ହଂକଂକୁ ସ୍ବତନ୍ତ୍ର ସୁବିଧା ବାତିଲ

ଓ୍ବାଶିଂଟନ,୧୬ା୭(ପି.ଟି.): ହଂକଂରେ ଚାଇନା ନୂଆ ଆଇନ ଲାଗୁ କରିବା ପରେ ଏବେ ଆମେରିକା ଏହି ସହରର ସ୍ବତନ୍ତ୍ର ମାନ୍ୟତାକୁ ଶେଷ କରିଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ହଂକଂ ସ୍ବାୟତ୍ତତା ଆଇନରେ ସ୍ବାକ୍ଷର କରିଛନ୍ତି। ଏହାସହ ହଂକଂକୁ ଆମେରିକାଠାରୁ ଅଗ୍ରାଧିକାର ଭିତ୍ତିରେ ମିଳୁଥିବା ସୁବିଧାଗୁଡ଼ିକୁ ଶେଷ କରିବା ପାଇଁ ଏକ ଏକ୍‌ଜିକ୍ୟୁଟିଭ୍‌ ଅର୍ଡର ଉପରେ ମଧ୍ୟ ସେ ମୋହର ମାରିଛନ୍ତି। ଫଳରେ ସାରା ବିଶ୍ୱର ବ୍ୟାଙ୍କଗୁଡ଼ିକ ବ୍ୟବସାୟ ପାଇଁ ଚାଇନା ଓ ଆମେରିକା ମଧ୍ୟରୁ କୌଣସି ଗୋଟିଏ ଦେଶକୁ ବାଛିବାକୁ ବାଧ୍ୟହୋଇଯିବେ। ହଂକଂ ପୋଲିସ ଓ ଚାଇନା ଅଧିକାରୀମାନଙ୍କ ଏବଂ ସେମାନଙ୍କ ସହ ଜଡ଼ିତ ବ୍ୟାଙ୍କଗୁଡ଼ିକ ଉପରେ ସ୍ବାୟତ୍ତତା ପ୍ରତି ବିପଦ ଥିବା ଦର୍ଶାଇ କଟକଣା ଲାଗୁ କରାଯାଇପାରିବ।
ହ୍ବାଇଟ୍‌ ହାଉସ୍‌ରେ ଏକ ପ୍ରେସ୍‌ କନ୍‌ଫରେନ୍ସକୁ ସମ୍ବୋଧିତ କରି ରାଷ୍ଟ୍ରପତି ଟ୍ରମ୍ପ୍‌ ହଂକଂବାସୀଙ୍କ ବିରୋଧରେ ଚାଇନାର ଦମନମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବେଜିଂକୁ ଦାୟୀ କରିଛନ୍ତି। ଟ୍ରମ୍ପ୍‌ କହିଛନ୍ତି, ସେ ଏକ ଆଇନ ଓ କାର୍ଯ୍ୟନିର୍ବାହୀ ଆଦେଶରେ ସ୍ବାକ୍ଷର କରିଛନ୍ତି। ହଂକଂ ଅଟୋନମି ଆକ୍ଟ ସର୍ବସମ୍ମତି କ୍ରମେ କଂଗ୍ରେସ ଦ୍ୱାରା ଗୃହୀତ ହୋଇଛି। ଏହି ଆଇନ ତାଙ୍କ ପ୍ରଶାସନ ପାଇଁ ଏକ ନୂଆ ଅସ୍ତ୍ର ସଦୃଶ। ଏହାଦ୍ୱାରା ହଂକଂର ସ୍ବାଧୀନତାକୁ ଶେଷ କରିଦେବାରେ ସମ୍ପୃକ୍ତ ଥିବା ସଂସ୍ଥା ଓ ବ୍ୟକ୍ତିମାନଙ୍କୁ ଉତ୍ତରଦାୟୀ କରାଯାଇପାରିବ। ହଂକଂରେ ଯାହା ଘଟିଛି ଆମେ ସମସ୍ତେ ଦେଖିଛୁ। ତାହା ଆଦୌ ଭଲ ନୁହେଁ। ହଂକଂବାସୀଙ୍କ ସ୍ବାଧୀନତା ଓ ଅଧିକାରଗୁଡ଼ିକୁ ଛଡ଼ାଇ ନିଆଯାଇଛି। ଏଥିଯୋଗୁ ହଂକଂ ମୁକ୍ତ ବଜାର ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ। ବହୁସଂଖ୍ୟକ ଲୋକ ହଂକଂ ଛାଡ଼ି ଚାଲିଯିବେ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ଏଣିକି ହଂକଂ ସହିତ ଚାଇନା ଭଳି ବ୍ୟବହାର କରାଯିବ। ଏହାକୁ କୌଣସି ବିଶେଷାଧିକାର ମିଳିବ ନାହିଁ କି ହଂକଂକୁ କୌଣସି ସମ୍ବେଦନଶୀଳ ଜ୍ଞାନକୌଶଳ ରପ୍ତାନି କରାଯିବ ନାହିଁ। ଚାଇନା ଉପରେ ଲଗାଯାଇଥିବା କଟକଣା ଯୋଗୁ ଆମେରିକାର ଲାଭ ହୋଇଛି। ଚାଇନାରେ ୬୭ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏତେ ଖରାପ ଆର୍ଥିକ ସ୍ଥିତି ସୃଷ୍ଟି ହୋଇଛି। ଏହି ଅବସରରେ ଟ୍ରମ୍ପ୍‌ ଚାଇନା ବିରୋଧରେ ନିଜକୁ ସବୁଠୁ କଠୋର ରାଷ୍ଟ୍ରପତି ଭାବେ ଅଭିହିତ କରିଛନ୍ତି।
ପ୍ରକାଶ ଯେ, ୧୯୯୭ରେ ଆମେରିକା ଓ ହଂକଂ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଏହି ଚୁକ୍ତି ଅନୁସାରେ ଆମେରିକା ସେବେଠାରୁ ହଂକଂକୁ ସ୍ବତନ୍ତ୍ର ବାଣିଜ୍ୟ ପାଇଁ ମାନ୍ୟତା ପ୍ରଦାନ କରିଆସୁଥିଲା। ଇତିମଧ୍ୟରେ ଚାଇନା ହଂକଂ ସୁରକ୍ଷା ଆଇନକୁ ମଞ୍ଜୁରୀ ଦେବା ପରେ ବେଜିଂ ବିରୋଧରେ ଆନ୍ଦୋଳନ ତେଜିବାରେ ଲାଗିଛି। ଉକ୍ତ ବିବାଦୀୟ ଆଇନ ବିରୋଧରେ ଗଣତନ୍ତ୍ର ସପକ୍ଷବାଦୀ ଦଳଗୁଡ଼ିକ ପକ୍ଷରୁ କରାଯାଇଥିବା ମତଦାନ ବେଳେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଭୋଟ ଦେଇଥିଲେ। ଚାଇନା ଏହି ମତଦାନକୁ ବେଆଇନ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଝାରସୁଗୁଡ଼ାରେ ଭାଜପାର ତୀବ୍ର ଗୋଷ୍ଠୀ କନ୍ଦଳ : ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଟକାଇଲେ କର୍ମୀ ମା’ ସମଲେଇ ଦର୍ଶନ ନକରି ଫେରିଲେ…

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ଜିଲାର ଦୁଇ ପ୍ରମୁଖ ନେତା—ରାଜସ୍ୱ ଓ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ଗୁଡାରିରେ କଡ଼ାକଡ଼ି ଗାଡ଼ି ଯାଞ୍ଚ: ୭ ହଜାର ଟଙ୍କାର ଚାଲାଣ କାଟିଲା…

ଗୁଡାରି, ୧୧।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍‌ପି) ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଶନିବାର…

ରାଜନୈତିକ ରାଲିରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସାମିଲ: ୭ ଦିନ ମଧ୍ୟରେ ଜବାବ ତଲବ

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଆୟୋଜିତ ଏକ ରାଜନୈତିକ ପ୍ରତିବାଦ ସଭାରେ ସ୍କୁଲ ସମୟରେ ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା…

ରାତିରେ ମହିଳାଙ୍କ ଘରେ ପ୍ରବେଶ କରୁଥିଲେଏଏସଆଇ: ଧରିପକାଇ ପିଟିଦେଇଗଲେ ଲୋକେ, ଭିଡିଓ ଭାଇରାଲ୍

ନୟାଗଡ, ୧୧।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ରଣପୁର ଥାନା ଅଞ୍ଚଳରେ ଜଣେ ଏଏସଆଇଙ୍କୁ ଅଟକ ରଖି ମାଡ଼ ମରାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri