ। ପ୍ରପର୍ଟି ଡେଭେଲପର ଏଡୋଆର୍ଡୋ ମାପେଲି ମୋଜି ହେଉଛନ୍ତି ବ୍ରିଟେନର ପୂର୍ବତନ ଅଲିମ୍ପିଆନ୍‌ ତଥା ଇଟାଲୀୟ କାଉଣ୍ଟ ଆଲେସାଣ୍ଡ୍ରୋ ମାପେଲି ମୋଜିଙ୍କ ପୁଅ।


Enter your email to get our daily news in your inbox.

All Right Reserved By Dharitri.Com

ଦୌଡୁଛି ଭାରତୀୟ ଅର୍ଥନୀତି: ପ୍ରଥମ ତ୍ରୈମାସିକରେ GDP ଅଭିବୃଦ୍ଧି ଆଶ୍ଚର୍ଯ୍ୟଜନକ

ନୂଆଦିଲ୍ଲୀ,୩୧।୮: ଆମେରିକା-ଇରାନ ବିବାଦରୁ ସୃଷ୍ଟି ହୋଇଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ ଭାରତୀୟ ଅର୍ଥନୀତି ପ୍ରଭାବଶାଳୀ ପ୍ରଦର୍ଶନ କରିଛି। ୨୦୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର GDP…

ବ୍ରେକଅପ୍‌ ପରେ ଭାଙ୍ଗିପଡ଼ିଥିଲେ ବିଜୟ, ସମ୍ଭାଳିଥିଲେ ରଶ୍ମିକା! ଚମକାଇଲା ଅଭିନେତାଙ୍କ ବଡ଼ ଖୁଲାସା

ମୁମ୍ବାଇ: ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଏକ ଇଭେଣ୍ଟରେ ନିଜ ବ୍ୟକ୍ତିଗତ ଜୀବନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅନେକ…

ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ: ମିଳିଲା ୨ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ…

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ୨୦୨୫-୨୬ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ ହୋଇଛି।…

ସରକାରଙ୍କ ବଡ଼ ନିଷ୍ପତ୍ତି: ଲିଟର ପିଛା ୩ ଟଙ୍କା ବଢ଼ିଲା କ୍ଷୀର ଦାମ୍‌

ନୂଆଦିଲ୍ଲୀ,୩୧।୮: ତାମିଲନାଡୁ ସରକାର ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ଆଶ୍ୱସ୍ତି ଦେଇ ଆଭିନ ପାଇଁ କ୍ଷୀର କ୍ରୟ ମୂଲ୍ୟ ପୁଣିଥରେ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଦିବ୍ୟାଙ୍ଗ ନାବାଳିକା ଅପହରଣ: ଯୁବକ ଗିରଫ, ବଳାତ୍କାର ମାମଲାରେ…

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷୀୟା ଦିବ୍ୟାଙ୍ଗ ନାବାଳିକାଙ୍କୁ ଅପହରଣ ଘଟଣାରେ ଛତ୍ରପୁର ପୋଲିସ ଜଣେ ଯୁବକଙ୍କୁ…

୪୦ ବର୍ଷ ବୟସରେ ମା’ ହେବେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ଟିଭି ତଥା ଚଳଚ୍ଚିତ୍ର ଅଭିନେତ୍ରୀ କାଶ୍ମୀରା ଇରାନୀ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ୪୦ ବର୍ଷ ବୟସରେ ପ୍ରଶଂସକଙ୍କ ଏହି ଖୁସି ଖବର ଶେୟାର କରିଛନ୍ତି କାଶ୍ମୀରା।…

Read more

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ଉଦ୍ଧାର ହେଲେ ୭ ବର୍ଷୀୟା ନାବାଳିକା । ଗତ ଦୁଇ ଦିନ ପୂର୍ବରୁ କଟକ ଶିଖରପୁର ନିକଟସ୍ଥ ରେଳ ଷ୍ଟେଶନ ନିକଟରୁ ଅପହରଣ ହୋଇଥିଲେ…

ସେପ୍ଟେମ୍ବର ଆରମ୍ଭରୁ ଏହି ୩ ରାଶିଙ୍କ ଉପରେ ବିପଦ! ଶନି-ଶୁକ୍ରଙ୍କ ଷଡ଼ାଷ୍ଟକ ଯୋଗ କରିବ ସର୍ବନାଶ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୨ ସେପ୍ଟେମ୍ବରରେ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରିବେ। ଶୁକ୍ର କନ୍ୟା ରାଶିରୁ ବାହାରି ତୁଳା ରାଶିରେ ଗୋଚର କରିବେ। ଅନ୍ୟପଟେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri