ଆସିପାରେ ଡେଲ୍ଟାଠାରୁ ବି ମାରାତ୍ମକ ଭାରିଏଣ୍ଟ

ୱାଶିଂଟନ,୬ ।୮: ଭାରତରେ ପ୍ରଥମ କରି ଦେଖାଯାଇଥିବା କରୋନାର ଡେଲ୍ଟା ଭାରିଏଣ୍ଟ ନୂଆ ରୂପରେ ଆକ୍ରମଣ କରିପାରେ । ଆମେରିକାର ବରିଷ୍ଠ ସଂକ୍ରାମକ ରୋଗ ବିଶେଷଜ୍ଞ ତଥା ଆମେରିକା ସରକାରଙ୍କ କୋଭିଡ ପରାମର୍ଶଦାତା ଡା. ଏନ୍ଥନୀ ଫ୍ରାଁସି କ୍ୟାପିଟାଲ ହିଲରେ ସିନେଟରେ ସମିତିକୁ କହିଛନ୍ତି କି ଡେଲ୍ଟା ଭାରିଏଣ୍ଟଠାରୁ ବି ଘାତକ ଭାରିଏଣ୍ଟ ଆସିପାରେ । ସେ ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନ ଆମେରିକାରେ ଯେଉଁଭଳି ଭାବେ ସଂକ୍ରମଣ ଲାଗି ରହିଛି ଏହାଯଦି ଶୀତଦିନ ପର୍ଯ୍ୟନ୍ତ ଲାଗି ରହିଲା ତେବେ ଏହା ଆହୁରି ମାରାତ୍ମକ ହେବ । ସେ ଚେତାବନୀ ଦେଇଛନ୍ତି କି ଆଗକୁ ଯେଉଁ ଭାରିଏଣ୍ଟ ଆସିବ ସେଥିରେ କୌଣସି ଟିକା କାମ ନ କରିପାରେ । ଯଦି ସମୟ ପୂର୍ବରୁ ସମସ୍ତଙ୍କୁ ଟିକା ଦିଆ ନ ଯାଏ ତେବେ ମହାମାରୀର ଆଉ ଏକ ଭୟଙ୍କର ରୂପ ଦେଖିବାକୁ ମିଳିପାରେ । ଏବେ ମହାମାରୀ ବ୍ୟାପିବାର ମୁଖ୍ୟ କାରଣ ହେଉଛି ଟିକା ନ ନେବା କମ୍ ଟିକାକରଣ ଅର୍ଥ ଭାଇରସକୁ ମ୍ୟୁଟେସନ କରିବାକୁ ସୁଯୋଗ ଦେବା ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲିପାଇନ୍ସରେ ପ୍ରଥମ କରୋନାଭାଇରସ ସଂକ୍ରମିତଙ୍କ ମୃତ୍ୟୁ

ମାନିଲା,୨।୨: ସାରା ବିଶ୍ୱରେ କରୋନାଭାଇରସର ଭୟ। ଏହା ଏବେ ଚାଇନାରେ ମହାମାରୀର ରୂପ ନେଇଥିବା ବେଳେ ସାରା ବିଶ୍ୱକୁ ଏହା କାୟା ବିସ୍ତାର କରି ଚାଲିଛି।...

ନୂଆ ୪୮ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ଅଧିକାଂଶ ଥିଲେ କ୍ୱାରାଣ୍ଟାଇନ ସେଣ୍ଟରରେ

ଭୁବନେଶ୍ୱର, ୧୫।୫(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଚିହ୍ନଟ ନୂଆ ୪୮ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଆଜି ଚିହ୍ନଟ ହୋଇଥିବା ୪୮ ଆକ୍ରାନ୍ତଙ୍କ ମଧ୍ୟରୁ...

ସୁରଟରୁ ଗର୍ଭବତୀ ମହିଳାଙ୍କ ସହ ୫ ପ୍ରବାସୀ ଓଡ଼ିଆ ହାଟଡିହୀ ଫେରିଲେ

ହାଟଡିହୀ,୪।୫(ଡି.ଏନ୍‌.ଏ.): ସୁରଟରୁ ଭଦ୍ରକ ଆସୁଥିବା ବସ୍‌ରେ ଗତ ଶନିବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଗେଡ଼ମା ପଞ୍ଚାୟତର ୫ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ରବିବାର ବ୍ଲକ...

ଦକ୍ଷିଣ ଆଫ୍ରିକାରେ କରୋନାର ମାରାତ୍ମକ ଭାରିଏଣ୍ଟ, ଇଂଲଣ୍ଡ-ଇସ୍ରାଏଲ ଲଗାଇଲେ ପ୍ରତିବନ୍ଧକ, ଭାରତ ସରକାର ସଜାଗ

ଜୋହାନସର୍ଗ,୨୬ ।୧୧: ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ ସଂକ୍ରମଣର ସବୁଠାରୁ ମାରାତ୍ମକ ଭାରିଏଣ୍ଟ ଦେଖାଦେଇଛି । ଯାହା ସାରା ଦେଶକୁ ଚିନ୍ତାରେ ପକାଇ ଦେଇଛି ।...

ଚାଇନାରୁ ଆସିବ କୋଭିଡ-୧୯ କିଟ୍‌

ନୂଆଦିଲ୍ଲୀ,୧୩।୪: କରୋନା ଭାଇରସ ପ୍ରଥମେ ଚାଇନାରେ ଆରମ୍ଭ ହୋଇଥିବା ବେଳେ ଏବେ ଏହା ସାରା ବିଶ୍ୱରେ କାୟା ବିସ୍ତାର କରି ସାରିଲାଣି। ଏହାକୁ ନେଇ ଭାରତ...

ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କରୋନା: ୨ ଦିନ ପାଇଁ ହେଲା ବନ୍ଦ

ରାଉରକେଲା ଅଫିସ,୩ା୮: ରାଉରକେଲା ସହରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାରୀ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ । ପାନପୋଷ...

କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଗବେଷକଙ୍କ ଯୁକ୍ତି: ଭାରତରେ ୪୯ ଦିନର ଲକ୍‌ଡାଉନ୍‌ ଜରୁରୀ

ନୂଆଦିଲ୍ଲୀ,୩୦ା୩: କରୋନା ଭାଇରସ୍‌ ଯୋଗୁ ବିଶ୍ୱ ଏବେ ଆତଙ୍କିତ ହୋଇପଡ଼ିଛି। ଏହି ମହାମାରୀକୁ ରୋକିବା ଲାଗି ବିଭିନ୍ନ ଦେଶ ପକ୍ଷରୁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ...

କରୋନା ଲକ୍ଷଣ ଲୁଚାଇଲେ ବିପଦ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୨୭।୫(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାର ଜନସାଧାରଣଙ୍କ ପାଇଁ ବୁଧବାର ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଆଡ଼ଭାଇଜରୀ ଜାରି କରିଛନ୍ତି। ଘରେ ରୁହ ସୁରକ୍ଷିତ ରୁହ,...

Advertisement
Archives

Model This Week