୨୬୦୦ ବର୍ଷ ତଳର ସର୍ବ ପୁରାତନ ଟଙ୍କାଶାଳର ମିଳିଲା ସନ୍ଧାନ…

ବେଜିଂ,୭।୮: ଚାଇନାରେ ପୃଥିବୀର ସର୍ବ ପୁରାତନ ଟଙ୍କା ଶାଳର ସନ୍ଧାନ ମିଳିଛି। ଏଠାରେ ଖ୍ରୀଷ୍ଟପୂର୍ବ ୬୪୦ ରୁ ୫୫୦ ମଧ୍ୟରେ ଟଙ୍କା ତିଆରି ଆରମ୍ଭ କରାଯାଇଥିବା ପ୍ରତ୍ନତତ୍ତ୍ୱବିତ୍‌ ମାନେ ପ୍ରକାଶ କରିଛନ୍ତି। ୨୬ ଶହ ବର୍ଷ ତଳେ ଏଠାରେ ପ୍ରଥମ ଧାତୁ ମୁଦ୍ରା ତିଆରି କରାଯାଇଥିଲା ବୋଲି ପ୍ରତ୍ନତତ୍ତ୍ୱବିତ୍ମାନେ କହିଛନ୍ତି। ଜେଙ୍ଗ ରାଜ୍ୟର ଗୁଆଞ୍ଜୁଆଙ୍ଗ ସହରରେ ଖନନ ସମୟରେ ଗବେଷକମାନେ ଟଙ୍କାଶାଳକୁ ଆବିଷ୍କାର କରିଛନ୍ତି। ଏଠାରୁ ମୁଦ୍ରା ଖଣ୍ଡ, ବଳକା ଧାତୁ ଏବଂ ବହୁ ବ୍ୟବହୃତ ମୁଦ୍ରା ଛାଞ୍ଚ ମିଳିଛି। ଚାଇନାରେ ଧାତୁ ମୁଦ୍ରାର ତିଆରି ଖ୍ରୀଷ୍ଟପୂର୍ବ ୭୫୦ରୁ ୫୦୦ ମଧ୍ୟରେ ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି। ଖ୍ରୀଷ୍ଟପୂର୍ବ ୨୧୧ ମସିହାରେ ଚାଇନାର ପ୍ରଥମ ସମ୍ରାଟ ଏହି ଧାତୁ ମୁଦ୍ରା ଗୁଡିକୁ ଅଚଳ ଘୋଷଣା କରିଥିଲେ। ପୂର୍ବରୁ ଧାତୁରେ ନିର୍ମିତ ମୁଦ୍ରାଗୁଡିକ ଜେଙ୍ଗ ଏବଂ ଏହାର ଆଖପାଖ ଅଞ୍ଚଳରେ ବ୍ୟବହୃତ ହେଉଥିଲା।
ଏସମ୍ପର୍କରେ ଜେଙ୍ଗଜୋ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ହାଓ ଝାଓ କହିଛନ୍ତି ଯେ ଗୁଆଞ୍ଜୁଆଙ୍ଗ କାରଖାନା ଖ୍ରୀଷ୍ଟପୂର୍ବ ୭୭୦ରେ ଆରମ୍ଭ ହୋଇଥିବାର ଅନୁମାନ କରାଯାଉଛି। ପୂର୍ବରୁ ଏଠାରେ ମୁଖ୍ୟତଃ ଜାହାଜ, ଅସ୍ତ୍ରଶସ୍ତ୍ର ଏବଂ ଯନ୍ତ୍ରପାତି ଉତ୍ପାଦନ କରା ଯାଉଥିଲା। ପ୍ରାୟ ୧୫୦ ବର୍ଷ ପରେ କାରଖାନାରେ ମୁଦ୍ରା ତିଆରି କରିବା ଆରମ୍ଭ ହୋଇଥିବାର ଅନୁମାନ କରାଯାଉଛି। ରେଡିଓକାର୍ବନ ଡେଟିଂରୁ ଜଣାପଡ଼ିଛି ଯେ,ଟଙ୍କାଶାଳ ଖ୍ରୀଷ୍ଟପୂର୍ବ ୬୪୦ ରୁ ୫୫୦ ମଧ୍ୟରେ ଆରମ୍ଭ ହୋଇଥିଲା। ଗବେଷକମାନେ ଆଶା କରୁଛନ୍ତି ଯେ ହେନାନ ପ୍ରଦେଶରେ ଅବସ୍ଥିତ ଏହି ଅଞ୍ଚଳ ପୃଥିବୀରେ ମାନବ ସଭ୍ୟତା ସମ୍ପର୍କିତ ଇତିହାସ ଏବଂ ଏହାର ବିକାଶ ବିଷୟରେ ବହୁ ଅଜଣା ତଥ୍ୟ ପ୍ରଦାନ କରିବାକୁ ସକ୍ଷମ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ରେ ଫୋକ୍ସ୍‌ ନ୍ୟୁଜ୍‌ କ୍ୟାମେରାମ୍ୟାନ୍‌ଙ୍କ ମୃତ୍ୟୁ…

କ୍ୱିଭ୍‌, ୧୫।୩ : ୟୁକ୍ରେନ୍‌ ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ପୋକ୍ସ୍‌ ନ୍ୟୁଜ୍‌ କ୍ୟାମେରାମ୍ୟାନ୍‌ଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ପିୟର ଜକ୍ରଜେବସ୍କି। ସେ...

୧୭ ଘଣ୍ଟା ଧରି ମିଲିଟାରୀ ସେଣ୍ଟରରେ ତାଲିବାନର କବ୍‌ଜା: ଅଧିକାରୀଙ୍କୁ କଲା ବନ୍ଧକ

ଇସ୍‌ଲାମାବାଦ୍‌,୧୯।୧୨: ପାକିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଆତଙ୍କ ସୃଷ୍ଟି କରିଛନ୍ତି। ୧୭ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଆତଙ୍କବାଦ ବିରୋଧୀ କେନ୍ଦ୍ରକୁ ପାକିସ୍ତାନ ତେହେରିକ୍‌-ଇ-ତାଲିବାନ (ଟିଟିପି) ଗଡ଼ରୁ...

ଜାତିସଂଘର ସୁରକ୍ଷା ପ୍ରତିଶ୍ରୁତି ଉପରେ ପ୍ରଶ୍ନଚିହ୍ନ !…

ଜେନେଭା,୮।୩ : ଜାତିସଂଘର ନିରାପତ୍ତା ପରିଷଦ ପୃଥିବୀର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥାଏ। ସୁରକ୍ଷାର ଦାୟିତ୍ୱବୋଧ(ଆର୍‌ଟୁପି) ଅନ୍ତର୍ଗତ କୌଣସି ରାଷ୍ଟ୍ର ଉପରେ...

୧୯୬ ଦେଶରେ ମାରାଥନ୍‌ ଦୌଡ଼ି ବିଶ୍ୱ ରେକର୍ଡ

ଲଣ୍ଡନ: ସତରେ ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। କିଛି କରିବାର ଆକାଂକ୍ଷା ଅସମ୍ଭବକୁ ସମ୍ଭବ କରିଥାଏ। ଇଂଲଣ୍ଡର ନିକ୍‌ ବଟର ଏଭଳି କିଛି...

ଅଟକି ଯାଇଛି ବୟସ

ରୁଷୀୟ ଗଣମାଧ୍ୟମରେ ଏବେ ଡେନିସ ଭାସୁରିନ୍‌ ଜଣେ ବହୁ ପରିଚିତ ନାମ। ସେ ପରିଚୟ ପାଇଛନ୍ତି ତାଙ୍କର ଅବିଶ୍ୱସନୀୟ ଶରୀର ପାଇଁ। ଅର୍ଥାତ୍‌ ୧୯୮୭ ମସିହାରେ...

ଭାରତ ଗସ୍ତ ପୂର୍ବରୁ ଜୁକେର ବର୍ଗଙ୍କୁ ପ୍ରଶଂସା କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଏହା ପୂୂର୍ବରୁ ସେ ଟୁଇଟ୍‌ କରି ଫେସବୁକ୍‌ ସଂସ୍ଥାପକ ଜୁକେର ବର୍ଗଙ୍କୁ...

ପ୍ରେମିକାଙ୍କୁ ପ୍ରପୋଜ କରିବା ପାଇଁ ଅଜବ ପନ୍ଥା ଆପଣାଇଲେ ଯୁବକ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରେମୀଯୁଗଳ ପରସ୍ପରକୁ ଯେତେବେଳେ ପ୍ରପୋଜ କରନ୍ତି, ସେହି ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଅନେକ ପନ୍ଥା ଆପଣାନ୍ତି। କିଛି ଲୋକ ଏହାକୁ ସ୍ମରଣୀୟ କରିବା ପାଇଁ...

ଆଇସୋଲେଶନ୍‌ କ୍ୟାମ୍ପରୁ ଛୁଟି ମିଳିବା ଖୁସିରେ ନାଚିଉଠିଲେ ଯୁବତୀ

ନୂଆଦିଲ୍ଲୀ,୧୮।୨: କରୋନା ଭାଇରସ୍‌ ସନ୍ଦେହରେ ଦିଲ୍ଲୀର ଏକ ଆଇସୋଲେଶନ୍‌ କ୍ୟାମ୍ପରେ କିଛି ଯୁବତୀ ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା...

Advertisement
Archives

Model This Week