ଖାଦ୍ୟ ଲାଳସାକୁ ନିୟନ୍ତ୍ରଣକରେ ମସ୍ତିଷ୍କ କୋଷିକା

ଲୋଓ୍ବା: ମିଠା ଏବଂ ସ୍ବାଦଯୁକ୍ତ ଖାଦ୍ୟପ୍ରତି କେତେକଙ୍କର ଅଧିକ ଲାଳସା ରହିଥାଏ। ତେବେ ଏଭଳି ଲାଳସାକୁ ମସ୍ତିଷ୍କର ଏକ ପ୍ରକାର କୋଷିକା ନିୟନ୍ତ୍ରିତ କରିଥାଏ। ଏସମ୍ପର୍କରେ ଆମେରିକାର ଲୋଓ୍ବା ବିଶ୍ୱବିଦ୍ୟାଳୟର କାର୍ଭର ମେଡ଼ିସିନ୍‌ କଲେଜରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛି। ମଣିଷ କେତେ ଚିନି ଖାଏ ଏବଂ ମିଠା ସ୍ବାଦଯୁକ୍ତ ଖାଦ୍ୟ ପ୍ରତି କିଭଳି ଲାଳସା ରହିଥାଏ ସେସବୁ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। କେତେକ ବ୍ୟକ୍ତି ବାରମ୍ବାର ମିଠା ଖାଇବାକୁ ପସନ୍ଦ କରନ୍ତି। ମାତ୍ର ଅତ୍ୟଧିକ ମିଠା ଖାଇବା ଦ୍ୱାରା ମେଦବହୁଳତା ଏବଂ ଟାଇପ-୨ ଡାଇବେଟିସ୍‌ ପରି ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥାଏ ବୋଲି କାର୍ଭର ମେଡ଼ିସିନ୍‌ କଲେଜର ସ୍ନାୟୁ ବିଜ୍ଞାନ ଏବଂ ଫାର୍ମାକୋଲୋଜିର ସହଯୋଗୀ ପ୍ରଫେସର ମାଥ୍ୟୁ ପୋଥଫ୍‌ କହିଛନ୍ତି। ଏ ସମ୍ପର୍କରେ ହୋଇଥିବା ଗବେଷଣାରେ ଫାଇବ୍ରୋବ୍ଲାଷ୍ଟ ଗ୍ରୋଥ୍‌ ଫ୍ୟାକ୍ଟର-୨୧(ଏଫ୍‌ଜିଏଫ୍‌-୨୧) ହରମୋନ୍‌ର କାର୍ଯ୍ୟ ପ୍ରଣାଳୀ ଉପରେ ବିସ୍ତୃତ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଏହି ହରମୋନ୍‌ ଶରୀରର ଶକ୍ତି ସନ୍ତୁଳନ, ଓଜନ ନିୟନ୍ତ୍ରଣ ଏବଂ ଇନସୁଲିନ କ୍ଷରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ହରମୋନ ମସ୍ତିଷ୍କରେ କାର୍ଯ୍ୟ କରିଥାଏ। ଏହା ମିଠା ଏବଂ ସ୍ବାଦଯୁକ୍ତ ଖାଦ୍ୟ ଖାଇବାର ଇଛାକୁ ନିୟନ୍ତ୍ରିତ କରେ ବୋଲି ଡେନମାର୍କର କୋପେନହେଗେନ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ମାଥ୍ୟୁ ଗିଲମ୍‌ ସୂଚନା ଦେଇଛନ୍ତି। ପୂର୍ବରୁ ପୋଥଫ ଏବଂ ତାଙ୍କ ସହକର୍ମୀମାନେ ଗବେଷଣା କରି ଜାଣିପାରିଥିଲେ ଯେ, ମିଠା ଖାଦ୍ୟର ମାତ୍ରା ବୃଦ୍ଧି ଯୋଗୁ ଲିଭରରେ ଏଫ୍‌ଜିଏଫ୍‌-୨୧ ତିଆରି ହୋଇଥାଏ। ଏସମ୍ପର୍କରେ ସେଲ ମେଟାବୋଲିଜିମ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଫ୍‌ଜିଏଫ୍‌-୨୧ ମସ୍ତିଷ୍କରେ ଗ୍ଲୁଟାମାଟେରଜିକ ନ୍ୟୁରନଗୁଡ଼ିକର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ। ଏହାଦ୍ୱାରା ମଣିଷ ମନରେ ମିଠା ଓ ସ୍ବାଦଯୁକ୍ତ ଖାଦ୍ୟର ଲାଳସା କମ୍‌ ଅବା ବେଶୀ ହୋଇଥାଏ। ସେହିପରି ଭେଣ୍ଟ୍ରୋମେଡିଆଲ ହାଇପୋଥାଲାମସରେ ଏହି ନିର୍ଦ୍ଦିଷ୍ଟ ନ୍ୟୁରନକୁ ଏଫ୍‌ଜିଏଫ୍‌-୨୧ ପ୍ରଭାବିତ କରିଥାଏ। ଫଳରେ ମିଠାରେ ଥିବା ଗ୍ଲୁକୋଜ ପ୍ରତି ନ୍ୟୁରନ ଗୁଡ଼ିକର ସମ୍ବେଦନଶୀଳତା ନିୟନ୍ତ୍ରିତ ହୋଇଥାଏ ବୋଲି ଗବେଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri