ବିଲ୍‌ ଗେଟସ୍‌-ଜେଫ୍‌ ବେଜୋସ୍‌-ଏଲନ ମସ୍କ୍‌ଙ୍କ ଟୁଇଟର ଆକାଉଣ୍ଟ୍‌ ହ୍ୟାକ୍‌

ଓ୍ବାଶିଂଟନ, ୧୬।୭: ବିଲ୍‌ ଗେଟସ୍‌,ଜେଫ୍‌ ବେଜୋସ୍‌ ଏବଂ ଏଲନ ମସ୍କ୍‌ଙ୍କ ସମେତ ବହୁ ଶିଳ୍ପପତି ତଥା ରାଜନେତାଙ୍କ ଟୁଇଟର ଆକାଉଣ୍ଟ୍‌କୁ ହ୍ୟାକ୍‌ କରାଯାଇଛି। ଏହାକୁ କିଙ୍ଗ୍‌ ବିଟ୍‌କ୍ୱାଇନ୍‌ ସ୍କାମ୍‌ କୁହାଯାଉଛି। ଏସବୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଆକାଉଣ୍ଟ ହ୍ୟାକ୍‌ କରି ଏହା ସହାୟତାରେ ହ୍ୟାକର ଲୋକଙ୍କଠାରୁ ପାଣ୍ଠି ସଂଗ୍ରହ ପାଇଁ ପୋଷ୍ଟ ଶେୟାର କରି ଅନୁରୋଧ କରିଥିବା ଅଭିଯୋଗ ହୋଇଛି। ବିଲ୍‌ ଗେଟସ୍‌ଙ୍କ ଆକାଉଣ୍ଟ୍‌ର ଏକ ପୋଷ୍ଟରେ କୁହାଯାଇଛି ଯେ, ମତେ ସମାଜ ଲାଗି ଅର୍ଥ ବିନିଯୋଗ ପାଇଁ ପରାମର୍ଶ ଦେଇଆସୁଛନ୍ତି। ଏବେ ସମାଜଠାରୁ ମୁଁ ନେବାର ସମୟ ଆସିଛି। ଆପଣ ମୋ ପାଖକୁ ଏକ ହଜାର ଡଲାର ପଠାନ୍ତୁ, ମୁଁ ଆପଣଙ୍କୁ ୨ ହଜାର ଡଲାର ଦେବି। ସେହିପରି ଟେସ୍ଲା ଏବଂ ସ୍ପେସ୍‌ ଏକ୍ସ୍‌ର ମୁଖ୍ୟ ଏଲନ ମସ୍କ୍‌ଙ୍କ ଟୁଇଟର ପୋଷ୍ଟରେ କୁହାଯାଇଛି ଯେ, ଏକଘଣ୍ଟାରେ ବିଟ୍‌କ୍ୱାଇନ୍‌କୁ ପଠାଯାଇଥିବା ଟଙ୍କା ଦୁଇଗୁଣା କରି ଫେରାଇ ଦିଆଯିବ। ଲୋକଙ୍କଠାରୁ ଏଭଳି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫେକ୍‌ ଆକାଉଣ୍ଟ ମାଧ୍ୟମରେ ହ୍ୟାକର ଟଙ୍କା ଲୁଟ କରୁଥିବା କୁହାଯାଉଛି। କିଛି ଘଣ୍ଟା ମଧ୍ୟରେ ହ୍ୟାକରଙ୍କ ଆକାଉଣ୍ଟ୍‌କୁ ଲୋକେ ଏକ ଲକ୍ଷ ଡଲାରରୁ ଅଧିକ ପଠାଇଥିବା କୁହାଯାଉଛି। ହ୍ୟାକର ଆମେରିକାର ପ୍ରତିଷ୍ଠିତ ର଼୍ୟାପର କାନୟେ ଓ୍ବେଷ୍ଟ୍‌, ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ଟୁଇଟର ଅକାଉଣ୍ଟକୁ ମଧ୍ୟ ହ୍ୟାକ୍‌ କରିଥିବା କୁହାଯାଉଛି। ହ୍ୟାକିଂ ପରେ ଟୁଇଟର ଡାଉନ୍‌ ହୋଇଯାଇଥିବା କେତେକ ୟୁଜର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ ବନ୍ୟା ନେଲାଣି ୨୨ ଜୀବନ

ତେହରାନ,୨୬।୭: ଲଗାଣ ବର୍ଷା ଯୋଗୁ ସାଉଥର୍ନ ଇରାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ...

ଚାଳକ ବିହିନ ହେଲିକପ୍ଟରର ପରୀକ୍ଷଣ କଲା ଚାଇନା

ବେଜିଂ,୨୧।୬: ଚାଇନା ଏକ ଚାଳକ ବିହିନ ହେଲିକପ୍ଟରର ପରୀକ୍ଷଣ କରିଛି। ଶୁକ୍ରବାର ଚାଇନାର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଛି। ପ୍ରଥମ ଥର ଏହି ଚାଳକ...

ଏତିକି ଟଙ୍କାର ସମ୍ପତ୍ତି ଛାଡିଯାଇଛନ୍ତି ମହାରାଣୀ ଏଲିଜାବେଥ ଦ୍ୱିତୀୟ

ଲଣ୍ଡନ,୯।୯: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ହୋଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ୯୬ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି। ବ୍ରିଟେନରେ ସର୍ବାଧିକ...

ଗାଜା ପଟ୍ଟି ଉପରେ ଇସ୍ରାଏଲର ବିମାନ ଆକ୍ରମଣ, ଆତଙ୍କବାଦୀ ସଙ୍ଗଠନର ଦୁଇ ମୁଖ୍ୟ କମାଣ୍ଡର ନିହତ

ଗାଜା ସିଟି,୮ ।୮: ଗାଜା ପଟ୍ଟି ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ଉଗ୍ରବାଦୀ ଇସଲାମିକ ଜିହାଦର ଦ୍ୱିତୀୟ ଶୀର୍ଷ ମୁଖ୍ୟ କମାଣ୍ଡର ଖାଲିଦ ମଂସୁର ନିହତ...

ଡବ୍ଲ୍ୟୁଏଚ୍‌ଓ ମୁଖ୍ୟଙ୍କ ମନ୍ତବ୍ୟ ନେଇ ଲୋକେ ଆତଙ୍କିତ: କେବେ ବି ଆସି ନ ପାରେ କରୋନା ଟୀକା !

ଜେନେଭା, ୪।୮: ପୃଥିବୀରେ କରୋନା ମହମାରୀ ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ମହାନିର୍ଦ୍ଦେଶକ ଡ....

କରୋନା ଲଢ଼େଇ: ଭାରତର ପ୍ରସ୍ତାବକୁ ସମର୍ଥନ କଲେ ନେପାଳ-ପାକିସ୍ତାନ, ଅମଙ୍ଗ ହେଲା ଆମେରିକା

ଜେନେଭା, ୧୯।୧୦: କରୋନା ଲଢ଼େଇରେ ଭାରତ ପକ୍ଷରୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନକୁ ଦିଆଯାଇଥିବା ପ୍ରସ୍ତାବକୁ ନେପାଳ ଏବଂ ପାକିସ୍ତାନ ସମର୍ଥନ କରିଛନ୍ତି। ଅପରପକ୍ଷରେ ଆମେରିକା ପ୍ରସ୍ତାବରେ ଅମଙ୍ଗ...

ପାଶ୍ଚାତ୍ୟ ଦେଶଙ୍କୁ ପୁଟିନଙ୍କ ଚେତାବନୀ, ଆମେ ନତ ମସ୍ତକ ହେବୁ ନାହିଁ…

ମସ୍କୋ,୧।୧ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଗତ ୧୦ ମାସ ଧରି ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ...

ପାକିସ୍ତାନରେ ଲଗାଣ ବର୍ଷା ଯୋଗୁ ୩ ଶିଶୁଙ୍କ ସମେତ ୬ ମୃତ

ଇସଲାମାବାଦ,୬ ।୭: ଦକ୍ଷିଣ-ପଶ୍ଚିମ ପାକିସ୍ତାନ ସମେତ ଦେଶର ଅଧିକାଂଶ ଭାଗରେ ଲଗାଣ ବର୍ଷା ଫଳରେ ୩ ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି...

Advertisement
Archives

Model This Week