ଅନ୍ତର୍ଜାତୀୟ

ଆଫଗାନିସ୍ତାନ: କୁନ୍ଦୁଜ ସହରରେ ହିଂସା ୧୧ ମୃତ, ୩୯ ଆହତ

କାବୁଲ,୭ ।୮: ଆଫଗାନିସ୍ତାନର କୁନ୍ଦୁଜ ସହରରେ ହୋଇଥିବା ହିଂସାରେ ଅତିକମରେ ୧୧ ଜଣଙ୍କ ମୃତ୍ୟୁ ହେବା ସହ ୩୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । କୁନ୍ଦୁଜ ସାର୍ବଜନିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ମୁଖ୍ୟ ଏହସାନୁଲ୍ଲା ଫାଜଲି ଏହାର ସୂଚନା ଦେଇଛନ୍ତି…

ଆକାଶରେ ଉଡ଼ିଲା ସୁଇମିଂ ପୁଲ୍‌ ପାଣି, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମେଲବୋର୍ନ: କିଛିଦିନ ହେବ ଗ୍ଲୋବାଲ ଓ୍ବାର୍ମିଂ ସହ ଜଡ଼ିତ ଅନେକ ଆଶ୍ଚର୍ଯ୍ୟକର ଘଟଣାସବୁ ସାମ୍ନାକୁ ଆସୁଛି। କାନାଡାରେ ପ୍ରବଳ ଗ୍ରୀଷ୍ମ, ଚାଇନାରେ ୧୦୦୦ ବର୍ଷ ମଧ୍ୟରେ ସବୁଠୁ ଅଧିକ ବର୍ଷା, ଜର୍ମାନୀରେ ପ୍ରବଳ ବନ୍ୟା ଦେଖିବାକୁ ମିଳିଥିବାବେଳେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଜୋର୍‌ରେ…

୨୬୦୦ ବର୍ଷ ତଳର ସର୍ବ ପୁରାତନ ଟଙ୍କାଶାଳର ମିଳିଲା ସନ୍ଧାନ…

ବେଜିଂ,୭।୮: ଚାଇନାରେ ପୃଥିବୀର ସର୍ବ ପୁରାତନ ଟଙ୍କା ଶାଳର ସନ୍ଧାନ ମିଳିଛି। ଏଠାରେ ଖ୍ରୀଷ୍ଟପୂର୍ବ ୬୪୦ ରୁ ୫୫୦ ମଧ୍ୟରେ ଟଙ୍କା ତିଆରି ଆରମ୍ଭ କରାଯାଇଥିବା ପ୍ରତ୍ନତତ୍ତ୍ୱବିତ୍‌ ମାନେ ପ୍ରକାଶ କରିଛନ୍ତି। ୨୬ ଶହ ବର୍ଷ ତଳେ ଏଠାରେ ପ୍ରଥମ ଧାତୁ…

ଗୋଟିଏ ଦିନରେ ୩୮୫ ତାଲିବାନ ଆତଙ୍କବାଦୀ ମୃତ, ୨୧୦ ଆହତ…

କାବୁଲ,୭।୮: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ଏବଂ ସରକାରୀ ସୈନ୍ୟଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଗୋଟିଏ ଦିନରେ ସୈନ୍ୟ ବାହିନୀର ଦୃଢ଼ କାର୍ଯ୍ୟାନୁଷ୍ଠାନରେ ୩୮୫ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨୧୦ ଆତଙ୍କବାଦୀ ଆହତ ହୋଇଥିବ। ଦେଶର ପ୍ରତିରକ୍ଷା…

ପ୍ରେମିକାଙ୍କୁ ହତ୍ୟା କରି ୭ ମାସ ଧରି ଏକ ଘରେ ମୃତଦେହ ଲୁଚାଇ ରଖିଥିଲେ ପ୍ରେମିକ, ଏମିତି ପଡ଼ିଲା ଜଣା…

ଓ୍ବାଶିଂଟନ,୭ା୮: ଆମେରିକାରେ ରହୁଥିବା ଜଣେ ଯୁବକ ନିଜର ପ୍ରେମିକାଙ୍କୁ ହତ୍ୟା କରି ତାଙ୍କ ୭ ମାସ ଧରି ଏକ ବନ୍ଦ କୋଠରିରେ ଲୁଚାଇ ରଖିଥିଲେ। ପ୍ରେମିକାଙ୍କ ଭଉଣୀ ଏ ସମ୍ପର୍କରେ ଜାଣିବା ପରେ ଏହି ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଥିଲା। ଏକ…

ନଷ୍ଟ ହେବ ଲକ୍ଷେ ଗ୍ରୀନ୍‌ କାର୍ଡ

ଓ୍ବାଶିଂଟନ, ୭।୮: ଆଗାମୀ ଦୁଇ ମାସ ମଧ୍ୟରେ ପ୍ରାୟ ଲକ୍ଷେ ନିଯୁକ୍ତିଭିତ୍ତିକ ଗ୍ରୀନ୍‌ କାର୍ଡ ନଷ୍ଟ ହେବାକୁ ଯାଉଛି, ଯାହା ସେଠାରେ ଥିବା ଭାରତୀୟ ପେସାଦାରମାନଙ୍କୁ କ୍ଷୁବ୍ଧ କରିଛି। ଆଇନଗତ ସ୍ଥାୟୀ ବାସିନ୍ଦା ଅନୁମତି ପାଇବା ପାଇଁ ସେମାନଙ୍କ ପ୍ରତୀକ୍ଷା ଆଉ…

ଆଫଗାନିସ୍ତାନ ସରକାରଙ୍କ ମିଡିଆ ଇନଫରମେଶନ ଡାଇରେକ୍ଟରଙ୍କୁ ହତ୍ୟା

କାବୁଲ,୬ ।୮: ଆଫଗାନିସ୍ତାନର ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ନୂଆ ଅଞ୍ଚଳକୁ ତାଲିବାନ ତା କବଜାକୁ ନେବାରେ ଲାଗିଛି । ଇତିମଧ୍ୟରେ ଶୁକ୍ରବାର ଆଫଗାନିସ୍ତାନ ସରକାରଙ୍କ ମିଡିଆ ଆଣ୍ଡ ଇନଫରମେଶନ ସେଣ୍ଟରର ମୁଖ୍ୟ ଦାବା ଖାନ ମିନାପାଲଙ୍କୁ…

ଆସିପାରେ ଡେଲ୍ଟାଠାରୁ ବି ମାରାତ୍ମକ ଭାରିଏଣ୍ଟ

ୱାଶିଂଟନ,୬ ।୮: ଭାରତରେ ପ୍ରଥମ କରି ଦେଖାଯାଇଥିବା କରୋନାର ଡେଲ୍ଟା ଭାରିଏଣ୍ଟ ନୂଆ ରୂପରେ ଆକ୍ରମଣ କରିପାରେ । ଆମେରିକାର ବରିଷ୍ଠ ସଂକ୍ରାମକ ରୋଗ ବିଶେଷଜ୍ଞ ତଥା ଆମେରିକା ସରକାରଙ୍କ କୋଭିଡ ପରାମର୍ଶଦାତା ଡା. ଏନ୍ଥନୀ ଫ୍ରାଁସି କ୍ୟାପିଟାଲ ହିଲରେ ସିନେଟରେ…

‘ନିଆଁ ସହ ଖେଳୁଛି ଭାରତ’

ଇସ୍‌ଲାମାବାଦ,୬ା୮:ଭାରତୀୟ ପାର୍ଲାମେଣ୍ଟରେ ଦୁଇବର୍ଷ ତଳେ ନିଆଯାଇଥିବା ନିଷ୍ପତ୍ତିକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଓ ସେନାମୁଖ୍ୟ ଜେନେରାଲ କମାର ଜାଭେଦ ବାଜ୍‌ଓ୍ବା ନିନ୍ଦା କରିଛନ୍ତି। ଇମ୍ରାନ୍‌ କହିଛନ୍ତି, ଭାରତର ଏକତରଫା ଓ ବେଆଇନ କାର୍ଯ୍ୟକୁ ଦୁଇବର୍ଷ ପୂରିଲା। ପାକିସ୍ତାନ ଏହାକୁ ‘ଶୋଷଣର…

ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟ ୨୦ କୋଟି ଟପିଲା

ନ୍ୟୁୟର୍କ,୬।୮:ସାରା ବିଶ୍ୱରେ କରୋନା ମହାମାରୀ ବିସ୍ତାର କରିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କହିଛି ଯେ ସବୁଠାରୁ ସଂକ୍ରାମକ ବୋଲି ବିଶ୍ୱାସ କରାଯାଉଥିବା କରୋନାର ଡେଲ୍ଟା ଭାରିଏଣ୍ଟ ଭାରତ ସମେତ ୧୩୫ ଟି ଦେଶରେ ଦେଖିବାକୁ ମିଳିଛି। ଏଥି ସହିତ, ଗତ…

ପାକିସ୍ତାନରେ ଭାଙ୍ଗିଦେଲେ ଗଣେଶ ମନ୍ଦିର

ନୂଆଦିଲ୍ଲୀ, ୬।୮: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା ଏକ ଗଣେଶ ମନ୍ଦିରକୁ ଶହ ଶହ ଲୋକ ଭାଙ୍ଗି ଦେଇଛନ୍ତି। ସ୍ଥାନୀୟ ସେମିନାରିରେ ପରିସ୍ରା କରିବା ଅଭିଯୋଗରେ ୯ ବର୍ଷର ହିନ୍ଦୁ ବାଳକଙ୍କୁ ଜାମିନ ମିଳିବାରୁ ଉତ୍ତେଜିତ ଲୋକେ ମନ୍ଦିର ପରିସରରେ ଭଙ୍ଗାରୁଜା…

ବୁର୍ଖା ପିନ୍ଧି ନ ଥିବାରୁ ଗଲା ଜୀବନ

କାବୁଲ,୫ା୮- ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରୁ ବିଦେଶୀ ସୈନ୍ୟମାନେ ସ୍ବଦେଶ ଫେରୁଥିବା ବେଳେ ନିରୀହ ନାଗରିକମାନଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ। ତାଲିବାନ ଆତଙ୍କବାଦୀମାନେ ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ତାଙ୍କର ଦୋଷ ହେଲା ସେ ବୁର୍ଖା ପିନ୍ଧି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?