୨୬୦୦ ବର୍ଷ ତଳର ସର୍ବ ପୁରାତନ ଟଙ୍କାଶାଳର ମିଳିଲା ସନ୍ଧାନ…

ବେଜିଂ,୭।୮: ଚାଇନାରେ ପୃଥିବୀର ସର୍ବ ପୁରାତନ ଟଙ୍କା ଶାଳର ସନ୍ଧାନ ମିଳିଛି। ଏଠାରେ ଖ୍ରୀଷ୍ଟପୂର୍ବ ୬୪୦ ରୁ ୫୫୦ ମଧ୍ୟରେ ଟଙ୍କା ତିଆରି ଆରମ୍ଭ କରାଯାଇଥିବା ପ୍ରତ୍ନତତ୍ତ୍ୱବିତ୍‌ ମାନେ ପ୍ରକାଶ କରିଛନ୍ତି। ୨୬ ଶହ ବର୍ଷ ତଳେ ଏଠାରେ ପ୍ରଥମ ଧାତୁ ମୁଦ୍ରା ତିଆରି କରାଯାଇଥିଲା ବୋଲି ପ୍ରତ୍ନତତ୍ତ୍ୱବିତ୍ମାନେ କହିଛନ୍ତି। ଜେଙ୍ଗ ରାଜ୍ୟର ଗୁଆଞ୍ଜୁଆଙ୍ଗ ସହରରେ ଖନନ ସମୟରେ ଗବେଷକମାନେ ଟଙ୍କାଶାଳକୁ ଆବିଷ୍କାର କରିଛନ୍ତି। ଏଠାରୁ ମୁଦ୍ରା ଖଣ୍ଡ, ବଳକା ଧାତୁ ଏବଂ ବହୁ ବ୍ୟବହୃତ ମୁଦ୍ରା ଛାଞ୍ଚ ମିଳିଛି। ଚାଇନାରେ ଧାତୁ ମୁଦ୍ରାର ତିଆରି ଖ୍ରୀଷ୍ଟପୂର୍ବ ୭୫୦ରୁ ୫୦୦ ମଧ୍ୟରେ ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି। ଖ୍ରୀଷ୍ଟପୂର୍ବ ୨୧୧ ମସିହାରେ ଚାଇନାର ପ୍ରଥମ ସମ୍ରାଟ ଏହି ଧାତୁ ମୁଦ୍ରା ଗୁଡିକୁ ଅଚଳ ଘୋଷଣା କରିଥିଲେ। ପୂର୍ବରୁ ଧାତୁରେ ନିର୍ମିତ ମୁଦ୍ରାଗୁଡିକ ଜେଙ୍ଗ ଏବଂ ଏହାର ଆଖପାଖ ଅଞ୍ଚଳରେ ବ୍ୟବହୃତ ହେଉଥିଲା।
ଏସମ୍ପର୍କରେ ଜେଙ୍ଗଜୋ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ହାଓ ଝାଓ କହିଛନ୍ତି ଯେ ଗୁଆଞ୍ଜୁଆଙ୍ଗ କାରଖାନା ଖ୍ରୀଷ୍ଟପୂର୍ବ ୭୭୦ରେ ଆରମ୍ଭ ହୋଇଥିବାର ଅନୁମାନ କରାଯାଉଛି। ପୂର୍ବରୁ ଏଠାରେ ମୁଖ୍ୟତଃ ଜାହାଜ, ଅସ୍ତ୍ରଶସ୍ତ୍ର ଏବଂ ଯନ୍ତ୍ରପାତି ଉତ୍ପାଦନ କରା ଯାଉଥିଲା। ପ୍ରାୟ ୧୫୦ ବର୍ଷ ପରେ କାରଖାନାରେ ମୁଦ୍ରା ତିଆରି କରିବା ଆରମ୍ଭ ହୋଇଥିବାର ଅନୁମାନ କରାଯାଉଛି। ରେଡିଓକାର୍ବନ ଡେଟିଂରୁ ଜଣାପଡ଼ିଛି ଯେ,ଟଙ୍କାଶାଳ ଖ୍ରୀଷ୍ଟପୂର୍ବ ୬୪୦ ରୁ ୫୫୦ ମଧ୍ୟରେ ଆରମ୍ଭ ହୋଇଥିଲା। ଗବେଷକମାନେ ଆଶା କରୁଛନ୍ତି ଯେ ହେନାନ ପ୍ରଦେଶରେ ଅବସ୍ଥିତ ଏହି ଅଞ୍ଚଳ ପୃଥିବୀରେ ମାନବ ସଭ୍ୟତା ସମ୍ପର୍କିତ ଇତିହାସ ଏବଂ ଏହାର ବିକାଶ ବିଷୟରେ ବହୁ ଅଜଣା ତଥ୍ୟ ପ୍ରଦାନ କରିବାକୁ ସକ୍ଷମ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

‘ମହାପ୍ରଭୁ ଜଗନ୍ନାଥ’ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ…

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ଟିକେଟ୍ ବୁକିଂ ହେବ ସୁପରଫାଷ୍ଟ! ଲଞ୍ଚ ହେଲା IRCTCର ନୂଆ ୱେବସାଇଟ୍‌, ଯାତ୍ରୀଙ୍କୁ ମିଳିବ ଏହି ସବୁ ବଡ଼ ସୁବିଧା

ନୂଆଦିଲ୍ଲୀ,୧୫।୭: ଭାରତୀୟ ରେଳବାଇ ଏହାର ଅନଲାଇନ୍ ଟିକେଟ୍ ବୁକିଂ ସିଷ୍ଟମକୁ ଆଧୁନିକୀକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। IRCTC ଜନସାଧାରଣଙ୍କ ପାଇଁ ଏହାର ନୂତନ…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ…

ନିର୍ମାଣ ହୋଇପାରିନି ଭୋଜନ ଗୃହ, ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ…

ରୁଷିଆରୁ ତେଲ କ୍ରୟ ଉପରେ ଆମେରିକାର ବଡ଼ ନିଷ୍ପତ୍ତି, ଭାରତ ଦେବ…

ଓ୍ବାଶିଂଟନ,୧୫।୭: ରୁଷିଆରୁ ତୈଳ କ୍ରୟ କରୁଥିବା ଦେଶମାନଙ୍କ ଉପରେ ୫୦୦ପ୍ରତିଶତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ମଧ୍ୟରେ, ଭାରତ ଏବଂ ଚାଇନା ପାଇଁ ଏକ ଆଶ୍ବସ୍ତିକର ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri