ହଂକଂକୁ ସ୍ବତନ୍ତ୍ର ସୁବିଧା ବାତିଲ

ଓ୍ବାଶିଂଟନ,୧୬ା୭(ପି.ଟି.): ହଂକଂରେ ଚାଇନା ନୂଆ ଆଇନ ଲାଗୁ କରିବା ପରେ ଏବେ ଆମେରିକା ଏହି ସହରର ସ୍ବତନ୍ତ୍ର ମାନ୍ୟତାକୁ ଶେଷ କରିଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ହଂକଂ ସ୍ବାୟତ୍ତତା ଆଇନରେ ସ୍ବାକ୍ଷର କରିଛନ୍ତି। ଏହାସହ ହଂକଂକୁ ଆମେରିକାଠାରୁ ଅଗ୍ରାଧିକାର ଭିତ୍ତିରେ ମିଳୁଥିବା ସୁବିଧାଗୁଡ଼ିକୁ ଶେଷ କରିବା ପାଇଁ ଏକ ଏକ୍‌ଜିକ୍ୟୁଟିଭ୍‌ ଅର୍ଡର ଉପରେ ମଧ୍ୟ ସେ ମୋହର ମାରିଛନ୍ତି। ଫଳରେ ସାରା ବିଶ୍ୱର ବ୍ୟାଙ୍କଗୁଡ଼ିକ ବ୍ୟବସାୟ ପାଇଁ ଚାଇନା ଓ ଆମେରିକା ମଧ୍ୟରୁ କୌଣସି ଗୋଟିଏ ଦେଶକୁ ବାଛିବାକୁ ବାଧ୍ୟହୋଇଯିବେ। ହଂକଂ ପୋଲିସ ଓ ଚାଇନା ଅଧିକାରୀମାନଙ୍କ ଏବଂ ସେମାନଙ୍କ ସହ ଜଡ଼ିତ ବ୍ୟାଙ୍କଗୁଡ଼ିକ ଉପରେ ସ୍ବାୟତ୍ତତା ପ୍ରତି ବିପଦ ଥିବା ଦର୍ଶାଇ କଟକଣା ଲାଗୁ କରାଯାଇପାରିବ।
ହ୍ବାଇଟ୍‌ ହାଉସ୍‌ରେ ଏକ ପ୍ରେସ୍‌ କନ୍‌ଫରେନ୍ସକୁ ସମ୍ବୋଧିତ କରି ରାଷ୍ଟ୍ରପତି ଟ୍ରମ୍ପ୍‌ ହଂକଂବାସୀଙ୍କ ବିରୋଧରେ ଚାଇନାର ଦମନମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବେଜିଂକୁ ଦାୟୀ କରିଛନ୍ତି। ଟ୍ରମ୍ପ୍‌ କହିଛନ୍ତି, ସେ ଏକ ଆଇନ ଓ କାର୍ଯ୍ୟନିର୍ବାହୀ ଆଦେଶରେ ସ୍ବାକ୍ଷର କରିଛନ୍ତି। ହଂକଂ ଅଟୋନମି ଆକ୍ଟ ସର୍ବସମ୍ମତି କ୍ରମେ କଂଗ୍ରେସ ଦ୍ୱାରା ଗୃହୀତ ହୋଇଛି। ଏହି ଆଇନ ତାଙ୍କ ପ୍ରଶାସନ ପାଇଁ ଏକ ନୂଆ ଅସ୍ତ୍ର ସଦୃଶ। ଏହାଦ୍ୱାରା ହଂକଂର ସ୍ବାଧୀନତାକୁ ଶେଷ କରିଦେବାରେ ସମ୍ପୃକ୍ତ ଥିବା ସଂସ୍ଥା ଓ ବ୍ୟକ୍ତିମାନଙ୍କୁ ଉତ୍ତରଦାୟୀ କରାଯାଇପାରିବ। ହଂକଂରେ ଯାହା ଘଟିଛି ଆମେ ସମସ୍ତେ ଦେଖିଛୁ। ତାହା ଆଦୌ ଭଲ ନୁହେଁ। ହଂକଂବାସୀଙ୍କ ସ୍ବାଧୀନତା ଓ ଅଧିକାରଗୁଡ଼ିକୁ ଛଡ଼ାଇ ନିଆଯାଇଛି। ଏଥିଯୋଗୁ ହଂକଂ ମୁକ୍ତ ବଜାର ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ। ବହୁସଂଖ୍ୟକ ଲୋକ ହଂକଂ ଛାଡ଼ି ଚାଲିଯିବେ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ଏଣିକି ହଂକଂ ସହିତ ଚାଇନା ଭଳି ବ୍ୟବହାର କରାଯିବ। ଏହାକୁ କୌଣସି ବିଶେଷାଧିକାର ମିଳିବ ନାହିଁ କି ହଂକଂକୁ କୌଣସି ସମ୍ବେଦନଶୀଳ ଜ୍ଞାନକୌଶଳ ରପ୍ତାନି କରାଯିବ ନାହିଁ। ଚାଇନା ଉପରେ ଲଗାଯାଇଥିବା କଟକଣା ଯୋଗୁ ଆମେରିକାର ଲାଭ ହୋଇଛି। ଚାଇନାରେ ୬୭ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏତେ ଖରାପ ଆର୍ଥିକ ସ୍ଥିତି ସୃଷ୍ଟି ହୋଇଛି। ଏହି ଅବସରରେ ଟ୍ରମ୍ପ୍‌ ଚାଇନା ବିରୋଧରେ ନିଜକୁ ସବୁଠୁ କଠୋର ରାଷ୍ଟ୍ରପତି ଭାବେ ଅଭିହିତ କରିଛନ୍ତି।
ପ୍ରକାଶ ଯେ, ୧୯୯୭ରେ ଆମେରିକା ଓ ହଂକଂ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଏହି ଚୁକ୍ତି ଅନୁସାରେ ଆମେରିକା ସେବେଠାରୁ ହଂକଂକୁ ସ୍ବତନ୍ତ୍ର ବାଣିଜ୍ୟ ପାଇଁ ମାନ୍ୟତା ପ୍ରଦାନ କରିଆସୁଥିଲା। ଇତିମଧ୍ୟରେ ଚାଇନା ହଂକଂ ସୁରକ୍ଷା ଆଇନକୁ ମଞ୍ଜୁରୀ ଦେବା ପରେ ବେଜିଂ ବିରୋଧରେ ଆନ୍ଦୋଳନ ତେଜିବାରେ ଲାଗିଛି। ଉକ୍ତ ବିବାଦୀୟ ଆଇନ ବିରୋଧରେ ଗଣତନ୍ତ୍ର ସପକ୍ଷବାଦୀ ଦଳଗୁଡ଼ିକ ପକ୍ଷରୁ କରାଯାଇଥିବା ମତଦାନ ବେଳେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଭୋଟ ଦେଇଥିଲେ। ଚାଇନା ଏହି ମତଦାନକୁ ବେଆଇନ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥରିଲା ଗ୍ରୀସ୍‌

ଏଥେନ୍ସ,୨୯ା୩: ଗ୍ରୀସ୍‌ର ଦକ୍ଷିଣ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬ ଥିଲା। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍‌ଏସ୍‌ସି) ସ୍ଥାନୀୟ...

ଗୋଟିଏ ମଞ୍ଚରେ ଏକାଠି ହେଲେ ବର୍ତ୍ତମାନ-ପୂର୍ବତନ ରାଷ୍ଟ୍ରପତି, ବାଇଡେନଙ୍କୁ ସମର୍ଥନ କଲେ ଓବାମା-କ୍ଲିଣ୍ଟନ

ଓ୍ବାଶଇଂଟନ,୨୯।୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ବିଲ କ୍ଲିଣ୍ଟନଙ୍କୁ ଏକାଠି ଗୋଟିଏ ମଞ୍ଚରେ ଏକ ଧନ ସଂଗ୍ରହ କାର୍ଯ୍ୟକ୍ରମରେ...

ଆମ ପିଲା ବହୁତ ଆଡ୍‌ଭାନ୍ସ: ଜନ୍ମ ହେବା ମାତ୍ରେ କୁହନ୍ତି AI

ନୂଆଦିଲ୍ଲୀ,୨୯ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା...

ମୋଦି-ବିଲ୍‌ ଗେଟ୍ସ ଆଲୋଚନା: ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍‌ ସେବା

ନୂଆଦିଲ୍ଲୀ,୨୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ମଧ୍ୟରେ ଏକ ବଡ଼ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ବିଲ୍‌ ଗେଟ୍ସଙ୍କୁ କହିଛନ୍ତି,...

ବ୍ରିଜ୍‌ ଉପରୁ ତଳକୁ ଖସିଲା ବସ୍‌: ଚାଲିଗଲା ୪୫ ଜୀବନ

କେପଟାଉନ୍‌,୨୯।୩: ଦକ୍ଷିଣ ଆଫ୍ରିକାର ଏକ ବସ ବ୍ରିଜ୍‌ ଉପରୁ ତଳକୁ ଖସିପଡିଛି। ଅତି କମରେ ୪୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆଠ ବର୍ଷର...

ଏହି କଥା ନେଇ ଭାବପ୍ରବଣ ହୋଇଗଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: କହିଲେ, ମୋ ୨ ଝିଅ…

ଲଣ୍ଡନ,୨୯।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାବପ୍ରବଣ ହୋଇପଡିଛନ୍ତି। ସୁନକ କହିଛନ୍ତି ଯେ, ମୋର ଦୁଇ ଝିଅ ଅଛନ୍ତି, କୃଷ୍ଣା (୧୨) ଏବଂ ଅନୁଷ୍କା (୧୧)...

ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଲାଗି ଭାରତ-ଚାଇନା ମଧ୍ୟରେ ଜୋର୍‌ଦାର ଆଲୋଚନା

ନୂଆଦିଲ୍ଲୀ,୨୮।୩: ପୂର୍ବ ଲଦାଖରେ ଦୀର୍ଘଦିନର ସୀମା ବିବାଦ ପରେ ଭାରତ ଏବଂ ଚାଇନାର ଶୀର୍ଷ କୂଟନୀତିଜ୍ଞମାନଙ୍କ ମଧ୍ୟରେ ସାନି ଆଲୋଚନା ଆରମ୍ଭ ହୋଇଛି। ପ୍ରକୃତ ନିୟନ୍ତ୍ରଣ...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri